ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ ଶନିବାର ସ୍ୱାଗତ କରାଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତ ସଭାରେ ଅଧ୍ୟକ୍ଷତା କରି ନବାଗତ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଜୀବନରେ ନିଷ୍ଠା ଓ ଶୃଙ୍ଖଳାର ସହ ଆଗେଇବାକୁ ପରାମର୍ଶ ଦେଇଥିଲେ। ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ ଜଡ଼ିତ ବୋଲି ସେ ମତବ୍ୟକ୍ତ କରିଥିଲେ।

ସଭାରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ କୁମୁଦ ଚନ୍ଦ୍ର ମହାପାତ୍ର, ବଟନି ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପିକା ସୁନିତା ରାଣୀ ଖଣ୍ଡୁଆଳ, ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ଡ. ରବୀନ୍ଦ୍ର କୁମାର ମିଶ୍ର ଓ ଅଧ୍ୟାପକ ଆର୍. ହରିଶ୍ ଅତିଥି ଭାବେ ଯୋଗଦେଇ ନବାଗତ ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇବା ସହ ନିଜ ଲକ୍ଷ୍ୟ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।

ଗଣଯୋଗାଯୋଗ ବିଭାଗରେ ପୂର୍ବାପେକ୍ଷା ଅଧିକ ନିଯୁକ୍ତି ସୁଯୋଗ ରହିଛି। ତେଣୁ ଏହି ବିଭାଗରେ ପାଠ ପଢ଼ିବା ପାଇଁ ଛାତ୍ରୀଛାତ୍ରଙ୍କ ଆଗ୍ରହ ବଢ଼ୁଛି। ବିଭାଗର ଶିକ୍ଷାଦାନ, ପ୍ରାୟୋଗିକ ଶିକ୍ଷା, ସମ୍ବାଦ ଲେଖନ, ରେଡିଓ, ଟେଲିଭିଜନ ଓ ଡିଜିଟାଲ ମିଡିଆ ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ଅବଗତ କରାଯାଇଥିଲା। ନବାଗତ ଛାତ୍ରୀଛାତ୍ରମାନେ ବିଭାଗର ଶିକ୍ଷକ ଓ ବରିଷ୍ଠ ଛାତ୍ରୀଛାତ୍ରଙ୍କ ସହ ମିଶି ଏକ ସୁସ୍ଥ ଶିକ୍ଷା ପରିବେଶ ଗଢ଼ି ତୋଳିବାକୁ ଅତିଥିମାନେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଆହ୍ୱାନ କରିଥିଲେ।

ବିଭାଗୀୟ ମୁଖ୍ୟ ଅଧ୍ୟାପକ ବାବୁଲା ପ୍ରଧାନ ସଭାକୁ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଛାତ୍ରୀ ରାଜଶ୍ରୀ ପରିଡ଼ା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ନବାଗତ ଛାତ୍ରୀଛାତ୍ରମାନେ ନିଜର ପରିଚୟ ପ୍ରଦାନ କରିବା ସହ ବିଭାଗରେ ନୂଆ ଶିକ୍ଷାଜୀବନ ଆରମ୍ଭ କରିଥିବାର ଅନୁଭୂତି ବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମର ସୁପରିଚାଳନାରେ ଛାତ୍ରୀ ସାକମ୍ବରୀ ଗୌଡ଼, ଅଲିଶା ବେହେରା, ତପସ୍ୱିନୀ ସ୍ୱାଇଁ, ସୁନିତା ବେହେରା, ପାୟଲ ରାଉତ, ଯାଜ୍ଞସିନୀ ଜେନା, ମନୀଷା ବରାଡ଼, ପାୟଲ ସ୍ୱାଇଁ, ସୁନୀତା ଗୌଡ଼, ପ୍ରଭାତୀ ଜେନା, ମନୀଷା ଭୂୟାଁ, ମୀରା ସ୍ୱାଇଁ, ପଲ୍ଲବୀ ନାଇକ, ସୌମ୍ୟାରାଣୀ ପ୍ରଧାନ ଓ ଝାନସୀ ରାଣୀ ପ୍ରଧାନଙ୍କ ସମେତ ଛାତ୍ର ରଞ୍ଜନ ନାୟକ, ସୁକେଶ ପାଲ, ରାକେଶ କୁମାର ଗୁରୁ, ରାଜେଶ ବେହେରା, ବଳରାମ ଗୌଡ଼, ବିଭୁ ପ୍ରଧାନ, ଅନୁରାଗ ନାଇକ, ଗଣେଶ ନାଇକ, ବିକାଶ କୁମାର ଡାଙ୍ଗୁଆ, ସୁରେଶ ପ୍ରଧାନ, ରାକେଶ ପ୍ରଧାନ, ଦୀପକ ନାଇକ, ନୀଳକଣ୍ଠ ପ୍ରଧାନ ଓ ଗୌରୀ ଶଙ୍କର ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ଖେମୁଣ୍ଡି କଲେଜରେ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି …

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି ଓ ବ୍ୟାଙ୍କ ସମ୍ପର୍କିତ…

କନ୍ୟା ସନ୍ତାନ ଜନ୍ମଦେଲେ ୧୬ ବର୍ଷୀୟା ନାବାଳିକା: ପୋଲିସର ମାମଲା ରୁଜୁ

କେନ୍ଦୁଝର, ହାଟଡିହୀ,୩୦।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ ଶୁଭକାନ୍ତ ନାୟକ/ନିରାକାର ପରିଡା ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକା କନ୍ୟା ସନ୍ତାନକୁ ଜନ୍ମ…

ଧର୍ମଶାଳାରେ ଚାଞ୍ଚଲ୍ୟ, କେଲୁଅ ନଦୀରେ ଭାସୁଛି ମୃତଦେହ

ଧର୍ମଶାଳା,୩୦ା୮(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ପଞ୍ଚାୟତ ବାସୁଦେବପୁର ଶନି ମନ୍ଦିର ନିକଟ କେଲୁଅ ନଦୀରେ ଏକ ଅଜଣା ଶବ ଭାସୁଥିବା…

ନେପାଳ ବନ୍ୟା: ବଢୁଛି ଜଳସ୍ତର, ସତର୍କ କରାଇଲେ ସରକାର

କାଠମାଣ୍ଡୁ,୩୦।୮: ବୁଧବାର ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଗମ୍ଭୀର ରହିଛି। ମଧ୍ୟ ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ ରେ ପହଞ୍ଚିଛି, ଯେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri