ଆମ ଜିଲା ଖବର

ବୈତରଣୀ ନଦୀ ପୋଲରୁ ବୋଲେରୋ ବୋଝେଇ ଶାଳ ଚୌକାଠ ଜବତ: ୨ ଗିରଫ

ପାଟଣା,୮।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ମୁଖ୍ୟାଳୟ ବୈତରଣୀ ନଦୀ ପୋଲ ନିକଟରୁ ଏକ ଶାଳ ଚୌକାଠ ବୋଝେଇ ବୋଲେରୋ ଗାଡିକୁ ସୋମବାର ଭୋରରୁ ପାଟଣା ବନ ବିଭାଗ ଜବତ କରିଛି। ଚୋରା କାଠ ବେପାରରେ ସମ୍ପୃକ୍ତ...

ପାଟଣା ବ୍ଲକରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ: ୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ପାଟଣା,୮ା୬(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତର ଜଣେ ୩୬ ବର୍ଷୀୟ ବିବାହିତ ଯୁବକଙ୍କ ସୋମବାର କରୋନା ପଜିଟିଭ୍‌ ଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏଥିସହ ପାଟଣା...

ସୁନ୍ଦରଗଡ଼ରୁ ୧୨ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧

ସୁନ୍ଦରଗଡ଼, ୮।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରୁ ସୋମବାର ପୁଣି ୧୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ରେ ପହଞ୍ଚିଛି। ତେବେ ଚିହ୍ନଟ ନୂଆ ସମସ୍ତ ଆକ୍ରାନ୍ତ କ୍ୱାରାଣ୍ଟାଇନ ସେଣ୍ଟରରୁ ବୋଲି ଜଣାପଡ଼ିଛି। ଏ...

ପୁରୀରୁ ୭ କରୋନା ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଲା

ପୁରୀ ଅଫିସ, ୮।୬: ପୁରୀ ଜିଲାରୁ ସୋମବାର ପୁଣି ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାରେ ମୋଟ ପଜିଟିଭ ସଂଖ୍ୟା ୧୦୮ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୮୫ଜଣ ସୁସ୍ଥ ହୋଇଥିଲା ବେଳେ ୨୩ଜଣ...

ପୂର୍ବତନ ଏମ୍‌ପି ଅର୍ଜୁନ ସେଠୀ ଅସୁସ୍ଥ

ଭଦ୍ରକ ଅଫିସ,୮ା୬ : ପୂର୍ବତନ ଭଦ୍ରକ ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀ ଏବେ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ବୋଲି ଜଣାପଡ଼ିଛି। ତାଙ୍କ ନିକଟରେ...

ସ୍ତ୍ରୀଙ୍କୁ ହାଣି ବୃଦ୍ଧଙ୍କ ଆତ୍ମହତ୍ୟା ଉଦ୍ୟମ

କେନ୍ଦ୍ରାପଡ଼ା ଅଫିସ,୮ା୬: ପରିଣତ ବୟସରେ ପାରିବାରିକ ମନୋମାଳିନ୍ୟ ଭୟଙ୍କର ରୂପ ନେଇଛି। କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁର ଗ୍ରାମର ଝିଙ୍ଗର ମଲ୍ଲିକ (୭୪) ସ୍ତ୍ରୀ ଘୁଙ୍ଗୁର(୭୦)ଙ୍କୁ ସୋମବାର ହାଣିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ଘୁଙ୍ଗୁରଙ୍କ...

ବିରାଶାଳ ଏୟାରଷ୍ଟ୍ରିପ୍‌ରେ ପ୍ରଶିକ୍ଷଣ ସମୟରେ ଖସିପଡ଼ିଲା ବିମାନ: ମୁଖ୍ୟ ପ୍ରଶିକ୍ଷକଙ୍କ ସହ ଜଣେ ଛାତ୍ରୀ ମୃତ

କାମାକ୍ଷାନଗର,୮ା୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ବିରାଶାଳ ସରକାରୀ ବିମାନ ପ୍ରଶିକ୍ଷଣ କେନ୍ଦ୍ରରେ ସୋମବାର ସକାଳେ ବିମାନ ଖସିପଡ଼ିବାରୁ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରଶିକ୍ଷଣ ଚାଲିଥିବା ସମୟରେ ମୁଖ୍ୟ ପ୍ରଶିକ୍ଷକଙ୍କ ସହ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ...

୨ଟି ମତରେ ଶ୍ୟାମ୍‌ ଷ୍ଟିଲ୍‌ ସାମଗ୍ରୀ: ଆପତ୍ତି ଉଠାଇଥିଲା ପ୍ରକଳ୍ପର ଅଥରିଟି ଇଞ୍ଜିନିୟର୍ସ

ଯାଜପୁର ଅଫିସ,୮।୬: ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାରେ ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ (ଓଏମ୍‌ବିଏଡିସି) ପାଣ୍ଠିରେ କାର୍ଯ୍ୟକାରୀ ହେଉଥିବା ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପରେ ନିମ୍ନମାନର ଶ୍ୟାମ୍‌ ଷ୍ଟିଲ ସାମଗ୍ରୀ ବ୍ୟବହାର ହୋଇଛି। ଏନେଇ ଗତ...

ଲକ୍‌ଡାଉନ୍‌ କୋହଳ ପରେ ଗାଡ଼ି ବିକ୍ରି ବଢ଼ିଛି

କଟକ ଅଫିସ,୮।୬: ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ଓଡ଼ିଶାରେ ଯାନବାହନ ବିକ୍ରି ବଢ଼ିଛି। ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ଏହି ସୂଚନା ଦେଇଛି। ମାର୍ଚ୍ଚ ୨୨ରେ ରାଜ୍ୟ ସରକାର ପ୍ରଥମେ ଲକ୍‌ଡାଉନ୍‌ ଘୋଷଣା କରିବା ପରଠାରୁ ଏଯାବତ୍‌ ତାହା...

କଟର ମେଶିନ ଛଡ଼ାଇନେଲେ

ଢେଙ୍କାନାଳ ଅଫିସ, ୮ା୬:  ଢେଙ୍କାନାଳ ଜିଲାରେ ପଥର ମାଫିଆଙ୍କ ଦାଦାଗିରି ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି। ବେଆଇନ ଖାଦାନରେ ଚଢ଼ାଉବେଳେ କେତେବେଳେ ସେମାନେ ଆକ୍ରମଣ କରୁଛନ୍ତି ତ ଆଉ କେବେ ଅଧିକାରୀଙ୍କୁ ଅଟକ ରଖୁଛନ୍ତି। ରବିବାର ଏହାର ପୁନରାବୃତ୍ତି ହୋଇଛି।...

ଏସ୍‌ସିବିରେ ୨ ସଫଳ ଅସ୍ତ୍ରୋପଚାର: ଯୋଡ଼ିହେଲା ଦୁଇଜଣଙ୍କ କଟା ହାତ

କଟକ ଅଫିସ,୮।୬: ଦୁଇ ଜଣଙ୍କ କଟିଯାଇଥିବା ହାତକୁ ଯୋଡ଼ି ସେମାନଙ୍କ ଜୀବନରେ ବଞ୍ଚତ୍ବାର ନୂତନ ଆଶା ସଞ୍ଚାର କରିଛି ଏସ୍‌ସିବି ମେଡିକାଲ। ଏହାର ପ୍ଳାଷ୍ଟିକ୍‌ ସର୍ଜରି ବିଭାଗ ମୁଖ୍ୟ ତଥା ମେଡିକାଲ ଅଧୀକ୍ଷକ ଡା. ଅନ୍ନଦା ପ୍ରସାଦ ପଟ୍ଟନାୟକ ଓ...

ଓଡ଼ିଆ ଯୁବକଙ୍କ ସଫଳତା: ୬୦୦ ଟଙ୍କାରେ କରୋନା ଟେଷ୍ଟିଂ କିଟ୍‌

କଟକ ଅଫିସ,୮ା୬: ଆଇଆଇଟି (ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି) ହାଇଦ୍ରାବାଦ ପକ୍ଷରୁ ଏକ କରୋନା ଟେଷ୍ଟିଂ କିଟ୍‌ ପ୍ରସ୍ତୁତ କରାଯାଇଛି। ଏହାର ମୂଲ୍ୟ ୬୦୦ ଟଙ୍କା ରହୁଥିବା ବେଳେ ୨୦ ମିନିଟ ମଧ୍ୟରେ ଏହା ଫଳାଫଳ ଦେଇପାରିବ ବୋଲି ଆଇଆଇଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri