ଆମ ଜିଲା ଖବର

ପାଣିରେ ବୁଡ଼ିଛି ଧାନତଳି, ଆଶଙ୍କାରେ ଚାଷୀ

କର୍ଲାମୁଣ୍ଡା,୨ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଦୁଇଦିନ ଧରି ପ୍ରବଳ ବର୍ଷା ଯୋଗୁ ନଦୀନାଳ ଭର୍ତ୍ତି ହୋଇଥିବା ବେଳେ ଚାଷୀଙ୍କ ଜମି ମଧ୍ୟ ଜଳ ମଗ୍ନ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଫଳରେ ରୁଆ ଓ ବେଉଷଣ ହୋଇଥିବା ଧାନତଳି…

ଜୁଡ଼ିଆ ଘାଟିରେ ପଥର ଅତଡ଼ା ଖସିଲା

କେନ୍ଦୁଝର,୨ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଲଗାଣ ବର୍ଷାରେ କେନ୍ଦୁଝର ସୀମା ଜୁଡ଼ିଆ ଘାଟିରେ ଭୂସ୍ଖଳନ ହୋଇଛି। ପାହାଡ଼ରୁ ମାଟି, ଗଛଲତା ସହିତ ବଡ଼ ପଥର ଖଣ୍ଡ ୪୯ ନଂ ଜାତୀୟ ରାଜପଥ ଉପରେ ପଡ଼ିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏକ…

ବିପଦ ସଙ୍କେତ ଟପିଲା ବୈତରଣୀ

ଆନନ୍ଦପୁର,୨ା୮(ସନ୍ତୋଷ ରାଉତ): ବୈତରଣୀ ନଦୀରେ ହଠାତ ବନ୍ୟାଜଳ ପ୍ରବେଶ କରିବାରୁ ଆନନ୍ଦପୁର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ବୁଧବାର ସକାଳ ୬ଟାରେ ଆନନ୍ଦପୁରଠାରେ ବୈତରଣୀର ବନ୍ୟାଜଳ ୩୪.୦୩୦ ମି. ରହିଥିଲା ବେଳେ ୯ଟାରେ ସତର୍କ ସଙ୍କେତ ଅତିକ୍ରମ କରି ୩୭.୪୫୦…

ବନ୍ୟାଜଳରେ ଭାସି ଯାଇଥିଲେ ମହିଳା, ଉଦ୍ଧାର କଲା ଅଗ୍ନିଶମ ବିଭାଗ

ଆନନ୍ଦପୁର,୨ା୮(ସନ୍ତୋଷ ରାଉତ.): କେନ୍ଦୁଝର ଜିଲା ଆନନ୍ଦପୁର ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସାହାସିକତା ପାଇଁ ବୈତରଣୀ ବନ୍ୟାଜଳରେ ଭାସିଯାଇଥିବା ଜଣେ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇପାରିଛି। ବୁଧବାର ସକାଳେ ଫକୀରପୁରର ମହିଳା ଜଣଙ୍କ ଶୌଚ ହେବା ପାଇଁ ନଦୀ ନିକଟକୁ ଆସିଥିଲେ। ଏହି…

ଲଗାଣ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି, କାମ କରୁନି ନେଟ୍‌ଓ୍ବାର୍କ

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳର ସିମନବାଡ଼ିରେ ଦୁଇ ଦିନ ହେଲା ବିଦ୍ୟୁତ୍‌ ସେବା ଅଚଳ ହେବା ସହ ମୋବାଇଲ ନେଟଓ୍ବାର୍କ ଫେଲ୍‌ ମାରିଛି। ଏବେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ…

ଲଗାଣ ବର୍ଷାରେ ଧସିଲା ଘର, ଚାପି ହୋଇଗଲେ ଗୋଟିଏ ପରିବାରର ୬ ସଦସ୍ୟ

ଭବାନୀପାଟଣା,୨ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ବିମଳା ଗ୍ରାମରେ ବୁଧବାର ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଲଗାଣ ବର୍ଷା ଯୋଗୁ ଏଠାକାର ଗୋଟିଏ ଘର ହଠାତ୍‌ ଧସିପଡ଼ିବାରୁ ପରିବାରର ୬ ଜଣ ସଦସ୍ୟ ତଳେ ଚାପିହୋଇ ଯାଇଥିଲେ।…

‘ଦିନ ମଜୁରିଆ ମହିଳାଙ୍କ ପିଲାଙ୍କ ପାଇଁ ଯତ୍ନ କେନ୍ଦ୍ର ଖୋଲ’

ଛତ୍ରପୁର,୨ା୮(ସନ୍ତୋଷ ପାଢ଼ୀ): ତିନି ଦିିନିଆ ଗଞ୍ଜାମ ଗସ୍ତରେ ଆସିଛନ୍ତି ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଅବନୀକାନ୍ତ ସାହୁ। ବୁଧବାର ପ୍ରଥମ ଦିନରେ ଛତ୍ରପୁରରେ ପହଞ୍ଚିବା ପରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି…

ହିଲଭିୟ୍ୟୁ ଘାଟିରେ ଭୂସ୍ଖଳନ: ଲଗାଣ ବର୍ଷାରେ ବିପଦ ସାଜିଛି ଘାଟି

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ଫଳରେ ଅଞ୍ଚଳରେ ଅନେକ ସ୍ଥାନରେ ନାଳ, ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ଦୁର୍ଗମ ରାସ୍ତାଗୁଡିକରେ ଜଳ ଜମାହେବା ସହ ଅନେକ ସ୍ଥାନରେ କାଦୁଅ ହୋଇଛି…

ପାଣି ଘେରରେ ଝାଙ୍କରପାଲି ଆରଆର ବିସ୍ଥାପିତ କଲୋନୀ

ଲୋସିଂହା ୨।୮(ସୁଶାନ୍ତ ବାରିକ):ଲୋୟର ସୁକତେଲ ଡ଼୍ୟାମ ଯୋଗୁ ଲୋଇସିଂହା ବ୍ଲକ ଅନ୍ତର୍ଗତ ବିସ୍ଥାପିତ ଡୁଙ୍ଗରୀପାଲି ଗ୍ରାମବାସୀଙ୍କୁ ସ୍ଥାନାନ୍ତରଣ କରାଯାଇଛି। ଜିଲା ପ୍ରଶାସନ ତରଫରୁ ବିସ୍ଥାପିତ ଗ୍ରାମବାସୀଙ୍କୁ ନିକଟସ୍ଥ ଝାଙ୍କରପାଲି ଆରଆର କଲୋନୀ ଅସ୍ଥାୟୀ କ୍ୟାମ୍ପରେ ଥଇଥାନ କରାଯାଇଛି। ଅସ୍ଥାୟୀ କ୍ୟାମ୍ପରେ ଗ୍ରାମର…

ଦାବି ପୂରଣ ନ ହେଲେ କାର୍ଯ୍ୟବନ୍ଦ କରିବେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ ) ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇରୁ ଯୁକ୍ତ ତିନିକୁ ଉନ୍ନିତ, ଦରମା ହାର ଲେବଲ ୫ର ୨୧ହଜାର ୭୦୦ରୁ ଲେବଲ ୯ର ୩୫ହଜାର ୪୦୦କୁ ବୃଦ୍ଧି ଏବଂ ଦଶବର୍ଷ ପୂରଣ କରିଥିବା ନିର୍ବାହୀ ଅଧିକାରୀଙ୍କୁ ସ୍ବତନ୍ତ୍ର ପଦବୀରେ ଅବସ୍ଥାପିତ…

ଢେଙ୍କାନାଳ ବାଘ ଶୂନ୍ୟ

ଢେଙ୍କାନାଳ, ୨।୮(ରତନ ନାୟାର): ଢେଙ୍କାନାଳରୁ ହଜିଗଲେ କଲରାପତରିଆ। କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ପ୍ରକାଶିତ ରିପୋର୍ଟରେ ଏଭଳି ଚମକାଇଦେବା ଭଳି ତଥ୍ୟ ଉଲ୍ଲେଖ ରହିଛି। ମାତ୍ର ବର୍ଷେ ଭିତରେ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଘୂରି ବୁଲୁଥିବା…

ଶିକ୍ଷା ପାଇଁ ବାଜିରେ ଲାଗୁଛି ଜୀବନ

ମୋହନା,୨।୮(ମନ୍ମଥ ମିଶ୍ର): ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗଜପତି ମୋହନା ବ୍ଲକ ବୁଢ଼ାପଙ୍କା ଉରା ନାଳରେ ଆଜି ଯାଏ ହୋଇ ପାରୁନି ପୋଲ। ଫଳରେ ଛାତ୍ରୀଛାତ୍ରମାନେ ସେହି ନାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?