୮୦ ଧାନ ବସ୍ତା ନଷ୍ଟ କଲେ ହାତୀପଲ: କର୍ମଚାରୀଙ୍କ ବ୍ୟବହାରରେ ଚାଷୀ ହତୋତ୍ସାହିତ

ଭଞ୍ଜନଗର,୭ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ହାତୀପଲଙ୍କ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଏବଂ ଚାଷୀଙ୍କର ଚିନ୍ତା ବଢୁଛି। ଏହିଭଳି ପରିସ୍ଥିତିରେ ମଙ୍ଗଳବାର ରାତିରେ ପ୍ରାୟ ୨୨ ଟିକିଆ ହାତୀ କୁଲାଡ଼ ନିକଟସ୍ଥ ନାରାୟଣପାଟଣା ଅଭିମୁଖେ ଆସି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। କୁଲାଡ଼ ଗ୍ରାମର ଚାଷୀ ଭଗବାନ ପାତ୍ରଙ୍କ ବିଲରେ ଅମଳ ହୋଇଥିବା ପ୍ରାୟ ୮୦ ରୁ ଊର୍ଦ୍ଧ୍ୱ ଧାନ ବସ୍ତାକୁ ହାତୀପଲ ଖାଇ ନଷ୍ଟ କରିବା ସହ ଆଉ କିଛି ଧାନ ବସ୍ତାକୁ ବୋହିନେଇଥିଲେ। ଏଥିସହ ସେଠାରେ ଥିବା ପାଣି ପମ୍ପ୍‌ ୩ଟି ଓ କଦଳୀ ବଗିଚା ମଧ୍ୟ ନଷ୍ଟ କରିଛନ୍ତି। ଏଥିସହ ଜଟେଶ୍ୱର ପରିଚ୍ଛାଙ୍କ କଦଳୀ ବଗିଚାକୁ ମଧ୍ୟ ନଷ୍ଟ କରିଦେଇଛନ୍ତି। ଭଗବାନ ଏନେଇ ସକାଳୁ ଜାଣିବା ପରେ ଜମିରେ ପହଞ୍ଚି ଦେଖି ଚିନ୍ତିତ ହୋଇପଡ଼ିଥିଲେ। ବର୍ଷ ତମାମର ଅମଳ ଫସଲକୁ ହାତୀପଲ ନଷ୍ଟ କରିଦେଇଛନ୍ତି।

ଏହାପରେ ସେ ବନ ବିଭାଗ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ବନ ବିଭାଗ ଅଧିକାରୀମାନେ ବୁଧବାର ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଫେରି ଆସିଛନ୍ତି। ଫସଲ କ୍ଷତି ପରିମାଣ ଦିନକୁ ଦିନ ବଢୁଛି। ଯାହାକୁ ନେଇ ଚାଷୀମାନେ ଚିନ୍ତିତ ଅଛନ୍ତି। ଅନ୍ୟପଟେ ବିଭାଗୀୟ କର୍ମଚାରୀମାନେ ଘଟଣାସ୍ଥଳକୁ ତଦନ୍ତ କରିବାକୁ ଯିବା ସମୟରେ ଚାଷୀଙ୍କ କଷ୍ଟକୁ ହୃଦବୋଧ କରି ଆଶ୍ୱାସନା ଦେବା ଭଳି କଥା କହିବା ବଦଳରେ ଚାଷୀଙ୍କୁ ବାଧିଲା ଭଳି ମନ୍ତବ୍ୟ ଦେଉଛନ୍ତି। ଏହିଭଳି ମଧ୍ୟ ଆଜି ଘଟିଥିବା କିଛି ଚାଷୀ ଏଠାରେ ସୂଚନା ଦେଇଛନ୍ତି। ଯାହାକୁ ନେଇ ଚାଷୀମାନେ ହତୋତ୍ସାହିତ ହେବା ସହ ସେମାନଙ୍କ ମଧ୍ୟରେ ବିଭାଗ ପ୍ରତି ବିଶାସ କମିଯାଉଥିବା ଲକ୍ଷ୍ୟ କରାଯାଉଛ। ଅନ୍ୟପଟେ କ୍ଷତିପୂରଣ ପାଇଁ ଆସୁଥିବା ଅଭିଯୋଗଗୁଡ଼ିକ ମଧ୍ୟ ତୁରନ୍ତ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଉନାହିଁ। ତଦନ୍ତରେ ବିଳମ୍ବ ଯୋଗୁ ଜମିର ଚିତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ବଦଳି ଯାଉଛି। ଏହାପରେ ବିଭିନ୍ନ ବାହାନା ଦେଖାଇ ଚାଷୀଙ୍କ ଆବେଦନପତ୍ରକୁ ବିଭାଗୀୟ ଅଧିକାରୀ

ଅନୁମୋଦନରେ ଅଙ୍କୁଶ ଲଗାଉଛନ୍ତି। ଆଗାମୀ ଦିନରେ ଏନେଇ ଚାଷୀ ଏବଂ ବନ ବିଭାଗ ମଧ୍ୟରେ ବିବାଦ ବଢ଼ିବା ସମ୍ଭାବନା ରହିଛି। ଏହାପୂର୍ବରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଚାଷୀମାନେ ଦାବି କରିଛନ୍ତି। ଅପରପକ୍ଷେ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି ଏଠାରେ କହିଛନ୍ତି ଚାଷୀମାନଙ୍କ କଷ୍ଟକୁ ଆମେ ହୃଦବୋଧ କରୁଛୁ। ସରକାର ନୀତି ନିୟମ ଅନୁସାରେ ଯାହା ସମ୍ଭବ ସେମାନଙ୍କୁ ସହାୟତା ପ୍ରଦାନ ପାଇଁ ପଦକ୍ଷେପ ନିଆଯାଉଛି। ବହୁ ଚାଷୀ ସହାୟତା ରାଶି ପାଉଛନ୍ତି। ଚାଷୀ ଏବଂ ବନ୍ୟପ୍ରାଣୀ ଉଭୟ କିଭଳି ସୁରକ୍ଷିତ ରହିପାରିବେ ସେଥିପ୍ରତି ବିଭାଗୀୟ କର୍ମଚାରୀ ସର୍ବଦା ଚେଷ୍ଟିତ ବୋଲି ଡିଏଫ୍‌ଓ ମହାନ୍ତି ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ବାଜିବ ବେଲ, ହେଲେ ଆଉ ବଜାଇବେନି ସନ୍ତୋଷ

ଭଞ୍ଜନଗର,୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂସ୍ଥିତ କାହ୍ନୁ ରାଉତ ଉଚ୍ଚ ବିଦ୍ୟାଳୟର ପିଅନ ସନ୍ତୋଷ ଗୌଡ଼ (୫୮)ଙ୍କ ବୁଧବାର ଅକାଳ ବିୟୋଗରେ ବିଦ୍ୟାଳୟ…

ଭାରତର ଏହି ବଜାରରେ ବିକ୍ରି ହେଉଛି ଅଜଗର ଅଣ୍ଡା, ଦାମ୍‌ ଜାଣିଲେ…

ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସେମାନଙ୍କର ଅନନ୍ୟ ଖାଦ୍ୟ ପାଇଁ ସାରା ଦେଶରେ ଜଣାଶୁଣା। ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ଲୋକମାନେ ମାଛ, ମାଂସ ବ୍ୟତୀତ…

ସମସ୍ତଙ୍କ ହୃଦୟ ଜିଣିଲେ ସୋନୁ ସୁଦ: କାଠମାଣ୍ଡୁରେ ପହଞ୍ଚି…

କାଠମାଣ୍ଡୁ,୨।୯:ନେପାଳରେ ଭୟଙ୍କର ବନ୍ୟା ଶହ ଶହ ଲୋକଙ୍କ ଜୀବନକୁ ଭାଙ୍ଗି ଦେଇଛି। ଘରଗୁଡ଼ିକ ବାଲି ପରି ଭାସି ଯାଇଛି ଏବଂ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି।…

ଗିଲ୍‌-ବୁମ୍‌ରାଙ୍କୁ ବଡ଼ ଝଟକା! ICC ଟେଷ୍ଟ ରାଙ୍କିଙ୍ଗ୍‌ରେ ବଡ଼ ଓଲଟପାଲଟ, ନୂଆ ତାଲିକା ଦେଖି ଚମକିଯିବେ!

ନୂଆଦିଲ୍ଲୀ,୨।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ନୂଆ ଟେଷ୍ଟ ରାଙ୍କିଙ୍ଗ୍‌ ଜାରି ହୋଇଛି। ବିଶ୍ୱର ବିଭିନ୍ନ ସ୍ଥାନରେ ଟେଷ୍ଟ କ୍ରିକେଟ ଚାଲିଥିବା ବେଳେ ଏହାର ପ୍ରଭାବ…

‘ଆମେରିକାର ରାଷ୍ଟ୍ରପତି ବି ହୋଇପାରନ୍ତି ବିଜୟ! ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥାନ ନେଇପାରନ୍ତି’, ଏମିତି କହିଲେ…

ଚେନ୍ନାଇ,୨।୯: ତାମିଲନାଡୁରେ ଟିଭିକେ (TVK) ସରକାରକୁ ନେଇ ଏଆଇଏଡିଏମ୍‌କେ ମହାସଚିବ ଏଡାପ୍ପାଡି କେ. ପଲାନିସ୍ବାମୀ ତୀବ୍ର କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଦାମୀ ଚାର୍ଟର୍ଡ…

ବରଗଡ଼ରେ ଆତଙ୍କ: କୁକୁରକୁ ମାରି ଖାଇଲା ବାଘ, ସିସିଟିଭିରେ କଏଦ ଦୃଶ୍ୟରୁ…

ବରଗଡ଼,୨ା୯(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଦେଖାଯାଇଛି। ମଙ୍ଗଳବାର ସିସିଟିଭିରେ ବାଘ ବୁଲୁଥିବାର ଚିତ୍ର କଏଦ ହେବା ଏବଂ ସେଠାରେ ଏକ…

୨୦୨୯ରେ ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ! ବିଧାୟିକାଙ୍କ ବଡ଼ ଦାବିକୁ ନେଇ ରାଜନୀତିରେ ହଇଚଇ

ଚେନ୍ନାଇ,୨।୯: ତାମିଲନାଡୁର ରାଜନୀତିରେ ଏବେ ଥଲାପତି ବିଜୟଙ୍କୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ସତ୍ତାରୂଢ଼ ଟିଭିକେ (TVK)ର ନେତା ଓ ମନ୍ତ୍ରୀମାନେ ବିଜୟଙ୍କୁ ୨୦୨୯ରେ ପ୍ରଧାନମନ୍ତ୍ରୀ…

ସମୁଦ୍ର କୂଳରେ ବୁଲୁଥିଲେ ପ୍ରେମୀଯୁଗଳ, ହଠାତ୍‌ ମାରିଲା ବିଜୁଳି, ଘଟିଗଲା ଦୁଃଖଦ ଘଟଣା, ଭିଡିଓ ଦେଖିଲେ…

ବ୍ରାସିଲିଆ,୨ା୯: ବ୍ରାଜିଲର ପାଲହୋକାରେ ଥିବା ପ୍ରିଆ ଡା ପିନହେଇରା ବିଚ୍‌ର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ପ୍ରେମୀଯୁଗଳ ବେଳାଭୂମିରେ ଚାଲୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri