ଆମ ଜିଲା ଖବର

ବାଲି ଚାଲାଣ ଘଟଣା, ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି,୨୦ା୧୦(ଅଶେଷ ନାଥ ମିଶ୍ର)- ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଅନ୍ତର୍ଗତ ପତ୍ରଚୂଡି ଗ୍ରାମ ନିକଟ ବାହୁଦା ନଦୀରୁ ବେଆଇନ ବାଲି ଚାଲାଣ କରୁଥିବା ଜଣେ ଟ୍ରାକ୍ଟର ଚାଳକଙ୍କୁ ଗିରଫ କରାଯାଇଛି। ସେ ହେଲେ ଦିଗପହଣ୍ଡି ଥାନା ବଡଡୁମ୍ବୁଳା ଗ୍ରାମର ବଳରାମ…

ମହାବଳ ବାଘ ଠାବ

ପାରଳାଖେମୁଣ୍ଡି, ୨୦ା୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଣ୍ଡାହାତୀ ଜଳପ୍ରପାତ ନିକଟସ୍ଥ ସନ୍ତୋଷପୁର ଗ୍ରାମ ନିକଟରେ ମହାବଳ ବାଘ ଠାବ କରାଯାଇଛି। ଗତ ୧୮ ତାରିଖ ଦିନ ଗୋଟିଏ ଗାଈକୁ ଘୋଷାରି ନେଇ ମାରିଥିବା ଘଟଣା ସାମ୍ନାକୁ ଆସିଥିଲା।…

ସଉତୁଣୀଙ୍କୁ କିରୋସିନ ଢାଳି କରିଥିଲେ ହତ୍ୟା

ବ୍ରହ୍ମପୁର,୨୦।୧୦( ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ୍‌-୩ ରାଜ କୁମାର ଦାଶ ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣକୁ ଆଧାର କରି ବିଚାରପତି ମହିଳା ସଂଯୁକ୍ତା ବେହେରାଙ୍କୁ ହତ୍ୟା କରିଥିବା…

ପାର୍ବଣରେ ଚଢାଉ: ଧରାପଡ଼ିଲେ ୪ ମଦ ବେପାରୀ

ଧାମନଗର,୨୦।୧୦(ସନ୍ତୋଷ କୁମାର ମହାପାତ୍ର): ପାର୍ବଣକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନେତୃତ୍ୱରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଉପଅଧୀକ୍ଷକ ଅନିତା ପ୍ରଧାନ, ଭ୍ରାମ୍ୟମାଣ ସ୍କ୍ବାଡ୍‌ ନିରୀକ୍ଷକ ସୁଶ୍ରୀ ସଙ୍ଗୀତା ମହାନ୍ତିଙ୍କୁ ନେଇ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଝିଅ-ନାତି ମୃତ, ଅଜା ଗୁରୁତର

ଖଲ୍ଲିକୋଟ,୨୦ା୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ଶୁକ୍ରବାର ଅପରାହ୍ନରେ ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ଦୁଇ ମୃତ ଏବଂ ଜଣେ ଗୁରୁତର ହୋଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନାନୁଯାୟୀ, ଉକ୍ତ ଗ୍ରାମର…

ଏହି ସବୁ କାରଣ ପାଇଁ ଚିନିକଳ ବନ୍ଦ କରିବାକୁ ହୋଇଛି ନିଷ୍ପତ୍ତି

ବରଗଡ଼,୨୦।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ତୋରା ସମବାୟ ଚିନିକଳ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କ ସମବାୟ ସମିତି ସମୂହର ରେଜିଷ୍ଟ୍ରାର ଉଦ୍ଧବ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ନିର୍ଦ୍ଦେଶନାମା ନଂ-୧୮୨୭୩ ତା-୧୬।୧୦।୨୦୨୩ରିଖରେ ବିଭିନ୍ନ କାରଣ…

ମାଲକାନଗିରିରୁ ବ୍ରହ୍ମପୁର ସାଇକେଲ ଯାତ୍ରା: କ’ଣ ରହିଛି ଏହାର ଉଦ୍ଦେଶ୍ୟ

ମାଲକାନଗିରି,୨୦।୧୦(ନୃସିଂହ ଚରଣ ମହାନ୍ତି): ବିଦ୍ୟୁତ୍‌ ଉପଭୋକ୍ତା ଏବଂ କର୍ମଚାରୀଙ୍କ ସୁରକ୍ଷା ସମ୍ପର୍କିତ ବାର୍ତ୍ତା ନେଇ ଟିପିଏସ୍‌ଓଡିଏଲ୍‌ କର୍ମଚାରୀ ଇଂ.ସୌମ୍ୟ ରଞ୍ଜନ ଲେଙ୍କା ଶୁକ୍ରବାର ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି। ସେ ସୁଦୂର ମାଲକାନଗିରିରୁ ବାହାରି ସିଲ୍କସିଟି…

ସିଲ୍‌ ହେଲା କାଜୁ ଫ୍ୟାକ୍ଟ୍ରି

ଛତ୍ରପୁର,୨୦ା୧୦(ଦିଲ୍ଲୀପ ସାମଲ): ବ୍ୟାଙ୍କରୁ ନେଇଥିବା ଋଣ ଟଙ୍କା ଶୁଝି ପାରି ନ ଥିବାରୁ ଶୁକ୍ରବାର ସ୍ଥାନୀୟ ବଜରଙ୍ଗ ସାହିରେ ଥିବା ଏକ କାଜୁ ଫ୍ୟାକ୍ଟ୍ରିକୁ ପୋଲିସ ଓ ମାଜିଷ୍ଟେଟ୍‌ଙ୍କ ଉପସ୍ଥିତିରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସିଲ୍‌ କରାଯାଇଛି। ସୂଚନାଯୋଗ୍ୟ, ସେତେବେଳର ଆନ୍ଧ୍ରବ୍ୟାଙ୍କ…

ଅଧାପନ୍ତରିଆ ଆର୍ମି ସିଏସ୍‌ଡି କ୍ୟାଣ୍ଟିନ କାର୍ଯ୍ୟ

ରାଉରକେଲା,୨୦।୧୦(ଦିନେଶ ମିଶ୍ର): ରାଉରକେଲା ସେକ୍ଟର-୬ ସ୍ଥିତ ଏନ୍‌ସିସି ନବମ ବାଟାଲିୟନ ପରିସରରେ ଅବସରପ୍ରାପ୍ତ ସେନା କର୍ମଚାରୀମାନଙ୍କ ପାଇଁ ଏକ ଆର୍ମି ସିଏସ୍‌ଡି କ୍ୟାଣ୍ଟିନ ପ୍ରତିଷ୍ଠା କରିବାକୁ ୨୦୨୧ରେ ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ କ୍ୟାଣ୍ଟିନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ…

୭ ଦଶନ୍ଧି ପରେ ଗାଁରେ ଲାଗିଲା ଷ୍ଟ୍ରିଟ୍‌ ଲାଇଟ୍‌

ଦଶମନ୍ତପୁର,୨୦ା୧୦(ଅରବିନ୍ଦ ନାୟକ): ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ରୂପେ ନିର୍ବାଚିତ ହେବା ପରେ ଜଣେ ସରପଞ୍ଚ ଭୋଟ ସମୟରେ ପଞ୍ଚାୟତବାୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି। ଦୀର୍ଘ ୭ ଦଶନ୍ଧି ୭୦ ବର୍ଷ ଧରି ଷ୍ଟ୍ରିଟ୍‌ ଲାଇଟ୍‌ ଏକ ଗ୍ରାମରେ ସେ ଷ୍ଟ୍ରିଟ୍‌…

ଜାକେଡ଼ା ପମ୍ପ୍‌ ହାଉସ୍‌ରେ ନିମ୍ନମାନର କାମ ଅଭିଯୋଗ

ନୂଆଗାଁ,୨୦।୧୦(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଜାକେଡା ପଞ୍ଚାୟତ ଜାକେଡାଠାରେ ଥିବା ପମ୍ପ ହାଉସ ମରାମତି ଅତିନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ରହିଥିବା ଅଭିଯୋଗ ହୋଇଆସୁଛି ।…

ଲୁଚାଛପାରେ ବାଣ ତିଆରି ଚାଲିଛି

ନୟାଗଡ଼ ଅଫିସ,୨୦।୧୦: ନୟାଗଡ଼ ଜିଲାର ବିଭିନ୍ନ ଥାନା ଅଧୀନ ଗାଁ ଗହଳିରେ ବେଆଇନ ଭାବେ ବାଣ ତିଆରି ହେଉଛି । ଜନବସତିରେ ବାଣ ତିଆରି ହେଉଥିଲେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ନାହିଁ । ଗତ ୧୧ ବର୍ଷ ଭିତରେ ବାଣ ବିସ୍ଫୋରଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?