ଆମ ଜିଲା ଖବର

ଜଳୁନି ଷ୍ଟ୍ରିଟ ଲାଇଟ, ମୋବାଇଲ ଟର୍ଚ୍ଚରେ ବିକ୍ରି କରୁଛନ୍ତି ମାଛ,ଏମିତି ଘଟଣା ଦେଖିବାକୁ ମିଳିଛି…

ଗଞ୍ଜାମ,୨୯।୧୦ (ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସାନ ବଜାରଠାରେ ମାଛ ମାର୍କେଟ ଅବସ୍ଥିତ। ବହୁ ଦାବି ପରେ ଏନଏସି ପ୍ରଶାସନ ପକ୍ଷରୁ ମାଛ ବେପାରୀମାନଙ୍କ ଲାଗି ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଛି । ହେଲେ ସାମାନ୍ୟ ବର୍ଷା ହେଲେ ଭେଣ୍ଡିଂ…

ଜୟଙ୍କ ପାଇଁ ଘର ଘର ବୁଲି ଭୋଟ ମାଗୁଛନ୍ତି ମା’

ନୂଆପଡ଼ା,୨୯ା୧୦(ମକାରୁ ବେମାଲ):ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ମଙ୍ଗଳବାର ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ତାଙ୍କ ମା’ କଳ୍ପନା ଢୋଲକିଆ ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି। ତାଙ୍କ ସହ କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ ଓ ଅନ୍ୟ ନେତାମାନେ ସାମିଲ…

ଟ୍ରକ୍‌କୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍‌: ଡ୍ରାଇଭର, ହେଲ୍‌ପର ମୃତ, ୯ ଗୁରୁତର

ଜଳେଶ୍ୱର,୨୯।୧୦ ( ନବିନ ସାହୁ): ଓଡ଼ିଶାରୁ କଲିକତା ଫେରୁଥିବା ଘରେଇ ଯାତ୍ରୀବାହୀ ବସ୍‌ ଜଳେଶ୍ୱର ଲକ୍ଷ୍ମଣନାଥ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ହେଲପର ଏବଂ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ…

ଟ୍ରକ୍‌ ପାର୍କିଂକୁ ନେଇ ତୁମୁଳକାଣ୍ଡ: ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ବରଗଡ଼,୨୯।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ବାନ୍ଦେନଟିକ୍ରାରେ ଟ୍ରକ୍‌ ପାର୍କିଂକୁ ନେଇ ଗତ କିଛିଦିନ ତଳେ ଉତ୍ତେଜନା ପ୍ରକାଶ ପାଇଥିଲା। ମଙ୍ଗଳବାର ଏଭଳି ଟ୍ରକ ପାର୍କିଂକୁ ନେଇ ବରଗଡ଼ ବ୍ଲକ ତୋରା ଗ୍ରାମରେ ଉତ୍ତେଜନା ଦେଖାଯାଇଥିଲା। ଗ୍ରାମର ରାସ୍ତା ପାଶର୍‌ବରେ ଟ୍ରକ୍‌ଗୁଡ଼ିକ ଧାଡ଼ି…

ରନ୍ଧା ମଟନ ଆଉ ମିଠା ଖାଇ ସବୁ ଲୁଟିନେଲେ ଦୁର୍ବୃତ୍ତ, କୋର୍ଟ କର୍ମଚାରୀ ଘରେ ନଥିବାର ସୁଯୋଗ ନେଇ…

ବଣାଇ,୨୯।୧୦(ପ୍ରଦୀପ ତ୍ରିପାଠୀ): ବଣାଇ ସହରରେ ବନ୍ଧୁକ ମୁନରେ ପ୍ରାୟ ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ନଗଦ ଟଙ୍କା, ସୁନା ଗହଣା ଲୁଟ ଘଟଣାକୁ ୨୪ ଘଣ୍ଟା ନ ପୂରୁଣୁ ପୁଣି ଦୁର୍ବୃତ୍ତମାନେ ଛତିଆଢିପାଠାରେ ଥିବା କୋର୍ଟ କର୍ମଚାରୀ ନିକୁଞ୍ଜ ବେହେରାଙ୍କ ଘରେ…

ବାତ୍ୟା ‘ମୋନ୍ଥା’: ପ୍ରଶାସନର ସ୍ବତନ୍ତ୍ର ନଜରରେ ପଟ୍ଟାଙ୍ଗି ବ୍ଲକ୍‌, ନେଟୱର୍କ ଅଚଳ ପାଇଁ…

ପଟ୍ଟାଙ୍ଗି,୨୮ା୧୦(ଶରତ କୁମାର ଧଳ)-ବାତ୍ୟା ମୋନ୍ଥାର ଗତିବିଧିକୁ ନେଇ କୋରାପୁଟ ଜିଲା ଆନ୍ଧ୍ର ସୀମାନ୍ତବର୍ତ୍ତୀ ପଟ୍ଟାଙ୍ଗି ବ୍ଲକ୍‌କୁ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନଜରରେ ରଖାଯାଇଛି। ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଏବଂ…

ରାତିରେ ଘରେ ପଶି ଖବରଦାତାଙ୍କୁ କାଠ ମାଫିଆଙ୍କ ଆକ୍ରମଣ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ…

ପାଟଣା,୨୮।୧୦(ବୀର କିଶୋର ଦାଶ): କେନ୍ଦୁଝର  ଜିଲା ପାଟଣା ଥାନା ଅନ୍ତର୍ଗତ କରଞ୍ଜିଆପଡା ଗ୍ରାମରେ ଏକ  ଜମିରୁ ମାଫିଆ ୟୁକାଲି ପଟାସ ଗଛ କାଟୁଥିବା ନେଇ ଏକ ୱେବ ଚ୍ୟାନେଲରେ ରବିବାର ଖବର ପ୍ରସାରଣ ହୋଇଥିଲା। ସୋମବାର ବିଳମ୍ବିତ ରାତ୍ରିରେ ଅନ୍ୟ ଏକ…

ଝିଅ ବାହାଘର ପାଇଁ ବ୍ୟାଙ୍କରୁ ଉଠାଇଥିଲେ ଲକ୍ଷାଧିକ ଟଙ୍କା, ପଲସରରେ ଆସି ଝାମ୍ପି ନେଇ ଚମ୍ପଟ ମାରିଲେ…

ଦିଗପହଣ୍ଡି,୨୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଜନଗହଳି ପୂର୍ଣ୍ଣ ବସଷ୍ଟାଣ୍ଡ – ପୁଞ୍ଜିକଂୟା ଛକ ମୁଖ୍ୟରାସ୍ତା କଡ଼ରେ ଥିବା ଷ୍ଟେଟବ୍ୟାଙ୍କ ସମ୍ମୁଖରୁ ୨ ଦୁର୍ବୃତ୍ତ ଜଣେ ମହିଳାଙ୍କଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ…

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ASI

କୋରାପୁଟ,୨୮।୧୦: କୋରାପୁଟ ଜିଲା ବି. ସିଂହପୁର ଥାନାର ପୋଲିସ ଏଏସଆଇ ନରସିଂହ ଦୋରା ଓ ତାଙ୍କର ସହଯୋଗୀ ସୁନାଧର ଅମାତ୍ୟ ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଘରୋଇ ହିଂସା ମାମଲାରେ ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବା ପାଇଁ…

ବାତ୍ୟା ‘ମୋନ୍ଥା’ ପ୍ରଭାବ: ପାହାଡ଼ ଘେରରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର,ରାମନଦୀରେ ବନ୍ୟା ସ୍ଥିତି, ପ୍ରଶାସନ…

ଦିଗପହଣ୍ଡି, ୨୮।୧୦(ଅଶେଷ ନାଥ ମିଶ୍ର): ସାମୁଦ୍ରିକ ବାତ୍ୟା ’ ମୋନ୍ଥା’ ପ୍ରଭାବରେ ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ ମଙ୍ଗଳବାର ଭୋରରୁ ତୁହାକୁ ତୁହା ବର୍ଷା ଲାଗିରହିଛି। ଫଳରେ ଘୋଡ଼ାହାଡ଼ ଓ ରାମନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତପ୍ତପାଣି, ଶୁଳିଆ, କରଡ଼ା,…

ବାତ୍ୟାରେ ମାଛ ଧରୁଛନ୍ତି ମତ୍ସ୍ୟଜୀବୀ: ଆରଡିରେ ଝୁଲୁଛି ତାଲା

ଭଞ୍ଜନଗର,୨୮ା୧୦(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବାତ୍ୟା ‘ମୋନ୍ଥା’ ପାଇଁ ମଙ୍ଗଳବାର ଦିନ ତମାମ କୋହଲା ପାଗ ରହିଛି। ବେଳେବେଳେ ଝିପଝିପି ବର୍ଷା ହେଉଥିଲା। ସନ୍ଧ୍ୟାରୁ ବର୍ଷା ପରିମାଣ ବଢ଼ିଛି। ତେବେ ବାତ୍ୟା ପାଇଁ ମତ୍ସ୍ୟଜୀବୀମାନେ ଚିନ୍ତାରେ ରହିଛନ୍ତି। ଭଞ୍ଜନଗର ଉପଖଣ୍ଡ…

ଘୋଡାହାଡ ନଦୀ ରେ ବଢୁଛି ଜଳସ୍ତର :ନଈ କୂଳିଆ ଲୋକେ ଭୟଭୀତ

ଦିଗପହଣ୍ଡି,୨୮।୧୦(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟା‘ମୋନ୍ଥା’ ପ୍ରଭାବରେ ମଙ୍ଗଳବାର ସକାଳୁ ତୁହାକୁ ତୁହା ବର୍ଷା ଲାଗିରହିଛି। ବର୍ଷା ଯୋଗୁ ଜଳସମ୍ପଦ ବିଭାଗ ଅଧୀନ ଦିଗପହଣ୍ଡିସ୍ଥିତ ଘୋଡାହାଡ ଡ଼୍ୟାମରୁ ସ୍ପିଲ ୱେ ମୁଖ୍ୟ ଫାଟକର ୨ଟି ଗେଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri