ଖୋର୍ଦ୍ଧା

ଖୋର୍ଦ୍ଧାରୁ ବିଦ୍ୟୁତ୍‌ କାଟ୍‌ ଆରମ୍ଭ କଲା ସେସୁ

ଖୋର୍ଦ୍ଧା ଅଫିସ,୧୬।୧: ପ୍ରଥମେ ଖୋର୍ଦ୍ଧାରୁ ବିଦ୍ୟୁତ୍‌ କାଟ୍‌ ଆରମ୍ଭ କରିଛି ସେସୁ। ବକେୟା ଥିବା ବିଦ୍ୟୁତ୍‌ ଗ୍ରାହକମାନଙ୍କ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ଖୋର୍ଦ୍ଧା ଡିଭିଜନ ପକ୍ଷରୁ ୩୯ଟି ଟିମ୍‌ ଗଠନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ…

୨୯. ୭୭ ଗ୍ରାମ ବ୍ରାଉନସୁଗାର, ୪ ବାଇକ୍‌ ଜବତ: ୨ ଗିରଫ

ଖୋର୍ଦ୍ଧା ଅଫିସ,୧୬ା୧: ଖୋର୍ଦ୍ଧା ଜିଲାର ଜଙ୍କିଆ ଥାନା ପୋଲିସ ଛଣଗିରିର ଦେଉଳି, ସିକୋ ବାଉତି ମନ୍ଦିର ସାହି ଉପରେ ବୁଧବାର ଚଢ଼ାଉ କରି ୨୯. ୭୭ ଗ୍ରାମ ବ୍ରାଉନସୁଗାର ଓ ୪ ବାଇକ୍‌ ଜବତ କରିଛନ୍ତି। ଏହି ଘଟଣାରେ ଗିରଫ ହୋଇଥିବା…

ଲାଞ୍ଚ ମାଗି ନିଲମ୍ବିତ ହେଲେ ବେଗୁନିଆ ଥାନା ଏସ୍‌ଆଇ

ଖୋର୍ଦ୍ଧା ଅଫିସ,୧୫।୧: ଜଣେ ଅଭିଯୁକ୍ତଙ୍କ ମା’ଙ୍କୁ ଲାଞ୍ଚ ମାଗି ଫସିଛନ୍ତି ବେଗୁନିଆ ଥାନା ଏସ୍‌ଆଇ ସୁଜାତା ପଲେଇ। ଏହାର ଏକ ଅଡିଓ ଭାଇରାଲ ହେବା ପରେ ଖୋର୍ଦ୍ଧା ଏସ୍‌ପି ବୁଧବାର ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସୂଚନାନୁଯାୟୀ, ଉକ୍ତ ଥାନା ଅନ୍ତର୍ଗତ…

ଜିଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଲେ ଆନ୍ଦୋଳନକାରୀ

ଖୋର୍ଦ୍ଧା ଅଫିସ, ୧୩।୧: ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆ ପକ୍ଷରୁ ସୋମବାର ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସିଏଏ ପ୍ରତ୍ୟାହାର, ଦଳିତ ଏବଂ ଆଦିବାସୀମାନଙ୍କୁ ପାଞ୍ଚ ଡେସିମିଲି ଜାଗା ଯୋଗାଇଦେବା ଦାବିରେ ଏହି ଆନ୍ଦୋଳନ ଚାଲିଥିଲା। ଆନ୍ଦୋଳନର…

ଜିଲାସ୍ତରୀୟ ପ୍ରଦର୍ଶନୀରେ ୬୭ ପ୍ରକଳ୍ପ

ଖୋର୍ଦ୍ଧା ଅଫିସ,୧୧ା୧: ଖୋର୍ଦ୍ଧା ବିଜେବି ହାଇସ୍କୁଲରେ ଇନ୍‌ସ୍ପାୟାରମାନଙ୍କ ଦ୍ୱାରା ଜିଲାସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା-୨୦୨୦ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୭ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବାବେଳେ କମ୍‌ ଦାମରେ ପାନୀୟ ଜଳ ମେଶିନ୍‌ ପ୍ରକଳ୍ପରେ ସ୍ଥାନ ପାଇଥିଲା। ଏହି ମେଶିନ୍‌ର…

ପୁନରୁଦ୍ଧାର ହେଉନି, କୂଅରେ ଆବର୍ଜନା ଭର୍ତ୍ତି

ଜଟଣୀ,୧୧ା୧(ଡି.ଏନ.ଏ): ଜଟଣୀ ମ୍ୟୁନିସିପାଲିଟି ଅନ୍ତର୍ଗତ ୪ନଂ. ଓ୍ବାର୍ଡ ବିବେକାନନ୍ଦ ସାହିରେ ଥିବା କୂଅ ଏବେ ଆବର୍ଜନାରେ ଭର୍ତ୍ତି ରହିଛି। କୂଅକୁ ପୁନରୁଦ୍ଧାର କରାଯାଉନାହିଁ। ଫଳରେ ପ୍ରାୟ ୪୦ବର୍ଷ ପୁରୁଣା ଏହି କୂଅ ଅଞ୍ଚଳବାସୀଙ୍କ ବ୍ୟବହାରରେ ଲାଗି ପାରୁନାହିଁ। ଏହି କୂଅ ଉପରେ…

ସ୍ବପ୍ନେଶ୍ୱର ସାହିରୁ ୧୭.୨ ଗ୍ରାମ୍‌ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ,୧୦।୧: ଖୋର୍ଦ୍ଧା ଆଦର୍ଶ ଥାନା ସାମନ୍ତରାପୁର ସ୍ବପ୍ନେଶ୍ୱର ସାହିରୁ ଶୁକ୍ରବାର ଅପରାହ୍ନରେ ୧୭.୨ ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୯ ଲକ୍ଷ ୨୧ ହଜାର ୮ଶହ ଟଙ୍କା ହେବ ବୋଲି ଜଣାପଡ଼ିଛି। ଘଟଣାରେ ବ୍ରାଉନସୁଗାର ବ୍ୟବସାୟୀ…

ବିପର୍ଯ୍ୟସ୍ତ ଅବସ୍ଥାରେ ଜଟଣୀ କୃଷକ ବଜାର: ଲକ୍ଷାଧିକ ଟଙ୍କା ବ୍ୟୟ, କାମରେ ଲାଗୁନି

ଜଟଣୀ,୧୦।୧(ଡି.ଏନ.ଏ): ଜଟଣୀ ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) ପକ୍ଷରୁ ୨୦୦୧ରେ ଏଠାରେ କୃଷକ ବଜାର ଆରମ୍ଭ କରାଯାଇଥିଲା। ଏହା ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି। ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ୍‌ ମୂଲ୍ୟ ପ୍ରଦାନ ସହ ଖାଉଟିଙ୍କୁ ସଦ୍ୟ ଫଳ ପନିପରିବା ସୁଲଭ ମୂଲ୍ୟରେ…

ନିରାକାରପୁର-ଭୂଷଣ୍ଡପୁର ମଝି ରେଳଧାରଣାରେ ଅଘଟଣ: ଟ୍ରେନ୍‌ରେ ଲାଗିଲା ନିଆଁ

ନିରାକାରପୁର,୯।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ନିରାକାରପୁର-ଭୂଷଣ୍ଡପୁର ମଝିରାସ୍ତା ରେଳଧାରଣାରେ ଗୁରୁବାର ଏକ ଚଳନ୍ତା କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଯାଇଛି। ତେବେ ହରିପୁର ଗେଟ୍‌ ଜଗୁଆଳି ନିଆଁ ଲାଗିଥିବା ଦେଖିବା ପରେ ନାଲି ପତାକା ଦେଖାଇ ଅଟକାଇବାକୁ ଚେଷ୍ଟା କରିଥିଲେ।…

ଜଟଣୀରେ କଂସେଇଖାନା ନାହିଁ: ଅବାଧରେ ବାହାରେ ଚାଲିଛି ମାଂସକଟା

ଜଟଣୀ,୯ା୧(ଡି.ଏନ.ଏ.): ଜଟଣୀରେ କଂସେଇଖାନାଟିଏ ନାହିଁ। ନିୟମକୁ ଉଲ୍ଲଂଘନ କରି ବିଭିନ୍ନ ସ୍ଥାନରେ ଖୁଲମ୍‌ଖୁଲା ଛେଳି, ମେଣ୍ଢା, କୁକୁଡ଼ା କଟାଯାଇ ବ୍ୟବସାୟ ଚାଲିଛି। ପ୍ରଶାସନ ପକ୍ଷରୁ ଏହା ଉପରେ କୌଣସି ଅଙ୍କୁଶ ରହୁନାହିଁ। ଏପରି କି ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ନିକଟରେ ମାଂସ…

ନାଗରିକତ୍ୱ ସଂଶୋଧନ ବିଲ୍‌ ସପକ୍ଷରେ ସଭା

ଖୋର୍ଦ୍ଧା ଅଫିସ,୯ା୧: ଗଡମାଣତୀରର ରାମଚଣ୍ଡୀଙ୍କ ପୀଠରେ ଭାଜପାର ଦକ୍ଷିଣ ବେଗୁନିଆ ପକ୍ଷରୁ ନାଗରିକତ୍ୱ ସଂଶୋଧନ ବିଲ୍‌ ସପକ୍ଷରେ ମଣ୍ଡଳସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ଯଜ୍ଞେଶ୍ୱର ସୁନ୍ଦରରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କୋ-ଅର୍ଡିନେଟର ରଘୁନାଥ ଷଡଙ୍ଗୀ ଯୋଗ ଦେଇ ନାଗରିକ…

ବଢୁଛି ପଥର ଚୋରି

ଖୋର୍ଦ୍ଧା ଅଫିସ,୯ା୧: ଖୋର୍ଦ୍ଧା ସବ୍‌ଡିଭିଜନରେ ମାଙ୍କଡା, କଳାମୁଗୁନି ପଥର ଚୋରି ବଢ଼ିବାରେ ଲାଗିଛି। ତହସିଲ କର୍ତ୍ତୃପକ୍ଷ ଓ ପୋଲିସର ଚଢାଉ ପଥର ଚୋରିକୁ ରୋକିବାରେ ସକ୍ଷମ ହୋଇ ପାରୁନାହିଁ। ଲଘୁ ଖଣିଜ ଚୋରି ରୋକିବାକୁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ(ଆରଡିସି)ଙ୍କ ନିର୍ଦ୍ଦେଶକୁ ୨୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?