ଭିଟାମାଟି ଛାଡ଼ିଲେ ନାହିଁ ଗ୍ରାମବାସୀ: ଅସ୍ତ୍ର ଶସ୍ତ୍ର ପୂଜାର୍ଚ୍ଚନା କରି ନେଲେ ଶପଥ, ପ୍ରଶାସନ ନାକେଦମ
ବଲାଙ୍ଗୀର, ୨୧।୭ ( ସୁନିଲ କୁମାର ମହାନ୍ତି): ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ସକାଳୁ ଜିଲା ପ୍ରଶାସନ ପକ୍ଷରୁ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବା ପ୍ରୟାସ କରାଯାଉଥିଲା। ତେବେ କୁମିଆପାଲି ଗାଁର ଆଦିବାସୀମାନେ ମିଳିତ ପ୍ରତିବାଦ କରିବାରୁ…
୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ
ସୁନ୍ଦରଗଡ/ କୁଆଁରମୁଣ୍ଡା,୨୧।୭(ଜୟ ନାରାୟଣ ମେଣ୍ଡୁଳି/ ମହେନ୍ଦ୍ର କୁମାର ସାହୁ ): ସୁନ୍ଦରଗଡ ଜିଲା କୁଆରମୁଣ୍ଡା ତହସିଲ ଅଧୀନ କଲୋସିହିରା ସର୍କଲର ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭିଜିଲାନ୍ସ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,…
ଭିସୁଟ୍ରେ ତେଜୁଛି ଛାତ୍ର ଆନ୍ଦୋଳନ: ହଷ୍ଟେଲ ସମସ୍ୟା-ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ
ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଛାତ୍ରୀଛାତ୍ରମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ମୁଖ୍ୟତଃ ହଷ୍ଟେଲରେ ନିମ୍ନମାନର ଖାଦ୍ୟ…
ରାସ୍ତାରେ ପଡ଼ିଲା ଗଛ: ରାଇକିଆ–କ. ନୂଆଗାଁ ରାସ୍ତାରେ ଦୁଇ ଘଣ୍ଟା ବସ୍ ଚଳାଚଳ ବନ୍ଦ
ରାଇକିଆ, ୨୧।୮ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ରାଇକିଆ–କ. ନୂଆଗାଁ ମୁଖ୍ୟ ରାସ୍ତାରେ ଏକ ବଡ଼ ଗଛ ପଡ଼ିଯିବା ଯୋଗୁ ପ୍ରାୟ ଦୁଇ ଘଣ୍ଟା ଧରି ବସ୍ ସମେତ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ସୂଚନା ଅନୁଯାୟୀ, ଧରମପୁର ନିକଟରେ…
ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍
ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ପୁଣି…
ଜିଲାପାଳ ହେବ ତ ଏମିତି: ବୌଦ୍ଧରେ ଧାନ ରୋଇଲେ, ଦାରିଙ୍ଗବାଡିରେ ଚର୍ଚ୍ଚା, ଦେଖନ୍ତୁ VIDEO
ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ମାଟିର ପୁଅ ଯେତେବେଳେ କିଛି ଭଲ କାର୍ଯ୍ୟ କରି ଲୋକଲୋଚନକୁ ଆସେ, ସେତେବେଳେ କେବଳ ସେ ମାଟିର ସୁନା ପୁଅ ପାଇଁ ତାଙ୍କ ପରିବାର ନୁହେଁ, ସମଗ୍ର ଅଞ୍ଚଳରେ ଖୁସି ଓ ଆନନ୍ଦର ଲହରୀ ଖେଳିଯାଏ। ଏଭଳି ପୁଅ…
ସରକାରଙ୍କ ବଡ଼ ପଦକ୍ଷେପ: ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାଁ
ଭୁବନେଶ୍ୱର,୨୧।୭: ରାଜ୍ୟ ସରକାର ଆଞ୍ଚଳିକ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ‘ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ (Regional Directorate of Education)’ର ନାମ ପରିବର୍ତ୍ତନ କରି ‘ଆଞ୍ଚଳିକ ସ୍କୁଲ…
ଜଣେ ଶିକ୍ଷକରେ ଚାଲିଛି ୧୪୫୮ ସ୍କୁଲ
ଭୁବନେଶ୍ୱର,୨୧।୭: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ UDISE+(Unified District Information System for Education Plus (UDISE+) ରିପୋର୍ଟରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ତଥ୍ୟ ମୁତାବକ, ରାଜ୍ୟରେ ଜଣେ ଶିକ୍ଷକରେ ୧୪୫୮ ସ୍କୁଲ ଚାଲିଛି। ଜଣେ ଶିକ୍ଷକରେ ଚାଲିଥିବା ସ୍କୁଲରେ…
ମହିଳା ସଶକ୍ତିକରଣ ଜରୁରୀ: ଶକ୍ତିଶ୍ରୀ ଯୋଜନା ମାଧ୍ୟମରେ…
ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଶକ୍ତିଶ୍ରୀ ଯୋଜନା ମାଧ୍ୟମରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହିଳାଙ୍କ ସୁରକ୍ଷା, ଅଧିକାର ଓ ସଶକ୍ତିକରଣ ସମ୍ପର୍କରେ…
୧୬ କେଜି ଗଞ୍ଜେଇ ଜବତ, ୨ ଗିରଫ
ନୂଆପଡ଼ା,୨୧।୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଅବକାରୀ ବିଭାଗ କର୍ମଚାରୀ ସୋମବାର ପୃଥକ୍ ସ୍ଥାନରେ ଚଢ଼ାଉ କରି ୧୬ କେଜି ଗଞ୍ଜେଇ ଜବତ ସହ ୨ଜଣଙ୍କୁ ଗିରଫ କରିଛନ୍ତି। ସୂଚନାକ୍ରମେ ଅବକାରୀ କର୍ମଚାରୀ ଖଡ଼ିଆର ରୋଡ଼ ସ୍ବସ୍ତିକ ଲଜ୍ ସମ୍ମୁଖରେ ଚଢ଼ାଉ…
ଫିସେରୀ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ: ଖେଳିଗଲା ଶୋକର ଲହରୀ
ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମଗୁଡିକ ସମଲେଇ ପ୍ରକଳ୍ପ-୨ର ଫିସେରୀ ବନ୍ଧ(ପୋଖରୀ)ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସ୍ଥାନୀୟ ଅଞ୍ଚଳର ରୋହିତ ନାମକ ଜଣେ ଯୁବକ ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁସାରେ, ମାଁ…
ଉତ୍ସାହିତ ଭାଜପା କର୍ମକର୍ତ୍ତା: ଗାଁ ଗାଁରେ ସରକାରୀ ଯୋଜନା ପହଞ୍ଚାଇବା ଲକ୍ଷ୍ୟ
ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ଏବେ ରାଜ୍ୟ ଓ କେନ୍ଦ୍ରରେ ଭାଜପା ସରକାର ଶାସନ କରୁଛି। ସେହିପରି କନ୍ଧମାଳ ସଂସଦୀୟ କ୍ଷେତ୍ର ମଧ୍ୟ ଭାଜପା ହାତରେ ରହିଛି। ଏହି ପ୍ରରିପ୍ରେକ୍ଷୀରେ ଦାରିଙ୍ଗବାଡି ଭାଜପାର କର୍ମକର୍ତ୍ତାଙ୍କ ମଧ୍ୟରେ ଅଧିକ ଉତ୍ସାହ ରହିଛି। କନ୍ଧମାଳ ଏମପି ସୁକାନ୍ତ…

