‘ପଥ ବିକ୍ରେତାଙ୍କୁ ଦିଆଯାଉ ସହାୟତା’
ବାଲେଶ୍ୱର ଅଫିସ, ୨୬।୫-ବାଲେଶ୍ୱର ଷ୍ଟେଶନ ଛକଠାରେ ନ୍ୟାଶନାଲ ହକର ଫେଡ଼େରେଶନ ସଂଯୁକ୍ତ ଓଡ଼ିଶା ପଥ ବିକ୍ରେତା ସଂଘ ପକ୍ଷରୁ ମଙ୍ଗଳବାର ଆନ୍ତର୍ଜାତିକ ପଥ ବିକ୍ରେତା ଦିବସ ପାଳିତ ହୋଇଛି। ସଂଘର ରାଜ୍ୟ ସଭାପତି ତଥା ଫେଡ଼େରେଶନର ଅତିରିକ୍ତ ସାଧାରଣ ସମ୍ପାଦକ...
କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ
ସଜନାଗଡ଼,୨୬।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମ୍ପୁର ଥାନା ଅଧୀନ ତେଲିପାଳ ଆଶ୍ରମ କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ଥିବା ଜଣେ ପ୍ରବାସୀ ଯୁବତୀଙ୍କୁ ଗାଧୁଆ ଘରେ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ରତ୍ନାକର ଜେନା ନାମକ ଯୁବକଙ୍କୁ...
ଗଞ୍ଜାମ ଷ୍ଟେଟ୍ ବ୍ୟାଙ୍କ ବାହାରେ ଗ୍ରାହକଙ୍କ ପ୍ରବଳ ଗହଳି,ରହୁନି ସାମାଜିକ ଦୂରତା
ଗଞ୍ଜାମ, ୨୬।୫(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା କାୟା ବିସ୍ତାର କରିଚାଲିଛ। ଫଳରେ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି l ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ମାକ୍ସ ଓ ସାମାଜିକ ଦୂରତା ଅବଲମ୍ବନକୁ ଅଧିକ ଗୁରୁତ୍ୱ ଦିଆଯାଉଛି।...
ବରଗଡ଼ ଜିଲାପାଳ-ଏସ୍ପିଙ୍କ ନାମରେ ଜାଲ ଫେସବୁକ୍ ଆକାଉଣ୍ଟ: ମାମଲା ରୁଜୁ କରି ପୋଲିସର ତନାଘନା
ବରଗଡ଼ ଅଫିସ,୨୬।୫- ବରଗଡ଼ ଜିଲାରେ ସାଇବର୍ କ୍ରାଇମରେ ଅପରାଧୀମାନେ ସକ୍ରିୟ ହୋଇ ପଡିଛନ୍ତି। ଅପରାଧୀମାନେ ଖୋଦ ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏବଂ ଏସ୍ପି ପଦ୍ମିନୀ ସାହୁଙ୍କ ନାମରେ ଜାଲ ଫେସବୁକ ଆକାଉଣ୍ଟ ଖୋଲିବା ପୋଲିସ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ...
କ୍ୱାରାଣ୍ଟାଇନ୍ ସେଣ୍ଟରରେ ବିବାହ କଲେ ପ୍ରେମୀଯୁଗଳ
ନିମାପଡ଼ା,୨୬ା୫(ଡି.ଏନ୍.ଏ.): ପୁରୀ ଜିଲା ନିମାପଡ଼ା ଥାନା ଅଞ୍ଚଳର ଏକ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରହୁଥିବା ପ୍ରେମୀ ଯୁଗଳ ସୋମବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସୂଚନା ଅନୁଯାୟୀ, ଗତ ୪ମାସ ପୂର୍ବେ ଏହି ଥାନା ଅଞ୍ଚଳର ସୌରଭ ଦାସ ଓ ଡେଲାଙ୍ଗ...
ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଲା ସୁରଟ ଟ୍ରେନ: ଆସିଲେ ୯ ଜିଲାର ୧୭୩୪ ପ୍ରବାସୀ
ଛତ୍ରପୁର, ୨୬।୫(ଡି.ଏନ୍.ଏ.): ଦୀର୍ଘ ୯ ଦିନ ପରେ ମଙ୍ଗଳବାର ଗଞ୍ଜାମ ଜ଼ିଲା ଜଗନ୍ନାଥପୁର ଷ୍ଟେଶନରେ ସୁରଟରୁ ଆଉ ଏକ ଟ୍ରେନ ଆସି ପହଞ୍ଚିଛି। ଏଥିରେ ରାଜ୍ୟର ୯ଟି ଜିଲାର ୧୭୩୪ ଜଣ ପ୍ରବାସୀ ଆସିଛନ୍ତି। ସେଥିମଧ୍ୟରୁ ଗଞ୍ଜାମ ଜିଲାର ସର୍ବାଧିକ...
ନୟାଗଡ ଜିଲାରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲିବ ଦୋକାନ ବଜାର
ନୟାଗଡ ଅଫିସ, ୨୬।୫: ନୟାଗଡ ଜିଲାରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଔଷଧ ଦୋକାନ ଓ ସ୍ବାସ୍ଥ୍ୟସେବା ୨୪ ଘଣ୍ଟା...
ଖାତରୁ ମିଳିଲା ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ
ନୟାଗଡ ଅଫିସ/ରଣପୁର,୨୬।୫(ସ୍ବ.ପ୍ର.):ନୟାଗଡ଼ ଜିଲା ରଣପୁର ଥାନାର ବିରୁଡ଼ା ଅଞ୍ଚଳରେ ଏକ ମୃତଦେହ ଖାଲରେ ପଡିରହିଛି। ମୃତକ ହେଲେ ରାଇପଡାର ଆଦିତ୍ୟ ବେହେରା। ତେବେ ଆଦିତ୍ୟଙ୍କୁ ପୋଲିସ ହତ୍ୟା କରି ଫୋପାଡି ଦେଇଥିବା ଅଭିଯୋଗ ହେବା ସହ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା...
ଜ଼ିଲାପାଳଙ୍କ ଅଫିସ ଆଗରେ ଧାନ ରଖି ଆନ୍ଦୋଳନ କଲେ ଚାଷୀ
ଛତ୍ରପୁର, ୨୬।୫(ଡି.ଏନ.ଏ)-ଗଞ୍ଜାମ ଜିଲାରେ ଚାଷୀଙ୍କଠାରୁ ବଳକା ଧାନ କିଣିବା ଦାବି ନେଇ ଋଷିକୂଲ୍ୟା ରୟତ ମହାସଭା ନେତୃତ୍ୱରେ ଚାଷୀମାନେ ମଙ୍ଗଳବାର ଜ଼ିଲାପାଳଙ୍କ ଅଫିସ ଆଗରେ ଧାନ ବସ୍ତା ରଖି ଆନ୍ଦୋଳନ କରିଛନ୍ତି। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ...
ବିଷାକ୍ତ ମଦ ପିଇ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା: ମୃତଦେହ ରଖି ରାସ୍ତାରୋକୋ କଲେ ଗ୍ରାମବାସୀ
ପଦ୍ମପୁର,୨୬।୫(ଡି.ଏନ୍.ଏ.): ଭଦ୍ରକ ସଦର ବ୍ଲକ ଅଧିନ ସାବରଙ୍ଗ ପଞ୍ଚାୟତରେ ବିଷାକ୍ତ ମଦ ପିଆଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଭଗବାନ ବେହେରା। ଏନେଇ ମଙ୍ଗଳବାର ଗ୍ରାମାଞ୍ଚଳ ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି।...
ଦଇତାପତିଙ୍କର ହେବ କରୋନା ଟେଷ୍ଟ: ୨୭, ୨୮ରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସ୍ବାବ୍ ସଂଗ୍ରହ
ପୁରୀ ଅଫିସ,୨୬ା୫: ଦଇତାପତିମାନେ ସର୍ବଦା ମହାପ୍ରଭୁଙ୍କୁ ମିଳିତ ଭାବେ ସେବା ଯୋଗାଇ ଦେଇଥାନ୍ତି। ତେଣୁ ସେମାନଙ୍କର ସେବା ହେଉଛି ଗୋଷ୍ଠୀଗତ ସେବା। ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ମୁତାବକ ଚଳିତବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା ପହଣ୍ଡିରେ କେତେ ଦଇତାପତି ସାମିଲ ହେବେ ତାହା...
ଡେରାବିଶରେ ଆଉ ୨ କରୋନା ପଜିଟିଭ୍ ଚିହ୍ନଟ
ଡେରାବିଶ, ୨୬।୫(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲାରେ ସୋମବାର ୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨ ଜଣ ଡେରାବିଶ ବ୍ଲକର ବୋଲି ଜଣାପଡିଛି। ଡେରାବିଶ ବ୍ଲକ୍ରେ ଆଜିକୁ ମିଶାଇ ସମୁଦାୟ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲା...
Archives


