ଆମ ଜିଲା ଖବର

କୋଭିଡ୍‌ ଫଣ୍ଡକୁ ଶବର ସମାଜ କଲ୍ୟାଣ ସମିତିର ସହାୟତା

ଆର.ଉଦୟଗିରି,୨୧ା୪(ଡି.ଏନ.ଏ.)- ଗଜପତି ଜିଲା ଆଦିବାସୀ ଶବର ସମାଜ ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀ ରିଲିଫି ପାଣ୍ଠିକୁ ଏକ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏନେଇ ଏକ ଚେକ ଶବରପଲ୍ଲୀ ଶ୍ରୀରାମପୁର ସ୍ଥିତ ଶବର କଲ୍ୟାଣ ସମିତି କାର୍ଯ୍ୟାଳୟ ଶବର ସମାଜ...

ମାସ୍କ ପିନ୍ଧି ନ ଥିବା ଲୋକଙ୍କ ଠାରୁ ୩୮୦୦ ଜରିମାନା ଆଦାୟ

ଆର.ଉଦୟଗିରି,୨୧ା୪(ଡି.ଏନ.ଏ.)- କରୋନା ଭୂତାଣୁକୁ ନେଇ ବିଭିନ୍ନ କଟକଣା ଜାରି କରାଯାଇଥିବାବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଗଜପତି ଜିଲାର ଆର୍‌.ଉଦୟଗିରି ଥାନା ଅଞ୍ଚଳରେ ମାସ୍କ ନ ପିନ୍ଧି ବଜାର ବୁଲିବା, ସୌଦା ଓ ବିଭିନ୍ନ ଜରୁରୀ କାମରେ ଘରୁ ବାହାରକୁ...

ପିଆରଏମ୍‌ ମେଡିକାଲ୍‌ରେ ନିଆଁ

ବାରିପଦା ଅଫିସ, ୨୦ା୪- ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପିଆରଏମ୍‌ ମେଡିକାଲ୍‌ର ମାନସିକ ରୋଗ ଚିକିତ୍ସା ଓ୍ବାର୍ଡରେ ସୋମବାର ଅଗ୍ନିକାଣ୍ଡ ଘଟି ବିଭିନ୍ନ ସରଞ୍ଜାମ ପୋଡ଼ି ଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ରାତି ୯ଟା ସମୟରେ ଶର୍ଟ ସର୍କିଟ ଯୋଗୁ ଉକ୍ତ...

କାଜୁ ଜଙ୍ଗଲ ଲିଜ୍‌କୁ ନେଇ ବୋମାମାଡ଼, ଜଣେ ମୃତ

ବେଗୁନିଆପଡା,୨୦ା୪(ଡି.ଏନ.ଏ.)- କାଜୁ ଜଙ୍ଗଲ ଲିଜ୍‌କୁ ନେଇ ବେଗୁନିଆପଡା ବ୍ଲକ ଖିଡିଙ୍ଗିଠାରେ ସୋମବାର ୨ଗୋଷ୍ଠୀ ମୁହଁାମୁହିଁ ହେବା ସହ ବୋମାମାଡରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବଡଖଇରିଖମା ପଞ୍ଚାୟତ ଗୁଞ୍ଜଗଳ ଗ୍ରାମର ପ୍ରଭାକର ବିଶ୍ୱାଳ(୩୮)। ଅନ୍ୟ...

ଲକ୍‌ଡାଉନରେ ମାତିଛନ୍ତି ଲୁଟେରା

ପାଟପୁର,୨୦ା୪- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ୨ ଘରୁ ଚୋରି ଉଦ୍ୟମ କରି ବିଫଳ ହୋଇଥିବାବେଳେ ଜଣେ ମହିଳାଙ୍କ ବେକରୁ ସୁନାହାର ଝାମ୍ପି ନେଇଛନ୍ତି। ପୋଲିସ ଲକ୍‌ଡାଉନ୍‌ରେ ବ୍ୟସ୍ତ ଥିବାବେଳେ ପାଟପୁର...

ମିଲ ଫଣ୍ଡକୁ ସହାୟତା ପାଇଁ ବିଧାୟିକାଙ୍କୁ ଚେକ ପ୍ରଦାନ

ବେଗୁନିଆପଡା,୨୦ା୪(ଡି.ଏନ.ଏ.)- ଲକ୍‌ଡାଉନ ପାଇଁ ସରକାର ରାଶନକାର୍ଡଧାରୀଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରୁଛନ୍ତି। ତେବେ ଅନେକ ଅସହାୟ ଓ ଗରିବ ବିଭିନ୍ନ କାରଣରୁ କାର୍ଡ ପାଇପାରିନାହାନ୍ତି। ଏହି ବର୍ଗର ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଗଞ୍ଜାମ ଜିଲାପାଳ ‘ମିଲ୍‌’ କାର୍ଯ୍ୟକ୍ରମ ଆରମ୍ଭ...

କୋଭିଡ୍‌ ଫଣ୍ଡକୁ ୯୦ ହଜାର ଦେଲେ ଠିକାଦାର

ଜି.ଉଦୟଗିରି,୨୦ା୪(ଡି.ଏନ୍‌.ଏ.)- ଜି.ଉଦୟଗିରି ପଞ୍ଚାୟତ ସମିତିର ଠିକାଦାରମାନେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (କୋଭିଡ)କୁ ୯୦ ହଜାର ଟଙ୍କାର ଏକ ଚେକ ଜି.ଉଦୟଗିରି ବିଡିଓ ଶାନ୍ତନୁ କୁମାର ନାୟକଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି। କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ମିଶ୍ର, ଦୀପକ କୁମାର...

ସ୍ତ୍ରୀଙ୍କୁ ଅଫିସ ଛାଡିବାକୁ ଯାଇ ସ୍ବାମୀ ଗଣିଲେ ଜରିମାନା

ଭଞ୍ଜନଗର,୨୦।୪(ଡି.ଏନ.ଏ.)- ଭଞ୍ଜନଗର ଉପଖଣ୍ଡର ଜଣେ ମହିଳା ଯନ୍ତ୍ରୀ ନିଜ ଘରୁ ସୋମବାର ଅଫିସ ଅଭିମୁଖେ ବାହାରିଥିଲେ। ଯନ୍ତ୍ରୀଙ୍କୁ ଗାଡ଼ି ଚଳାଇବା ଆସୁ ନ ଥିବା ଯୋଗୁ ତାଙ୍କ ସ୍ବାମୀ ସ୍କୁଟିରେ ବେଲଗୁଣ୍ଠା ରାସ୍ତାରେ ଯାଉଥିଲେ। ବାଟରେ ତନରଡ଼ା ଠାରେ ଯାଞ୍ଚ...

୧୬ ପରିବାରଙ୍କୁ ଘରଭଡ଼ା ଛାଡ଼ କଲେ ରଘୁନାଥ

କଟକ ଅଫିସ,୨୦ା୪: ସହରରେ ଅଧାରୁ ଅଧିକ ଭଡ଼ାଟିଆ ବାସିନ୍ଦା। ଭଡ଼ା ରହୁଥିବା ଲୋକେ ବି ଅଧିକାଂଶରେ ବ୍ୟବସାୟ, ଛୋଟ ଦୋକାନ କିମ୍ବା କୌଣସି ଘରୋଇ କମ୍ପାନୀରେ ଚାକିରି କରି ପରିବାର ପ୍ରତିପୋଷଣ କରନ୍ତି। କରୋନା ପ୍ରଭାବରୁ ହୋଇଥିବା ଲକଡାଉନ ଏବେ...

କ୍ରୋମାଇଟ ପରିବହନକୁ ଶ୍ରମିକଙ୍କ ବିରୋଧ

କାଳିଆପାଣି,୨୦।୪(ଡିଏନଏ):  ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ କାର୍ଯ୍ୟ କରୁଥିବା ସାରୁଆବିଲ ଖଣିରୁ କ୍ରୋମାଇଟ ପରିବହନକୁ ଶ୍ରମିକମାନେ ବିରୋଧ କରି ବନ୍ଦ କରିଦେଇଛନ୍ତି। ମିଶ୍ରିଲାଲ ଖଣିର ଲିଜ ଅବଧି ୩୧ମାର୍ଚ୍ଚ ୨୦୨୦ରୁ ସରିଥିବାବେଳେ ଏବେ ଅନ୍ୟ ଏକ କମ୍ପାନୀ ହାତକୁ...

ହଜାରେ ଲିଟର ପୋଚ ନଷ୍ଟ, ଭାଟି ସିଲ

ପାତ୍ରପୁର,୨୦ା୪(ଡି.ଏନ୍‌.ଏ.)- ଲକ୍‌ଡାଉନରେ ମଦଦୋକାନ ବନ୍ଦ ଥିବାବେଳେ ଦେଶୀମଦ କାରବାର ବୃଦ୍ଧି ପାଇଛି। ଭାଟି ମାନଙ୍କରେ ମଦ ତିଆରି କରି ମାଲାମାଲ୍‌ ହେଉଛନ୍ତି ମାଫିଆ। ଜରଡା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁଙ୍କ ତତ୍ତ୍ୱାବଧାନରେ ସୋମବାର ଏକ ଟିମ୍‌ ଚଢ଼େଇ ଗାଁ, ସୁନରିବାଡ...

ତଳମୁଣ୍ଡରେ ପହଞ୍ଚିଲାନି କେନାଲ ପାଣି: ମରିବାକୁ ବସିଲାଣି ଗର୍ଭଣୀ ଧାନ

ଜୁନାଗଡ,୨୦।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ କେନାଲ ବିଭାଗ ପାଣି ଦେବାକୁ କହିି ଶେଷ ମୁହୂର୍ତ୍ତରେ ନ ଦେବା ଫଳରେ ଚାଷୀମାନେ ଅଡୁଆରେ ପଡିଛନ୍ତି। ବର୍ତ୍ତମାନ ରବିଧାନ ଗର୍ଭଣୀ ଅବସ୍ଥାରେ ଥିବାବେଳେ କେନାଲରେ ପାଣି ନ ଆସିବା ଯୋଗୁଁ ଫସଲ ନଷ୍ଟ ହେବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri