ଛତିଶଗଡ଼ ଚୋରି କେନ୍ଦୁପତ୍ର ଓଡ଼ିଶାରେ ଖୋଜା
ମାଲକାନଗିରି, ୮।୮(ଡି.ଏନ.ଏ.):ବର୍ଷ ବର୍ଷ ଧରି ମାଲକାନଗିରି ସୀମାନ୍ତ ରାଜ୍ୟର ବ୍ୟବସାୟୀମାନେ ମାଲକାନଗିରି ଆସି କେନ୍ଦୁପତ୍ର ବ୍ୟବସାୟ କରୁଥିବା ବେଳେ ବର୍ତ୍ତମାନ ଛତିଶଗଡ଼ରେ ଚୋରି ହୋଇଥିବା କେନ୍ଦୁପତ୍ରକୁ ଓଡିଶାରେ ଖୋଜାଚାଲିଛି। ଖବରରୁ ଜଣାପଡିଛି ଚଳିତ ବର୍ଷ ଛତିଶଗଡ଼ ରାଜ୍ୟରୁ କୋଟି କୋଟି ଟଙ୍କାର…
୯୦ ପ୍ରତିଶତ ସଙ୍ଗଠନ ଦୁର୍ବଳ ହୋଇପଡିଛି:ଏସ୍.ପି.
ମାଲକାନଗିର,୮ା୮ (ଡି.ଏନ୍.ଏ.):ଦଶ ବର୍ଷରୁ ଉର୍ଦ୍ଧ୍ୱ ହେବ ମାଓବାଦୀମାନେ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସେମାନଙ୍କ ଶହୀଦ ସପ୍ତାହ ପାଳନ କରୁଥିଲେ। ଏହି ଅବସରରେ ସେମାନେ ବିଭିନ୍ନ ସ୍ଥାନରେ ସ୍ତୁପ ନିର୍ମାଣ କରି ଶହୀଦ ହୋଇଥିବା ମାଓବାଦୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି…
ପୋଲ ଉପରେ ୫ ଫୁଟର ପାଣି, ଉଭୟ ପାର୍ଶ୍ୱରେ ଅଟକି ରହିଛି ଗାଡ଼ିମୋଟର
କୋରୁକୋଣ୍ଡା,୬ା୮(ଡି.ଏନ୍.ଏ.): ମାଲକାନଗିରି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ହେବାରୁ ମାଲକାନଗିରି-ବାଲିମେଳା ମୁଖ୍ୟ ରାସ୍ତାର ଏମ୍ଭି-୩୭ରେ ଶନିବାର ପୋଲ ଉପରେ ପ୍ରାୟ ୫ଫୁଟ ଉପରେ ପାଣି ଚାଲୁଥିବାର ଦେଖିବାକୁ ମିଳିଛି। ତେବେ ଉପରମୁଣ୍ଡରୁ ପାଣି ଅତ୍ୟଧିକ ମାତ୍ରାରେ ଆସୁଥିବାରୁ ବନ୍ୟାଜଳ…
ଛାତ୍ରୀଛାତ୍ରଙ୍କୁ ଡେଙ୍ଗୁ, ମ୍ୟାଲେରିଆ ଆଶଙ୍କା
ମାଲକାନଗିରି,୬।୮ (ଡି.ଏନ୍.ଏ.): ବର୍ତ୍ତମାନ କୋଭିଡ ମହାମାରୀ ରୂପେ ବୃଦ୍ଧି ପାଉଥିବା ବେଳେ ନୂତନ ମହାମାରୀ ରୂପେ ଦେଖାଦେଇଛି ମଙ୍କିପକ୍ସ। ଏହାକୁ ନେଇ ରାଜ୍ୟ ସରକାର ଓ ସ୍ବାସ୍ଥ୍ୟ ବିଭାଗ ଚିନ୍ତାରେ ପଡିଛନ୍ତି। ମାଲକାନଗିରି ଜିଲାରେ ବିଭିନ୍ନ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗ ଓ…
ବଜ୍ରପାତରେ ୨ ଗାଈ ମୃତ, ମହିଳା ଗୁରୁତର
କୋରୁକୋଣ୍ଡା,୩ା୮(ଡି.ଏନ୍.ଏ.): ମାଲକାନଗିରି ଜିଲାରେ କିଛିଦିନ ପ୍ରବଳ ଗରମ ହେବା ପରେ ମଙ୍ଗଳବାରଠାରୁ କେତେକ ସ୍ଥାନରେ ବିଜୁଳି ଘଡ଼ଘଡି ସହ ବର୍ଷା ହେବାରେ ଲାଗିଛି। ବୁଧବାର କୋରୁକୋଣ୍ଡା ବ୍ଲକ ଅଧିନସ୍ଥ ଡୁଡା ମେଟା ପଞ୍ଚାୟତ ଅଧିନସ୍ଥ କୋୟାଗୁଡ଼ାର ମୁକା ମାଡ଼କାମୀଙ୍କ ସ୍ତ୍ରୀ ମୁକେ…
ବାଉଁଶ କାଟିବାକୁ ଯାଇଥିଲେ, ମିଳିଲା ମୃତଦେହ
କୋରୁକୋଣ୍ଡା,୨୭ା୭(ଡି.ଏନ୍.ଏ.): ମାଲକାନଗିରି ସଦର ଥାନା ଅନ୍ତର୍ଗତ କୋରୁକୋଣ୍ଡା ସଦର ମହକୁମାରେ ବୁଧବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସୂଚନାନୁଯାୟୀ, କୋରୁକୋଣ୍ଡା ଗ୍ରାମର ଭୀମ ଦାସ (୫୫) ଆଜି ମଧ୍ୟାହ୍ନରେ ଘରୁ ମଙ୍ଗଳା ମନ୍ଦିର ନିକଟରେ ଥିବା ନିଜ ଜମିକୁ ବାଉଁଶ ଆଣିବା…
ଛେଳିପଲଙ୍କୁ ବଞ୍ଚାଇବାକୁ ଯାଇ ଓଲଟି ପଡ଼ିଲା ବସ୍
କୋରୁକୋଣ୍ଡା,୨୩ା୭(ଡି.ଏନ୍.ଏ.): ଜୟପୁରରୁ ମାଲକାନଗିରି ଅଭିମୁଖେ ଯାତ୍ରା କରୁଥିବା ସରକାରୀ ଅଲ୍ଟ୍ରା ବସ୍ଟି କୁଡୁମୁଲୁଗୁମ୍ମା ନିକଟସ୍ଥ ସୁନାନଗର ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ବସ୍ଟି ଦ୍ରୁତଗତିରେ ବାଲିମେଳା ଆଡ଼କୁ ଯାଉଥିବା ବେଳେ ସୁନାନଗର ଘାଟିଠାରେ ହଠାତ୍ ଛେଳିପଲ ରାସ୍ତା ଉପରକୁ ଚାଲି…
ଭୁଶୁଡ଼ିଲା ବ୍ରିଜ୍ ସେଣ୍ଟ୍ରିଂ, ଚାଲିଗଲା ଶ୍ରମିକଙ୍କ ଜୀବନ
ମାଲକାନଗିରି,୨୧ା୭(ଡି.ଏନ୍.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ବ୍ରିଜ୍ର ସେଣ୍ଟ୍ରିଂ କାମ ଚାଲିଥିବା ବେଳେ ଏହା ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଶ୍ରମିକ ଜଣଙ୍କ ହେଲେ ଦେବ ଶିଶା। ଖଇରପୁଟ…
ବନ୍ୟାଜଳରେ ବନ୍ୟଜନ୍ତୁ: ଟାପୁରେ ଫସିିଛନ୍ତି ହରିଣ
ମାଲକାନଗିରି,୧୮ା୭ (ଡି.ଏନ୍.ଏ.): ପ୍ରବଳ ବର୍ଷା ଯୋଗୁ ଗତ ୬ଦିନ ଧରି ଓଡ଼ିଶା ସହ ଆନ୍ଧ୍ର ପ୍ରଦେଶ ବନ୍ୟାରେ ପ୍ରଭାବିତ ହୋଇଛି। ଏହି ବନ୍ୟାରେ ଅନେକ ଘରଦ୍ୱାର, ଚାଷଜମି ନଷ୍ଟ ହୋଇଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ବନ୍ୟଜନ୍ତୁ। ଏପରି ଏକ ଦୃଶ୍ୟ…
ନଦୀ ଟାପୁରେ ଫସିଛନ୍ତି ଶତାଧିକ ହରିଣ
ମାଲକାନଗିରି,୧୭ା୭(ଡି.ଏନ୍.ଏ.): ଲଗାଣ ବର୍ଷା ଯୋଗୁ ଓଡ଼ିଶା ସହ ଆନ୍ଧ୍ରପ୍ରଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ଅନେକ ଘରଦ୍ୱାର, ଚାଷଜମି ନଷ୍ଟ ହୋଇଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ବନ୍ୟଜନ୍ତୁ। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ିଶା ସୀମାନ୍ତ ଆନ୍ଧ୍ରର…
ମାଲକାନଗିରିରେ ବନ୍ୟା, ପଡ଼ୋଶୀ ରାଜ୍ୟକୁ ଯାତାୟତ ଠପ୍
ମାଲକାନଗିର,୧୬।୭(ଡି.ଏନ୍.ଏ): ଲଗାଣ ବର୍ଷା ଯୋଗୁ ମାଲକାନିଗିରି ଜିଲା ମୋଟୁରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ସିଲେରୁ ଓ ସାବେରୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏନ୍ଏଚ୍ ୩୨୬ ପାଣିରେ ବୁଡିଯାଇଥିବା ବେଳେ ପଡ଼ୋଶୀ ରାଜ୍ୟକୁ ଯାତାୟତ ବନ୍ଦ ହୋଇଯାଇଛି।…
ଚିତ୍ରକୋଣ୍ଡା ଏସ୍ଡିପିଓଙ୍କ ନାମରେ କୋର୍ଟରେ ମାମଲା
ମାଲକାନଗିରି,୧୫ା୭(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଏସ୍ଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢ଼ିବାରେ ଲାଗିଛି। ଆଦିବାସୀ ମହିଳାଙ୍କୁ ମାଡ଼ ମାରିବା ଘଟଣାରେ ବିଧାନସଭାରେ ପ୍ରସଙ୍ଗ ଉଠି ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଗୁରୁବାର ଏସ୍ଡିପିଓ ଦ୍ୱିବେଦୀଙ୍କ…
Archives


