ଆମ ଜିଲା ଖବର

ସମ୍ପର୍କୀୟଙ୍କ ଏକ ଦଶାହ କାର୍ଯ୍ୟକୁ ଯିବା ହେଲା କାଳ: ବ୍ରିଜ ତଳକୁ ଖସିଲା …

ଥୁଆମୂଳ ରାମପୁର,୧ା୯ (ଦୁର୍ଗା କୀର୍ତ୍ତି): ସୋମବାର ରାତି ପ୍ରାୟ ସାଢେ ୮ଟାରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବଡ଼ଛତ୍ରଙ୍ଗ ଗ୍ରାମ ନିକଟ କାନ୍ଦୁଲଭଜା ଡଙ୍ଗର ପାଖ ବ୍ରିଜ ତଳକୁ ଖସି ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି।...

ପଞ୍ଜୀକରଣ ବ୍ୟବସ୍ଥାକୁ ନେଇ ତାତିଲେ ଚାଷୀ: ଡିଆର୍‌ସିଏସ୍‌ଙ୍କ ଅଫିସରେ ତାଲା ପକାଇ…

ବରଗଡ଼,୧।୯(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ରାଜ୍ୟ ସରକାରଙ୍କ ପଞ୍ଜୀକରଣ ବ୍ୟବସ୍ଥାକୁ ନେଇ ଚାଷୀ ଅସନ୍ତୋଷ ତୁଟିନାହିଁ। ପଞ୍ଜୀକରଣ ଅବଧି ସରିଯିବା କାରଣରୁ ଅନେକ ଚାଷୀ ପଞ୍ଜୀକୃତ ହୋଇପାରିନାହାନ୍ତି। ଅନ୍ୟପକ୍ଷେ ଚାଷୀମାନେ ପଞ୍ଜୀକରଣ ଅବଧି ବୃଦ୍ଧି ପାଇଁ ଦାବି...

ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କଲା ଭାଜପା

ଭବାନୀପାଟଣା,୧ା୯(ଉତ୍ତମ କୁମାର ଦାଶ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମା’ଙ୍କ ନାମରେ ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଶାଳୀନ ମନ୍ତବ୍ୟ ଦେବା ଘଟଣାକୁ ନେଇ ସୋମବାର କଳାହାଣ୍ଡି ଜିଲା ଭବାନୀପାଟଣା ଗାନ୍ଧୀ ଛକଠାରେ ଭାଜପା...

ଜିଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ: ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ପୁରସ୍କୃତ

ନୂଆପଡ଼ା,୧ା୯ (ମକାରୁ ବେମାଲ): ନୂଆପଡ଼ା ଜିଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ଗୁରୁବାର ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର୍‌ ଷ୍ଟାଡିୟମଠାରେ ଶତାଧିକ କ୍ରୀଡ଼ାବିତ, ବୁଦ୍ଧିଜୀବୀ, କ୍ରୀଡା ସଂଗଠକ ଉପସ୍ଥିତ ରହି ହକି ଖେଳର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଫୋଟୋଚିତ୍ରରେ...

ମଦ, ଗଞ୍ଜେଇ ବିକ୍ରି ବନ୍ଦ ଦାବିରେ ଧାରଣା

ନୂଆପଡ଼ା,୧ା୯ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଟାନୱାଟ ପଞ୍ଚାୟତ ରତିପାଲି ଗାଁରେ ବେଆଇନ ଭାବରେ ଦେଶୀ, ବିଦେଶୀ ମଦ ସାଙ୍ଗକୁ ଗଞ୍ଜେଇ ଓ କୋରେକ୍ସ ବିକ୍ରୟ ହେଉଛି। ଏହାକୁ ବନ୍ଦ କରିବା ପାଇଁ ଗ୍ରାମବାସୀ ବିଭିନ୍ନ ସମୟରେ ଜିଲା...

ଗୋପାଳପୁର ବେଳାଭୂମିକୁ ବୁଲୁ ବୁଲୁ ଲଜ୍‌ରେ ପହଞ୍ଚିଲେ ପ୍ରେମୀଯୁଗଳ, ରୁମ୍‌ରେ ଘଟିଲା…

ଗୋପାଳପୁର,୧।୯(ନବୀନ ରାଜ ଆଚାରୀ): ସୋମବାର ଅପରାହ୍ନରେ ଗଞ୍ଜାମ ଜିଲା ଗୋପାଳପୁର ଥାନା ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋପାଳପୁର ଥାନାକୁ ଅଭିଯୋଗ ପାଇଁ ଆସି ନାବାଳିକା ଜଣଙ୍କ ପର୍ସରେ ଆଣିଥିବା ଏକ କାଚ ସିଶାରୁ ଔଷଧ କାଢି ଖାଇ...

କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ: ଆଜି ଭବାନୀପାଟଣାରେ ବସିଲା ସ୍ବତନ୍ତ୍ର ନୂଆଁଖାଇ ବଜାର

ଭବାନୀପାଟଣା,୧ା୯ (ଉତ୍ତମ କୁମାର ଦାଶ)- ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ସପ୍ତମୀ ତିଥିରେ ନୂଆଁଖାଇ ପାଳନ ହେଉଥିବାବେଳେ କଳାହାଣ୍ଡିରେ ପ୍ରତିପଦାଠାରୁ ଆରମ୍ଭ ହୋଇ ଦଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ। ମଙ୍ଗଳବାର ଜିଲାର...

ଦିଗପହଣ୍ଡିରେ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା: ଭାଗନେଲେ ୨୫୦ ପ୍ରତିଯୋଗୀ

ଦିଗପହଣ୍ଡି,୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ଦିଗପହଣ୍ଡିସ୍ଥିତ ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୨ ଦିନିଆ ପଦ୍ମନାଭପୁର ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଏହି...

କାମୁଡ଼ି ଦେଲା ସାପ: ଗୁରୁତରଙ୍କୁ ଖଟିଆରେ ବୁହାଗଲା ୩ କି.ମି.

ଦଶମନ୍ତପୁର,୧ା୯(ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅଧୀନ ଲୁଲ୍ଲା ପଞ୍ଚାୟତ ପଦୁଗୁଡ଼ା ଗଁାରେ ସାପ କାମୁଡ଼ାରେ ଗୁରୁତର ଯୁବକଙ୍କୁ ଗ୍ରାମବାସୀ ଖଟିଆରେ ୩ କି.ମି. ଯାଏ ବୋହି ଚିକିତ୍ସାଳୟକୁ ନେଇଥିବା ସୋମବାର ଦେଖିବାକୁ ମିଳିଛି। ଗୁରୁତର ହେଲେ ସାରଥୀ...

ନକଲି ସାର ଗୋଦାମରେ ଅଚାନକ ପହଞ୍ଚିଲେ କୃଷି ବିଭାଗ ଅଧିକାରୀ, ଭିତରେ ଥିଲା…

କୋଟପାଡ଼,୧।୯(ରାଜଶେଖର ): କୋରାପୁଟ ଜିଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ୧୨ ୱାର୍ଡ ଇଣ୍ଡୋର ଷ୍ଟାଡିୟମ ନିକଟରେ ଏକ ନକଲି ସାର ଗୋଦାମ ଉପରେ ଚଢାଉ ହେଇଥିବା ଜଣାପଡିଛି। ଉକ୍ତ ଗୋଦାମରେ ନକଲି ସାର ସହ କିଛି ରଙ୍ଗ, ଖଲି ବସ୍ଥା,...

ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗର ସହଯୋଗ ଲୋଡିଲେ ଭିଏସଏସ କର୍ମକର୍ତ୍ତା, ଦାବି ପତ୍ରରେ କହିଲେ…

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜର କେତେକ ଅଞ୍ଚଳରେ ବନ୍ୟପ୍ରାଣୀ ବିପଦରେ ପଡୁଛନ୍ତି। ବନ୍ୟପ୍ରାଣୀମାନେ ବିଶେଷ କରି ହାତୀ ଜଙ୍ଗଲରୁ ବାହାରି ଲୋକଙ୍କ ବ୍ୟାପକ କ୍ଷତି କରୁଛନ୍ତି। କେତେକ ଅଞ୍ଚଳରେ ଜଙ୍ଗଲ କ୍ଷୟ...

ସାର ଅଭାବୀ ବିକ୍ରି: ୭୫୦ ଚାଷୀ ପାଇଁ ଆସିଲା ମାତ୍ର ଏତିକି ପ୍ୟାକେଟ୍‌, ପଡିଲେ ଚିନ୍ତାରେ…

ଗଞ୍ଜାମ, ୧/୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକରେ ୧୨ ହଜାର ୮୮୪ ହେକ୍ଟର ଚାଷ ଜମିରୁ ୭୮୬ ହେକ୍ଟର ଜମିରେ ଚାଷୀ ଧାନ ଚାଷ କରୁଛନ୍ତି । ବର୍ତ୍ତମାନ ଜମିରେ ଧାନ ତଳି ବଢ଼ିବାରେ ଲାଗିଛି । ଉନ୍ନତ ଫସଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri