ଦିଅର ଟାଙ୍ଗିଆ ଚୋଟରେ ଚାଲିଗଲା ଭାଉଜ ଜୀବନ

ଭୁବନ, ୨୪।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ଥାନା ଭୂଷଳ ପଞ୍ଚାୟତ ଅଧୀନ ଅସୁରବନ୍ଧ ଦଳିତ ସାହିରେ ରବିବାର ରାତିରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ଦିଅର ରବୀନ୍ଦ୍ର ମଳିକ (୩୩)ଙ୍କ ଟାଙ୍ଗିଆ ଚୋଟରେ ଭାଉଜ ଲିଲି ମଳିକ (୩୨)ଙ୍କ ଜୀବନ ଯାଇଛି। ଅଭିଯୁକ୍ତଙ୍କ କ୍ରୋଧରୁ ବର୍ତ୍ତିନାହାନ୍ତି ୫ ବର୍ଷର ଝିଆରି ଅଭୀସା। ତେବେ ସୌଭାଗ୍ୟବଶତଃ ସେ ବର୍ତ୍ତିଯାଇଛନ୍ତି। ହତ୍ୟାକାଣ୍ଡ ଘଟାଇବା ପରେ ଆତଙ୍କ ସୃଷ୍ଟି କରିଥିବା ରବୀନ୍ଦ୍ରଙ୍କୁ ପୋଲିସ କାବୁ କରିଛି। ମୃତ ମହିଳାଙ୍କ ସ୍ବାମୀ ଅଭିମନ୍ୟୁ ମଳିକଙ୍କ ଅଭିଯୋଗ ଅନୁଯାୟୀ ନଂ. ୨୩୫/୨୦, ଦଫା ୩୨୪, ୩୦୨ରେ ଏକ ମାମଲା ରୁଜୁ କରାଯାଇଛି।
ଏତଲାରେ ଦର୍ଶାଯାଇଛି, ରବିବାର ରାତିରେ ଅଭିମନ୍ୟୁ ଫସଲ ଜଗିବାକୁ ଜମିକୁ ଯାଇଥିଲେ। ସ୍ତ୍ରୀ ଲିଲି ଏବଂ ଝିଅ ଅଭୀସା ଘରେ ଶୋଇଥିଲେ। ଏହି ସମୟରେ ଭାଇ ରବୀନ୍ଦ୍ର ଗାଳିଗୁଲଜ କରିବା ଆରମ୍ଭ କରିଥିଲେ। ଶୋଇଥିବା ଅବସ୍ଥାରେ ଘରେ ପଶି ସ୍ତ୍ରୀଙ୍କୁ ହାଣି ଦେଇଥିଲେ। ଟାଙ୍ଗିଆ ଚୋଟରେ ଅଭୀସାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ସେ ଜୀବନ ବିକଳରେ ଦୌଡ଼ି ପଳାଇବା ସହ ଚିତ୍କାର କରିଥିଲେ। ପାଖପଡ଼ୋଶୀମାନେ ଆସିବା ବେଳକୁ ରବୀନ୍ଦ୍ର ଟାଙ୍ଗିଆ ବୁଲାଉଥିଲେ। ସୂଚନା ପାଇ ଥାନାଧିକାରୀ ଜିତେନ୍ଦ୍ର ସାହୁ ପହଞ୍ଚତ୍ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ୧୦୮ ଆମ୍ବୁଲାନ୍ସରେ ଲିଲିଙ୍କୁ ଭୁବନ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚିକିତ୍ସା ପରେ ଅଭୀସା ସୁସ୍ଥ ଅଛନ୍ତି। ସୋମବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ରବୀନ୍ଦ୍ରଙ୍କ ମାନସିକ ଅବସ୍ଥା ଠିକ୍‌ ନାହିଁ। ପାରିବାରିକ କହଳକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଅନୁମାନ କରିଛି। ତଦନ୍ତ ପରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଥାନାଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବକୁ ବିପଦ ରେଡ୍‌ବ୍ୟାଣ୍ଡ୍‌ ପୋକ

ଢେଙ୍କାନାଳ,୧୯ା୩(ରତନ ନାୟାର):ଆମ୍ବ ଚାଷରେ ଢେଙ୍କାନାଳ ଜିଲା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଜିଲାର ଜଳବାୟୁ ଫଳଚାଷ ପାଇଁ ଉପଯୁକ୍ତ ହୋଇଥିବାରୁ ପ୍ରତିବର୍ଷ ପ୍ରାୟ ୪୦ରୁ...

ନୀରବ, ନିମଶ୍ଚଳ ହାତୀ ଉଦ୍ଧାର କେନ୍ଦ୍ର

ଢେଙ୍କାନାଳ,୧୭ା୩(ରତନ ନାୟାର) ଖାଁ ଖାଁ ଲାଗୁଛି ପୂରା ପରିବେଶ। ସବୁଠି ଯେମିତି ଛାଇଯାଇଛି ନୀରବତା। ନିଶ୍ଚଳ ହୋଇଯାଇଛି ସବୁକିଛି। ଚୁପ୍‌ଚାପ୍‌ ହୋଇଯାଇଛନ୍ତି ମାହୁନ୍ତ ଦୀପୁଙ୍କ ସମେତ...

ଗାଧୋଉଥିବା ବେଳେ ନଦୀରେ ବୁଡିଗଲେ ଇଞ୍ଜିନିୟରିଂ ଛାତ୍ର

ପରଜଙ୍ଗ,୧୪।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଗାଁ ସ୍ଥିତ ବ୍ରାହ୍ମଣୀ ନଦୀରେ ବୁଡି ଜଣେ ଇଞ୍ଜିନିୟରିଙ୍ଗ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର...

ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ଼, ପେଟ୍ରୋଲ ଢାଳି ଦାମୀ ଗାଡ଼ି ପୋଡ଼ିଲେ ଦୁର୍ବୃତ୍ତ

କାମାକ୍ଷାନଗର,୧୪।୩(ସରୋଜ ଭୂଷଣ ମହାନ୍ତି): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରଙ୍ଗଧର ଷ୍ଟାଡିୟମ ପଛପାଖରେ ଥିବା ଜଣେ ବ୍ୟବସାୟୀଙ୍କ ଘର ଓ ଗ୍ୟାରେଜ ଉପରେ ବୁଧବାର ବିଳମ୍ବିତ...

୧୨୫ ଆସନରେ ବିଜେଡିର ବିଜୟ ହେବ

ଢେଙ୍କାନାଳ,୧୩।୩(ରତନ ନାୟାର): ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଏ ସମ୍ପର୍କରେ କିଛି ଜାଣି ନ ଥିବା...

ଭାଜପାରେ କାର୍ତ୍ତିକ, ସୁବିଧାଜନକ ସ୍ଥିତିରେ ବିଭୂତି

କାମାକ୍ଷାନଗର, ୧୦ା୩ (ଅମଜାଦ ଖାନ୍‌): ଚାରିଆଡ଼େ ନିର୍ବାଚନୀ ପବନ ବହୁଛି। ନିଲମ୍ବନ, ବହିଷ୍କାର, ଦଳଡିଆଁ, ମିଶ୍ରଣପର୍ବ ଆଦି ଜାରି ରହିଛି। ବିଭିନ୍ନ ଦଳରେ ଟିକେଟକୁ ନେଇ...

କପିଳାସ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ୧୦ ପ୍ଲାଟୁନ୍‌ ପୋଲିସ ମୁତୟନ

ଢେଙ୍କାନାଳ,୮ା୩(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସ ପୀଠରେ ଶୁକ୍ରବାର ମହାଶିବରାତ୍ରି ଓ ପ୍ରସିଦ୍ଧ ଜାଗରଯାତ୍ରା ଉପଲକ୍ଷେ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଭିଡ଼...

ଆଜି କପିଳାସରେ ପ୍ରସିଦ୍ଧ ଜାଗର ଯାତ୍ରା: ରାତି ୩ଟା ୫୫ରେ ଉଠିବ ମହାଦୀପ

ଢେଙ୍କାନାଳ,୮ା୩(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସରେ ଶୁକ୍ରବାର ମହା ଶିବରାତ୍ରି ଉପଲକ୍ଷେ ପ୍ରସିଦ୍ଧ ଜାଗର ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri