ସରକାରୀ ବାସଭବନରେ ପଶି ବିଡିଓଙ୍କୁ ମାଡ଼
ଉଲୁଣ୍ଡା,୨୭ା୯(ଗୌରଚନ୍ଦ୍ର ପରିଛା):ସୁବର୍ଣ୍ଣପୁର ଜିଲାର ଉଲୁଣ୍ଡା ବିଡ଼ିଓଙ୍କ ସରକାରୀ ବାସଭବନରେ ଶନିବାର କେତେଜଣ ବ୍ୟକ୍ତି ପଶି ତାଙ୍କୁ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ଅପରାହ୍ନ ପ୍ରାୟ ସାଢେ ୫ଟା ସମୟରେ ବିଡ଼ିଓ ଚିନ୍ମୟ ମହାନନ୍ଦ ସରକାରୀ ବାସଭବନରେ ଥିଲେ।…
ଝିଅ ଘରକୁ ବୁଲିବାକୁ ଆସିଥଲେ ମା’ : ଏମିତି ହେଲା ଏକାବେଳକେ ଆଖିବୁଜିଦେଲେ…
ପାଟଣା,୨୮।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ବଡବିଲ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ମା’ ଝିଅ ଘର ଅଗଣା ତଳେ ଶୋଇଥିବ ବେଳେ ଚିତି ସାପ କାମୁଡାରେ ୨ଜଣଙ୍କ ଶନିବାର ଅପରାହ୍ନରେ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ବଡବିଲ…
ଓଟିଇଟି ପରୀକ୍ଷା ଦେଲେ ଗଣଶିକ୍ଷାମନ୍ତ୍ରୀଙ୍କ ସ୍ତ୍ରୀ, ବିଧାୟକଙ୍କ ସ୍ତ୍ରୀ
ନବରଙ୍ଗପୁର,୨୮।୯ (ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ଶନିବାର ଓଟିଇଟି ପରୀକ୍ଷା ହୋଇଛି। ଏଠାରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସ୍ତ୍ରୀ ଚୈଇତି ଗଣ୍ଡ ଓ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀଙ୍କ ସ୍ତ୍ରୀ ତରୁଣୀ ମାଝୀ ପରୀକ୍ଷା ଦେଇଛନ୍ତି। ଚୈଇତି ଉମରକୋଟ ବ୍ଲକ୍ ଡଙ୍ଗରିଗୁଡ଼ା…
ନବରାତ୍ରିରେ ମା’ଙ୍କୁ ବି ଛାଡିଲେନି: ଡୋକରି ବୁଡିଙ୍କ ଦାନବାକ୍ସ ଭାଙ୍ଗି ନେଇଗଲେ..
ଜୟପାଟଣା,୨୮।୯(ଓମ ପ୍ରକାଶ ବୈଠାରୁ): ଭଗବାନଙ୍କଙ୍କୁ ବି ଛାଡୁ ନାହାନ୍ତି ଦର୍ବୃତ୍ତ। କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ତାଲଗୁଡ ମା’ ଡୋକରି ବୁଡିଙ୍କ ପୀଠରୁ ଶନିବାର ବିଳମ୍ବିତ ରାତିରେ କେହି ଦୃର୍ବୁତ୍ତ ଦାନବାକ୍ସ ଭାଙ୍ଗି ବାକ୍ସରେ ଥିବା ଟଙ୍କା ଏବଂ ସମସ୍ତ ସାମଗ୍ରୀ…
ସ୍ତ୍ରୀ ପିଇଦେଲେ ହାଣ୍ଡିଆ, ସ୍ବାମୀ ନପାଇ କଲେ ଏମିତି କାଣ୍ଡ , ଏକା ବେଳକେ ମାମଲା…
ଉଦଳା, ୨୮।୯(ସନ୍ତୋଷ କୁମାର ବାଚ୍ଛିନୀ): ଘରେ ଥିବା ହାଣ୍ଡିଆ ପିଇଦେବାରୁ ସ୍ବାମୀ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀଙ୍କୁ କାଠଫାଳିଆ ପିଟି ହତ୍ୟା କରିବା ଘଟଣା ମୟୂରଭଞ୍ଜ ଜିଲା ଉଦଳା ଥାନା ଉପର ତାଳଡିହା ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ ଏକ ମାମଲା(ନଂ. ୩୮୧/୨୫)…
ବରଗଡ଼ର ଗୌରବ:OPSC ପ୍ରଥମ ପ୍ରୟାସରେ ସଫଳତା ପାଇଲେ ଅଭିଳାଷ
ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ)- ଓଡିଶା ଲୋକସେବା ଆୟୋଗ (ଓପିଏସସି) ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ବରଗଡ଼ର ଅଭିଳାଷ ଦାଶ ସଫଳ ହୋଇଛନ୍ତି । ସେ ତାଙ୍କ ପ୍ରଥମ ପ୍ରୟାସରେ ସଫଳ ତାଲିକାର ୧୮୮ ସ୍ଥାନରେ ରହି ଏହି ସଫଳତା ଆଣିଛନ୍ତି ।…
ହାତଗୋଡ଼ ବାନ୍ଧି ଗର୍ଭବତୀଙ୍କୁ ମାଡ଼ମାରି ଲୁଟିନେଲେ ସୁନାଗହଣା
ସୋର,୨୮।୯(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ଅଧୀନ ଟେଣ୍ଟେଇ ପଞ୍ଚାୟତ ବିରିପଡା ଗ୍ରାମରେ ଶୁକ୍ରବାର ରାତିରେ ଦୁଇଟି ଘରୁ ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଜଣେ ଗର୍ଭବତୀ ମହିଳାଙ୍କ ହାତଗୋଡ ବାନ୍ଧି ମାଡ଼ ମାରି ସୁନାଗହଣା ଓ ନଗଦ ଟଙ୍କା ଲୁଟି…
ମା’ ପାଟଖଣ୍ତାଙ୍କ ବଳିଯାତ୍ରାରେ ପଡ଼ିଲା ବଳି
ରିଷିଡ଼ା,୨୭ା୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ ତେରେସିଂହାଠାରେ ମା’ ପାଟଖଣ୍ତାଙ୍କ ବଳିଯାତ୍ରା ଶନିବାର ସମ୍ପନ୍ନ ହୋଇଛି। ଭକ୍ତଙ୍କ ମାନସିକ ପୂରଣ ହୋଇଥିବାରୁ ଏଠାରେ ବୋଦା, କୁକୁଡ଼ା ଆଦି ବଳି ପଡ଼ିଥିଲା। ଏହି ଯାତ୍ରା ପୂର୍ବ ପାର୍ଶ୍ୱରେ ତେରେସିଂହା ଓ ଦକ୍ଷିଣ…
ଓଡ଼ିଶାରେ ଟେକ୍ସଟାଇଲ ମିଲ ଖୋଲିଲେ ଦାଦନ ଦୁଃଖ ଦୂର ହେବ-ରାୟଗଡ଼ା ବିଧାୟକ
ରାୟଗଡ଼ା,୨୭/୯(ଆଶିଷ ରଞ୍ଜନ ପଣ୍ଡା)- ବ୍ରହ୍ମପୁର-ଉଧନା ଅମୃତ ଭାରତ ଟ୍ରେନ ସ୍ୱାଗତ ସମାରୋହରେ ରାୟଗଡ଼ା ରେଳ ଷ୍ଟେସନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଅମୃତ ଭାରତ ଟ୍ରେନକୁ ସ୍ୱାଗତ କରିଥିଲେ ବିଧାୟକ ଆପଲସ୍ୱାମୀ କାଡ୍ରାକା । ଏହି ଅବସରରେ ଉଦବୋଧନ ଦେଇ ଉକ୍ତ…
କାଜୁ ବଣରୁ ମୃତଦେହ ଜବତ ମାମଲା: ମୃତଦେହ ସ୍ଥାନାନ୍ତର ଅଭିଯୋଗରେ ୨ ଗିରଫ, ଏବେବି ମୃତ୍ୟୁକୁ ନେଇ ସସପେନ୍ସ…
ହିଞ୍ଜିଳିକାଟୁ,୨୭।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖରିଡା ଗାଁ ନିକଟ ଋଷିକୂଲ୍ୟା ନଦୀ ନିକଟ କାଜୁ ତୋଟାରୁ ଶୁକ୍ରବାର ଖରିଡା ଗାଁର ଶ୍ରମିକ ଶ୍ରୀକାନ୍ତ ସେଠୀଙ୍କ ଗଳିତ ମୃତଦେହ ଜବତ ପରେ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇ ପାରି…
OAS ପରୀକ୍ଷାରେ ୧୯୫ ର଼୍ୟାଙ୍କ ରଖିଲେ ଦିଗପହଣ୍ଡିର ଚାଷୀ ପୁଅ ‘କାଳୁ’, ହେବେ ସମ୍ବର୍ଦ୍ଧିତ
ଦିଗପହଣ୍ଡି, ୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ୱର ଗ୍ରାମର କାଳୁ ରାଉତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୯୫ ର଼୍ୟାଙ୍କ ରଖି ନିଜ ପରିବାର, ପଞ୍ଚାୟତ ଏବଂ ସର୍ବୋପରି ଦିଗପହଣ୍ଡି ବ୍ଲକର ଗୌରବ ବୃଦ୍ଧି କରିଛନ୍ତି।…
ରାଜମିସ୍ତ୍ରୀଙ୍କ ପୁଅ ପାଇଲେ ଓପିଏସସିରେ ସଫଳତା
ଧରାକୋଟ,୨୭ା୯(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ବାପା ପେଶାରେ ଜଣେ ରାଜମିସ୍ତ୍ରୀ, ମା’ ସୁଗୃହିଣୀ। ମାତ୍ର ପୁଅ ରଖି ଦେଲେ ନାଁ। ନିକଟରେ ପ୍ରକାଶ ପାଇଥିବା ଓପିଏସସିରେ ୨୩୩ ନମ୍ବର ର଼୍ୟାଙ୍କ ରଖିଛନ୍ତି ଗଞ୍ଜାମ ଜିଲା ଧରାକୋଟ ବ୍ଲକ ମୁଣ୍ଡମରାଇ ଗାଁର କୈଳାସ ଚନ୍ଦ୍ର…
Archives


