ମାଲକାନଗିରି

ସ୍ବାଭିମାନ ଅଞ୍ଚଳରେ ପାଓ୍ବାର ଚାଳିତ ଆମ୍ବୁଲାନ୍ସ ଲଞ୍ଚ ଉଦ୍‌ଘାଟନ କଲେ ଗଣଶିକ୍ଷା ମନ୍ତ୍ରୀ

ମାଲକାନଗିରି,୧୮।୧୨(ଡି.ଏନ୍‌.ଏ.): ସ୍ବାଭିମାନ ଅଞ୍ଚଳ ପାଇଁ ପାୱାର ଚାଳିତ ଆମ୍ବୁଲାନ୍ସ ଲଞ୍ଚ ଉଦ୍‌ଘାଟନ ହୋଇଛି। ସେହିପରି ଶିକ୍ଷକ କ୍ଲଷ୍ଟରର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ପ୍ରଶାସକ ସୁରେଶ ମହାପାତ୍ର ଏବଂ ମାଲକାନଗିରି ଜିଲାପାଳ ମନୀଷ…

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କୁ ନିଲମ୍ବନ ଘଟଣା: ୨୪ ଘଣ୍ଟିଆ କାଲିମେଳା ବନ୍ଦ

କାଲିମେଳା,୧୬।୧୨(ଡି.ଏନ.ଏ.): ମାଲକାନଗିରି ଜିଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ମୁକ୍ତିକାନ୍ତ ମଲ୍ଲିକଙ୍କ ଉପରେ ହୋଇଥିବା ନିଲମ୍ବନ ଆଦେଶ ପ୍ରତ୍ୟାହାର, ତାଙ୍କର ପୁନଃ ନିଯୁକ୍ତି ଦାବିରେ ସୋମବାର କାଲିମେଳାରେ ବନ୍ଦ ପାଳନ କରାଯାଇଛି। ବିଜେଡି,ଭାଜପା ଓ କଂଗ୍ରେସର ଲୋକ ପ୍ରତିନିଧିଙ୍କ ସହ କାଲିମେଳା…

ରାସ୍ତାରୋକୋ କରି ଆନ୍ଦୋଳନ କଲେ ଚାଷୀ

କୋରୁକୋଣ୍ଡା, ୧୬।୧୨ (ଡ଼ି.ଏନ.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡାଠାରେ ଚାଷୀମାନେ ମାଲକାନଗିରି-ବାଲିମେଳା ରାସ୍ତାକୁ ଅବରୋଧ କଲେ। ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକେନ ନ ମିଳିବା, ଚାଷୀଙ୍କୁ ଯେତିକି ଧାନବିକ୍ରି ନେଇ କୁହାଯାଇଥିଲା ସେଥିରୁ କମିବା ଏବଂ ଜଳକର ପୈଠ କରିବା ପରେ…

ଡାକ୍ତର ନିଲମ୍ବନ ପ୍ରତ୍ୟାହାର ଦାବିରେ କାଲିମେଳା ବନ୍ଦ ପାଳନ

କାଲିମେଳା,୧୬।୧୨(ଡି.ଏନ.ଏ): ମାଲକାନଗିରି ଜିଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ମୁକ୍ତିକାନ୍ତ ମଲ୍ଲିକଙ୍କ ଉପରେ ହୋଇଥିବା ନିଲମ୍ବନ ଆଦେଶ ତୁରନ୍ତ ପ୍ରତ୍ୟାହାର କରି ପୁନଃନିଯୁକ୍ତି ଦାବି କରି ସୋମବାର କାଲିମେଳାରେ ବନ୍ଦ ପାଳନ କରାଯାଇଛି। ଏଥିସହ ବିଜେଡି, ଭାଜପା ଓ କଂଗ୍ରେସ…

ବିଭିନ୍ନ ଦାବି ନେଇ ରାସ୍ତାକୁ ଓହ୍ଲାଇଲେ ଚାଷୀ, ବାଲିମେଳା ରାସ୍ତା ଅବରୋଧ

କୋରୁକୋଣ୍ଡା, ୧୬।୧୦ (ଡି.ଏନ.ଏ): ମାଲକାନଗିରି ଜିଲା କୋରୁକୋଣ୍ଡାଠାରେ ଚାଷୀ ଉତ୍ତେଜନା ଦେଖାଦେଇଛି। ମାଲକାନଗିରି ବାଲିମେଳା ରାସ୍ତାକୁ କୋରୁକୋଣ୍ଡାଠାରେ ଅବରୋଧ କରିଛନ୍ତି ଉତ୍ତେଜିତ ଚାଷୀ । ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକେନ ନ ମିଳିବା, ଚାଷୀଙ୍କୁ ମିଳୁଥିବା ଧାନ ବିକ୍ରି ଟାର୍ଗେଟ…

ଇସ୍ରୋ ପରିଦର୍ଶନ ପାଇଁ ଅବିନାଶ ମନୋନୀତ

କୋରୁକୋଣ୍ଡା, ୧୬।୧୨(ଡ଼ି.ଏନ.ଏ.)- ମାଲକାନଗିରି ଜିଲା ବାଲିମେଳା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୧୦ମ ଶ୍ରେଣୀର ଛାତ୍ର ଅବିନାଶ ବେହେରା ଇସ୍ରୋ ପରିଦର୍ଶନ ପାଇଁ ମନୋନୀତ ହୋଇଛନ୍ତି। ଓଡ଼ିଶାରୁ ମନୋନୀତ ହୋଇଥିବା ୨୦ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅବିନାଶ ଅନ୍ୟତମ। ଗତ ୧୨ ତାରିଖରେ ଟାଟା…

ବିଡିଓଙ୍କୁ ବଦଳି ଦାବିରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ପତ୍ର

ଖଇରପୁଟ,୧୩ା୧୨(ଡି.ଏନ୍‌.ଏ: ମାଲକାନଗିରି ଜିଲା ଖଇରପୁଟ ବିଡିଓ ବିଶ୍ୱଜିତ୍‌ ବର୍ମନଙ୍କ ବିରୋଧରେ ଦୁନୀତି ଓ ଲୋକ ପ୍ରତିନିଧିଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ନେଇ ଅଭିଯୋଗ ହୋଇଛି। ତାଙ୍କୁ ଏହି ବ୍ଲକରୁ ତୁରନ୍ତ ବଦଳି କରିବାକୁ ବ୍ଳକର ଲୋକ ପ୍ରତିନିଧିମାନେ ଦାବି କରିଛନ୍ତି। ଶୁକ୍ରବାର…

ଜଙ୍ଗଲ,ବନ୍ୟଜନ୍ତୁ ସୁରକ୍ଷା ଚିନ୍ତା: ଏକାଠି ହେଲେ ୬ ବନ ସଂରକ୍ଷଣ ସମିତି ସଦସ୍ୟ

ମାଲକାନଗିରି,୧୩ା୧୨ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ପ୍ରାକୃତିକ ଜଙ୍ଗଲର ଅବକ୍ଷୟ, ମୂଲ୍ୟବାନ ଗଛସବୁ ବିଲୁପ୍ତ ହେବାରେ ଲାଗିଛି। ଏଥିସହ ବନ୍ୟଜନ୍ତୁଙ୍କ ସଂଖ୍ୟା ଦିନକୁ ଦିନ ଲୋପ ପାଉଛି। ଏହାକୁ ନେଇ ମାଲକାନଗିରି ଜିଲାର ୬ଟି ବନ ସଂରକ୍ଷଣ ସମିତି ଉଦ୍‌ବେଗ ପ୍ରକାଶ କରିଛନ୍ତି।…

ଧାନଖଳାରେ ଅଗ୍ନିକାଣ୍ଡ

ପଡିଆ, ୧୩ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା ପଡିଆ ସଦର ମହକୁମାସ୍ଥିତ ଖ୍ରୀଷ୍ଟିଆନସାହିର ଚାଷୀ ଜାନରାଜୁ ନାରା ଅମଳ କରି ଖଳାରେ ନିଆଁ ଲାଗି ଧାନ ସବୁ ନଷ୍ଟ ହୋଇଯାଇଛି। ଫଳରେ ତାଙ୍କର ସବୁ ଧାନ ପୋଡି ପାଉଁଶ ହୋଇଯାଇଛି। ପଡିଆଠାରୁ ୨୫୦୦ମିଟର ଦୂର…

ନ୍ୟାୟ ଦାବିରେ ବିଛିନ୍ନାଞ୍ଚଳବାସୀଙ୍କ ପ୍ରଜାମେଳି

କୋରୁକୋଣ୍ଡା/ଚିତ୍ରକୋଣ୍ଡା, ୧୧।୧୨ (ଡି.ଏନ.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଛିନାଞ୍ଚଳରେ ପୁଣିଥରେ ବିଛିନ୍ନାଞ୍ଚଳବାସୀ ଏକତ୍ରିତ ହୋଇ ପ୍ରଜାମେଳି କରିଥିବା ଦେଖିବାକୁ ମିଳିଛି। ଏହି ପ୍ରଜାମେଳି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଅଣ୍ଡରାପାଲି ପଞ୍ଚାୟତର ଆରାପଦର ଗ୍ରାମରେ ହୋଇଥିଲା। ବିଛିନ୍ନାଞ୍ଚଳର ୭ଟି ପଞ୍ଚାୟତର ହଜାର ହଜାର…

ମଣ୍ଡିରେ ନକଲି ଭାଗଚାଷୀ ଧାନ ବିକିବା ଘଟଣା: ଜିଲା ପ୍ରଶାସନ ତତ୍ପର; ବନ୍ଧା ହେବେ ନକଲି ଭାଗଚାଷୀ, ବିଭାଗୀୟ କର୍ମଚାରୀ

ମାଲକାନଗିରି,୧୦ା୧୨ (ଡି.ଏନ୍‌.ଏ.)- ମଙ୍ଗଳବାର ଧରିତ୍ରୀରେ ମଣ୍ଡିରେ ନକଲି ଭାଗଚାଷୀ ଧାନ ବିକୁଥିବା ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ତତ୍ପର ହୋଇଉଠିଛି। ଜିଲା ପ୍ରଶାସନ ଓ ଜିଲା ପୋଲିସ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ଉପଜିଲାପାଳଙ୍କ ନିର୍ଦ୍ଦେଶରେ ଯୋଗାଣ ବିଭାଗ…

ସ୍ବଚ୍ଛ ଭାରତ ଅଭିଯାନ ବାଟବଣା, ପାଇଖାନା ନିର୍ମାଣ ହୋଇଛି କାମରେ ଆସୁନି

ମାଲକାନଗିରି,୯ା୧୨(ଡି.ଏନ.ଏ.)-  ଚଳିତ ବର୍ଷ ଅକ୍ଟୋବର ୨ରୁ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକୀ ଅବସରରେ ସ୍ବଚ୍ଛ ଭାରତ ମିଶନ ଅଭିଯାନ ମାଧ୍ୟମରେ ସମଗ୍ର ଦେଶକୁ ବାହ୍ୟ ମଳତ୍ୟାଗ ମୁକ୍ତ ଘୋଷଣା ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ ସହରଠାରୁ ଗ୍ରାମାଞ୍ଚଳର ସମସ୍ତ ପରିବାରକୁ ପାଇଖାନା ଯୋଗାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri