୮୦ ଧାନ ବସ୍ତା ନଷ୍ଟ କଲେ ହାତୀପଲ: କର୍ମଚାରୀଙ୍କ ବ୍ୟବହାରରେ ଚାଷୀ ହତୋତ୍ସାହିତ

ଭଞ୍ଜନଗର,୭ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ହାତୀପଲଙ୍କ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଏବଂ ଚାଷୀଙ୍କର ଚିନ୍ତା ବଢୁଛି। ଏହିଭଳି ପରିସ୍ଥିତିରେ ମଙ୍ଗଳବାର ରାତିରେ ପ୍ରାୟ ୨୨ ଟିକିଆ ହାତୀ କୁଲାଡ଼ ନିକଟସ୍ଥ ନାରାୟଣପାଟଣା ଅଭିମୁଖେ ଆସି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। କୁଲାଡ଼ ଗ୍ରାମର ଚାଷୀ ଭଗବାନ ପାତ୍ରଙ୍କ ବିଲରେ ଅମଳ ହୋଇଥିବା ପ୍ରାୟ ୮୦ ରୁ ଊର୍ଦ୍ଧ୍ୱ ଧାନ ବସ୍ତାକୁ ହାତୀପଲ ଖାଇ ନଷ୍ଟ କରିବା ସହ ଆଉ କିଛି ଧାନ ବସ୍ତାକୁ ବୋହିନେଇଥିଲେ। ଏଥିସହ ସେଠାରେ ଥିବା ପାଣି ପମ୍ପ୍‌ ୩ଟି ଓ କଦଳୀ ବଗିଚା ମଧ୍ୟ ନଷ୍ଟ କରିଛନ୍ତି। ଏଥିସହ ଜଟେଶ୍ୱର ପରିଚ୍ଛାଙ୍କ କଦଳୀ ବଗିଚାକୁ ମଧ୍ୟ ନଷ୍ଟ କରିଦେଇଛନ୍ତି। ଭଗବାନ ଏନେଇ ସକାଳୁ ଜାଣିବା ପରେ ଜମିରେ ପହଞ୍ଚି ଦେଖି ଚିନ୍ତିତ ହୋଇପଡ଼ିଥିଲେ। ବର୍ଷ ତମାମର ଅମଳ ଫସଲକୁ ହାତୀପଲ ନଷ୍ଟ କରିଦେଇଛନ୍ତି।

ଏହାପରେ ସେ ବନ ବିଭାଗ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ବନ ବିଭାଗ ଅଧିକାରୀମାନେ ବୁଧବାର ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଫେରି ଆସିଛନ୍ତି। ଫସଲ କ୍ଷତି ପରିମାଣ ଦିନକୁ ଦିନ ବଢୁଛି। ଯାହାକୁ ନେଇ ଚାଷୀମାନେ ଚିନ୍ତିତ ଅଛନ୍ତି। ଅନ୍ୟପଟେ ବିଭାଗୀୟ କର୍ମଚାରୀମାନେ ଘଟଣାସ୍ଥଳକୁ ତଦନ୍ତ କରିବାକୁ ଯିବା ସମୟରେ ଚାଷୀଙ୍କ କଷ୍ଟକୁ ହୃଦବୋଧ କରି ଆଶ୍ୱାସନା ଦେବା ଭଳି କଥା କହିବା ବଦଳରେ ଚାଷୀଙ୍କୁ ବାଧିଲା ଭଳି ମନ୍ତବ୍ୟ ଦେଉଛନ୍ତି। ଏହିଭଳି ମଧ୍ୟ ଆଜି ଘଟିଥିବା କିଛି ଚାଷୀ ଏଠାରେ ସୂଚନା ଦେଇଛନ୍ତି। ଯାହାକୁ ନେଇ ଚାଷୀମାନେ ହତୋତ୍ସାହିତ ହେବା ସହ ସେମାନଙ୍କ ମଧ୍ୟରେ ବିଭାଗ ପ୍ରତି ବିଶାସ କମିଯାଉଥିବା ଲକ୍ଷ୍ୟ କରାଯାଉଛ। ଅନ୍ୟପଟେ କ୍ଷତିପୂରଣ ପାଇଁ ଆସୁଥିବା ଅଭିଯୋଗଗୁଡ଼ିକ ମଧ୍ୟ ତୁରନ୍ତ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଉନାହିଁ। ତଦନ୍ତରେ ବିଳମ୍ବ ଯୋଗୁ ଜମିର ଚିତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ବଦଳି ଯାଉଛି। ଏହାପରେ ବିଭିନ୍ନ ବାହାନା ଦେଖାଇ ଚାଷୀଙ୍କ ଆବେଦନପତ୍ରକୁ ବିଭାଗୀୟ ଅଧିକାରୀ

ଅନୁମୋଦନରେ ଅଙ୍କୁଶ ଲଗାଉଛନ୍ତି। ଆଗାମୀ ଦିନରେ ଏନେଇ ଚାଷୀ ଏବଂ ବନ ବିଭାଗ ମଧ୍ୟରେ ବିବାଦ ବଢ଼ିବା ସମ୍ଭାବନା ରହିଛି। ଏହାପୂର୍ବରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଚାଷୀମାନେ ଦାବି କରିଛନ୍ତି। ଅପରପକ୍ଷେ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି ଏଠାରେ କହିଛନ୍ତି ଚାଷୀମାନଙ୍କ କଷ୍ଟକୁ ଆମେ ହୃଦବୋଧ କରୁଛୁ। ସରକାର ନୀତି ନିୟମ ଅନୁସାରେ ଯାହା ସମ୍ଭବ ସେମାନଙ୍କୁ ସହାୟତା ପ୍ରଦାନ ପାଇଁ ପଦକ୍ଷେପ ନିଆଯାଉଛି। ବହୁ ଚାଷୀ ସହାୟତା ରାଶି ପାଉଛନ୍ତି। ଚାଷୀ ଏବଂ ବନ୍ୟପ୍ରାଣୀ ଉଭୟ କିଭଳି ସୁରକ୍ଷିତ ରହିପାରିବେ ସେଥିପ୍ରତି ବିଭାଗୀୟ କର୍ମଚାରୀ ସର୍ବଦା ଚେଷ୍ଟିତ ବୋଲି ଡିଏଫ୍‌ଓ ମହାନ୍ତି ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?