ନୟାଗଡ଼

ଗିରଫ ୫ ଗୋଚାଲାଣକାରୀ ଜେଲ ଗଲେ: ଆନ୍ଧ୍ରପ୍ରଦେଶର ନରସିଂହପାଟଣାକୁ ଚାଲାଣ ହେଉଥିଲେ ଗୋରୁ

ରଣପୁର,୧ା୧(ସ୍ବ.ପ୍ର.): ରଣପୁର ପୋଲିସ ଅଟକ ରଖିଥିବା ୫ ଗୋଚାଲାଣକାରୀଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ସେମାନଙ୍କୁ ରଣପୁର ସବ୍‌ଜେଲକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ ଟାଉନ ଥାନା ସିନ୍ଦୂରିଆ କରଣସାହିର ସଲମନ…

ନୂଆଗାଁ ବ୍ଲକରେ ସାମାଜିକ ସମୀକ୍ଷା ପ୍ରହସନ: ସହଯୋଗ କରୁନାହାନ୍ତି କର୍ମଚାରୀ

ନୂଆଗାଁ,୧ା୧୦(ଡି.ଏନ.ଏ.): ପ୍ରତି ଆର୍ଥତ୍କ ବର୍ଷରେ ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ ଓ ଅନ୍ୟାନ୍ୟ ବିଭାଗ ଦ୍ୱାରା ବିଭିନ୍ନ ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଗୁଡିକ ସାମାଜିକ ସମୀକ୍ଷା ମାଧ୍ୟମରେ ଲୋକାଭିମୁଖୀ କରାଇବା ବ୍ୟବସ୍ଥା ରହିଛି। ହେଲେ ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ…

ନୟାଗଡ଼ରେ ୩ ଡେଙ୍ଗୁ ରୋଗୀ ଚିହ୍ନଟ

ନୟାଗଡ଼ ଅଫିସ,୩୦ା୯:  ଗୋଟିଏ ଦିନରେ ନୟାଗଡ଼ରେ ୩ ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ନୟାଗଡ଼ ବ୍ଲକ ଲାଉସେଣା ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ (୧୪), ଲାଠିପଡ଼ା ଗ୍ରାମର ନିର୍ମଳା ନାହାକ (୩୦) ଓ ସୁମନ୍ତ ନାହାକ (୨୫)। କୃଷ୍ଣଚନ୍ଦ୍ରଙ୍କ…

ଗୋରୁ ବୋଝେଇ ଗାଡ଼ି ଜବତ, ୨ ଅଟକ

ରଣପୁର, ୩୦ା୯ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ପୋଲିସ ରବିବାର ଏକ ଗୋରୁ ବୋଝେଇ ଗାଡି ଜବତ କରିଛି। ରାତି ପ୍ରାୟ ୧୦ଟାରେ ଓଡି୨୫ଏଫ-୩୪୯୫ ନମ୍ବର ବିଶିଷ୍ଟ ଆଇଚର କଣ୍ଟେନର ଗାଡିକୁ ପୋଲିସ ଥାନା ଆଗରେ ଅଟକାଇ ତଲାସୀ ନେଇଥିଲା।…

ଦଲାଲ୍‌ଙ୍କ କବ୍‌ଜାରେ ଜିଲା ମୁଖ୍ୟ ଚିକିତ୍ସାଳୟ : ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ

ନୟାଗଡ଼ ଅଫିସ,୩୦ା୯: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଶନିବାର ରାତିରେ ଜଣେ ମହିଳା ପିଲା ଚୋରି କରି ନେଉଥିବା ବେଳେ ଲୋକମାନେ ହୋହଲ୍ଲା କରିବାରୁ ସେ ପଳାଇ ଯାଇଥିଲେ। ସେହିଭଳି ରବିବାର…

ଗୋଛା ସଂରକ୍ଷିତ ଜଙ୍ଗଲରେ ବନ ବିଭାଗର ଚଢ଼ାଉ: ୧୫ ଶାଗୁଆନ କାଠ ସହ ୯ ସାଇକେଲ ଜବତ

ନୟାଗଡ଼ ଅଫିସ,୨୯।୯-ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପଞ୍ଚରିଡ଼ା ବନାଞ୍ଚଳ ଗୋଛା ସଂରକ୍ଷିତ ଜଙ୍ଗଲ ଶିମିଳି ଗ୍ରାମ ନିକଟରୁ ଚଢ଼ାଉ କରାଯାଇ କାଠ ଓ ସାଇକେଲ ଜବତ କରାଯାଇଛି। ଜବତ କାଠ ମଧ୍ୟରେ ୬ ଖଣ୍ଡ ଶାଳଗଣ୍ଡି , ୧୫ ଖଣ୍ଡ ଶାଗୁଆନ…

ଝାନ୍‌ସୀରେ ବିବାହ ଦେବାକୁ ମା’ବାପା ନେଇଥିଲେ ନିଷ୍ପତ୍ତି: ଘର ଛାଡ଼ିଥିବା ଦୁଇ ନାବାଳିକା ଭଉଣୀ ଉଦ୍ଧାର

ରଣପୁର,୨୯।୯(ସ୍ବ.ପ୍ର.)-ଦୁଇ ନାବାଳିକା ଝିଅଙ୍କୁ ଝାନ୍‌ସୀରେ ବିବାହ ଦେବା ପାଇଁ ମା’ବାପା କଥା ହେଉଥିଲେ। ଏହା ଶୁଣି ଭୟଭୀତ ହୋଇଯାଇଥିଲେ ୨ ଝିଅ। ତେଣୁ ଘର ଛାଡି ଚାଲିଯିବା ପାଇଁ ନିଷ୍ପତ୍ତି ନେଇ ଘରୁ ପଳାଇଥିଲେ ୨ଭଉଣୀ। ବହୁ ଖୋଜାଖୋଜି ପରେ ଦୁଇ…

ନାହିଁ ଜଳ ନିଷ୍କାସନ ବ୍ୟବସ୍ଥା: ବିଦ୍ୟାଳୟ ପରିସରରେ ଜମି ରହୁଛି ବର୍ଷା ପାଣି, ପାଠପଢାରେ ସମସ୍ୟା

ଖଣ୍ଡପଡା,୨୯।୯(ସ୍ବ.ପ୍ର.)-ଖଣ୍ଡପଡା ବ୍ଲକ ଅନ୍ତର୍ଗତ ବନମାଳୀପୁର ପଞ୍ଚାୟତର ପଥୁରିଆ ଗ୍ରାମସ୍ଥିତ ରାମଚଣ୍ଡୀ ପ୍ରାଥମିକ ବିଦ୍ୟାଳୟରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ସାମାନ୍ୟ ବର୍ଷା ହେଲେ ବିଦ୍ୟାଳୟ ପରିସରରେ ପାଣି ଜମିରହୁଛି । ଲଗାଣ ବର୍ଷା ହେଲେ ପରିସ୍ଥିତି ଶୋଚନୀୟ ହୋଇପଡୁଛି। ବିଦ୍ୟାଳୟ…

ଲୁଣିଝରା ନଦୀରେ ଚେକଡ୍ୟାମ୍‌ ପାଇଁ ଗ୍ରାମବାସୀଙ୍କ ଦାବି, ଜଳସମ୍ପଦ ବିଭାଗ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ

ନୟାଗଡ଼ ଅଫିସ,୨୯।୯-ନୟାଗଡ଼ବ୍ଲକ ସାଲୁଣୀ ଗ୍ରାମ ଦେଇ ଯାଇଥିବା ଲୁଣିଝରା ନଦୀରେ ଏକ ଚେକଡ୍ୟାମ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଦୀର୍ଘବର୍ଷ ହେଲାଣି ସେମାନେ ଦାବି କରି ଆସୁଥିଲେ ମଧ୍ୟ ଜଳସମ୍ପଦ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ…

ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲର ଦୀକ୍ଷାନ୍ତ ସମାରୋହ: କନଷ୍ଟେବଳ ପୋଲିସର ମେରୁଦଣ୍ଡ

ନୟାଗଡ଼ ଅଫିସ,୨୮।୯: ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲ (ପିଟିଏସ୍‌)ର ଦୀକ୍ଷାନ୍ତ ସମାରୋହ-୨୦୧୯ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଏସ୍‌ପି ତଥା ଟ୍ରେନିଂ ସ୍କୁଲର ଅଧ୍ୟକ୍ଷ ଶଶିଭୂଷଣ ଶତପଥୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସମାରୋହରେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ…

ଜିଲା ମୁଖ୍ୟ ଚିକିତ୍ସାଳୟରେ ଏସ୍‌ପି କଲେ ଚଢ଼ାଉ

ନୟାଗଡ଼ ଅଫିସ,୨୭।୯- ଆସନ୍ତା ଅକ୍ଟୋବର ୨ ତାରିଖରେ ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ଏଥିପାଇଁ ବୁଧବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଆଲୋଚନା କରି ୧୫ ଦିନ ଭିତରେ ହସ୍ପିଟାଲଗୁଡ଼ିକ ଦଲାଲମୁକ୍ତ କରିବା ପାଇଁ କହିଥିଲେ। ଏହାର…

ଭଙ୍ଗାଯାଉନି ବିପଦସଙ୍କୁଳ ଶ୍ରେଣୀଗୃହ : ଛାତ୍ରୀଛାତ୍ରଙ୍କ ଜୀବନ ପ୍ରତି ବିପଦ

ନୟାଗଡ଼ ଅଫିସ/ନୂଆଗାଁ (ଡି.ଏନ.ଏ.)୨୭।୯: ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଚାହାଳିସ୍ଥିତ ଜନଶକ୍ତି ନୋଡ଼ାଲ ଉଚ୍ଚବିଦ୍ୟାଳୟରେ କେତେକ ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଫଳରେ ଛାତ୍ରୀଛାତ୍ରଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଥିବାବେଳେ ତାହା ଭଙ୍ଗାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri