ଲୁଚାଛପାରେ ବାଣ ତିଆରି ଚାଲିଛି

ନୟାଗଡ଼ ଅଫିସ,୨୦।୧୦: ନୟାଗଡ଼ ଜିଲାର ବିଭିନ୍ନ ଥାନା ଅଧୀନ ଗାଁ ଗହଳିରେ ବେଆଇନ ଭାବେ ବାଣ ତିଆରି ହେଉଛି । ଜନବସତିରେ ବାଣ ତିଆରି ହେଉଥିଲେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ନାହିଁ । ଗତ ୧୧ ବର୍ଷ ଭିତରେ ବାଣ ବିସ୍ଫୋରଣରେ ୧୪ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି । ୧୪ଜଣଙ୍କ ମୃତ୍ୟୁ ପରେ ବି ବାଣ ତିଆରି ଆଜି ମଧ୍ୟ ଲୁଚାଛପାରେ ଛାଲିଛି । ଜିଲା ସଦର ମହକୁମା ସମେତ ବିଭିନ୍ନ ସ୍ଥାନରେ ବେଆଇନ ବାଣ ଦୋକାନ ଖୋଲି ବିକ୍ରି ହେଉଛି । କିଛି ଅଘଟଣ ଘଟିଲେ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି । ଏଭଳିସ୍ଥଳେ ଚଳିତ ବର୍ଷ ଦଶହରା ସମୟରେ ବିଭିନ୍ନ ଥାନା ପକ୍ଷରୁ କିଛି ବାଣ ପ୍ରସ୍ତୁତି ସ୍ଥାନ ଉପରେ ଚଢ଼ାଉ କରାଯାଇଛି। ତେବେ ଜଣେ କିମ୍ବା ଦୁଇଜଣଙ୍କୁ ଗିରଫ କରାଯାଇ ବାଣ ଚଢ଼ାଉରେ ପୂର୍ଣ୍ଣଚ୍ଛେଦ ପକାଯାଉଛି । ତେବେ ଗିରଫ ପରେ ବି ବାଣ ପ୍ରସ୍ତୁତି ହେଉଥିବା ଅଭିଯୋଗ ହେଉଛି ।
ସୂଚନା ଅନୁଯାୟୀ, ୨୦୧୨ରେ ଇଟାମାଟି ଥାନାର ଗୋବିନ୍ଦପୁରରେ ବାଣ ବିସ୍ଫୋରଣରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୬ରେ ଇଟାମାଟି ତନ୍ତିସାହିରେ ବିସ୍ଫୋରଣ ଘଟି ୮ଜଣଙ୍କ ମୃତ୍ୟୁ ଘଟିଥିଲା । ସେହିପରି ୨୦୧୯ରେ ଶରଣକୁଳ ଥାନାର ଗୋଡିପଡ଼ାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୫ରେ ତେଣ୍ଡାବାଡ଼ିରେ ଜଣେ ଲୋକଙ୍କ ମୃତ୍ୟୁ ହୋଇଥିଲା । ବାଣ ତିଆରିର କୌଶଳକୁ ଦେଖିଲେ ସବୁ ବାଣ ଜନବସତିରେ ହେଉଥିଲା । ୨୦୧୨ଠାରୁ ୨୦୧୯କୁ ଅନୁଧ୍ୟାନ କଲେ ପୋଲିସର କାର୍ଯ୍ୟାନୁଷ୍ଠାନ ସନ୍ତୋଷଜନକ ନୁହେଁ । ବାଣ ବ୍ୟବସାୟୀ ଆଗରେ ପୋଲିସ ହାତ ଟେକି ଦେଲାପରି ଜଣାପଡୁଛି । ୨୦୨୦ ପରଠାରୁ ୩ବର୍ଷ ହେଲା କିଛି ଅଘଟଣ ଘଟି ନ ଥିଲେ ମଧ୍ୟ ବେଆଇନ ବାଣ କାରବାର ଉପରେ ରୋକ୍‌ ଲାଗି ପାରିନି । ଗାଁ ଗହଳିରେ ବେଆଇନ ବାଣ ତିଆରି ଚାଲିଛି । ସେହିଭଳି ଗାଁ ଓ ସହରରେ ବେଆଇନ ଭାବେ ବିଭିନ୍ନ ସ୍ଥାନରେ ଲାଇସେନ୍ସ ନ ଥାଇ ବାଣ ବିକ୍ରି ହେଉଛି । ନୟାଗଡ଼ ସହର, ଗୋଡିପଡ଼ା, ଇଟାମାଟି, ଭାପୁରର ଜାମୁସାହି, ନୂଆଗାଁର କୋରଡା ପରି ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ବାଣ ବିକ୍ରି ହେଉଛି । ବେଆଇନ ବାଣ ବିକ୍ରି ହେଲେ ସରକାରୀ ନିୟମ ପାଳନ ହେଉ ନ ଥିବାରୁ ବିସ୍ଫୋରଣକୁ ଏଡାଇ ହେବ ନାହିଁ । ଅନ୍ୟପକ୍ଷେ ଲାଇସେନ୍ସପ୍ରାପ୍ତ ବାଣ ବ୍ୟବସାୟୀ କ୍ଷତିରେ ପଡିବେ । ଏନେଇ ଜଣେ ବାଣ ବ୍ୟବସାୟୀ ନାଁ ଗୋପନ ରଖି କହିଛନ୍ତି, ଜନବସତିରେ ବାଣ ବ୍ୟବସାୟ ସମ୍ପର୍କରେ ପୋଲିସ ଜାଣେ । ହେଲେ ବାଣ ବ୍ୟବସାୟୀ ସହ ପୋଲିସର ସମ୍ପର୍କ ଯୋଗୁ କିଛି ଅସୁବିଧା ନ ଥାଏ । ଅଘଟଣ ଘଟିଲେ କେହି ଜାଣି ନାହାନ୍ତି ବୋଲି ସଫେଇ ଦିଆଯାଏ । କିଛି ଦିନ ପରେ ସବୁ କିଛି ଠିକ୍‌ ହୋଇଯାଏ, ଯାହା ଗୋବନ୍ଦପୁର, ଇଟାମାଟି, ଗୋଡିପଡ଼ା ଓ ତେଣ୍ଡାବାଡ଼କୁ ନଜିର ଭାବେ ଧରାଯାଏ । ଅନ୍ୟପକ୍ଷେ ବିଭିନ୍ନ ସମୟରେ ବାଣ ବିସ୍ଫୋରଣରେ ମୃତ୍ୟୁ ଘଟୁଥିଲେ ମଧ୍ୟ ଏହି ଅଘଟଣର କାରଣକୁ ମଧ୍ୟ ପରିବର୍ତ୍ତନ କରାଯାଇଥାଏ ମୋଟାମୋଟି ଭାବେ ପ୍ରଶାସନ ବେଆଇନ ବାଣ ବିକ୍ରି ଓ ପ୍ରସ୍ତୁତି ଉପରେ ଲଗାମ ଲଗାଇବା ଦରକାର ବୋଲି ମତ ପ୍ରକାଶ ପାଇଛି।
ଏନେଇ ନୟାଗଡ଼ ସଦର ଥାନା ଆଇଆଇସି ଅନିତା ସାହୁ, ଇଟାମାଟି ଥାନା ଆଇଆଇସି ଦିଲୀପ ସ୍ବାଇଁ, ଶରଣକୁଳ ଥାନା ଆଇଆଇସି ପୁଷ୍ପଲତା ବେହେରା କୁହନ୍ତି, ବେଆଇନ ବାଣ ଉପରେ ନଜର ଅଛି। ଅଧିକାଂଶ ସମୟରେ ଚଢ଼ାଉ ଚାଲିଛି। ଫତେଗଡ଼ ଥାନା ଆଇଆଇସି ସୁଜିତ କୁମାର ଦାସ କୁହନ୍ତି, ଦଶହରାକୁ ଆଖି ଆଗରେ ରଖି ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ ଜାରି ରହିଛି । ଗତ ୧୬ ତାରିଖରେ ଜାମୁସାହିରୁ ୮୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ବାଣ ଜବତ ହୋଇଥିଲା। ୨୩୬/୨୩ରେ ମୋକଦ୍ଦମା ରୁଜୁ ହୋଇ ଭଗବାନ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ନୂଆଗାଁ ଥାନା ଅଧିକାରୀ ନାରାୟଣ ଚନ୍ଦ୍ର ଲେଙ୍କା କୁହନ୍ତି, କୋରଡାରେ ବେଆଇନ ବାଣ ବିକ୍ରି ହେଉଥିବା ଅଭିଯୋଗ ହୋଇ ଆସୁଥିଲା। ଗତ ୧୬ରେ ଚଢ଼ାଉ କରାଯାଇ ୧୬୪/୨୩ରେ ମୋକଦ୍ଦମା କରାଯାଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?