ଖୋଲିପାରେ ହିସାବୁର ଖଣି ଦୁର୍ନୀତି ଫାଇଲ

କେନ୍ଦୁଝର,୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳର ପୂର୍ବତନ ଉପନିର୍ଦ୍ଦେଶକ ତଥା ବର୍ତ୍ତମାନ ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘର, ଅଫିସ୍‌ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି। ଏଥିସହ ବିଭିନ୍ନ କାଗଜପତ୍ର ଓ ଫାଇଲ୍‌ ଜବତ କରାଯାଇ ଯାଞ୍ଚ କରାଯାଉଛି। ଶନିବାର ତାଙ୍କୁ ଭିଜିଲାନ୍ସ ଗିରଫ କରିଥିବାବେଳେ ଏହି ଘଟଣାକୁ ନେଇ ବିଶେଷକରି କେନ୍ଦୁଝର ଜିଲାରେ ନାନା ଗୁଞ୍ଜରଣ ଆରମ୍ଭ ହୋଇଛି। ତାଙ୍କ କାର୍ଯ୍ୟକାଳ ସମୟରେ ଛପି ରହିଥିବା ଖଣି ଦୁର୍ନୀତିର ଖୋଳତାଡ଼ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏଥି ମଧ୍ୟରେ ଯୋଡ଼ା ହିସାବୁର ସାଇଡିଂ ଖଣି ଦୁର୍ନୀତି ଫାଇଲ ରହିଥିବା ଶୁଣିବାକୁ ମିଳୁଛି।
ସୂଚନା ଅନୁଯାୟୀ, କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ଉଲିବୁର ଖଣି ମହାଦୁର୍ନୀତିର ଅନ୍ୟଏକ ଅଧ୍ୟାୟ ହିସାବୁର ସାଇଡିଂରେ ହୋଇଥିବା ଦୁର୍ନୀତିର ତଦନ୍ତ ସେ ସମୟରେ ହୋଇ ନ ଥିଲା। ଉକ୍ତ ସାଇଡିଂରୁ ବହୁ ପରିମାଣରେ ଖଣିଜ ପଥର ଚାଲାଣ ହୋଇଥିଲେ ହେଁ ତାହା ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ କରାଯାଇ ନ ଥିଲା। ବିପୁଳ ଖଣିଜ ପଥର ଚୋରା ଚାଲାଣ କରିଥିବା କୋଲକାତାସ୍ଥିତ ପରିବହନ ସଂସ୍ଥା ଏହି ଘଟଣାକୁ ଚପାଇବାକୁ ସେ ସମୟରେ ସଫଳ ହୋଇଥିଲା ବୋଲି କୁହାଯାଉଛି। ତେବେ ଉକ୍ତ ସଂସ୍ଥା ଘରୋଇ ବ୍ୟବହାର ପାଇଁ ଲୁହାପଥର ନେଇଥିବା ଦର୍ଶାଇ ବାହାରକୁ ପଠାଉଥିଲା। ଫଳରେ ରେଳ ମନ୍ତ୍ରଣାଳୟ ଭଡ଼ା ବାବଦକୁ ବହୁ ରାଜସ୍ବ କ୍ଷତି ସହିଥିଲା। ଏହା ଜଣାପଡ଼ିବା ପରେ ରେଳ ମନ୍ତ୍ରଣାଳୟ ମଧ୍ୟ ନୋଟିସ୍‌ କରିଥିଲା। ଉକ୍ତ ସାଇଡିଂରୁ ଚାଲାଣ ହୋଇଥିବା ବହୁ ପରିମାଣର ଲୁହାପଥର ଚୋରାରେ ରେଳ ଯୋଗେ ଯାଇଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ଘଟଣାକୁ ନେଇ ୫ବର୍ଷ ପୂର୍ବେ ଜଣେ ପୂର୍ବତନ ବିଧାୟକ ଓ କେତେଜଣ ସାମାଜିକ କର୍ମୀ ସମ୍ପୃକ୍ତ ଖଣି ଅଧିକାରୀଙ୍କ କାର୍ଯ୍ୟଧାରାକୁ ନେଇ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ସଂସ୍ଥା ନିଜର ନାମ ବଦଳାଇ କେନ୍ଦୁଝର ଜିଲାରୁ ଖଣିଜ ପଥର ଚାଲାଣ କରିଥିଲା ବୋଲି ଖଣି ବିଭାଗ ସବୁ ଜାଣି ବି ଚୁପ୍‌ ରହିବା ସମସ୍ତଙ୍କୁ ଚକିତ କରିଥିଲା।
ସେହି ସମୟରେ ଖଣି ମହାଦୁର୍ନୀତିକୁ ନେଇ ଖଣି ବିଭାଗର ବହୁ ଅଧିକାରୀ ଧରାପଡ଼ି ଜେଲ ଯାଇଥିଲେ ହେଁ ଭିଜିଲାନ୍ସ ଆଖିରୁ ଯୋଡ଼ା ଖଣି ମଣ୍ଡଳର ତତ୍‌କାଳୀନ ଉପନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ଖସିଯାଇଥିଲେ। କାର୍ଯ୍ୟାନୁଷ୍ଠାନ ବଦଳରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଖଣି ନିର୍ଦ୍ଦେଶାଳୟକୁ ବଦଳି କରାଯାଇଥିଲା। ପୁଣି ପରବର୍ତ୍ତୀ ସମୟରେ ସେ ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ସେହି ସମୟରେ ଖଣି ମହାଦୁର୍ନୀତିର ତଦନ୍ତ ଜଷ୍ଟିସ ଶାହା କମିଶନ କରୁଥିଲେ। ଶାହା କମିଶନ ତଦନ୍ତ ପାଇଁ କେନ୍ଦୁଝର ଖଣି ଅଞ୍ଚଳ ଗସ୍ତବେଳେ ଉମେଶ ଉକ୍ତ ଟିମ୍‌ରେ ଆସିଥିବା ଦେଖି ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ ବୋଲି ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ କହିଛନ୍ତି। ତେବେ ତାଙ୍କର ଅନେକ ଘର, ଜମି, ସୁନା ତଥା ଅର୍ଥ ଏବଂ ତାଙ୍କ ପରିବାର ନାମରେ ଫାର୍ମ ବିଭିନ୍ନ ଜିଲା ଓ ରାଜ୍ୟ ବାହାରେ ରହିଛି। ଏସବୁର ତଦନ୍ତ କରାଗଲେ ବହୁ ଦୁର୍ନୀତି ପଦାକୁ ଆସିପାରିବ। ତାଙ୍କ ସହିତ ଜଡ଼ିତ ଅନ୍ୟ ଖଣି ଓ ପରିବହନ ସଂସ୍ଥାଙ୍କ ମୁଖା ଖୋଲିବ ବୋଲି ସାମାଜିକ କର୍ମୀ ଗୁଲାବ ମୁଖତାର ରାଇନ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ୍‌ରେ ୩୩ ହଜାର ପଦବୀ ଖାଲି: ବଡ଼ ସୂଚନା ଦେଲେ DGP

ଭୁବନେଶ୍ୱର,୭।୮: ଓଡ଼ିଶା ପୋଲିସରେ ୩୩ ହଜାର ପଦବୀ ଖାଲି ରହିଛି। ଏନେଇ ଡିଜିପି ଓ୍ବାବି ଖୁରାନିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ…

କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା, ସିସିଟିଭିରେ ଲୁଟେରାଙ୍କ ଚେହେରା

ଡେରାବିଶ,୮ା୭(ବେବର୍ତ୍ତା ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତ ଫକୀରାବାଦ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିତ୍ତରଞ୍ଜନ ଦାଶଙ୍କ ପରିବାର ଘରେ ନ ଥିବାର ସୁଯୋଗ…

ପାହାଡ଼ରୁ ନିଖୋଜ ହୋଇଥିବା ୨ ଯୁବକ ୨୦ ଘଣ୍ଟା ପରେ ଉଦ୍ଧାର

ବରଗଡ଼,୮ା୭(ପ୍ରେମାନନ୍ଦ ଖମାରୀ/ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ରୁ ନିଖୋଜ ହୋଇଥିବା ୨ଯୁବକ ପ୍ରାୟ ୨୦ ଘଣ୍ଟାର ସନ୍ଧାନ ପରେ ସୁରକ୍ଷିତ ଉଦ୍ଧାର…

ମା’ ପାଇଁ ଗଛଟିଏ: ଚାରାରୋପଣ ପାଇଁ ଆଗ୍ରହ ଦେଖାଦେଉଛନ୍ତି ଛାତ୍ରୀଛାତ୍ର

ଦାରିଙ୍ଗବାଡି,୮।୭(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ୭୭ତମ ବନ ମହୋତ୍ସବ ତଥା ମା’ଙ୍କ ପାଇଁ ଗଛଟିଏ କାର୍ଯ୍ୟକ୍ରମ…

କୋଟିଆ ପଞ୍ଚାୟତରେ ଆନ୍ଧ୍ର ତହସିଲଦାର, SIR ସର୍ଭେକୁ ନେଇ…

ପଟାଙ୍ଗି,୮ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପଡ଼ୋଶୀ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଅନୁପ୍ରବେଶ…

ଭିଜିଲାନ୍ସ ଜାଲରେ ରେଞ୍ଜର, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ ସ୍ଥାନରେ ଚଢାଉ

କେନ୍ଦ୍ରାପଡା, ୮।୭ (ଜଗନ୍ନାଥ ଧଳ): କଟକସ୍ଥ ଭିଜିଲାନ୍ସ ବିଭାଗ ସ୍ବତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ରେଞ୍ଜର ରବିନ୍ଦ୍ର କୁମାର ନାୟକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

‘ସେ ଏହାର ଯୋଗ୍ୟ ଥିଲେ’: ବାରୁଇପୁର ବଳାତ୍କାର-ହତ୍ୟା ଅଭିଯୁକ୍ତଙ୍କ ମୃତଦେହ ନେବାକୁ ମନା କଲେ ମାଆ

କୋଲକାତା,୮।୭: ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳଙ୍କ ମାଆ ବୁଧବାର କହିଛନ୍ତି ଯେ ସେ ତାଙ୍କ ପୁଅର ମୃତଦେହ ଦାବି କରିବେ…

ଭିଜିଲାନ୍ସ ପଞ୍ଝାରେ ଖଣି ଉପନିର୍ଦ୍ଦେଶକ: ଏକକାଳୀନ ଚଢ଼ାଉବେଳେ ଘରୁ ମିଳିଲା ଏତେ ଟଙ୍କା

କୋରାପୁଟ/ଜୟପୁର,୮।୭ (ଅମିତାଭ ବେହେରା/ପବନ ପାଣିଗ୍ରାହୀ): ଜୟପୁରସ୍ଥିତ ଖଣି ବିଭାଗର ଉପନିର୍ଦ୍ଦେଶକ ସତ୍ୟଜିତ୍‌ ରାଉତ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି। ବାଲିଘାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri