ଖୋର୍ଦ୍ଧା

ବେଗୁନିଆ ସରପଞ୍ଚଙ୍କ ସମେତ ୨ ଗିରଫ

ବେଗୁନିଆ,୧୪ା୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନର ଫଳାଫଳ ଶନିବାର ଘୋଷଣା ପରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗାଡ଼ି ଭଙ୍ଗାରୁଜା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ସାରୁଅ ଗ୍ରାମର ସମ୍ବିିତ୍‌ କୁମାର ମହାଭୋଇଙ୍କ ଅଭିଯୋଗକ୍ରମେ ବେଗୁନିଆ ପୋଲିସ…

ପୁଞ୍ଜିଭୂତ ଜନଅସନ୍ତୋଷର ପ୍ରତିଫଳନ

ଖୋର୍ଦ୍ଧା ଅଫିସ,୧୪ା୩: ବିଜେଡିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗୁଣ୍ଡାଗର୍ଦ୍ଦିକୁ ନେଇ ଏବେ ସବୁଠି ଚର୍ଚ୍ଚା। ଶନିବାର ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଚାଲୁଥିବାବେଳେ ବ୍ଲକ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଉପରକୁ ବିଧାୟକ ଜଗଦ୍ଦେବ ଗାଡ଼ି…

ଜଗଦ୍ଦେବଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା: ଆଇଜି

ଖୋର୍ଦ୍ଧା ଅଫିସ୍‌,୧୩।୩: ବାଣପୁର ବ୍ଲକ କାଯ୍ୟାଳୟ ବାହାରେ ଲୋକଙ୍କୁ ଗାଡ଼ି ମଡ଼ାଇବା ଘଟଣାରେ ଲୋକଙ୍କ ପ୍ରତିଆକ୍ରମଣର ଶିକାର ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ସେ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ପୋଲିସ କବ୍‌ଜା ମଧ୍ୟରେ ଚିକିତ୍ସିତ ହେଉଛନ୍ତି। ସୁସ୍ଥ…

ଗିରଫ ହେବେ ଚିଲିକା ବିଧାୟକ; ଲାଗିଲା ହତ୍ୟା ଉଦ୍ୟମ ଦଫା

ଭୁବନେଶ୍ୱର, ୧୨।୩(ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ଘଟଣାରେ ଗିରଫ ହେବେ। ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲଗାଯାଇଥିବା ନେଇ ଶନିବାର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ଅପରପକ୍ଷେ ଘଟଣାପରେ ଅଞ୍ଚଳରେ…

ଚିଲିକା ବିଧାୟକଙ୍କୁ ଆକ୍ରମଣ

ଚିଲିକା ବିଧାୟକଙ୍କୁ ଆକ୍ରମଣ ଖୋର୍ଦ୍ଧା ଅଫିସ,୧୨ା୩: ଖୋର୍ଦ୍ଧା ଜିଲା ଅନ୍ତର୍ଗତ ବାଣପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଭାଜପା କର୍ମୀଙ୍କ ଆକ୍ରମଣରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗୁରୁତର ହୋଇଛନ୍ତି। ବର୍ତ୍ତମାନ ବିଧାୟକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା…

ନନ୍ଦନକାନନରେ ଧଳା ବାଘୁଣୀ ରୁପା ଜନ୍ମ କଲା ପ୍ରଥମ ଶାବକ

ବାରଙ୍ଗ,୧୧।୩(ଡି.ଏନ୍‌.ଏ.): ନନ୍ଦନକାନନରେ ଧଳା ବାଘୁଣୀ ରୁପା ଶୁକ୍ରବାର ସକାଳେ ତାର ପ୍ରଥମ ଶାବକ ଜନ୍ମ ଦେଇଛି। ବାଘ ଶାବକର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି। ଏବେ ସ୍ବତନ୍ତ୍ର ଖୁଆଡରେ ଥିବା ସିସିଟିଭରେ ନଜର ରଖାଯାଇଛି। ଶାବକ ଛୁଆ ଜନ୍ମ ହେବା ପରେ ପ୍ରାଣୀ…

ଖୋର୍ଦ୍ଧା ପୌର ପରିଷଦ: କାଉନ୍‌ସିଲର ପଦ ପାଇଁ ୭୬ ପ୍ରାର୍ଥୀ

ଖୋର୍ଦ୍ଧା ଅଫିସ,୧୧ା୩: ଖୋର୍ଦ୍ଧା ପୌର ନିର୍ବାଚନ ପାଇଁ ଯାଞ୍ଚ ପ୍ରକ୍ରିୟା ସରଛି। କାଉନସିଲର ପଦ ପାଇଁ ମଇଦାନରେ ୭୬ଜଣ ପ୍ରାର୍ଥୀ ରହିଛନ୍ତି। ସେଥିରୁ ୩ପ୍ରମୁଖ ଦଳ ସମେତ ୨ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି। ବିଜେଡି ୨୨ଟି ଓ୍ବାର୍ଡରେ ପ୍ରାର୍ଥୀ ଦେଇଥିବା ବେଳେ…

ଜିଲାରେ ୧୨୫୧ ଯକ୍ଷ୍ମା ରୋଗୀ

ଖୋର୍ଦ୍ଧା ଅଫିସ,୧୧ା୩: ଖୋର୍ଦ୍ଧା ଜିଲା ଯକ୍ଷ୍ମା ଫୋରମ ଏବଂ ଜିଲା ଯକ୍ଷ୍ମା କୋମରବିଡିଟି କମିଟିର ଏକ ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ସିଡିଏମ୍‌ଓ ଡା. ଆର୍ତ୍ତବନ୍ଧୁ ନାୟକ, ଏଡିଏମ୍‌ଓ(ପରିବାର…

ବିଜେଡିରେ ମିଶିଲେ ବିଧାୟକ ସୁର ରାଉତରାୟଙ୍କ ପ୍ରତିନିଧି

ଖୋର୍ଦ୍ଧା ଅଫିସ,୧୦।୩: ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପ୍ରତିନିଧି ଲକ୍ଷ୍ମୀଧର ବିଶ୍ବାଳ ବିଧିବଦ୍ଧ ଭାବେ କଂଗ୍ରେସ ଦଳ ଛାଡ଼ି ବିଜୁ ଜନତା ଦଳରେ ଗୁରୁବାର ଯୋଗ ଦେଇଛନ୍ତି। ଜଟଣୀ ପାଖରେ ଥିବା ପାତ୍ରପଡ଼ା ନାଗେଶର ମନ୍ଦିର ପରିସରରେ ବିଜେଡିର ଏହି ମିଶ୍ରଣ…

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ଆଶିଷ

ବାଲୁଗାଁ, ୧୦।୩(ଡି.ଏନ୍‌.ଏ.): ବୟସ ମାତ୍ର ୫ବର୍ଷ। ହେଲେ ଏହି ବୟସରେ ପ୍ରଖର ସ୍ମରଣଶକ୍ତିର ଅଧିକାରୀ ହୋଇପାରିଛନ୍ତି ଖୋର୍ଦ୍ଧା ଜିଲାର ବିସ୍ମୟ ବାଳକ ଆଶିଷ କୁମାର ରଣସିଂହ। ଯେଉଁ ବୟସରେ ଖେଳକୁଦ କରିବା କଥା ସେହି ସମୟରେ ଜଣେ ଏହି ଶିଶୁ ସମଗ୍ର…

ନନ୍ଦନକାନନରେ ପଶିଲେ ଦୁଇଟି ଜଙ୍ଗଲୀ ହାତୀ,ପର୍ଯ୍ୟଟକଙ୍କୁ ପ୍ରବେଶ ମନା

ବାରଙ୍ଗ,୯।୩(ଡି.ଏନ୍‌.ଏ.): ନନ୍ଦନକାନନରେ ପଶିଲେ ଦୁଇ ଜଙ୍ଗଲୀ ହାତୀ । ଜିରାଫ ଘୁଆଡ ପଛ ପାଖରେ ଏହି ଦୁଇ ହାତୀ ଥିବା ସନ୍ଦେହ କରାଯାଉଛି । ଏଥିପାଇଁ ପର୍ଯ୍ୟଟକଙ୍କୁ ନନ୍ଦନକାନନରେ ପ୍ରବେଶ ପାଇଁ ବାରଣ କରାଯାଇଛି । ସୂଚନାନୁଯାୟୀ, ଦୁଇଟି ଜଙ୍ଗଲୀ ହାତୀ…

୧୧ହଜାର ଶିଶୁ, ୨୬୩୧ ଗର୍ଭବତୀ ନେବେ ଟିକା

ଖୋର୍ଦ୍ଧା ଅଫିସ,୮ା୩:କୋଭିଡ୍‌ ମହାମାରୀ ସମୟରେ ନିୟମିତ ଟିକାକରଣରୁ ବଞ୍ଚିତ ପିଲାମାନଙ୍କୁ ଟିକାକରଣ ନିମନ୍ତେ ସୋମବାର ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟାଳୟ ମାତୃ ଓ ଶିଶୁ ଯତ୍ନ କେନ୍ଦ୍ର ପରିସରରେ ରାଜ୍ୟସ୍ତରୀୟ ସଘନ ମିଶନ ଇନ୍ଦ୍ରଧନୁଷ ୪.୦ ଟିକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri