ଆମ ଜିଲା ଖବର

ବଜ୍ରପାତରେ ନାବାଳକଙ୍କ ସମେତ ୨ ମୃତ, ୩ ଆହତ

ବାଣପୁର(ଶଙ୍କର ବସ୍ତି)/ଗମ୍ଭାରୀମୁଣ୍ଡା,୨ା୯(ଦିଲ୍ଲୀପ ସ୍ବାଇଁ): ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଞ୍ଚଳରେ ଶନିବାର ବଜ୍ରପାତ ହେବାରୁ ଜଣେ ନାବାଳକଙ୍କ ସମେତ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଏହି ଥାନା ଅଧୀନ ଅରାଙ୍ଗ ଗ୍ରାମର ରଞ୍ଜିତ୍‌…

ଜଙ୍ଗଲ କାଟି ୩ କୋର୍ଟ ଚାଲାଣ

କୋକସରା,୨ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଧର୍ମଗଡ଼ ବନାଞ୍ଚଳ ଆମପାଣି ସେକ୍ସନ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବେଆଇନ ଜଙ୍ଗଲ କାଟିବା ଅଭିଯୋଗରେ ଶନିବାର ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଆମପାଣି ବନ ବିଭାଗ।…

ବିନା ଏନ୍‌ଓସିରେ ଚାଲିଛି ପେଟ୍ରୋଲ ପମ୍ପ୍‌, ୨୨ ପମ୍ପ୍‌କୁ ନୋଟିସ୍‌

କେନ୍ଦୁଝର,୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାରତୀୟ ଜାତୀୟ ରାଜପଥ ପ୍ରାଧୀକରଣ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌କୁ କେନ୍ଦୁଝର ଜିଲାରେ ଅନେକ ପେଟ୍ରୋଲ ପମ୍ପ୍‌ ମାଲିକ ମାନୁନାହାନ୍ତି। ଫଳରେ ଏନ୍‌ଏଚ୍‌ରେ ଟ୍ରାଫିକ ଜାମ୍‌ ଓ ଦୁର୍ଘଟଣା ବଢୁଥିବା ଅଭିଯୋଗ ହେଉଛି। ଏନ୍‌ଓସି ନ…

ଗାଈଗୋଠକୁ ମାରିଲା ବିଜୁଳି, ଚାଲିଗଲା ୨ ଗୋରୁଙ୍କ ଜୀବନ, ୩ ଆହତ

କୋଟଗଡ଼,୨ା୯(ସରୋଜ ବଳିୟାରସିଂ): କୋଟଗଡ଼ ବ୍ଲକ ଜୁଡ଼ାବାଲି ପାଞ୍ଚାୟତର ଶ୍ରାଳିଗୁଡାର ରାଶିଫୁଲ ବାରିକଙ୍କ ବଜ୍ରପାତରେ ଦୁଇ ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି। ଶନିବାର ଅପରାହ୍ନରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଏହି ସମୟ ପଡ଼ିଆରେ ଚରୁଥିବା ଗାଈଗୋଠକୁ…

ଡିଜିଟାଲ ଡିସ୍‌ପେନସାରୀ କର୍ମଚାରୀଙ୍କୁ ଛଟେଇ, ପୁନଃ ନିଯୁକ୍ତି ଦାବି

କେନ୍ଦୁଝର,୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚାଲିଥିବା ଡିଜିଟାଲ ଡିସ୍‌ପେନସାରୀରେ କାମ କରୁଥିବା କର୍ମଚାରୀ ଏଏନ୍‌ଏମ ଏବଂ ଏଲ୍‌ଟିମାନଙ୍କୁ କାମରୁ ଛଟେଇ କରି ଦିଆଯାଇଥିବାରୁ ଏହାର ପ୍ରତିବାଦରେ ସେମାନେ ଶନିବାର ଜିଲାପାଳଙ୍କୁ ଲିଖିତ ଅଭିଯୋଗ ଜଣାଇ ନ୍ୟାୟ ଦାବି କରିଛନ୍ତି। ଉକ୍ତ…

ବସ୍‌ଷ୍ଟାଣ୍ଡ ପାଇଁ ସ୍ଥାନ ନିରୂପଣ ନେଇ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ରାଇରଙ୍ଗପୁର/ଯଶୀପୁର,୨ା୯(ମନୋରଞ୍ଜନ ତିରିଆ/ସରୋଜ କୁମାର ମହାନ୍ତ): ମୟୂରଭଞ୍ଜ ଜିଲା ଯଶୀପୁରର ବ୍ଲକ୍‌ସ୍ତରୀୟ ବସ୍‌ଷ୍ଟାଣ୍ଡ ବ୍ଲକ୍‌ କାର୍ଯ୍ୟାଳୟ ନିକଟରେ କରାଯିବା ପାଇଁ ସ୍ଥାନ ନିରୂପଣ ନିମନ୍ତେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଏବଂ ଯଶୀପୁର ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ତରଫରୁ ଯଶୀପୁର ତହସିଲଦାର କ୍ରେସେନ୍‌ସିଆ ତିର୍କୀଙ୍କୁ ଦାବିପତ୍ର…

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ

କେନ୍ଦୁଝର,୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସ୍ବତନ୍ତ୍ର ଅତିରିକ୍ତ ଜିଲାଜଜ୍‌ (ପୋକ୍ସୋ) ଶୁଭଶ୍ରୀ ତ୍ରିପାଠୀ ଶନିବାର ଜଣେ ୧୦ ବର୍ଷୀୟା ଶିଶୁକନ୍ୟାଙ୍କୁ ବଳାତ୍କାର ମାମଲାରେ ଶୁଣାଣି କରି ପ୍ରତାପ ପୃଷ୍ଟି ନାମକ ଜଣେ ଯୁବକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା…

ରାସ୍ତା କଡ଼କୁ ଓଲଟିଲା ଟ୍ୟାଙ୍କର, ଡ୍ରାଇଭର ଗୁରୁତର

ଭବାନୀପାଟଣା,୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୋବରା ନିକଟରେ ଶନିବାର ଏକ ପେଟ୍ରୋଲ ଟ୍ୟାଙ୍କର ଭରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା। ଫଳରେ ଏଥିରେ ବସିଥିବା ଚାଳକ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ…

ହତ୍ୟା ମାମଲା: ଆଜୀବନ ଜେଲ ଦଣ୍ଡାଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ଛତ୍ରପୁର,୨ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଟାଟା ଜମି ଅଧିଗ୍ରହଣ ସମୟରେ ପୋଲିସ ରିଜର୍ଭ ଇନ୍ସପେକ୍ଟରଙ୍କୁ ହତ୍ୟା ମାମଲାରେ ଛତ୍ରପୁର ପୂର୍ବତନ ବିଧାୟକ ଏନ୍‌. ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ଆଜୀବନ ଜେଲ ହୋଇଥିଲା। ଏ ସମ୍ପର୍କରେ ବ୍ରହ୍ମପୁର ଏଡିଜେ-୩ ପକ୍ଷରୁ…

ନିର୍ମାଣାଧୀନ କୋଠାରୁ ମିଳିଲା ଯୁବକଙ୍କ ମୃତଦେହ

ଯାଜପୁର,୨।୯: ଯାଜପୁର ମେଡିକାଲ କଲେଜ ନିକଟରେ ନିର୍ମାଣାଧୀନ ପୌରପାଳିକା କାର୍ଯ୍ୟାଳୟ କୋଠରୀରୁ ଏକ ମୃତଦେହ ମିଳିଛି । ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତକ ପଣସା ପଞ୍ଚାୟତର ମୋଟ୍ରାଙ୍ଗ ପାଳ ଗାଁର ଜିଲୁ ବୋଲି…

ସାଳନ୍ଦୀ ନଦୀରେ ନିଖୋଜ ଥିଲେ ମହିଳା: ମିଳିଲା ମୃତଦେହ

ଠାକୁରମୁଣ୍ଡା,୨।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ମହୁଲଡ଼ିହା ଥାନା ଅନ୍ତର୍ଗତ ଡଙ୍ଗାଡ଼ିହା ଗ୍ରାମ ଦେଇ ଯାଇଥିବା ସାଳନ୍ଦୀ ନଦୀରେ ଶୁକ୍ରବାର ସନ୍ଧ୍ୟାରେ ଭାସିଯାଇ ଜଣେ ମହିଳା ନିଖୋଜ ହୋଇଥିଲେ। ଶନିବାର ସକାଳେ ଅଗ୍ନିଶମ ବିଭାଗ ମହିଳା ଜଣଙ୍କ ମୃତଦେହ ଉଦ୍ଧାର…

ପୁରୀ ପେଣ୍ଠକଟାରେ ବୋମା ବିସ୍ଫୋରଣ

ପୁରୀ,୨।୯(ଅଜିତ୍‌ ମହାନ୍ତି): ପୁରୀ ପେଣ୍ଠକଟା ପେଟ୍ରୋଲ ପମ୍ପ ନିକଟ ଡଙ୍ଗା ଫ୍ୟାକ୍ଟ୍ରିରେ ଅଘଟଣ ଘଟିଛି। ଏକ ମାଛ ଧରା ଡଙ୍ଗାରେ ବୋମା ବିସ୍ଫୋରଣ । ଶନିବାର ହଠାତ୍‌ ପେଟ୍ରୋଲ ପମ୍ପ ପଛ ପଟେ ବିସ୍ଫୋରଣ ହୋଇଥିଲା। ଏଥିରେ ଡଙ୍ଗାଟି ସଂପୂର୍ଣ୍ଣ ଭାଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?