ଗ୍ରାମ୍ୟ ରୋଜଗାର ସେବକଙ୍କ ଘରେ ଭିଜିଲାନ୍ସ ଚଢାଉ
ନବରଙ୍ଗପୁର,୨୧।୧(ବି.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ସିଂସାରୀ ଓ ଭଣ୍ଡାରୀଗୁଡା ପଞ୍ଚାୟତର ଗ୍ରାମ୍ୟ ରୋଜଗାର ସେବକ (ଜିଆର୍ଏସ୍) ହିମାଞ୍ଜଳ ବାଘଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ତାଙ୍କ ଉମରକୋଟ ଭଗବତୀ ନଗରସ୍ଥିତ ବାସଭବନ, ସାନଭରଣ୍ଡିସ୍ଥିତ ବାସଭବନ ଓ ସିଂସାରୀ ଓ ଭଣ୍ଡାରୀଗୁଡା…
ବ୍ୟବସାୟୀଙ୍କଠୁ ଲୁଟିନେଲେ ୪ଲକ୍ଷ
ଝରିଗାଁ, ୧୮।୧: ଖଣ୍ଡାରେ ଆକ୍ରମଣ କରି ଜଣେ ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ୪ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ନବରଙ୍ଗପୁର ଡାକ୍ତରଖାନା ଓ ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ନବରଙ୍ଗପୁର ଜିଲା ଝରିଗାଁ ଥାନା ଅଧୀନ ଚକଲାପଦର ଘାଟିରେ ସୋମବାର…
ଗିରଫ ହେଲେ ଆର୍ଡି ସହକାରୀ ଯନ୍ତ୍ରୀ
ଉମରକୋଟ,୧୭।୧: ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ୍ ତାଲାପଦର ନାଗୀନଦୀ ଉପରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ଉମରକୋଟ ଗ୍ରାମ୍ୟ ଉନ୍ନୟନ(ଆର୍ଡି) ବିଭାଗର ସହକାରୀ ଯନ୍ତ୍ରୀ ଅସିତ କୁମାର ପାତ୍ର ରବିବାର ଗିରଫ ହୋଇଛନ୍ତି। ନବରଙ୍ଗପୁର ପୋଲିସ ତାଙ୍କୁ ଗିରଫ କରି…
ବିଜୁ ସେତୁ ଭୁଶୁଡିବା ଘଟଣା: ଯନ୍ତ୍ରୀ, ଠିକାଦାରଙ୍କ ନାମରେ ମାମଲା
ନବରଙ୍ଗପୁର/ଉମରକୋଟ,୧୧ା୧: ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ବଡକୁମାରୀ ପଞ୍ଚାୟତ ଅଧୀନ ତାଲାପଦର ନାଗୀନଦୀ ଉପରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଜନ(୨)ର ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମଲ ଉମରକୋଟ ଥାନାରେ ସହକାରୀ…
ଭୁଶୁଡିଲା ବିଜୁ ସେତୁ: ଜଣେ ମୃତ ୩ଗୁରୁତର
ନବରଙ୍ଗପୁର/ଉମରକୋଟ,୧୦ା୧: ନବରଙ୍ଗପୁର ଜିଲା ବଡକୁମାରୀ ପଞ୍ଚାୟତ ଅଧୀନ ତାଲାପଦର ନାଗୀନଦୀ ଉପରେ ବିଜୁ ସେତୁ ଯୋଜନାରେ ତିଆରି ଚାଲିଥିବା ପୋଲ ଭୁଶୁଡି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ମୃତକ ହେଲେ ଉମରକୋଟ ଗ୍ରାମ୍ୟ ଉନ୍ନୟନ…
ବାପଘରକୁ ନେବା ବାଟରେ ସ୍ତ୍ରୀଙ୍କୁ ମାରିଦେଲେ
ଉମରକୋଟ, ୬।୧(ସ୍ବ.ପ୍ର.): ପାରିବାରିକ କଳହକୁ କେନ୍ଦ୍ର କରି ମଙ୍ଗଳବାର ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ୟୁଭି-୫୨ ଗ୍ରାମର ବିପ୍ଳବ ବିଶ୍ବାସ ତାଙ୍କ ସ୍ତ୍ରୀ ସିପ୍ରାଙ୍କୁ ହତ୍ୟା କରିଛନ୍ତି। ଏହାପରେ ବିପ୍ଳବ ଉମରକୋଟ ଥାନାରେ ଆତ୍ମସମର୍ପଣ କରିଛନ୍ତି। ପ୍ରକାଶ ଯେ, ବିପ୍ଳବ ଦେଢ଼ବର୍ଷ…
ଶ୍ୱଶୁରଘର ନେବା ବାଟରେ ସ୍ତ୍ରୀଙ୍କୁ ମାରିଦେଲା ସ୍ବାମୀ
ଉମରକୋଟ, ୫।୧: ପାରିବାରିକ କଳହକୁ କେନ୍ଦ୍ର କରି ମଙ୍ଗଳବାର ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ୟୁଭି-୫୨ ଗ୍ରାମର ବିପ୍ଳବ ବିଶ୍ବାସ ସ୍ତ୍ରୀ ସିପ୍ରାଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି। ପରେ ବିପ୍ଳବ ଉମରକୋଟ ଥାନାରେ ଆତ୍ମସମର୍ପଣ କରିଛନ୍ତି। ପ୍ରକାଶ ଯେ, ବିପ୍ଳବ…
ରାସ୍ତା କାମରେ ବ୍ୟବହୃତ ହେଉଛି ଚାଷୀଙ୍କ ପାଣି
ଉମରକୋଟ, ୧୮।୧୨(ସ୍ବ.ପ୍ର.): ଚାଷ କାମ ପାଇଁ ଥିବା କେନାଲ ପାଣିକୁ ଠିକାଦାର ନେଇ ରାସ୍ତା ତିଆରି କାମରେ ବ୍ୟବହାର କରୁଛନ୍ତି। ଉମରକୋଟ ଭାସ୍କେଲ ଜଳସେଚନ ପ୍ରକଳ୍ପର ପାଣି ପୂର୍ତ୍ତ ବିଭାଗ ରାସ୍ତା କାମରେ ଲଗାଯାଉଛି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ…
ଭିଜିଲାନ୍ସ ଜାଲରେ ଆଇଟିଡିଏର ୩ ଯନ୍ତ୍ରୀ
ନବରଙ୍ଗପୁର,୧୭।୧୨(ବି.ପ୍ର.)-ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ଅଫିସ ଗାଡ଼ିରେ ଟଙ୍କା ନେଇ ଯାଉଥିବାବେଳେ ୨ ଜଣ ସହକାରୀ ଯନ୍ତ୍ରୀ ଓ ଜଣେ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେମାନେ ହେଲେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ଅତିରିକ୍ତ…
ଦାବି ଶୁଣିଲେନି ସରକାର: ୬ ଘଣ୍ଟା ଇନ୍ଦ୍ରାବତୀ ବଜାର ବନ୍ଦ
ନବରଙ୍ଗପୁର, ୧୬।୧୨(ଡି.ଏନ୍.ଏ.): ଗତ ୩୦ ବର୍ଷ ହେଲା ସରକାର ଦାବି ଶୁଣୁ ନାହାନ୍ତି। ତେଣୁ ବିସ୍ଥାପିତଙ୍କ ଥଇଥାନ ଦାବିରେ ନବରଙ୍ଗପୁର ଜିଲା ଇନ୍ଦ୍ରାବତୀ ବଜାର ବୁଧବାର ସକାଳୁ ୬ ଘଣ୍ଟା ପାଇଁ ବନ୍ଦ ରହିଛି। ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳ ଗଣ ପରିଷଦ…
ଜଗନ୍ନାଥ ମନ୍ଦିର ନିଯୋଗକୁ କୋଟିଏ ଟଙ୍କାର ଘର ଦାନ
ନବରଙ୍ଗପୁର,୧୬।୧୨(ବି.ପ୍ର.): ସାଧାରଣତଃ ମଣିଷ ମୃତ୍ୟୁ ପୂର୍ବରୁ ନିଜର ସମସ୍ତ ସମ୍ପତ୍ତି ପରିବାର ଅଥବା ବନ୍ଧୁଙ୍କୁ ଦାନ କରିଥାନ୍ତି। କିନ୍ତୁ ନବରଙ୍ଗପୁର ସହର ଭଗବତୀ ସାହି ବାସିନ୍ଧା ଭବାନୀ ସାହୁଙ୍କ ସ୍ତ୍ରୀ ବୈଜୟନ୍ତୀ ନିଜର କୋଟିଏ ଟଙ୍କାର ଘରକୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରର…
ବନ୍ଦ ରହିଛି ଉମରକୋଟ୍ ଧଳାସୁନା କଳ
ଉମରକୋଟ,୧୫।୧୨(ସ୍ୱ.ପ୍ର.): ନବରଙ୍ଗପୁର ଜିଲା ଦିନେ କପାଚାଷ ପାଇଁ ପରିଚିତ ଥିଲା। ୧୯୮୫ରୁ ୧୯୮୯ ପର୍ଯ୍ୟନ୍ତ ଚାଷୀ ଅଧିକ ପରିମାଣରେ କପା ଚାଷ କରୁଥିଲେ। ସେତେବେଳ କପା କିଲୋ ପ୍ରତି ୭ ଟଙ୍କା ରହିଥିଲା। ଧଳାସୁନାଭାବେ ପରିଚିତ କପାଚାଷରୁ ଭଲ ଲାଭ ମିଳୁଥିବାରୁ ୧୯୯୦…
Archives


