ହାଜତ ଭିତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା
ଜୟପୁର,୩୦ା୮(ନି.ପ୍ର.): କୋରାପୁଟ ଜିଲା ଜୟପୁର ସଦର ହାଜତ ଭିତରେ ଜଣେ ଅଭିଯୁକ୍ତ ଶନିବାର ବିଳମ୍ବିତ ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ପୋଲିସ ସୂଚନା ଦେଇଛି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ତଦନ୍ତ ଜାରି...
ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ଏସବୁ ସୁବିଧା କଲା ଗଞ୍ଜାମ ଜିଲା ପ୍ରଶାସନ: ଟୁଇଟ କରି ସୂଚନା ଦେଲେ ଜିଲାପାଳ
ଛତ୍ରପୁର,୩୦।୮(ଡି.ଏନ୍.ଏ.): ଜେଇଇ ପରୀକ୍ଷାର୍ଥୀମାନଙ୍କ ପାଇଁ ରହିବା, ବସ୍ ଆଦି ସମସ୍ତ ସୁବିଧା କରାଯାଇଥିବା ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ଟୁଇଟ କରି ସୂଚନା ଦେଇଛନ୍ତି। ଶିତଳାପଲ୍ଲୀସ୍ଥିତ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଓ ଖଲିକୋଟ କଲେଜ ଅଞ୍ଚଳରେ...
ସହାୟ ଆପ୍ ଜରିଆରେ ରୋଗୀଙ୍କୁ ନିଶୁଳ୍କ ସେବା
ଛତ୍ରପୁର,୩୦।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନମଣ୍ଡଳୀର ଭାଜପା ଯୁବନେତା ପ୍ରଶାନ୍ତ କୁମାର କର ଓ ଜିଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ହୋଇଥିବା ସହାୟ ଆପ୍ ଜରିଆରେ ରବିବାର ଆର୍ଯ୍ୟପଲ୍ଲୀ ପଞ୍ଚାୟତରେ ରୋଗୀମାନଙ୍କୁ ଚିକିତ୍ସା କରାଯିବା ସହ ମାଗଣା...
ଖୁଦୁରୁକୁଣୀ ଓଷା କରିବାକୁ ଯାଇ ନଦୀରେ ଭାସିଗଲେ ଯୁବତୀ
ନୟାଗଡ଼ ଅଫିସ,୩୦ା୮: ବୃତ୍ତଙ୍ଗ ନଦୀରେ ଭାସି ଯାଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲେ ହେଁ ସେମାନେ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି। ସୂଚନାଯୋଗ୍ୟ, ଟାକେରା ବରୁସାହିର କିଛି ଯୁବତୀ ଖୁଦୁରୁକୁଣୀ ଓଷା କରିଥିଲେ। ଆଜି...
ମା’ ପଡ଼ିଯିବାରୁ କୂଅକୁ ଡେଇଁଲେ ପୁଅ
ଛତ୍ରପୁର,୩୦।୮(ଡି.ଏନ୍.ଏ.): ବୃଦ୍ଧା ମା’ କୂଅରେ ପଡିଯିବାରୁ ତାଙ୍କୁ ଉଦ୍ଧାର କରିବାକୁ ଯାଇ କୂଅ ଭିତରକୁ ଡେଇଁଲେ ପୁଅ। ଏ ଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପୋଡ଼ାପଦର ପଞ୍ଚାୟତ ଅଧୀନ କୁମାରବେଗପଲ୍ଲୀ ଗ୍ରାମରେ। ସୂଚନାଯୋଗ୍ୟ, ସକାଳେ ଉକ୍ତ...
ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଲୁଟ୍: ସ୍ତ୍ରୀଙ୍କ ବେକରେ ମାରଣାସ୍ତ୍ର ଲଗାଇ ନେଲେ ୧୨ ଭରି ସୁନା ଅଳଙ୍କାର, ଦେଢ଼ ଲକ୍ଷ ଟଙ୍କା
ବ୍ରହ୍ମପୁର ଅଫିସ,୩୦।୮: ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ଶଟ୍ଡାଉନ୍ ଜାରିରହିଛି । ପୋଲିସ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯାଇଛି। ଏହାସତ୍ତ୍ୱେ ଡକାୟତ ଗ୍ୟାଙ୍ଗ ସକ୍ରିୟ ରହିଛନ୍ତି। ଶନିବାର ବିଳମ୍ବିତ ରାତିରେ ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ମହାନ୍ତି ସାହିରେ ରହୁଥିବା...
ଖାକିରେ ଦାଗ: ଏସ୍ଆଇ ନିଲମ୍ବିତ, ୨ ହୋମ୍ଗାର୍ଡ ଗିରଫ
ମାଲକାନଗିରି,୩୦।୮(ସ୍ବ.ପ୍ର.): ଖାକି ପୋଷାକରେ ଦାଗ। ଗଞ୍ଜେଇ ବ୍ୟବସାୟୀଙ୍କଠାରୁ ଜୋରଜବରଦସ୍ତି ଟଙ୍କା ଆଦାୟ ମାମଲାରେ ଏସ୍ଆଇ ନିଲମ୍ବିତ ଓ ଏଏସ୍ଆଇଙ୍କ ନାମରେ ମାମଲା ରୁଜୁ , ୨ ହୋମ୍ଗାର୍ଡଙ୍କୁ ଗିରଫ କରାଯାଇଛି। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲା ଖାଇରପୁଟ ବ୍ଲକ...
ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ଘରୁ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
ଭଦ୍ରକ ଅଫିସ,୩୦ା୮: ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ଘରୁ ଜଣେ ଅନୁସୂଚିତ ଜନଜାତିର ନାବାଳିକା ଶିଶୁ ଶ୍ରମିକକୁ ଉଦ୍ଧାର କରିଛି ଭଦ୍ରକ ଚାଇଲ୍ଡଲାଇନ୍ । ସମ୍ପୃକ୍ତା ନାବାଳିକାକୁ ଶିଶୁ ମଙ୍ଗଳ କମିଟି ସମ୍ମୁଖରେ ଉପସ୍ଥାପନ କରାଯିବା ପରେ ଆସିଆନା ମୁକ୍ତ...
ଶ୍ରୀନଅରରେ ସୁନିଆ: ଚାଲିଲା ୬୩ ଅଙ୍କ, ୧୪୨୮ ସାଲ
ପୁରୀ ଅଫିସ,୩୦। ୮: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଶାସନରେ ୬୨ଅଙ୍କ ଶେଷ ହୋଇଛି। ଶନିବାର ସୁନିଆ ଅବସରରେ ୬୩ ଅଙ୍କ ଏବଂ ୧୪୨୮ ସାଲ ଆରମ୍ଭ ହୋଇଛି। ସେଥିପାଇଁ ଶ୍ରୀନଅରରେ ପାରମ୍ପରିକ ରୀତିରେ ରାଜ ପରମ୍ପରା ଅନୁଷ୍ଠିତ ହୋଇଥିଲା।...
ସୁଜାତାନଗରବାସୀ ଜଳବନ୍ଦୀ: ଏସ୍ଆର୍ସିଙ୍କୁ ଟୁଇଟ୍ ପରେ ମଧ୍ୟ ପଦକ୍ଷେପ ଶୂନ
ପୁରୀ ଅଫିସ,୩୦। ୮: ପ୍ରତିବର୍ଷ ବର୍ଷାଦିନେ ସୁଜାତାନଗର ଏବଂ ମାଟିତୋଟା ଅଞ୍ଚଳବାସୀଙ୍କ ଦୁଃଖ ବଢିଯାଏ। ମାସାଧିକ କାଳ ସେମାନେ ଜଳବନ୍ଦୀ ଜୀବନ ବିତାଇଥାନ୍ତି। ଏଥର ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ସମାନ ଦୁର୍ଦ୍ଦଶା ଦେଖିବାକୁ ମିଳିଛି। ଦୁଇଦିନ ପୂର୍ବରୁ ହୋଇଥିବା ବର୍ଷା...
ଖୋର୍ଦ୍ଧାରେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା: ୧୫ରୁ ଉର୍ଦ୍ଧ୍ୱ ଗ୍ରାମ ଜଳମଗ୍ନ
ଖୋର୍ଦ୍ଧା ଅଫିସ,୩୦। ୮: ହିରାକୁଦ ଗେଟ୍ ଖୋଲାଯିବା ପରେ ରାଜୁଆ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଖୋର୍ଦ୍ଧା ବ୍ଲକ ଓରବରସିଂ, ନରଣଗଡ଼ ପଞ୍ଚାୟତର ୧୫ରୁ ଉର୍ଦ୍ଧ୍ୱ ଗ୍ରାମ ଜଳମଗ୍ନ ହୋଇଛି। ହଜାର ହଜାର ଏକର ଚାଷଜମି ପାଣିରେ ବୁଡି...
ପୁରୀରେ ନଦୀକୂଳିଆ ଲୋକେ ଛାନିଆ: କଣାସ ବ୍ଲକରେ ସ୍ଥିତି ଗମ୍ଭୀର
ପୁରୀ ଅଫିସ,୩୦। ୮: କରୋନା ଆତଙ୍କ ଥମି ନ ଥିବାବେଳେ ଆସୁଛି ବନ୍ୟା। ବୋଝ ଉପରେ ନଳିତା ବିଡ଼ା ସଦୃଶ ଏଭଳି ଦୁଃସ୍ଥିତିକୁ ସାମ୍ନା କରିବାକୁ ଯାଉଛନ୍ତି ଲୋକେ। ହୀରାକୁଦର ୪୬ଟି ଗେଟ୍ ଖୋଲାଯିବା ପରେ ମହାନଦୀରେ ବନ୍ୟା ଆସୁଛି।...
Archives


