ଆମ ଜିଲା ଖବର

ନିର୍ଦ୍ଧାରିତ ସମୟ ପୂର୍ବରୁ ଦୋକାନ ଖୋଲି ଜରିମାନା ଦେଲେ ଦୋକାନୀ

ଭଞ୍ଜନଗର,୧୪।୪(ଡି.ଏନ.ଏ)-ଭଞ୍ଜନଗର ଉପଖଣ୍ଡ ପ୍ର୍ରଶାସନ ପକ୍ଷରୁ ଲକ୍‌ ଡାଉନ କଟନଣା କଡାକଡି ଭାବେ ପାଳନ କରାଯାଉଛି। ମଙ୍ଗଳବାର ସକାଳ ୫ଟାରୁ ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ, ବିଡିଓ ଅନିଲ କୁମାର ସେଠୀ ପ୍ରମୁଖ ବିଭିନ୍ନ ଛକମାନଙ୍କରେ ରହି ଯାନବାହାନ ଯାଞ୍ଚକରିଥିଲେ। ବେନିୟମ...

ସିଆରପିଏଫ୍‌ ତରଫରୁ କରୋନା ସଚେତନତା

ଖପ୍ରାଖୋଲ, ୧୪ା୪(ଡି.ଏନ.ଏ.): ସିଆରପିଏଫ୍‌ ତରଫରୁ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକର ବିଭିନ୍ନ ଗାଁରେ କରୋନା ସଂକ୍ରମଣରୁ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା ଏହି ଅବସରରେ ସିଆରପିଏଫ୍‌ ଡି/୧୮୯ ବାଟାଲିଅନ ତରଫରୁ ଡୁଡୁମଦର୍ହା, ବଗଝରନ, କନ୍ଦରାଭଟା, ତୁର୍ଲା,...

ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଭଞ୍ଜନଗର,୧୪।୪(ଡି.ଏନ୍‌.ଏ.)- ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ରାସ୍ତାରେ ଥିବା ଏକ ରାଶନ ଦୋକାନରେ ସୋମବାର ରାତିରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ଦୋକାନରେ ଥିବା ସମସ୍ତ ରାଶନ ସମେତ ଅନ୍ୟାନ୍ୟ ଜିନିଷ ପୋଡ଼ିଯାଇଛି।

ସାମାଜିକ ଦୂରତା ଉଲ୍ଲଂଘନ: ୩ ଦୋକାନ ସିଲ୍‌ କଲା ପ୍ରଶାସନ

କେନ୍ଦୁଝର, ୧୪ା୪(ଡି.ଏନ୍‌.ଏ.)-କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ଆଗାମୀ ମେ’ ୩ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି। ଲକ୍‌ଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡିକୁ ଏଥିରୁ ବାଦ୍‌ ଦିଆଯାଇଛି। ଗ୍ରୋଶରୀ ସାମଗ୍ରୀ କିଣିବା ସମୟରେ ଲୋକମାନେ...

ମଦ ସହ ୪ ବାଇକ ଜବତ, ୩ ଗିରଫ

ଖଲ୍ଲିକୋଟ,୧୪ା୪(ଡି.ଏନ୍‌.ଏ.)- ଖଲ୍ଲିକୋଟ ପୋଲିସ ଗୁଣ୍ଡୁରିପଲି ମାଳ ଅଞ୍ଚଳରେ ଚଢ଼ାଉ କରି ୬୦୦ ଲିଟର ଦେଶୀ ମଦ ସହ ୪ ବାଇକ ଜବତ କରି ମଦ ବିକ୍ରି ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି। ଗୁଣ୍ଡୁରିପଲିରୁ ମଦ ଧରି ଆସୁଥିବାବେଳେ କମଳାପଦର...

ଧାମନଗର ବ୍ଲକରେ ହେଲା ସାନିଟାଇଜ

ଧାମନଗର,୧୪ା୪(ଡି.ଏନ.ଏ.)-ଧାମନଗର ବ୍ଲକରେ ପ୍ରମୁଖ ବଜାର ଗୁଡିକୁ ଧାମନଗର ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ କରାଯାଇଛି। ଧାମନଗର ବ୍ଲକ, ଧାମନଗର ବଜାର, ଦୋବଲ, ଧୂଷୁରୀ, ଅସୁରାଳୀ ସମେତ ମଙ୍ଗଳବାର ସହିଦ ନଗର ବଜାରକୁ ସାଇନିଟାଇଜ କରାଯାଇଛି। ସମସ୍ତ ବଜାରରେ ଦୋକାନ ସମେତ...

ଶିମିଳିପାଳରୁ ଶମ୍ବର ଶିକାର: ୬ ଶିକାରୀ ଗିରଫ

ଠାକୁରମୁଣ୍ଡା,୧୪ା୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଚମ୍ପାଝର ବିଟ ଅନ୍ତର୍ଗତ ଶିମିଳିପାଳ ସଂଲଗ୍ନ ଡ଼ଙ୍ଗାଡିହା ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ କର୍ମଚାରୀମାନେ ୬ ଶିକାରୀଙ୍କୁ ଗିରଫ କରିଛନ୍ତି। ଶିକାରୀମାନେ ଏକ ଶମ୍ବର ଶିକାର କରି ତାର ମାଂସକୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ବାଲେଶ୍ୱର ଅଫିସ, ୧୪।୪- କରୋନା ସଂକ୍ରମଣଜନିତ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମଙ୍ଗଳବାର ସହାୟତା ରାଶି ପ୍ରଦାନ କରାଯାଇଛି। ବାଲେଶ୍ୱର ସଦର ଆଙ୍କୋ ଅଞ୍ଚଳର ମା’ ବାସୁଳୀ ମହିଳା ସ୍ବୟଂ...

ରେଡ୍‌ଜୋନ୍‌ର ୫୨ ହଜାର ପରିବାରର ସ୍କ୍ରିନିଂ ସରିଲା

ଝାରସୁଗୁଡା ଅଫିସ,୧୪ା୪: ଝାରସୁଗୁଡା ଜିଲା ପ୍ରଶାସନ ପକ୍ଷରୁ ଝାରସୁଗୁଡା ବ୍ଲକ, ବ୍ରଜରାଜନଗର ମ୍ୟୁନିସିପାଲଟି ଓ ଲଇକେରା ବ୍ଲକକୁ ରେଡ୍‌ଜୋନ୍‌ ଭାବେ ଘୋଷଣା କରାଯାଇଥିଲା। ଉପରୋକ୍ତ ଅଞ୍ଚଳକୁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳରୁ ଟ୍ରେନ୍‌ ଓ ବସ୍‌ ଯୋଗେ...

ଖୋର୍ଦ୍ଧା ବ୍ଲଡ ବ୍ୟାଙ୍କରେ ରହିଛି ୭୦ ୟୁନିଟ୍‌ ରକ୍ତ

ଖୋର୍ଦ୍ଧା ଅଫିସ,୧୪ା୪: ଲକଡାଉନ ସମୟରେ ଖୋର୍ଦ୍ଧା ରକ୍ତଭଣ୍ଡାରରେ ରକ୍ତ ଅଭାବ ସମସ୍ୟା ଦୂର କରିବା ଲାଗି ପ୍ରଶାସନ ଓ ଜିଲା ସ୍ବାସ୍ଥ୍ୟ ସମିତି ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଶୀତାଂଶୁ ରାଉତ ଏହାକୁ...

ନିରାଡମ୍ବର ସହ ଆମ୍ବେଡ଼କର ଜୟନ୍ତୀ

ସମ୍ବଲପୁର, ୧୪।୪ (ବ୍ୟୁରୋ)- କରୋନା କଟକଣା ଓ ଲକ୍‌ ଡାଉନକୁ ଦୃଷ୍ଟିରେ ରଖି ସମ୍ବିଧାନ ପ୍ରଣେତା ଡା. ଭୀମରାଓ ଜୀ ଆମ୍ବେଡ଼କରଙ୍କ ଜୟନ୍ତୀ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ମୁଦିପଡା ଛକ ସ୍ଥିତ ପ୍ରତିମୂର୍ତ୍ତିରେ ସାମାଜିକ ଦୂରତ୍ୱ ବଜାୟ...

ଗୁମ୍ମା ଅଞ୍ଚଳକୁ ସାନିଟାଇଜ୍‌ କଲା ପ୍ରଶାସନ

ଗୁମ୍ମା,୧୪ା୪: ଗଜପତି ଜିଲାରେ ଏଯାବତ୍‌ କରୋନା ସଂକ୍ରମିତ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଭୂତାଣୁ କବଳରୁ ରକ୍ଷା ପାଇଁ ମଙ୍ଗଳବାର ଗୁମ୍ମା ବ୍ଲକ୍‌ ପ୍ରଶାସନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri