ମୟୂରଭଞ୍ଜ

ଦୁର୍ଘଟଣାରେ ବୃଦ୍ଧଙ୍କ ଜୀବନ ଗଲା

ବିଶୋଇ, ୩୧।୫(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ ଅଶନା ଛକଠାରେ ଏକ ସଡକ ଦୁର୍ଘଟଣା ଘଟି ଜନୈକ ବୃଦ୍ଧଙ୍କ ଜୀବନ ଯାଇଛି। ମୃତକ ହେଲେ ଅଶନା ପଞ୍ଚାୟତର ପାଳଗଡ଼ା ଗ୍ରାମର ଗୋପାଳ ଗିରି (୮୦)। ରବିବାର ପୂର୍ବାହ୍ନ ୯ଟା ବେଳେ ଗୋପାଳ…

କରୋନା ଯୋଦ୍ଧାଙ୍କୁ ଫୁଲଚନ୍ଦନ ଦେଇ ସମ୍ବର୍ଦ୍ଧନା

ରାଇରଙ୍ଗପୁର,୩୧ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁରର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଅଞ୍ଚଳର କରୋନା ଯୋଦ୍ଧାମାନଙ୍କୁ ଫୁଲଚନ୍ଦନ ଦେଇ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଶନିବାର ପରିଷଦ ପକ୍ଷରୁ ସୁପ୍ରିୟା ଜେନା ଓ ଜ୍ୟୋତିପ୍ରକାଶ ରଣାଙ୍କ ନେତୃତ୍ୱରେ ଛାତ୍ରୀଛାତ୍ରମାନେ ରାଇରଙ୍ଗପୁର ଟାଉନ…

ବାରିପଦାରେ ଆରମ୍ଭ ହେଲା କରୋନା ଟେଷ୍ଟିଂ

ବାରିପଦା ଅଫିସ,୩୧ା୫- ମୟୂରଭଞ୍ଜ ଜିଲା ବାରିପଦାର ରଙ୍ଗମାଟିଆସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜରେ ରବିବାରଠାରୁ କରୋନା ଟେଷ୍ଟିଂ ଆରମ୍ଭ ହୋଇଛି। ଜିଲାପାଳ ବିନୀତ ଭରଦ୍ୱାଜ ଏହି ଟେଷ୍ଟିଂ ଲ୍ୟାବ୍‌କୁ ଉଦ୍‌ଘାଟନ କରିଛନ୍ତି। ପ୍ରତିଦିନ ଏଠାରେ ୧୦୦ ଜଣଙ୍କ ସ୍ବାବ୍‌ ପରୀକ୍ଷା…

ଜଙ୍ଗଲରୁ ଶିଶୁପୁତ୍ର ଉଦ୍ଧାର

ଚିତ୍ରଡା,୩୧।୫(ଡି.ଏନ.ଏ.)-ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଅଧିନରେ ଥିବା ଚିତ୍ରଡା ଜଙ୍ଗଲରୁ ଶନିବାର ସାରେ ଏକ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଘଟଣାରୁ ଜଣାପଡ଼ିଛି, ମୁଲୁକଚାନ୍ଦ ମହନ୍ତ ଜଣେ ବୃଦ୍ଧ ଉକ୍ତ ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିଲେ। ସେହି ସମୟରେ ସେ ଏକ…

ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବାରିପଦା ଅଫିସ,୩୦ା୫- ମୟୂରଭଞ୍ଜ ଜିଲା ନିର୍ମାଣ ଶ୍ରମିକ ସମନ୍ବୟ ସମିତି ପକ୍ଷରୁ ଶନିବାର ୯ ଦଫା ଦାବିରେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶ୍ରମିକ ସଂଘ ସମନ୍ବୟ ସମିତିର ସଭାପତି ଅମଲ ଦେଙ୍କ ନେତୃତ୍ୱରେ ଅପରାହ୍ନରେ…

ବାରିପଦାରୁ ଭୁବନେଶ୍ୱର ଗଡ଼ିଲା ବସ୍‌

ବାରିପଦା ଅଫିସ,୩୦ା୫- ଦୀର୍ଘ ୨ ମାସ ପରେ ବାରିପଦାରୁ ଭୁବନେଶ୍ୱରକୁ ଗଡ଼ିଛି ବସ୍‌। ଶୁକ୍ରବାର ୩ଟି ବସ୍‌ରେ ୨୬ ଯାତ୍ରୀ ଭୁବନେଶ୍ୱର ଯାଇଛନ୍ତି। ପ୍ରଥମ ବସ୍‌ଟି ସକାଳ ୫ଟା ୩୦ରେ ବାରିପଦା ଛାଡ଼ିଥିବା ବେଳେ ସେଥିରେ ୧୧ ଜଣ, ୧୦ଟା୪୫ରେ ଯାଇଥିବା…

ମାଛ ଚାଷ ଦେଇଛି ପରିଚୟ

ବାରିପଦା ଅଫିସ,୩୦ା୫- ବର୍ତ୍ତମାନ ସମୟରେ ଜୀବିକା ବଞ୍ଚାଇବା କଷ୍ଟକର ହୋଇପଡ଼ିଛି। କରୋନା ମହାମାରୀ ଯୋଗୁ ପ୍ରବାସୀମାନେ ଘରମୁହାଁ ହେଉଛନ୍ତି। ସେହିଭଳି ଅନେକ ସ୍ଥାନରେ ଯୁବତୀଯୁବକମାନେ ଚାକିରି ପଛରେ ଗୋଡ଼ାଇ ନ ପାରି ନିରାଶ ହୋଇ ଘରେ ବସି ରହୁଛନ୍ତି। ହେଲେ ମୟୂରଭଞ୍ଜ…

ବିଦ୍ୟୁତ୍‌ ବିଲ୍‌କୁ ନେଇ ଚିନ୍ତାରେ ଉପଭୋକ୍ତା

ଚିତ୍ରଡା,୩୦ା୫(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲାର ମୋରଡ଼ା ବ୍ଲକ ଅଞ୍ଚଳରେ ନେସ୍କୋ ପକ୍ଷରୁ ଚଳିତ ମାସରେ ପ୍ରଦାନ କରାଯାଇଥିବା ବିଦ୍ୟୁତ୍‌ ବିଲ୍‌କୁ ନେଇ ଉପଭୋକ୍ତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଲକ୍‌ଡାଉନ ଯୋଗୁ ସରକାରଙ୍କ ଘୋଷଣା କ୍ରମେ ବିଲ୍‌ ପ୍ରଦାନ କରାଯାଇ ନ ଥିଲା ବେଳେ ଦୀର୍ଘ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ବନ୍ଦ ପ୍ରତିବାଦରେ ବ୍ଲକ ଘେରାଉ

ବାଙ୍ଗିରିପୋଷି,୩୦ା୫(ଡି.ଏନ.ଏ.)- ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ବନ୍ଦ ପ୍ରତିବାଦରେ ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ବୁଢୀଖମାରୀ ପଞ୍ଚାୟତ ଅନ୍ତର୍ଗତ ଯୋକା (ଆତନାବେଡା) ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ସମସ୍ତ ଅଧିକାରୀଙ୍କୁ ତାଲାବନ୍ଦ କରି ଅଟକ…

ପିଆରଏମ୍‌ ମେଡ଼ିକାଲ୍‌ରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ

ବାରିପଦା ଅଫିସ,୩୦ା୫- ବାରିପଦା ପିଆରଏମ୍‌ ମେଡ଼ିକାଲ୍‌ରେ ଦିନକୁ ଦିନ ଚିକିତ୍ସା ଅବହେଳା ନେଇ ଅଭିଯୋଗ ଲମ୍ବିବାରେ ଲାଗିଛି। କିଛି ଦିନ ତଳେ ଶିଶୁ ପୁତ୍ର ଅଦଳବଦଳ ହୋଇଥିବା ଘଟଣା ମନରୁ ନ ଲିଭୁଣୁ ପୁଣି ଜଣେ ଶିଶୁକନ୍ୟାର ଚିକିତ୍ସା ଅବହେଳାରୁ ମୃତ୍ୟୁ…

ମୋରଡ଼ା ବ୍ଲକରେ ଥିବା ଏକମାତ୍ର ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ ଅଚଳ, ନିରାଶ ହୋଇ ଫେରୁଛନ୍ତି ଗ୍ରାହକ

ଚିତ୍ରଡା,୨୮।୫(ଡି.ଏନ୍‌.ଏ.): ମୟୁରଭଞ୍ଜ ଜିଲା ମୋରଡା ବ୍ଲକର ଏକମାତ୍ର ଷ୍ଟେଟବ୍ୟାଙ୍କ ଏଟିଏମ୍‌ ଚିତ୍ରଡା ବସଷ୍ଟାଣ୍ଡରେ ରହିଛି। ପାଖାପାଖି କୋଡିଏ କିଲୋମିଟର ମଧ୍ୟରେ ଏହା ଗୋଟିଏ ମାତ୍ର ଏଟିଏମ୍‌ ହେତୁ ଅଞ୍ଚଳବାସୀ ଏହା ଉପରେ ନିର୍ଭର କରନ୍ତି। ହେଲେ ପାଖାପାଖି ଦେଢ଼ମାସରୁ ଉର୍ଦ୍ଧ ସମୟ…

ସଂଗରୋଧ କେନ୍ଦ୍ରରୁ ଘରକୁ ଫେରିବାର ୩ ଦିନ ପରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ

ବେତନଟୀ,୨୮।୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ଏସ୍‌ଏସ୍‌ ନହଣ୍ଡାଶୋଲ ପଞ୍ଚାୟତର ଭାଲୁବସା ଗ୍ରାମର ପରେଶ ଚନ୍ଦ୍ର ମହାନ୍ତ(୫୫)ଙ୍କ ବୁଧବାର ବିଳମ୍ବିତ ରାତ୍ରିରେ ନିଜ ଘରେ ମୃତ୍ୟୁ ଘଟିଛି। ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲା ବେଳେ ଏହା କରୋନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri