ନବରଙ୍ଗପୁର

ଭାଇ ପରେ ଚାଲିଗଲା ଭଉଣୀର ଜୀବନ

ଝରିଗାଁ,୧୦।୩(କିଶୋର ଚନ୍ଦ୍ର ମଣ୍ଡଳ): ମାସେ ତଳେ କାମୁଡ଼ି ଥିଲା କୁକୁର। ପରିବାର ଲୋକେ କିନ୍ତୁ ଡାକ୍ତରଙ୍କୁ ନ ଦେଖାଇ ଜଡ଼ିବୁଟି ଚିକତ୍ସା କରାଇଥିଲେ। ଏବେ କୁକୁର କାମୁଡ଼ି ଥିବା ୨ ଭଉଣୀ ଭାଇଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ନବରଙ୍ଗପୁର…

ମହୁମାଛି ଆକ୍ରମଣରେ ୬ ମାସର ଶିଶୁ ମୃତ

ଝରିଗାଁ,୪ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଫୁଲଝରି ଗ୍ରାମରେ ମହୁମାଛି ଆକ୍ରମଣରେ ଜଣେ ୬ ମାସର ଶିଶୁର ମୃତ୍ୟୁ ଘଟିଛି। ଉମରକୋଟ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳ ୮ଟାରେ ଶିଶୁର ମୃତ୍ୟୁ ହୋଇଛି। ମହୁମାଛି…

ପୋଲ ତଳକୁ ଖସିପଡ଼ିଲା ବାଇକ୍‌, ଚାଲିଗଲା ୨ ଜୀବନ 

ପାପଡ଼ାହାଣ୍ଡି,୨୬।୨(ସ୍ବପ୍ନଜିତ୍‌ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ଶହୀଦ ମିନାର ନିକଟ ଟୁରି ନଦୀରେ ନିର୍ମାଣାଧୀନ ପୋଲ ତଳକୁ ଏକ ବାଇକ୍‌ ଖସି ୨ ଜଣଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଉମରକୋଟ ବ୍ଲକ ଗୋଇଦୌଡ଼ି ଗ୍ରାମର ବଳରାମ ମୁଦୁଲି ଓ ଡାବୁଗାଁ…

ଉମରକୋଟ ବିଧାନସଭା ନିର୍ବାଚନମଣ୍ଡଳୀ : ନବୀନା,ସୁରେଶ ବିଜେଡି ଆଶାୟୀ , କାହାକୁ ମିଳିବ ଟିକେଟ୍‌

ଉମରକୋଟ, ୨୫।୨(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ୪ ଆଶାୟୀଙ୍କୁ ନେଇ ଏବେ ଚାଲିଛି ଚର୍ଚ୍ଚା। କଂଗ୍ରେସରୁ ସନରାଜ ଗଣ୍ଡ ଜଣେମାତ୍ର ଆଶାୟୀ ଥିବା ବେଳେ ଭାଜପାର ସଂଖ୍ୟା…

ଓଡ଼ିଶାରେ ଡବଲ ଇଞ୍ଜିନ୍‌ ସରକାର ଦରକାର: ରାଜନାଥ

ନବରଙ୍ଗପୁର/ବ୍ରହ୍ମପୁର/ ବାରିପଦା,୨୩।୨(ସଦାଶିବ ପ୍ରହରାଜ/ନରସିଂହ ସାହୁ/ତନୁଶ୍ରୀ ନାହାକ/ନୀଳାଦ୍ରି ବିହାରୀ ଦଣ୍ଡପାଟ):ଓଡ଼ିଶାରେ ଡବଲ ଇଞ୍ଜିନ୍‌ ସରକାର ହେଲେ ରାଜ୍ୟର ବିକାଶ ଘଟିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଗୁରୁବାର ନବରଙ୍ଗପୁର, ଗଞ୍ଜାମ ଜିଲାର ବ୍ରହ୍ମପୁର ଓ ମୟୂରଭଞ୍ଜ ଜିଲାର ବାରିପଦାଠାରେ ବିଜୟ…

‘ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଦରକାର’

ନବରଙ୍ଗପୁର,୨୨ା୨: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ନବରଙ୍ଗପୁରରେ ପହଞ୍ଚିଛନ୍ତି। ଏଠାରେ ଆୟୋଜିତ ଏକ ସଭାରେ ସମ୍ବୋଧିତ କରି ସେ କହିଛନ୍ତି, ‘ଓଡ଼ିଶାକୁ ବି ଡବଲ ଇଞ୍ଜିନ ସରକାର ଦରକାର’। ସେ ଆହୁରି ମଧ୍ୟ କହିଛନ୍ତି, ଭାଜପା ଏମିତି ଏକ…

ନବରଙ୍ଗପୁରରେ ପହଞ୍ଚିଲେ ରାଜନାଥ ସିଂ

ନବରଙ୍ଗପୁର,୨୨।୨: ଓଡିଶାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ନବରଙ୍ଗପୁରରେ ପହଞ୍ଚିଲେ ରାଜନାଥ। ଭାଜପାର କୋର୍‌ କମିଟି ବୈଠକରେ ସେ ଯୋଗ ଦେବାର ସୂଚନା ରହିଛି। ସୂଚନାଥାଉ କି, ନବରଙ୍ଗପୁରର କାର୍ଯ୍ୟକ୍ରମ ପରେ ବ୍ରହ୍ମପୁର ଓ…

ଝିଅର ନିର୍ବନ୍ଧ କରିବାକୁ ଯାଇଥିବା ବେଳେ ଓଲଟିଲା ପିକ୍‌ଅପ୍‌, ୩୫ ଆହତ

ଉମରକୋଟ,୧୮ା୨(ସନ୍ତୋଷ ଶତପଥୀ): ଝିଅର ନିର୍ବନ୍ଧ କରିବାକୁ ଯାଇଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୩୫ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉମରକୋଟ, ଝରିଗାଁ ଓ ନବରଙ୍ଗପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନରେ ଥିବା ଏକମ୍ବା…

ପୋଲିସ ବିରୋଧରେ ଲାଗିଲା ମାଓବାଦୀ ପୋଷ୍ଟର

ରାଇଘର, ୧୪।୨(କିରଣ ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ଥାନା ଅଧୀନ କୁକୁରକୁଆଁ ଗ୍ରାମ ନିକଟରେ ଗଛକାଟି ରାସ୍ତା ଅବରୋଧ କରାଯାଇ ସେଥିରେ ମାଓବାଦୀ ପୋଷ୍ଟର ଲଗାଯାଇଛି। ତେବେ କେଉଁ ସଙ୍ଗଠନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ…

ପୋଲିସ ବିରୋଧରେ ଲାଗିଲା ପୋଷ୍ଟର, ଜୁଆ ଖେଳ ପଛରେ ପୋଲିସ କର୍ମଚାରୀଙ୍କ ହାତ

ଉମରକୋଟ ୧୩।୨: ନବରଙ୍ଗପୁରପୁ ଜିଲା ରାଇଘର ଥାନା ଅନ୍ତର୍ଗତ କୁକୁରକୁଆଁ ଗ୍ରାମ ନିକଟରେ ରାସ୍ତା ଉପରେ ଗଛକାଟି ଲଗାଯାଇଛି ପୋଷ୍ଟର । କିନ୍ତୁ ପୋଷ୍ଟରରେ କୌଣସି ସଂଗଠନର ନାଁ ଉଲ୍ଲେଖ ନାହିଁ। କେବଳେ ଧଳା କପଡ଼ାରେ ଲାଲ ରଙ୍ଗ ଦେଇ ପୋଷ୍ଟରଟି…

ବାଇକ ଚାଳକଙ୍କୁ ପିଟିପିଟି ମାରିଦେଲେ: ମୃତଦେହ ରଖି ରାସ୍ତାରୋକୋ

ନବରଙ୍ଗପୁର,୧୨।୨(ସଦାଶିବ ପ୍ରହରାଜ): ସଡ଼କ ଦୁର୍ଘଟଣା ପରେ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକକୁ ନିର୍ଧୂମ ପିଟି ମାରିଦେବା ଅଭିଯୋଗ ହୋଇଛି। କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁପରେ ଗ୍ରାମକୁ ମୃତଦେହ ଆସିଛି। ଗ୍ରାମବାସୀ ଓ ପରିଜନବର୍ଗ ଘଟଣାସ୍ଥଳକୁ ମୃତଦେହ ଆଣି ରାସ୍ତାରୋକୋ କରିଛନ୍ତି। ମୃତକ…

ଗୋଟିଏ ରଶିରେ ଝୁଲିପଡ଼ିଲେ ପ୍ରେମୀଯୁଗଳ

ଉମରକୋଟ,୧୨ା୨(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା ଅନ୍ତର୍ଗତ ବୁର୍ଜା ଗ୍ରାମର ପମ୍ପ୍‌ ହାଉସରେ ସୋମବାର ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଯୁବକ ସନାଧାର ଭତ୍ରା ପୂଜାରିଗୁଡ଼ା ଗ୍ରାମର ପମ୍ପ୍‌ ହାଉସରେ କାମ କରୁଥିବା ବେଳେ ଯୁବତୀ ପ୍ରିୟଙ୍କା ଗଣ୍ଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri