ଦିଅର ଟାଙ୍ଗିଆ ଚୋଟରେ ଚାଲିଗଲା ଭାଉଜ ଜୀବନ
ଭୁବନ, ୨୪।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ଥାନା ଭୂଷଳ ପଞ୍ଚାୟତ ଅଧୀନ ଅସୁରବନ୍ଧ ଦଳିତ ସାହିରେ ରବିବାର ରାତିରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ଦିଅର ରବୀନ୍ଦ୍ର ମଳିକ (୩୩)ଙ୍କ ଟାଙ୍ଗିଆ ଚୋଟରେ ଭାଉଜ ଲିଲି ମଳିକ (୩୨)ଙ୍କ ଜୀବନ ଯାଇଛି। ଅଭିଯୁକ୍ତଙ୍କ...
ନାମଲେଖା ନାଁରେ ଠକେଇ: ୨ ଦଲାଲଙ୍କୁ ବାନ୍ଧିଲା ପୋଲିସ
କଟକ ଅଫିସ,୨୪ା୮-ରାଜ୍ୟର ଏକ ପ୍ରତିଷ୍ଠିତ ସରକାରୀ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଦେବାର ପ୍ରଲୋଭନ ଦେଖାଇ ଜଣେ ବିଦ୍ୟାର୍ଥୀଙ୍କୁ ଠକିଥିବା ୨ ଜଣ ଦଲାଲ ଗିରଫ ହୋଇଛନ୍ତି। ଏହି ଘଟଣା ମର୍କତନଗର ଥାନା ଅଞ୍ଚଳରେ ଘଟିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଭୁବନେଶ୍ୱର...
ମୁନିଗାଡ଼ି, ଗହଙ୍ଗୁ ଗ୍ରାମ କଣ୍ଟେନମେଣ୍ଟ ଜୋନ୍
ଆସିକା,୨୪ା୮(ଡି.ଏନ୍.ଏ.)-କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆସିକା ବ୍ଲକ ମୁନିଗାଡ଼ି ପଞ୍ଚାୟତର ମୁନିଗାଡ଼ି ଓ ଗହଙ୍ଗୁ ପଞ୍ଚାୟତର ଗହଙ୍ଗୁ ଗ୍ରାମକୁ କଣ୍ଟେନ୍ମେଣ୍ଟ ଜୋନ ଘୋଷଣା କରାଯାଇଛି। ସେହିପରି ମୁନିଗାଡି ପଞ୍ଚାୟତର ସିଙ୍ଗିପୁର ଓ ବନ୍ଥପଲ୍ଲୀ ଏବଂ ଗହଙ୍ଗୁ ପଞ୍ଚାୟତର ଫାପଲପୁର ଓ...
ରାସ୍ତା ମଝିରେ କରୋନା ଆକ୍ରାନ୍ତଙ୍କୁ ଛାଡ଼ି ପଳାଇଲା ଆମ୍ବୁଲାନ୍ସ
ପଦ୍ମପୁର, ୨୪ା୮(ଡି.ଏନ୍.ଏ.)-କରୋନା ଆକ୍ରାନ୍ତ ଜଣେ ମହିଳାଙ୍କୁ କଟକରୁ ଗାଁକୁ ନେଇ ଆସୁଥିବା ଏକ ଘରୋଇ ଆମ୍ବୁଲାନ୍ସ ରାସ୍ତା ମଝିରେ ଛାଡ଼ି ପଳାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବାଲିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ନନ୍ଦପାଟଣା ଗ୍ରାମରେ...
ଦିଗପହଣ୍ଡି ତହସିଲଦାରଙ୍କୁ ଆକ୍ରମଣ ଘଟଣା: ୨୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ନାଁରେ ମାମଲା
ଦିଗପହଣ୍ଡି,୨୪।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଗାଁରେ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଅଦୈତ କୁମାର ସ୍ବାଇଁ ଏବଂ ଏନ୍ଫୋର୍ସମେଣ୍ଟ ସ୍କ୍ବାଡଙ୍କୁ ଶନିବାର ଆକ୍ରମଣ ହୋଇଥିଲା। ଏହି ଘଟଣାରେ କେ.ନୂଆଗାଁ ଥାନାରେ ୨୦ ଊର୍ଦ୍ଧ୍ୱ ଗ୍ରାମବାସୀଙ୍କ...
ମାଓବାଦୀ ପ୍ରବଣ ଅଞ୍ଚଳରେ କୁମ୍ବିଂ ଅପରେଶନ : ବିପୁଳ ପରିମାଣରେ ବିସ୍ଫୋରକ ବନ୍ଧୁକ ତିଆରି ସାମଗ୍ରୀ ଜବତ
ମାଲକାନଗିରି,୨୪।୮(ସ୍ବ.ପ୍ର.): ମାଲକାନଗିରି ଜିଲା କାଲିମେଳା ବ୍ଲକର ମାଓବାଦୀ ପ୍ରବଣ କୁରୁବ୍, ସୁଧାକୋଣ୍ଡା ଓ ଏଲ୍କାନୁର ଜଙ୍ଗଲରେ ସୋମବାର କୁମ୍ବିଂ ଅପରେଶନ ବେଳେ ବ୍ୟାପକ ପରିମାଣର ବିସ୍ଫୋରକ ଓ ବନ୍ଧୁକ ତିଆରି ସାମଗ୍ରୀ ଜବତ ହୋଇଛି। ଏ ନେଇ ଏସ୍ପି ହ୍ରିସିକେଷ...
ବାଲିଗୁଡ଼ା ଅଞ୍ଚଳରେ ମାଓବାଦୀ ବିରୋଧୀ ପୋଷ୍ଟର: କଟୁ ସମାଲୋଚନା
ବାଲିଗୁଡା,୨୪।୮(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳରେ ମାଓବାଦୀ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। କଞ୍ଜାଲଗୁ ହିଂସାକୁ ବିରୋଧ କରି ଆଇଏନ୍ପିପିଏଫ୍ ପକ୍ଷରୁ ବାଲିଗୁଡା ଥାନା ଅନ୍ତର୍ଗତ ନକ୍ସଲ ପ୍ରଭାବିତ ଅଞ୍ଚଳ ରାଇପଙ୍ଗା ଗ୍ରାମରେ ଲଗାଯାଇଛି। ଏଥିରେ ମାଓବାଦୀଙ୍କୁ କଟୁ ସମାଲୋଚନା...
ଟିକରସାହିର ନିଖୋଜ ବ୍ୟକ୍ତିଙ୍କ ମୃତଦେହ ବ୍ରାହ୍ମଣୀପାଳ କୁଶେଇ ନଦୀରୁ ଉଦ୍ଧାର
କେନ୍ଦୁଝର, ୨୪।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଦୈତାରୀ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଳ ସଉତୁଣୀ ନାଳ ନିକଟସ୍ଥ କୁଶେଇ ନଦୀରୁ ସୋମବାର ଏକ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ପଞ୍ଚମ ଗ୍ରାମ ଟିକରସାହିର ବୀରୁ ଆଙ୍ଗରାଇ(୫୮) ବୋଲି ଜଣାପଡିଛି। ସୂଚନାନୁଯାୟୀ, ବୀରୁ...
ଗଞ୍ଜାମରେ କରୋନାରେ ଗୁରୁତର ୬୧ ଜଣଙ୍କୁ ଦିଆଗଲାଣି ପ୍ଲାଜମା ଥେରାପି
ଛତ୍ରପୁର, ୨୪।୮(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନାରେ ଗୁରୁତର ୬୧ ରୋଗୀଙ୍କୁ ପ୍ଲାଜମା ଥେରାପି ଦିଆଗଲାଣି। ଜିଲାର ଶିତଳାପଲ୍ଲିସ୍ଥିତ କୋଭିଡ୍ ହସ୍ପିଟାଲରେ ଏହି ଗୁରୁତରମାନେ ଚିକିତ୍ସିତ ହେଉଛନ୍ତି। ଏ ନେଇ ଜିଲା କୋଭିଡ୍ ସେଲ୍ ପକ୍ଷରୁ ସୋମବାର ଟୁଇଟ୍କରି ସୂଚନା ଦିଆଯାଇଛି।...
ସୀମା ସିଲ୍ ଉଚ୍ଛେଦ ଦାବି କଲା ଭାଜପା
ବ୍ରହ୍ମପୁର ଅଫିସ,୨୪ା୮: ସାଧାରଣ ଲୋକଙ୍କ ଜୀବନ ଜୀବିକା ରକ୍ଷା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଅନ୍ୟପଟେ ରାଜ୍ୟ ସରକାର ବିନା କାରଣରେ କଟକଣା ଜାରି କରି ଲୋକଙ୍କୁ ହଇରାଣ କରୁଥିବା ଭାଜପା ଅଭିଯୋଗ କରିଛି। ସୀମା ସିଲ୍ ଯୋଗୁ ବହୁତ...
ଆଜି ଖୋର୍ଦ୍ଧାକୁ ଟପିଲା କଟକ, ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୪ା୮(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। କିଛିଦିନ ଧରି ଗଞ୍ଜାମରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଖୋର୍ଦ୍ଧା ଦ୍ୱିତୀୟ ସ୍ଥାନରେ ରହୁଥିଲା। ମାତ୍ର ସୋମବାର ଆକ୍ରାନ୍ତ ଚିହ୍ନଟରେ ଖୋର୍ଦ୍ଧାକୁ ଟପିଯାଇଛି କଟକ। ଆଜି...
ନଦୀ ପାର ହେଲେ ଗର୍ଭବତୀ, ମହାନତା ଦେଖାଇଲେ ଗ୍ରାମବାସୀ
ମାଲକାନଗିରି,୨୪ା୮(ସ୍ବ.ପ୍ର.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ଲଙ୍କାଗାଁରେ ଜଣେ ଗର୍ଭବତୀଙ୍କୁ ନଦୀ ପାର କରି ଗ୍ରାମବାସୀ ମହାନତା ଦେଖାଇଛନ୍ତି॥ ମାଓବାଦୀ ପ୍ରବଣ ଲଙ୍କାପଲ୍ଲୀ ଗାଁରେ ନା ଅଛି ମେଡିକାଲ ସୁବିଧା ନା ଅଛି ରାସ୍ତା। ମାଓବାଦୀଙ୍କ ଭୟରେ...
Archives


