ଆମ ଜିଲା ଖବର

ଛତର ଯାତ୍ରାରୁ ଚୋରି କରି ଭାଗ ବାଣ୍ଟୁଥିଲେ, ୯ ଜଣଙ୍କୁ ବାନ୍ଧିଲା ବଲାଙ୍ଗୀର ପୋଲିସ; ୩୯ ମୋବାଇଲ ସହ…

ବଲାଙ୍ଗୀର , ୧।୧୦: କଳାହାଣ୍ଡି ଜିଲାର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ମଙ୍ଗଳବାର ଥିଲା। ସେହି ଯାତ୍ରାରେ ଭକ୍ତ ମାନେ ମା’ଙ୍କ ଦର୍ଶନ କରି ଆସିଥିବାବେଳେ ସେମାନଙ୍କଠାରୁ ନାନାଦି ସାମଗ୍ରୀ ଚୋରି ହୋଇଥିଲା। ଘଟଣାରେ ଚଢାଉ କରି ପୋଲିସ ୩୯ ମୋବାଇଲ,…

ଗାଧୋଇ ବାକୁ ଯାଇ ଆଉ ଫେରିଲେନି , ଶେଷରେ…

ନୂଆପଡ଼ା,୩୦ା୯ (ମକାରୁ ବେମାଲ ): ନୂଆପଡ଼ା ଜିଲା କୋମନା ଥାନା ସଦର ମହକୁମା ସୁନ୍ଦର ନଦୀରୁ ମଙ୍ଗଳବାର ଜଣେ ବୃଦ୍ଧଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ କୋମନା ସଦରର ଚୈତନ୍ୟ ବନଛୋର (୭୧)। ସୂଚନା ଅନୁସାରେ ଶନିବାର…

ସାର ପାଇଁ ରାସ୍ତା ଅବରୋଧ କଲେ ଶତାଧିକ ଚାଷୀ: ଆଇଆଇସି ପହଞ୍ଚି ପ୍ରତିଶ୍ରୁତି ଦେଇ କହିଲେ…

ଦିଗପହଣ୍ଡି/ପାଟପୁର,୧।୧୦(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ପ୍ରାଥମିକ ସେବା ସମବାୟ ସମିତି ପକ୍ଷରୁ ଚାଷୀଙ୍କୁ ୟୁରିଆ ସାର ଯୋଗାଣ କରାଯାଉନଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବୁଧବାର ବହୁସଂଖ୍ୟକ ଚାଷୀ ଦିଗପହଣ୍ଡି – ଆସିକା ୩୨୬…

ଦୁର୍ଘଟଣାରେ ଏକାବେଳକେ ୪ ଜଣଙ୍କ ମୃତ୍ୟୁ

ଖୋର୍ଦ୍ଧା,୧।୧୦(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ୧୬ନମ୍ବର ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୃଥକ ଦୃର୍ଘଟଣା ଜଣେ ଯୁବତୀଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ପିଏନ୍‌ କଲେଜ ରାଜପଥ ଉପରେ ମଧ୍ୟ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ବାଇକକୁ ଏକ…

ପାର୍ବଣରେ ଗଞ୍ଜାମ ପୋଲିସର ଚଢ଼ାଉ ଜାରି: ୨୧ ଗିରଫ

ଛତ୍ରପୁର,୧।୧୦(ସନ୍ତୋଷ ପାଢ଼ୀ): ପାର୍ବଣ ଋତୁରେ ଗଞ୍ଜାମ ପୋଲିସ ଜ଼ିଲାରେ ଏସପି ଶୁଭେନ୍ଦୁ ପାତ୍ରଙ୍କ ନିର୍ଦେଶରେ ବିଭିନ୍ନ ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବେଆଇନ ମଦ, ବାଣ ଏବଂ ଜୁଆ ଖେଳ ଉପରେ ଚଢ଼ାଉ ଜାରି ରହିଛି। ଏସମ୍ପର୍କରେ ମିଳିଥିବା ସଫଳତା…

ଶ୍ରୀମନ୍ଦିରରେ ମା’ ବିମଳାଙ୍କ ପୀଠରେ ତନ୍ତ୍ର ପୂଜା: ଦିଆଗଲା ପଶୁବଳି

ପୁରୀ, ୧।୧୦(ଅଜିତ୍‌ କୁମାର ମହାନ୍ତି):ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ବିମଳା। ଶ୍ରୀକ୍ଷେତ୍ରର କ୍ଷେତ୍ରାଶ୍ୱରୀ ଭାବେ ମା’ ବିମଳାଙ୍କ ପୀଠରେ ଷୋଡ଼ଶ ପୂଜାବିଧି ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା କରାଯାଇଥାଏ। ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ଭୁବନେଶ୍ୱରୀ, ବଟମଙ୍ଗଳା, ଉତ୍ତରାୟଣୀ ପୀଠ ସହ…

ମୋରଡ଼ା ଚଳ ଚଞ୍ଚଳ

ମୋରଡ଼ା,୧।୧୦(ସ୍ମାରକ ମାଜୀ):  ଦୁର୍ଗାପୂଜାକୁ ନେଇ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ବେଶ ଚଳଚଞ୍ଚଳ ହୋଇ ପଡ଼ିଛି। ମା’ ଦୁର୍ଗାଙ୍କ ଆଗମନରେ ବ୍ଲକର ସମସ୍ତ ପୂଜା ମଣ୍ଡପ ଉତ୍ସବ ମୁଖର ହୋଇପଡ଼ିଛି। ବ୍ଲକର ଚିତ୍ରଡା ବସଷ୍ଟାଣ୍ଡରେ ହୋଇଥିବା ଦୁର୍ଗାପୂଜା ତୋରଣ ବେଶ ଚିତାକର୍ଷକ…

ଗାଁର ଗୌରବ ଓସିଏସ୍‌ ପରୀକ୍ଷାରେ ସଫଳତା ପାଇଥିବା ୨ଜଣଙ୍କୁ  ଭେଟିଲେ ସ୍ବୟଂ ସେବକ ସଙ୍ଘ         

 ନିରାକାରପୁର,୩୦।୯(ମାନସ ଚନ୍ଦ୍ର ପଟ୍ଟନାୟକ):ଓଡ଼ିଶା ସିଭିଲ ସର୍ଭିସ (ଓସିଏସ)ପରୀକ୍ଷାରେ ଖୋର୍ଦ୍ଧାଜିଲା ଟାଙ୍ଗିବ୍ଲକ ନୂଆଗଡ଼ ପଞ୍ଚାୟତ ଅଧୀନ ମେହେରାମ୍‌ପୁର ଗ୍ରାମର ଝିଅ  ସୁଶ୍ରୀ ନଗମା ସାହିନ ୧୯୩ ରାଙ୍କରେ ରହି ସଫଳତା ହାସଲ କରିଛନ୍ତି। ସେ ୨୦୧୮ରୁ ଭୁବନେଶ୍ୱରସ୍ଥିତ ବେସିକ ସାଇନ୍ସ କଲେଜରୁ ପାସ…

ଘୁମୁସର ବନଖଣ୍ଡରେ ବଢୁଛି ବନ୍ୟପ୍ରାଣୀ ଶିକାର: ଜଙ୍ଗଲ ସୁରକ୍ଷାରେ ବ୍ୟସ୍ତ କର୍ମଚାରୀ

ଭଞ୍ଜନଗର,୧।୧୦(ବାବୁଲା ପ୍ରଧାନ)- ଦୁର୍ଗାପୂଜା ପାଇଁ ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଉତ୍ସବମୁଖର ହୋଇପଡ଼ିଛି। ଏହି ସମୟରେ ବନ୍ୟପ୍ରାଣୀ ଶିକାରଠାରୁ ଆରମ୍ଭ କରି ଜୁଆ ଖେଳ ଭଞ୍ଜନଗର ଅଞ୍ଚଳରେ ବୃଦ୍ଧି ପାଉଛି। ଏଥିସହ ଚୋରି ମଧ୍ୟ ବଢୁଛି। ଏହିଭଳି ଗଞ୍ଜାମ ଜିଲା…

ବିନା ହ୍ୟାଣ୍ଡ ପମ୍ପରେ ଉଠୁଛି ପାଣି, ଅନବରତ ନଷ୍ଟ ହେଉଛି ଜଳ: ଦେଖନ୍ତୁ Video

ଦାରିଙ୍ଗବାଡି, ୧।୧୦(ଅରୁଣ ସାହୁ): ଅନେକ ଗ୍ରାମରେ ଦେଖାଯାଏ ପିଇବା ପାଣି ପାଇଁ ସମସ୍ୟା। ବୁନ୍ଦାଏ ପାଣି ପାଇଁ ଲୋକ ନଈ, ପୋଖରୀ, ଚୁଆ ଆଦିରୁ ଦୂରଦୁରାନ୍ତକୁ ଯାଆନ୍ତି। ଅନେକ ସମୟରେ ପିଇବା ପାଣି ପାଇଁ ଲୋକ ଗରା ମାଠିଆ ଧରି ବିକ୍ଷୋଭ…

ସୁଧୁରୁନି ସିର୍କାବର୍ଗ ରାସ୍ତାର ଅବସ୍ଥା: ହେଉନି ରକ୍ଷଣବେକ୍ଷଣ, ଖାଲଖମା ଭର୍ତ୍ତି

ଦାରିଙ୍ଗବାଡି, ୧।୧୦(ଅରୁଣ ସାହୁ):ଦିନ ଥିଲା ଦାରିଙ୍ଗବାଡିଠାରୁ ସିର୍କାବର୍ଗକୁ ସବୁଦିନିଆ ଭଲ ରାସ୍ତା ଟିଏ ନ ଥିଲା। ସିର୍କାବର୍ଗ ବାସିନ୍ଦା ଦାରିଙ୍ଗବାଡି ବ୍ଲକ ହେଡକ୍ୱାଟର ଆସିବାକୁ ହେଲେ ୩୦ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଯାତାୟାତ କରୁଥିଲେ। ନିଜ ଜମିରୁ ଅମଳ…

ଗୋଟିଏ କି ଦୁଇଟି ନୁହେଁ ୫୪୫ ପେଟି : ୮୦ ଲକ୍ଷର ବାଣକୁ ବୋହିଲା ୧୭ ଭ୍ୟାନ୍‌

କୁଆଁରମୁଣ୍ଡା,୧।୧୦(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ପୋଲିସ ମଙ୍ଗଳବାର ୮୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବାଣ ଜବତ କରିଛି। ବେଆଇନ ବାଣ କାରବାରକୁ ରୋକିବା ପାଇଁ ଅପରେଶନ ଅଗ୍ନିକୁ ଜୋର୍‌ଦାର କରି ସୁନ୍ଦରଗଡ଼ ଜିଲା ପୋଲିସ ବିଭିନ୍ନ ସ୍ଥାନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri