ଛୁରିରେ ଆକ୍ରମଣ, ମହିଳା ମୃତ କାନ ଫୁଲ, ନାକର ନେଇ ଚମ୍ପଟ
ପୋଲସରା,୨୨ା୯(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ଜଣେ ମହିଳାଙ୍କୁ ଏକ ଛୁରିରେ କେହି ଦୁର୍ବୃତ୍ତ ଆକ୍ରମଣ କରଛି। ଫଳରେ ସମ୍ପୃକ୍ତା ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ବିଳମ୍ବର ସେଠୀଙ୍କ...
ଜିଲାପାଳଙ୍କ ସାକ୍ଷାତକାର ନେଲେ ଶିଶୁ ଖବରଦାତା, ସିଆରସିସିଙ୍କ ଉଦ୍ୟମକୁ ପ୍ରଶଂସା
ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲ ସୋମବାର ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ସମୟରେ ପଦ୍ମପୁର ଉପଜିଲାପାଳ ଅରୁଗୁଳା ସ୍ନେହା, ବରଗଡ଼ ଜିଲା ଶିକ୍ଷା ଅଧିକାରୀ...
ବିଭିନ୍ନ ଯୋଜନା ସମ୍ପର୍କରେ ଜାଣିଲେ ୧୫ ଗ୍ରାମର ଗ୍ରମବାସୀ
ତୁମୁଡିବନ୍ଧ,୨୨ା୯(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଗୁମା ପଞ୍ଚାୟତର ଡୁପି ଗ୍ରାମରେ ପ୍ରଦାତା ସେବା ସଂସ୍ଥାର ସମ୍ପାଦକ ପ୍ରଦୀପ ଦାସଙ୍କ ନେତୃତ୍ୱରେ ବିକାଶ ଅଂଶୀଦାରମାନଙ୍କ ଏକ ବୈଠକ ହୋଇଥିଲା। ଏଥିରେ ଆଦିମ ଜନଜାତି କୁଟିଆ ସମ୍ପ୍ରଦାୟର...
ରାସ୍ତା ମରାମତି ପାଇଁ ରାସ୍ତା ଅବରୋଧ: ଉତ୍ୟକ୍ତ ଲୋକଙ୍କ ପୋଖରୀବନ୍ଧ ଛକରେ ଆନ୍ଦୋଳନ
ଲାଞ୍ଜିଗଡ଼, ୨୨।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତ ୧୭ ଖଣ୍ଡଗାଁର ଲୋକେ ରାସ୍ତା ପାଇଁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ସୋମବାର ସକାଠାରୁ ଭବାନୀପାଟଣା-ରାୟଗଡା ୬ ନମ୍ବର...
ଲାଞ୍ଚ ନେଉଥିବାବେଳେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମାଡିବସିଲା ଭିଜିଲାନ୍ସ , ମାତ୍ର ଏତିକି ଟଙ୍କା ପାଇଁ…
ସିମୁଳିଆ,୨୨।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ଜନମଙ୍ଗଳ ବିଭାଗୀୟ ଡାଟା ଏଣ୍ଟ୍ରି ଅପରେଟର ବିଶ୍ୱରଞ୍ଜନ ପ୍ରଧାନ ସୋମବାର ଅପରାହ୍ନରେ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି ।...
କଳିଙ୍ଗା ଘାଟିରେ ୧୨ ଘଣ୍ଟାରେ ୩ ଥର ଖସିଲା ପଥର: ରାସ୍ତା ମରାମତିରେ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର ହେଉ
ଭଞ୍ଜନଗର,୨୨।୯(ବାବୁଲା ପ୍ରଧାନ): ବିଗତ ୧୫ ଦିନ ମଧ୍ୟରେ କଳିଙ୍ଗା ଘାଟିରୁ ୫ରୁ ଊଦ୍ଧର୍ବ ଥର ପଥର ଖସିଲାଣି। ଗତ ୧୬ ତାରିଖରେ ବଡ଼ ଧରଣର ପଥର ସବୁ ଝରଣାରେ ଗଡି ଗଡ଼ି ପାହାଡ ତଳକୁ ଆସିଥିଲା। ଫଳରେ ଭଞ୍ଜନଗର ଫୁଲବାଣୀ...
ଚୋରାଚାଲାଣ ସମୟରେ ଉଦ୍ଧାର ହୋଇଥିବା ମଇଁଷିକୁ ନେଇ ଯାଉଥିବାବେଳେ ପୋଲିସକୁ ଦେଖାଇଲେ ବନ୍ଧୁକ, ଆଉ ତା’ପରେ…
ପାଟଣା,୨୨।୯(ବୀର କିଶୋର ଦାଶ): ଗତ ୨୦ ତାରିଖରେ ଠାକୁରମୁଣ୍ଡା ଥାନାରୁ ଜବତ ପିକଅପ ଭ୍ୟାନରେ ୬ ମଇଁଷିକୁ ନେଇ କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ରାଜନଗର ନନ୍ଦିନୀ ଗୋଶାଳାକୁ ଅଣାଯାଉଥିବା ସମୟରେ ପୋଲିସକୁ ପିସ୍ତଲ ଦେଖାଇ ୨ ଗିରଫ ହୋଇଛନ୍ତି।...
ହସ୍ପିଟାଲରେ ପଶି ହାତରେ ପାଇଖାନା ସଫା କଲେ ବିଜେଡି ନେତା ପ୍ରଦୀପ ମାଝୀ, କାରଣ ଜାଣିଲେ…
ନବରଙ୍ଗପୁର,୨୨।୯(ସଦାଶିବ ପ୍ରହରାଜ): ବିଜେଡି ସାଧାରଣ ସମ୍ପାଦକ ତଥା ପୂର୍ବତନ ଏମପି ପ୍ରଦୀପ ମାଝୀଙ୍କ ଅଭିନବ ପ୍ରତିବାଦ କରିଛନ୍ତି । ବାରମ୍ବାର ଅନୁରୋଧ ପରେ ମଧ୍ୟ ଶୁଣିଲାଣି ପ୍ରଶାସନ। ଫଳରେ ଜିଲା ମୁଖ୍ୟ ଚିକିତ୍ସାଳୟର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଡାଇଲେସିସ ସେଣ୍ଟରର ପାଇଖାନା...
ବ୍ୟବସାୟୀଙ୍କୁ ଅପହରଣ କରି ଲୁଟି ନେଇଥିଲେ ଟଙ୍କା: ଧରାପଡ଼ିଲେ ମହିଳା କନ୍ଷ୍ଟେବଳ
ମାଲକାନଗିରି,୨୨।୯(ଦୁର୍ଯ୍ୟୋଧନ ପାତ୍ର): କର୍ନାଟକର ଜଣେ ବ୍ୟବସାୟୀଙ୍କୁ ଅପହରଣ ଏବଂ ଲୁଟ୍ ମାମଲାରେ ମାଲକାନଗିରି ପୋଲିସ ଜଣେ ମହିଳା କନ୍ଷ୍ଟେବଲଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାଲକାନଗିରି ଜିଲା ଓର୍କେଲ ଥାନାର...
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା: ଜଣାଇଲେ…
ନୂଆପଡ଼ା,୨୨।୯(ମକାରୁ ବେମାଲ): ନୂଆପଡା ଜିଲ୍ଲା ଦିନିକିଆ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ବିଜ୍ଞାପିତ ଅଞ୍ଚଳ ପରିଷଦ, ଖରିଆର ରୋଡ଼ର ଅଧ୍ୟକ୍ଷା ଡ. ସୋନିଆ ଜୈନ ତାଙ୍କ ବାସଗୃହ ରେ ସ୍ବାଗତ କରି ପରିଷଦର ସର୍ବାଙ୍ଗୀନ ଉନ୍ନତି ପାଇଁ...
ଦଶହରା, ଗଜ ଲଷ୍ମୀ ପୂଜାକୁ ଶାନ୍ତି ଶୃଙ୍ଖଳାରେ ପାଳନ ପାଇଁ ବୈଠକ: ନିଆଗଲା ବଡ଼ ନିଷ୍ପତ୍ତି, ଏଥର…
ଦାରିଙ୍ଗବାଡି, ୨୨। ୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଚଳିତ ଦୁର୍ଗାପୂଜା ଓ ଗଜଲଷ୍ମୀ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବା ନେଇ ସମ୍ମନ୍ବୟ କମିଟିର ବୈଠକ ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବାଲିଗୁଡା ଏସଡିପିଓ...
ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ମୋବାଇଲ ଫୋନକୁ ଫେରାଇଲା ପୋଲିସ
ବଲାଙ୍ଗୀର, ୨୨/୯ (ସୁନିଲ ମହାନ୍ତି): ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୩୧ ମୋବାଇଲ ଫୋନ ଉଦ୍ଧାର କରି ଟାଉନ ଥାନା ପୋଲିସ ଲୋକଙ୍କୁ ଫେରାଇଛି। ଏହି ମାମଲାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଲୋକଙ୍କୁ ଚୋରି ମୋବାଇଲ ଫେରାଇ...
Archives


