ଆମ ଜିଲା ଖବର

ବର୍ଷା-ଅନୁଭବ ମାମଲା, ୭ରେ ଶୁଣାଣି

କଟକ ଅଫିସ, ୩୦ା୮: ବହୁଚର୍ଚ୍ଚିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ପାରିବାରିକ ବିବାଦ ମାମଲାରେ ବର୍ଷାଙ୍କ ଆବେଦନର ଶୁଣାଣି ୭ ତାରିଖକୁ ଘୁଞ୍ଚତ୍ଛି। ଫ୍ୟାମିଲି କୋର୍ଟର ନିର୍ଦ୍ଦେଶକୁ ନେଇ ବର୍ଷା ହାଇକୋର୍ଟରେ ପହଞ୍ଚତ୍ଛନ୍ତି।…

କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦ୍ବାଦଶ, ଦଶମ ଜେଇଇ ମେନ୍‌ ପରୀକ୍ଷାର କୃତୀ ଛାତ୍ରୀଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସମ୍ବର୍ଦ୍ଧିତ କରିଛନ୍ତି। ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟରଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ…

ଆଣ୍ଠୁଏ କାଦୁଅ ପାଲଟିଛି ଯିବାଆସିବା ରାସ୍ତା

କୋକସରା,୩୦।୮(ଡି.ଏନ୍‌.ଏ.): ବାରମ୍ବାର ରାସ୍ତାରେ କାମ ହେଉଛି, ହେଲେ ସୁଧୁରୁନାହିଁ ରାସ୍ତା ଅବସ୍ଥା। ଅଳ୍ପ ବର୍ଷା ହେଲେ ଆଣ୍ଠୁଏ କାଦୁଅରେ ଯାତାୟାତ କରୁଛନ୍ତି କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତବାସୀ। ଦର୍ଲିପଡା ଛକ ବିଜୁ ଏକ୍ସପ୍ରେସ ୱେରୁ ୪ କି.ମି. ରହିଥିବା…

ଗାଡ଼ି ସହ ଲକ୍ଷାଧିକ ଟଙ୍କାର କାଠ ଜବତ: ଜଣେ ଗିରଫ

ଠାକୁରମୁଣ୍ଡା,୩୦।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅଞ୍ଚଳରୁ ବନ କର୍ମଚାରୀ ସୋମବାର ରାତିରେ ଚୋରା କାଠ ବୋଝେଇ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଛନ୍ତି। ସେଥିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଶାଳ କାଠଥିବା ଜଣାପଡ଼ିଛି। ଘଟଣାରେ ସମ୍ପୃକ୍ତ ଜଣେ…

ଭିଜିଲାନ୍ସ ଜାଲରେ ଡିଏସ୍‌ପି

ଢେଙ୍କାନାଳ ଅଫିସ,୩୦।୮: ଢେଙ୍କାନାଳ ସଦର ଥାନା ଇନସ୍ପେକ୍ଟରରୁ ଡିଏସ୍‌ପିକୁ ପଦୋନ୍ନତି ହୋଇଥିବା ଅଭିନବ ଡାଳୁଆ ମଙ୍ଗଳବାର ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଡିଏସ୍‌ପି ପ୍ରଦ୍ୟୁମ୍ନ କୁମାର ଦ୍ୱିବେଦୀଙ୍କ ନେତୃତ୍ୱରେ ୧୧ ଜଣିଆ ଦଳ ସଦର…

ଲାଞ୍ଚ ନେଇ ଧରାପଡ଼ିଲେ ବିଇଓ

କେନ୍ଦୁଝର,୩୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବିଇଓ ଅଭୟ କୁମାର ବେହେରା ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିନେଇଛି। ତଦନ୍ତରୁ ଜଣାପଡ଼ିଛି, କାଶୀସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କମଳାକାନ୍ତ ପଣ୍ଡାଙ୍କ ବକେୟା ପାଉଣା…

ଡମ୍ପିଙ୍ଗ୍‌ ୟାର୍ଡ ପାଲଟିଛି ଧରାକୋଟ ମୁଖ୍ୟରାସ୍ତା କଡ଼

ଧରାକୋଟ,୩୦ା୮(ଡି.ଏନ୍‌.ଏ.): ଧରାକୋଟ ଗଡ଼ର ଉଭୟ ପଟ ରାସ୍ତା ପାଶର୍‌ବ ଡମ୍ପିଙ୍ଗ ୟାର୍ଡ ପାଲଟିଛି। ପ୍ରତିଦିନ ଦୋକାନ ବଜାରର ଅବ୍ୟବହୃତ ଅଳିଆ ଆବର୍ଜନାକୁ ରାସ୍ତା କଡ଼ରେ ପକାଇ ଦେଉଥିବାରୁ ଏଠାରେ ପୂତି ଗନ୍ଧାମୟ ପରିବେଶ ସୃଷ୍ଟି ହେଉଛି। ଏହାର ସୁଯୋଗ ନେଇ ସାଧାରଣ…

ହାତୀ ମୃତ୍ୟୁ ମାମଲା: ଫରେଷ୍ଟର,ଗାର୍ଡ ନିଲମ୍ବିତ

କେନ୍ଦୁଝର,୩୦।୮ (ସ୍ବ.ପ୍ର.) ସ୍ଥାନୀୟ ଓୟୁଏଟି କ୍ୟାମ୍ପସରେ ଦୁଇ ମାଈହାତୀ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିବା ଘଟଣାରେ ବନ ବିଭାଗ ଫରେଷ୍ଟର ପ୍ରଦୀପ ବାରିକ ଏବଂ ଗାର୍ଡ ମିତ୍ରଭାନୁ ନାଏକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ଆର୍‌ସିସିଏଫ୍‌ ତାଙ୍କୁ ନିଲମ୍ବନ…

ଧାନ ବିକିବା ଲାଗି ୧.୩୨ ଲକ୍ଷ ଚାଷୀ ପଞ୍ଜୀକୃତ

ଛତ୍ରପୁର,୩୦ା୮(ଡି.ଏନ୍‌.ଏ.): ଖରିଫ ଧାନ ବିକିବା ପାଇଁ ଆଗୁଆ ଅନଲାଇନ୍‌ରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ସରିଛି। ଚଳିତବର୍ଷ ଧାନ ବିକିବା ପାଇଁ ଗଞ୍ଜାମ ଜିଲାର ୧ଲକ୍ଷ ୩୨ ହଜାର ୬୪୭ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଅନଲାଇନ୍‌ ପଞ୍ଜୀକରଣ ଆବେଦନ ଜୁଲାଇ ୧୫ରୁ…

୩ ଦଫା ଦାବିରେ ରାସ୍ତା ଅବରୋଧ

ନିରାକାରପୁର,୩୦ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି. ଉଦୟଗିରି ଥାନା ଏସ୍‌ଆଇ ସ୍ବାଗତିକା ବେହେରା ଗତ ଶନିବାର ସରକାରୀ କ୍ୱାର୍ଟର୍ସରେ ଆତ୍ମହତ୍ୟା କରିଥିଲେ। ଆଇଆଇସି ରେବତୀ ଶବର ମାନସିକ ନିର୍ଯାତନା ଦେଇଥିବାରୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ସୋମବାର ତାଙ୍କ…

ଜି.ଉଦୟଗିରି ଥାନାରେ ନୂଆ ଆଇଆଇସି

ଜି.ଉଦୟଗିରି,୩୦।୮(ଡି.ଏନ.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଏସ୍‌ଆଇ ସ୍ବାଗତିକା ବେହେରା ଆତ୍ମହତ୍ୟା ଘଟଣାରେ ଛନ୍ଦି ହୋଇଥିବା ଆଇଆଇସି ରେବତୀ ଶବରଙ୍କୁ ରବିବାର ଜିଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଏସ୍‌ପି ଭିନୀତ ଅଗ୍ରଓ୍ବାଲ ଟିକାବାଲି ଆଇଆଇସି ଅଜୟ କୁମାର ସ୍ବାଇଁଙ୍କୁ ଜି.…

ମଦ ଦୋକାନ ପୋଡ଼ିଦେଲେ

ବାହାନଗା,୩୦ା୮(ଡି.ଏନ.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ନଇଛଣପୁର ଗ୍ରାମରେ ଖୋଲାଯାଇଥିବା ବିୟର ବାର୍‌ ଓ ମଦ ଦୋକାନ ସମେତ ମାଲିକଙ୍କ ଏକ କାର୍‌କୁ ରବିବାର ରାତିରେ କେହି ନିଅଁା ଲଗାଇ ପୋଡ଼ି ଦେଇଛି। ଏହି ଘଟଣାରେ ପୋଲିସ ୬ଜଣ ଗ୍ରାମବାସୀଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri