ଆମ ଜିଲା ଖବର

ତେଲଙ୍ଗାନାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ : ଲକ୍‌ଡାଉନ ଯୋଗୁ ଆସି ପାରିଲାନି ମୃତଦେହ

ପାଟଣା, ୨୨ା୫(ସ୍ବ.ପ୍ର.)-କରୋନା ପାଇଁ ପ୍ରବାସୀ ଓଡ଼ିଆଙ୍କ ଦୁଃଖ ଦୁର୍ଦ୍ଦଶା ଜନିତ କରୁଣ କାହାଣୀର ଫର୍ଦ୍ଦ ବଢ଼ିବାରେ ଲାଗିଛି। କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ମାଛଗଡ଼ ପଞ୍ଚାୟତ ଦୁଧନାଳୀ ଗ୍ରାମର ଗୌରାଙ୍ଗ ମୁଣ୍ଡାଙ୍କର ତେଲଙ୍ଗାନାରେ ବୁଧବାର ବିଳମ୍ବିତ ରାତିରେ...

ସଙ୍ଗରୋଧ ଗୃହରେ ଧାରଣା ଦେଲେ ପ୍ରବାସୀ

ଭଦ୍ରକ ଅଫିସ, ୨୨ା୫- ଭଦ୍ରକ ଜିଲାର ବିଭିନ୍ନ ସଙ୍ଗରୋଧ ଗୃହରେ ଥିବା ପ୍ରବାସୀ ଓଡ଼ିଆମାନେ ଗୁରୁବାର ଧାରଣା ଦେଇଥିଲେ। ୧୫ ଦିନରୁ ଊର୍ଦ୍ଧ୍ୱ ହେବ ସଂଗରୋଧ ଗୃହରେ ରହିଥିବା ବେଳେ ସେମାନଙ୍କ ସ୍ବାବ ସଂଗ୍ରହ କରାଯାଉ ନ ଥିବାରୁ ଉତ୍ତେଜନା...

ଖୁବଶୀଘ୍ର କ୍ଷୟକ୍ଷତି ଆକଳନ : ଶୁକ୍ରବାର ସୁଦ୍ଧା ଗ୍ରାମାଞ୍ଚଳରେ ବିଦ୍ୟୁତ୍‌ ସଂଯୋଗ

ଭଦ୍ରକ ଅଫିସ, ୨୨ା୫- ଭଦ୍ରକ ଜିଲାରେ ଅମ୍ଫନ୍‌ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମୁଖ୍ୟତଃ ଚାଳଘର, ଆଜବେଷ୍ଟ ଘର ଓ ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ଭୂଇଁରେ ଲୋଟି ପଡ଼ିିଛି। ସମୁଦ୍ରକୂଳିଆ ବାସୁଦେବପୁର, ଚାନ୍ଦବାଲି ଓ ଧାମରା ଅଞ୍ଚଳରେ ବ୍ୟାପକ କ୍ଷତି...

କ୍ୱାରାଣ୍ଟାଇନ କେନ୍ଦ୍ରରେ ସ୍ବାବ୍‌ ସଂଗ୍ରହ ବନ୍ଦ ନେଇ ଅସନ୍ତୋଷ

ସୋର, ୨୨ା୫(ଡି.ଏନ.ଏ.)-ସୋରର ବିଭିନ୍ନ କ୍ୱାରାଣ୍ଟାଇନ କେନ୍ଦ୍ରରେ ସ୍ବାବ ସଂଗ୍ରହ ବନ୍ଦ ନେଇ ପ୍ରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସୋର ବ୍ଲକ ଓ ମ୍ୟୁନିସିପାଲିଟିକୁ ଫେରିବାକୁ ୧୧ହଜାର ୨୯୦ଜଣ ପଞ୍ଜିକୃତ କରିଥିବା ବେଳେ ଅଦ୍ୟାବଧି ଫେରିଛନ୍ତି ୨୨୪୦। ସେମାନଙ୍କ ମଧ୍ୟରୁ ୧୨୩୨...

‘ଅମ୍ଫନ’ ଦେଇଗଲା ଦୁଃଖ: ଧରାଶାୟୀ ପାନବରଜ

ଭୋଗରାଇ,୨୨।୫(ଡି.ଏନ.ଏ.)-ବାତ୍ୟା ‘ଅମ୍ଫନ’ ପ୍ରଭାବରେ ବାଲେଶ୍ୱର ଜିଲାରେ ବ୍ୟାପକ କ୍ଷତି ହୋଇଛି। ବିଶେଷ କରି ଭୋଗରାଇ, ବାଲିଆପାଳ ବ୍ଲକରେ ଚାଷଜମିକୁ ଉଜାଡିଦେବା ସହ ପାନବରଜକୁ ଧରାଶାୟୀ କରିଛି। ପାଚିଲା ଧାନ ପାଣିରେ ଭାସୁଥିବା ଦେଖି ଚାଷୀକୁଳ ଦୁଃଖରେ ଭାଙ୍ଗି ପଡିଛନ୍ତି। କରୋନା...

ବାତ୍ୟା ପ୍ରଭାବରେ ସୋରରେ କ୍ଷତି

ସୋର, ୨୨ା୫(ଡି.ଏନ.ଏ.)-ବାତ୍ୟା ଅମ୍ଫନ୍‌ ପ୍ରଭାବରେ ସୋରରେ ବ୍ୟାପକ କ୍ଷତି ଘଟିଛି। ସୋର ବ୍ଲକ ମାଣିପୁର ପଞ୍ଚାୟତ ଖୁଣ୍ଟାପାଟଣା ଗ୍ରାମରେ ଥିବା ସଂରକ୍ଷିତ ଜଙ୍ଗଲରେ ବଡ଼ ବଡ଼ ଗଛସବୁ ଉପୁଡ଼ି ପଡ଼ିଛି। ଶିଙ୍ଗାଖୁଣ୍ଟା, ମାଣତ୍ରୀ, ମହୁମୁହାଣ, ଗୋପୀନାଥପୁର, ଆଟପୁର, ଦହିସଡ଼ା, ନଦୀଗାଁ,...

ଝଡ଼ ଆଳରେ ଶତାଧିକ ଗଛ କାଟିନେଲେ ଗ୍ରାମବାସୀ

ଖଇରା,୨୨।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଅର୍ଜୁନପୁର ଗ୍ରାମ ନିଟଟସ୍ଥ ଗୋରୁହାଟ ଚାଲୁଥିବା ଗ୍ରାମ୍ୟ ଜଙ୍ଗଲରୁ ନିକଟସ୍ଥ ଗ୍ରାମବାସୀମାନେ ବୁଧବାର ରାତିରେ ଶହ ଶହ ସଂଖ୍ୟାର ଗଛ କାଟି ନେଇଛନ୍ତି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି କୁହାଯାଉଛି।...

ଦୁର୍ଘଟଣାରେ ସୁରଙ୍ଗି ଫରେଷ୍ଟର ମୃତ

ପାତ୍ରପୁର,୨୨ା୫(ଡି.ଏନ୍‌.ଏ.)- ଜରଡ଼ା ଥାନା ଅଧିନ ସୁରଙ୍ଗି ଫରେଷ୍ଟର୍‌ ଶିବ ବେହେରାଙ୍କର ଗୁରୁବାର ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ପଙ୍କାଳ ନିକଟ ନର୍ସରୀକୁ ଯାଇ ମଧ୍ୟାହ୍ନରେ ଫେରିବାବେଳେ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି...

୩ବର୍ଷ ହେଲା ପାନୀୟଜଳ ପ୍ରକଳ୍ପ ଅଚଳ, ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କୁ ଦାବିପତ୍ର

ପାଟପୁର,୨୨ା୫- ସାନଖେମୁଣ୍ଡି ବ୍ଲକ ପଟିଗୁଡା ପଞ୍ଚାୟତ ବରମୁଣ୍ଡୁଳି ଗ୍ରାମରେ ୩ ବର୍ଷ ହେଲା ପାନୀୟଜଳ ପ୍ରକଳ୍ପ ଅଚଳ ହୋଇ ପଡିଛି। ଫଳରେ ଗ୍ରାମବାସୀ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ପୋଖରୀ ଓ ଭଙ୍ଗା ନଳକୂପରୁ ପାଣି ସଂଗ୍ରହ କରି...

ଜଙ୍ଗଲରୁ ୬ ଜୁଆଡି ଗିରଫ

ଭଞ୍ଜନଗର,୨୨।୫(ଡି.ଏନ୍‌.ଏ.)- ତାରସିଂ ପୋଲିସ ଗୁରୁବାର ଲେମ୍ବେଇ ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରି ୬ ଜୁଆଡ଼ିଙ୍କୁ ଗିରଫ କରି ସେମାନଙ୍କ ୯ ହଜାର ୨୬୦ ଟଙ୍କା, ୬ଟି ବାଇକ୍‌ ସମେତ ଅନ୍ୟାନ୍ୟ ଜିନିଷ ଜବତ କରିଛି। ଉକ୍ତ ଜଙ୍ଗଲରେ ଜୁଆଖେଳ ଚାଲିଥିବା...

ଅନ୍ତେବାସୀ ମହିଳାଙ୍କୁ ସରପଞ୍ଚ ଦେଲେ ସାବିତ୍ରୀ ଭାର

ଭଞ୍ଜନଗର,୨୨ା୫(ଡି.ଏନ.ଏ)- ରାତି ପାହିଲେ ସାବିତ୍ରୀ ବ୍ରତ। ଗଞ୍ଜାମ ଜିଲାର ବିଭିନ୍ନ କ୍ୱାରାଣ୍ଟଶଇନ୍‌ ସେଣ୍ଟରରେ ବହୁ ମହିଳା ଅଛନ୍ତି। କ୍ୱାରାଣ୍ଟାଇନ୍‌ ସେଣ୍ଟର ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଥିବାରୁ ସେଠାକୁ ବାହାର ଜିନିଷି ପ୍ରାୟ ଯାଇ ପାରୁନାହିଁ। ଫଳରେ ସେଠାରେ ଥିବା...

ସରକାର ଦେଉଛନ୍ତି, ପ୍ରଶାସନ ଦେଉନି

ଅନୁଗୋଳ ଅଫିସ, ୨୨।୫ କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ବହୁ ପୂର୍ବରୁ ପ୍ରସ୍ତୁତି କରାଯାଇଥିଲା। ଘନ ଘନ ବୈଠକ ସହ କି କି ପଦକ୍ଷେପ ନିଆଯିବ ସେ ନେଇ ଯୋଜନା ପରେ ଯୋଜନା ହୋଇଥିଲା। ତାଳଚେରଠାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri