ମୟୂରଭଞ୍ଜ

ଅମ୍ଫନ୍‌ ପ୍ରଭାବରେ ପ୍ରବଳ ବର୍ଷା,ପବନ: ବିଭିନ୍ନ ସ୍ଥାନରେ ଉପୁଡ଼ିଲା ଗଛ

ବାରିପଦା ଅଫିସ,୨୦ା୫: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନ୍‌ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ଜାରି ରହିଛି। ବୁଧବାର ଭୋର୍‌ ୩ଟାରୁ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ପବନ ଲାଗିରହିଛି। ଜିଲାର ୨୬ଟି…

ବାହାର ରାଜ୍ୟରୁ ଆସିବା କାଳ ହେଲା : କରୋନା କଟକଣା ଯୋଗୁ ଆଖିବୁଜିଲେ ଯାଆଁଳା ଶିଶୁ

ବାରିପଦା ଅଫିସ,୨୦ା୫- ବର୍ଷକ ତଳେ ବିବାହ କରିଥିବା ଦମ୍ପତି ପ୍ରଥମ ସନ୍ତାନ ପାଇଁ କେତେ ସ୍ବପ୍ନ ଦେଖିଥିଲେ। ମାତ୍ର କରୋନା କଟକଣା ଯୋଗୁ ସବୁ ଖୁସି ପାଣି ଫୋଟକା ପରି ମିଳେଇଗଲା। ଦୁନିଆର ଆଲୋକ ଦେଖିବା ଆଗରୁ ଯମଜ ଶିଶୁପତ୍ର ଆଖି…

ମଝିଗଡ଼ିଆରୁ ହରିଣ ଉଦ୍ଧାର

କପ୍ତିପଦା,୨୦।୫(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ରେଞ୍ଜ ଅଧୀନ ମଝିଗଡ଼ିଆ ଗ୍ରାମରେ ମଙ୍ଗଳବାର ଏକ ହରିଣକୁ ଉଦ୍ଧାର କରାଯାଇଛି ା ଉଦ୍ଧାର ହରିଣଟିକୁ ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଜାମୁଦଲକି ଜଙ୍ଗଲରେ ଛାଡ଼ି ଦିଆଯାଇଛି। ହରିଣଟି ଶିମିଳିପାଳରୁ ବାଟବଣା ହୋଇ ଗ୍ରାମ ଭିତରକୁ ପଶି…

ଜିଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିଲେ ମହିଳା: ୮ ଗିରଫ

ବାରିପଦା ଅଫିସ,୧୯ା୫- ପିଆରଏମ୍‌ ମେଡିକାଲରେ ଶିଶୁ ବଦଳ ଘଟଣାକୁ ସପ୍ତାହେ ବିତି ଯାଇଥିବା ବେଳେ ଏ ଦିଗରେ ମେଡ଼ିକାଲ କର୍ତ୍ତୃପକ୍ଷ କିମ୍ବା ଜିଲାପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି। ଫଳରେ ନ୍ୟାୟ ଦାବିରେ ସୋମବାର ଶିଶୁଙ୍କ ଅଭିଭାବକଙ୍କ ସମେତ ଶତାଧିକ…

ଆଦିବାସୀ ଯୁବନେତାଙ୍କ ପରଲୋକ

ଠାକୁରମୁଣ୍ଡା,୧୯ା୫(ଡି.ଏନ୍‌.ଏ.)- ଆଦିବାସୀ ଯୁବ ନେତା ତଥା ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ପଞ୍ଚାୟତ ସମିତି ଅଧୀନ ସାଲେଇବେଡା ପଞ୍ଚାୟତର ସମିତି ସଭ୍ୟ ଅଜୟ କଳୁଣ୍ଡିଆ(୪୬)ଙ୍କ ସୋମବାର ପରଲୋକ ଘଟିଛି। କର୍କଟ ରୋଗରେ ପୀଡିତ ହୋଇ ସେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ପୂର୍ବରୁ ସ୍ତ୍ରୀ…

ପାଗ ଭିଡ଼ିଲେଣି ଚାଷୀ : ଖରିଫ ଋତୁରେ ୪ ଲକ୍ଷ ୩୭ ହଜାର ହେକ୍ଟର ଜମିରେ ହେବ ଚାଷ

  ବାରିପଦା ଅଫିସ,୧୯ା୫- କରୋନା ପାଇଁ ଲକ୍‌ଡାଉନ ଯୋଗୁ ରବି ଚାଷରେ କ୍ଷତି ସହିଥିବା ମୟୂରଭଞ୍ଜ ଜିଲାର ଚାଷୀ ଏବେ ଖରିଫ ଚାଷ ପାଇଁ ପାଗ ଭିଡ଼ିଲେଣି। ପବିତ୍ର ଅକ୍ଷିତୃତୀୟାରେ ଅଖିମୁଠି ଅନୁକୂଳ ସରିଛି। ଜିଲାର ଅନେକ ସ୍ଥାନରେ ଚାଷୀମାନେ ଚାଷ…

ମୟୂରଭଞ୍ଜର ୪ କରୋନା ଆକ୍ରାନ୍ତ ସୁସ୍ଥ

କପ୍ତିପଦା,୧୮ା୫(ଡି.ଏନ୍‌.ଏ)- ମୟୂରଭଞ୍ଜ ଜିଲାର ୧୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସୋମବାର ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନେ ପୁରୁଷ ଓ କପ୍ତିପଦା ବ୍ଲକ ଅଞ୍ଚଳର। ସେମାନଙ୍କ ମଧ୍ୟରୁ ୩ ଜଣ ପିଙ୍ଗୁ ପଞ୍ଚାୟତର ଓ ଜଣେ…

ଶିମିଳିପାଳରୁ ୨ ଶିକାରୀ ଗିରଫ 

ଖୁଣ୍ଟା,୧୮ା୫(ଡି.ଏନ୍‌.ଏ.)- ଶିମିଳିପାଳ ଅଭୟାରଣ୍ୟର ଡୁକୁରା ୱାଇଲ୍ଡ ଲାଇଫ୍‌ ରେଞ୍ଜ ଅଞ୍ଚଳରୁ ରବିବାର ରାତିରେ ୨ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ଭୋଳାଗଡ଼ିଆ ଗ୍ରାମର ନରେନ୍ଦ୍ର ହେମ୍ବ୍ରମ ଓ ହାତିକୋଟ ଗ୍ରାମର କିରଣ ବିଶ୍ୱାଳ। ଉଭୟଙ୍କଠାରୁ ଏକ…

ବାତ୍ୟା ପାଇଁ ଖୋଲିଲା କଣ୍ଟ୍ରୋଲ ରୁମ୍‌

ବାରିପଦା ଅଫିସ,୧୮ା୫: ସମ୍ଭାବ୍ୟ ବାତ୍ୟା ଅମ୍ଫନ ପାଇଁ ମୟୂରଭଞ୍ଜ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ରବିବାର ଜିଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲାର ସମସ୍ତ ବ୍ଲକର ବିଡ଼ିଓମାନେ ସଜାଗ ରହିବା…

ଅଁଳା ପଞ୍ଚାୟତ ସରପଞ୍ଚଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବେତନଟୀ/ବୈଶିଙ୍ଗା,୧୮ା୫(ଡି.ଏନ୍‌.ଏ.)- ପ୍ରବାସୀଙ୍କୁ ବାଇକ୍‌ରେ ବସାଇ ଆଣିଥିବା ଜଣେ ଯୁବକ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ନ ରହିବାରୁ ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ଅଁଳା ପଞ୍ଚାୟତରେ ଉତ୍ତେଜନା ଦେଖା ଦେଇଛି। ଏନେଇ ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ହେମ୍ବ୍ରମଙ୍କୁ ସେହି ପଞ୍ଚାୟତ ଅନ୍ତର୍ଗତ ରାଇକମା…

କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ଅବ୍ୟବସ୍ଥା: ପ୍ରତିବାଦ କଲେ ଅନ୍ତେବାସୀ

କପ୍ତିପଦା,୧୭ା୫(ଡି.ଏନ୍‌.ଏ.)- କରେନାର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ବ୍ଲକ୍‌ ଓ ପଞ୍ଚାୟତସ୍ତରରେ କ୍ୱାରାଣ୍ଟାଇନ କେନ୍ଦ୍ର ଖୋଲାଯାଇଛି। ଏଥିପାଇଁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି। ଏଠାରେ ପ୍ରବାସୀ ଓଡ଼ିଆଙ୍କୁ ସଙ୍ଗରୋଧରେ ରଖାଯିବା ସହ ସେମାନଙ୍କ ଖାଇବା,…

କରୋନା ଦୁଃଖ: ଭାରରେ ବୁହା ହେଲେ ଦୁଇ ସନ୍ତାନ

ବାରିପଦା ଅଫିସ, ୧୭ା୫-ଯାଜପୁର ଜିଲାର ଏକ ଇଟାଭାଟିରେ କାମ କରୁଥିଲେ ଶ୍ରମିକ ରୂପାଇ ଟୁଡ଼ୁ । ଘର ତାଙ୍କର ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ବଳଦିଆ ଗ୍ରାମରେ। ଲକ୍‌ଡାଉନ୍‌ ଯୋଗୁ ଭଟାଭାଟି ବନ୍ଦ ହୋଇଯିବାରୁ ସପରିବାର ବହୁ କଷ୍ଟେମଷ୍ଟେ ଚଳିବାକୁ ଚେଷ୍ଟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri