ଆମ ଜିଲା ଖବର

ବଢ଼ିଲାଣି ଖରା, ଜମୁଛି ତରଭୁଜ ବେପାର

ଗୁଣପୁର, ୨୬।୨(ସଂକେତ ପାତ୍ର):ଦିନକୁ ଦିନ ଖରା ବଢ଼ିବାରେ ଲାଗିଛି। ତାପମାତ୍ରା ବୃଦ୍ଧି ଯୋଗୁ ରାୟଗଡ଼ା ଜିଲା ଗୁଣପୁରରେ ଏବେ ତରଭୁଜର ଚାହିଦା ମଧ୍ୟ ବଢି ଚାଲିଥିବା ଦେଖିବାକୁ ମିଳିଛି। ଗୁଣପୁର ସହରର ରାସ୍ତାକଡ଼ରେ ତରଭୁଜ ବେପାର ବେଶ୍‌ ଜମୁଛି। ତରଭୁଜରେ ୯୨%…

ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ପରଲୋକ: ଘୋଡ଼ାନାଚ ପାଇଁ ଥିଲେ ପରିଚିତ

ଚୌଦ୍ବାର,୨୬।୨: ବିଶିଷ୍ଟ ଘୋଡ଼ାନାଚ କଳାକାର ଉତ୍ସବ ଚରଣ ଦାସଙ୍କ ପରଲୋକ ଘଟିଛି। ଅସୁସ୍ଥତା କାରଣରୁ ଚୌଦ୍ବାରର ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। କଳା କ୍ଷେତ୍ରରେ ଅବଦାନ ପାଇଁ ୨୦୨୧ରେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ। ପାରମ୍ପରିକ ଘୋଡ଼ାନାଚ ଉଜ୍ଜୀବିତ ରଖିବାରେ ଥିଲା ତାଙ୍କ…

ସ୍ବାମୀ-ସ୍ତ୍ରୀ ମଧ୍ୟରେ ଲାଗିଲା କଳି, ରାଗିକି ସ୍ବାମୀ ନେଲେ ଏମିତି ପଦକ୍ଷେପ

ଦେବଗଡ଼,୨୬ା୨(ଶଶାଙ୍କ ଶେଖର ଝାଙ୍କର):ଦେବଗଡ଼ ଜିଲା ରିଆମାଳ ଥାନା ଅଧୀନ ବରଡାତଇଲା ଗ୍ରାମରେ ସ୍ବାମୀ-ସ୍ତ୍ରୀ ଗଣ୍ଡଗୋଳର କରୁଣ ପରିଣତି ଦେଖିବାକୁ ମିଳିଛି। ଗଣ୍ଡଗୋଳ ପରେ ରାଗିଯାଇ ସ୍ତ୍ରୀ ବାପଘରକୁ ପଳାଇ ଥିବାବେଳେ ଘର ଭିତରେ ସ୍ବାମୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ହେଲେ…

ତ୍ରିରଙ୍ଗା ପତାକାରେ ନାହିଁ ଅଶୋକ ଚକ୍ର ଚିହ୍ନ: ଖୋଲାଖୋଲି ସମ୍ଭିଧାନ

ଝାରସୁଗୁଡ଼ା,୨୬ା୨(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ରେଳଷ୍ଟେଶନ ପରିସରରେ ଉଡୁଥିବା ତ୍ରିରଙ୍ଗା ପତାକାରେ ଅଶୋକ ଚକ୍ର ଚିହ୍ନ ନାହିଁ। ଏହାକୁ ତୁରନ୍ତ ପରିବର୍ତ୍ତନ କରିବା ଝାରସୁଗୁଡାର ଟିମ୍‌ ସେଭ୍‌ ସଦସ୍ୟମାନେ ଝାରସୁଗୁଡ଼ା ରେଲୱେ ଷ୍ଟେଶନ ମାଷ୍ଟରଙ୍କୁ ବୁଧବାର ଅପରାହ୍ନରେ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ…

୧୬ ନଂ ଜାତୀୟ ରାଜପଥ ଜାମ୍‌: ଅଟକି ରହିଛି ଶହ ଶହ ଗାଡ଼ି

ଭଦ୍ରକ, ୨୬/୨(ସନାତନ ରାଉତ)- ବୁଧବାର ରାତି ୧୨ଟାରୁ ଜାମ୍‌ ରହିଛି ୧୬ ନଂ ଜାତୀୟ ରାଜପଥ l ଭୁବନେଶ୍ୱରରୁ ବାଲେଶ୍ୱର ବାରିପଦା ଅଭିମୁଖେ ଯାଉଥିବା ଶହ ଶହ ଗାଡି ୮ ଘଣ୍ଟା ଧରି ଅଟକି ରହିଛି l ଯାତାୟତ ଏକ ପ୍ରକାର…

ପ୍ରେମିକ ଜେଲ୍‌ରେ, ଘରକୁ ଗଲେ ନବବଧୂ : ବନ୍ଧୁକ ଦେଖାଇ ଅପହରଣ ଘଟଣାରେ ନୂଆମୋଡ

ତରଭା,୨୬ା୨(ମାନଭଞ୍ଜନ ମିଶ୍ର): ସୁବର୍ଣ୍ଣପୁର ଜିଲା ତରଭା ପୋଲିସ ସମ୍ବଲପୁରରୁ ଉଦ୍ଧାର କରିଥିବା ନବବଧୂଙ୍କୁ ବୁଧବାର ତାଙ୍କ ମା’ଙ୍କୁ ହସ୍ତାନ୍ତର କରାଯାଇଛି l ସେ ମା’ଙ୍କ ସହିତ ଘରକୁ ଯାଇଛନ୍ତି। ବଲାଙ୍ଗୀର ସହର କାମାକ୍ଷାନଗର ନିବାସୀ ହରିବନ୍ଧୁ ପୁଟେଲଙ୍କ ସହ କଣ୍ଟାମାଳ ରଥପଡାରେ…

ମଧୁପ୍ରିୟା ପଣ୍ଡା ଉତ୍କେଲା ପଞ୍ଚାୟତର ନୂତନ ସରପଞ୍ଚ, ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ…

ଭବାନୀପାଟଣା,୨୫।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ପଞ୍ଚାୟତର ନୂତନ ଭାରପ୍ରାପ୍ତ ସରପଞ୍ଚ ଭାବେ ମଧୁପ୍ରିୟା ପଣ୍ଡା ନିଯୁକ୍ତ ହୋଇଛନ୍ତି। ଭବାନୀପାଟଣା ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ପତ୍ର ସଂଖ୍ୟା ୧୫୬୩୧ ଅନୁସାରେ ତାଙ୍କୁ ନିଯୁକ୍ତ କରାଯାଇଛି।…

ଓଭରଟେକ କରୁଥିବା ବେଳେ ପରସ୍ପର ମଧ୍ୟରେ ପିଟି ହେଲେ ଦୁଇ ବାଇକ୍, ତାପରେ….

ବଲାଙ୍ଗୀର,୨୫।୨(ସୁନିଲ କୁମାର ମହାନ୍ତି): ବିଳମ୍ବିତ ସନ୍ଧ୍ୟାରେ ବଲାଙ୍ଗୀରରେ ସଡ଼କ ଦୁର୍ଘଟଣା । ବୁଧବାର ସନ୍ଧ୍ୟାରେ ବଲାଙ୍ଗୀର ଭିଆଇପି ରାସ୍ତା ଭାବେ ପରିଚିତ ଭାଗିରଥି ଛକ- ସର୍କିଟ ହାଉସ ରାସ୍ତାରେ ଦୁଇ ମଟର ସାଇକେଲ ଦୁର୍ଘଟଣା ହୋଇଛି । ଏଥିରେ ଦୁଇ ବାଇକ୍…

ଇଟା ଫ୍ୟାକ୍ଟ୍ରିକୁ ବେଆଇନ ଭାବେ ହେଉଥିଲା ବାଲି ଚାଲାଣ: ହାଇଓ୍ବାକୁ ଜବତ କଲା ରିଷିଡ଼ା…

ରିଷିଡା ,୨୫।୨(ସୁଶାନ୍ତ ମଲ୍ଲିକ):  ବେଆଇନ ଭାବେ କର୍ଲାମୁଣ୍ଡା ବ୍ଲକ ତେରେସିଂହା ତେଲନଦୀରୁ କଅଁସିଲଛକ ସ୍ଥିତ ଇଟା ଫ୍ୟାକ୍ଟ୍ରିକୁ ହାଇଓ୍ବାରେ ବାଲି ଯାଉଥିବା ବେଳେ ରିଷିଡା କଲେଜ ଛକ ନିକଟରେ ରିଷିଡା ପୋଲିସ ଗାଡିକୁ ଜବତ କରି ଫାଣ୍ଡିକୁ ଆଣିଥିଲେ। ରିଷିଡା ଫାଣ୍ଡିଧିକାରୀ…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ମିନି ଷ୍ଟାଡିୟମରେ ଜଳିଲା ଷ୍ଟ୍ରିଟ୍‌ ଲାଇଟ୍‌

ଗଞ୍ଜାମ,୨୫।୨(ବିଦ୍ୟାଧର ସାହୁ): ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ଲାଇଟ ନ ଜଳିବା ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏହାପରେ ପ୍ରଶାସନ ଓ ବିଦ୍ୟୁତ ବିଭାଗର ତତ୍ପରତା ପ୍ରକାଶ ପାଇଥିଲା । ଫଳ ସ୍ବରୂପ ଷ୍ଟାଡିୟମରେ ଲାଗିଥିବା ସମସ୍ତ ଷ୍ଟ୍ରିଟ ଲାଇଟ…

ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ, ବେଡ୍‌ରୁ ହୋଇଯାଇଥିଲେ ନିଖୋଜ, ରାସ୍ତାରୁ ମିଳିଲା ମୃତଦେହ, ଦିଗପହଣ୍ଡିରେ ଶୋକ

ଦିଗପହଣ୍ଡି,୨୫।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଚିକିଟିଆ ସାହିରେ ରହୁଥିବା ଏସ୍‌.ସତ୍ୟନାରାୟଣ ଦୋରା(୪୩)ଙ୍କ ମୃତଦେହକୁ ବ୍ରହ୍ମପୁର ଶ୍ରୀରାମ ନଗର ନିକଟ ମୁଖ୍ୟରାସ୍ତାରୁ ବୁଧବାର ସକାଳେ ଉଦ୍ଧାର କରାଯାଇଛି। ମଙ୍ଗଳବାର ମଧ୍ୟାହ୍ନରେ ଜ୍ବରରେ ସଂକ୍ରମିତ ହୋଇ ସେ ଗୁରୁତର ହୋଇ ପଡ଼ିଥିଲେ।…

ରାୟଗଡ଼ା ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ: ହାଇକୋର୍ଟରେ ଖାରଜ ହେଲା ଶୁଭ୍ରାଙ୍କ ମାମଲା, ଫଳାଫଳ ଘୋଷଣା ପରେ…

ରାୟଗଡ଼ା,୨୫।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା କରିଥିବା ରିଟ୍‌ ପିଟିସନ ମାମଲାକୁ ହାଇକୋର୍ଟ ବିଚାରପତି ଆର୍‌.କେ.ପଟ୍ଟନାୟକ ଖାରଜ କରି ଦେଇଛନ୍ତି । ଏନେଇ ମଙ୍ଗଳବାର ରାୟ ପ୍ରକାଶ ପାଇଛି। ଉକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri