ଆମ ଜିଲା ଖବର

ନିୟମିତ ଦାବିରେ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଚୁକ୍ତିଭିତ୍ତିକ ଶିକ୍ଷକ

କେନ୍ଦୁଝର,୩ା୫(ସ୍ବ.ପ୍ର.): ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥାକୁ ୭ ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଛେଦ ଘୋଷଣା କରିଥିଲେ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ଫଳସ୍ବରୂପ ନିୟମିତ ନିଯୁକ୍ତି ଦାବିରେ ବିଦ୍ୟାଳୟ ଓ…

ପଞ୍ଚାୟତ ସମିତି ବୈଠକ ବର୍ଜନ କଲେ ୧୦ ସମିତି ସଭ୍ୟାସଭ୍ୟ

କୋରୁକୋଣ୍ଡା,୩ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକଠାରେ ବୁଧବାର ପୂର୍ବାହ୍ନରେ ପଞ୍ଚାୟତ ସମିତିର ପଞ୍ଚମ ବୈଠକ ଆୟୋଜନ ହୋଇଥିବା ବେଳେ ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଙ୍କ ମନମୁଖୀ ଶାସନକୁ ନେଇ ପଞ୍ଚାୟତ ସମିତି ବୈଠକ ବର୍ଜନ କରିଥିଲେ ୧୦ ସମିତି ସଭ୍ୟାସଭ୍ୟ। ଏଥିସହିତ…

ସନ୍ଦେହ ଘେରରେ ନାବାଳିକାଙ୍କ ମୃତ୍ୟୁ, ୫ ଦିନ ପରେ ଥାନାର ଦ୍ୱାରସ୍ଥ ହେଲେ ଦୁଇ ଗୋଷ୍ଠୀ

କୋରୁକୋଣ୍ଡା,୩ା୫(ଡି.ଏନ୍‌.ଏ.): ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ୫ ଦିନ ପରେ ଦୁଇ ଗୋଷ୍ଠୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଆଦର୍ଶ ଥାନା ପରିସରରେ। ସୂଚନାନୁଯାୟୀ, କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମ୍‌ଭି-୪୯ ଗ୍ରାମର ହର କର୍ମକାରଙ୍କ…

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରଶାସନ ତତ୍ପର

ମାଲକାନଗିରି,୩ା୫(ଡି.ଏନ୍‌.ଏ.): ଆଗାମୀ ମୌସୁମୀ ବର୍ଷା ନେଇ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ତଥା ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଧ୍ୟକ୍ଷ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ…

ସମୁଦ୍ରରେ ବୁଡ଼ି ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ ଅଫିସ,୩ା୫: ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଯାଇ ବୁଧବାର ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମୁଦ୍ରର ୧୩ ନମ୍ବର ଜୋନ୍‌ ଅଞ୍ଚଳରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି।…

ମିଠା ଦୋକାନ ସିଲ୍‌ କଲା ପ୍ରଶାସନ: ପୋଲିସ-ଓକିଲ ମୁହାଁମୁହିଁ

ଗଞ୍ଜାମ,୩ା୫(ଡି.ଏନ୍‌.ଏ.): ଗଞ୍ଜାମ ବଡ଼ ବଜାର ମାର୍କେଟ କମ୍ପ୍ଲେକ୍ସ ଠାରେ ଥିବା ଗଣେଶ ପଟ୍ଟନାୟକ ମିଠା ଦୋକାନକୁ ବୁଧବାର ଜିଲା ପୋଲିସ ପ୍ରଶାସନ ସିଲ୍‌ କରିଥିବା ଜଣାପଡ଼ିଛି। ଦୀର୍ଘ ମାସ ହେବ ଦୋକାନ ମାଲିକ ଓ ଘର ମାଲିକଙ୍କ ମଧ୍ୟରେ ତିକ୍ତତା ଲାଗି…

୫୦୦ ଟଙ୍କା ଭତ୍ତା ପାଇଁ ୫ କିଲୋମିଟର ଚାଲିଲେ ବୃଦ୍ଧା

ଭବାନୀପାଟଣା,୩।୪(ସ୍ବ.ପ୍ର.): ଭତ୍ତା ପାଇଁ ସଂଘର୍ଷ। କଳାହାଣ୍ଡି ଜିଲାରୁ ପୁଣି ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଯେଉଁଠି ୫୦୦ ଟଙ୍କା ଭତ୍ତା ପାଇଁ ୫ କିଲୋମିଟର ଚାଲିକି ଯାଉଛନ୍ତି ଜଣେ ୮୦ ବର୍ଷୀୟ ବୃଦ୍ଧା । ଯାହାର ଭିଡିଓ ଏବେ ଭାଇରାଲ…

ଓଲଟିଲା ଗୋରୁ ବୋଝେଇ ପିକ୍‌ଅପ୍‌,୪ମୃତ,୪ ଆହତ

ଖଇରା,୪।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସୋର-କୁପାରୀ ରାସ୍ତାର ଖଇରା ଥାନା ଅଧୀନ ବାଙ୍କିତିରା ଛକ ନିକଟରେ ବୁଧବାର ଦୁର୍ଘଟଣା ଘଟିଛି। ଏକ ଗୋରୁ ବୋଝେଇ ପିକ୍‌ଅପ୍‌ ଭାରସାମ୍ୟ ହରାଇ ଓଲଟି ପଡିବା କାରଣରୁ ଘଟଣାସ୍ଥଳରେ ୪ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଏହା ସହ…

ଦୁଇ ବହିଷ୍କୃତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନାମରେ ଏତଲା ଦେଲେ ବିଇଓ

ଫୁଲବାଣୀ ଅଫିସ,୩।୫: କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକରେ ଦୁଇ ଶିକ୍ଷକ ଶିକ୍ଷୟିତ୍ରୀ ନକଲି ବିଇଡି ପ୍ରମାଣପତ୍ର ଦାଖଲ କରି ଚାକିରି ହରାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଯାଞ୍ଚ ବେଳେ ବିଇଡି ନକଲି ପ୍ରମାଣପତ୍ର ଦେଇ କନିଷ୍ଠ ଶିକ୍ଷକ ଭାବେ କଟକ ଜିଲା…

ଟ୍ରକ ଚକା ତଳେ ଚାଲିଗଲା ବୃଦ୍ଧଙ୍କ ଜୀବନ

ବ୍ରହ୍ମପୁର ଅଫିସ,୩।୫: ବ୍ରହ୍ମପୁର ସହର ଦେଇ ଯାଇଥିବା ଜାତୀୟ ରାଜପଥ ୫୯- ଆସ୍କାରୋଡ ପୋଲିସ କଲୋନୀ ଛକରେ ବୁଧବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଟ୍ରାଫିକ…

ବିଲ୍‌ ଉଠିଛି, ଶ୍ରମିକ ପାଇନାହାନ୍ତି

ଲାଞ୍ଜିଗଡ଼,୩।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଳି ପଞ୍ଚାୟତ ଅନ୍ତର୍ଗତ ଘାଟିକୁଣ୍ଡରୁ ଗାଁରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମହାଦୁର୍ନୀତି ଏବଂ ମାସ ମାସ ଧରି ଶ୍ରମିକଙ୍କୁ ପାରିଶ୍ରମିକ ରାଶି ମିଳୁ ନ ଥିବା ଅଭିଯୋଗ ହୋଇଛି I କେନ୍ଦ୍ର ସରକାର ଗରିବ ଲୋକଙ୍କୁ କର୍ମ…

ଚାରା ଉତ୍ପାଦନରେ ପଛୁଆ

ରାଉରକେଲା ଅଫିସ,୩।୫: ରାଉରକେଲା ପାନପୋଷ ମଣି କଲୋନୀରେ ଉଦ୍ୟାନ କୃଷି ବିଭାଗ ଅଧୀନରେ ଥିବା ଚାରା ଉତ୍ପାଦନ ଫାର୍ମକୁ ଆବଶ୍ୟକ ଆର୍ଥତ୍କ ଅନୁଦାନ ମିଳୁନାହିଁ। ଫଳରେ ଫାର୍ମରେ ଧାର୍ଯ୍ୟଲକ୍ଷ୍ୟ ଅନୁସାରେ ଚାରା ଉତ୍ପାଦନ ହୋଇପାରୁନାହିଁ। ସୂଚନା ଅନୁସାରେ, ପାନପୋଷ ମଣି କଲୋନୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?