କେନ୍ଦୁଝର

ବଜ୍ରପାତରେ ଜଣେ ମୃତ

ଚମ୍ପୁଆ, ୯।୧୦(ଡି.ଏନ.ଏ.): ଚମ୍ପୁଆ ଥାନା ଅନ୍ତର୍ଗତ ସୁନାପଶି ପଞ୍ଚାୟତର ଇନ୍ଦ୍ରପ୍ରସ୍ଥ ଠାରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ନାଥ ଚନ୍ଦ୍ର ମହାନ୍ତ। ଖବର ଅନୁସାରେ ବୁଧବାର ଅପରାହ୍ନରେ ନାଥ ଚନ୍ଦ୍ର ଘର ଆଗରେ ବସିଥିବା ବେଳେ ବଜ୍ରପାତର ଶିକାର…

ଅନ୍ଧବିଶ୍ୱାସ: ବଜ୍ରପାତରେ ମୃତ ବୃଦ୍ଧଙ୍କୁ ଗୋବରରେ ପୋତି ଦେଲେ ପରିବାର ଲୋକେ

ପାଟଣା,୯।୧୦(ସ୍ବ.ପ୍ର.) :କେନ୍ଦୁଝର ଜିଲା ପାଟଣା ଥାନା ମାଛଗଡ ପଞ୍ଚାୟତ ଅନ୍ତର୍ଗତ ଦୁଧିନାଳି ଗ୍ରାମରେ ବଜ୍ରପାତରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଜଙ୍ଗରାଇ ମୁଣ୍ଡାଙ୍କ ପୁଅ ପାଣ୍ଡୁ ମୁଣ୍ଡା(୫୫)। ତାଙ୍କ ମୃତ୍ୟୁପରେ ତାଙ୍କ ପରିବାର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ…

କ୍ୟାନ୍‌ସରରେ ପୀଡ଼ିତ ଯୁବକଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ରେ ଲେଖିଲେ ‘ପରିବାରକୁ କଷ୍ଟ ଦେବାକୁ ଚାହେଁନା’

କେନ୍ଦୁଝର,୯।୧୦(ସ୍ବ.ପ୍ର.): କେନ୍ଦୁଝର ସହର ଢାଙ୍ଗରପଡ଼ା ସାହିରେ ଭଡା ଘର କରି ରହୁଥିବା ଜଣେ ଯୁବକ ମଙ୍ଗଳବାର ରାତିରେ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ମୟୂରଭଞ୍ଜ ଜିଲା କାଶିଆ ଗ୍ରାମର ମନୋଜ ମହାନ୍ତ। ସେ ଅବିବାହିତ ଥିବା ବେଳେ ଯକୃତ କ୍ୟାନ୍‌ସର ପୀଡ଼ିତ…

ପ୍ରବଳ ବର୍ଷା: ଦୁର୍ଗାପୂଜା,ମେଳା ଫିକା ପଡ଼ିିଲା

ବଡବିଲ,୮ା୧୦(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡବିଲରେ ଦୁର୍ଗାପୂଜା ଖୁବ ଜାକଜମକର ସହ ପାଳନ କରାଯାଇଥାଏ। ବିଶେଷ କରି ମାଟକାମବେଡାସ୍ଥିତ କଳିଙ୍ଗନଗରଠାରେ ପ୍ରଶସ୍ତ ଅଞ୍ଚଳରେ ପୂଜା ଅବସରରରେ ମେଳା ବସିଥାଏ। ମୀନାବଜାର, ବିଭିନ୍ନ ରକମର ଦୋଳି, ବାସନକୁସନ, ଘରୋଇ ଉପକରଣ ଓ ଭିନ୍ନ ଭିନ୍ନ…

୧୫ ମେଟ୍ରିକଟନ ମାଙ୍ଗାନିଜ ଜବତ: ୮ ଗିରଫ

ବଡବିଲ,୮ା୧୦(ସ୍ବ.ପ୍ର.)- କେନ୍ଦୁଝର ଜିଲା ରୁଗୁଡି ପୋଲିସକୁ ସୋମବାର ରାତିରେ ବଡ଼ ସଫଳତା ମିଳିଛି। ମାଙ୍ଗାନିଜ ଚୋରାଚାଲାଣ ବେଳେ ପୋଲିସ ଚଢାଉ କରି ଘଟଣାସ୍ଥଳରୁ ୨ଟି ଟ୍ରକ, ୧ଟି ବୋଲେରୋ, ୧ଟି ବାଇକ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଓଡ଼ିଶା, ଝାଡଖଣ୍ଡ…

ନିଆରା ପରମ୍ପରା: ବିଜୟାଦଶମୀରେ ଛଡ଼ିବାଡ଼ି ଖେଳ

ଆନନ୍ଦପୁର,୮। ୧୦(ସ୍ବ.ପ୍ର.)- ରାଜରାଜୁଡା ଅମଳରୁ ରାଜପୁତ ଜାତିର ଏକ ସ୍ବତନ୍ତ୍ର ପରିଚୟ ରହିଛି। ରାଜବଂଶ ଏବଂ ରାଜ୍ୟର ସୁରକ୍ଷାର ଗୁରୁଦାୟିତ୍ୱ ବହନ କରୁଥିବା ଏହି ରାଜପୁତ ଜାତି ନିଜର ପ୍ରାଚୀନ ପରମ୍ପରାକୁ ଉଦଜୀବିତ କରିବା ଉଦ୍ଦେଶ୍ୟରେ ପବିତ୍ର ବିଜୟାଦଶମୀ ଦିନ ଛଡିବାଡି…

ମାଙ୍ଗାନିଜ୍‌ ଚୋରା ଚାଲାଣ ବେଳେ ପୋଲିସର ଚଢ଼ାଉ

ବଡବିଲ,୮ା୧୦ (ଡି.ଏନ୍‌.ଏ.)- ମାଙ୍ଗାନିଜ ଚୋରାଚାଲାଣ ବେଳେ ରୁଗୁଡି ଥାନା ପୋଲିସ ମଙ୍ଗଳବାର ଚଢାଉ କରିଛି। ସ୍ଥାନୀୟ କାଟେସାହିରୁ ଏହି ଚୋରାଚାଲାଣ ହେଉଥିବା ବେଳେ ପୋଲିସ ଚଢାଉ କରିଥିଲା। ଚଢାଉବେଳେ ୨ଟି ୧୨ ଚକିଆ, ଗୋଟିଏ ବୋଲେରୋ, ୮ଟି ମୋବାଇଲ, ଗୋଟିଏ ବାଇକ…

ମଦ ବିରୋଧୀ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

ଆନନ୍ଦପୁର,୮।୧୦(ସ୍ବ.ପ୍ର.)- ଖାଇବାକୁ ଗଣ୍ଡେ ପାଇଲୁନି କି ପିନ୍ଧିବାକୁ ଖଣ୍ଡେ ପାଇଲୁନି। ଆମ ପୁରୁଷମାନେ ମଦ ପିଇ ମାତାଲ ହେଲେ। ପୋଲିସକୁ ଜଣାଇଲୁ ହେଲେ ପୋଲିସ କହିଲା ଦଶହରା ସରୁ ଆମେ ଦେଖିବୁ। ଶେଷରେ ବାଧ୍ୟ ହୋଇ ମଦ ଦୋକାନ ଏବଂ ମଦୁଆଙ୍କୁ…

ସାହାରପଡ଼ା ବ୍ଲକରେ ବିଜେଡିର ପଦଯାତ୍ରା

ପାଟଣା,୮ା୧୦( ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ବଡ଼ବିଲ ପଞ୍ଚାୟତ ନିକଟ ପଡ଼ିଆରୁ ମଙ୍ଗଳବାର ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ବଡ଼ବିଲ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଜିଲା ଯୁବ ବିଜେଡି ସଭାପତି ସୌମ୍ୟଶଙ୍କର ଚକ୍ରଙ୍କ ସଂଯୋଜନାରେ…

୫୦ ହଜାର ଟଙ୍କାର ଶାଗୁଆନ କାଠ ଜବତ: ୩ ଗିରଫ

ଆନନ୍ଦପୁର,୮।୧୦(ସ୍ବ.ପ୍ର.)- ଆନନ୍ଦପୁର ବନଖଣ୍ଡ ଅଧୀନସ୍ଥ ପୀତାନାଉ ସଂରକ୍ଷିତ ଜଙ୍ଗଲର ବରକନ୍ୟା ଘାଟି ନିକଟରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଶାଗୁଆନ କାଠ ଜବତ ହୋଇଛି। ଏହି ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ…

ଛୁଟିରେ ଚାଲିଛି ଡ୍ରେନ୍‌ ନିର୍ମାଣ

ଆନନ୍ଦପୁର, ୭।୧୦ (ସ୍ବ.ପ୍ର.)- ପାର୍ବଣ ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଛୁଟିରେ ରହିଥିବା ବେଳେ ଏହି ସମୟରେ ଖପରାଖାଇ-ଘସିପୁରା ଭିଆଇପି ରୋଡ୍‌ର ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଅବାଧରେ ଚାଲିଥିବା ଅଭିଯୋଗ ହେଉଛି। ଯନ୍ତ୍ରୀଙ୍କ ତଦାରଖ ବିନା ଚାଲିଥିବା ନିର୍ମାଣ କାର୍ଯ୍ୟର ସ୍ବଚ୍ଛତା…

ବେଆଇନ ବାଲି ଚାଲାଣ: ୨ ଗାଡ଼ି ଜବତ

ଆନନ୍ଦପୁର, ୭।୧୦(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅଧୀନ ପଞ୍ଚୁପଲ୍ଲୀଠାରେ ବୈତରଣୀ ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ୨ଟି ଟ୍ରାକ୍ଟର ଜବତ କରାଯାଇଛି। ବାଲି ଚୋରା ଚାଲାଣ ସମ୍ପର୍କରେ ସୂଚନା ପାଇ ଆନନ୍ଦପୁର ତହସିଲଦାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri