କେନ୍ଦୁଝର

ଭିଜିଲାନ୍ସ ଜାଲରେ ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ

ଘସିପୁରା,୨୧।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବଳ ପଣ୍ଡା ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭୋର ସମୟରୁ ପଣ୍ଡାଙ୍କ ଆନନ୍ଦପୁରସ୍ଥିତ ସରକାରୀ ବାସଭବନ ସମେତ ଭୁବନେଶ୍ୱର, ରାଉରକେଲା, କେନ୍ଦ୍ରାପଡ଼ା ଆଦି ଅଞ୍ଚଳରେ ଥିବା ତାଙ୍କ…

ଗୋନାସିକା କେନ୍ଦୁଝର ମହୋତ୍ସବ ଉଦ୍‌ଘାଟିତ: ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ରାସ୍ତାଘାଟ

କେନ୍ଦୁଝର,୨୧।୧୨(ସ୍ବ.ପ୍ର./ଡି.ଏନ.ଏ.)-ଗୋନସିକା-କେନ୍ଦୁଝର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଶୁକ୍ରବାର ସ୍ଥାନୀୟ କାଳୀ ପଡିଆଠାରେ ରଙ୍ଗାରଙ୍ଗ ପରିବେଶରେ ଉଦ୍‌ଘାଟିତ ହୋଇଯାଇଛି ା ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିିକ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଏମପି ଚନ୍ଦ୍ରାଣୀ…

ଆକର୍ଷଣ ଥାଇ ବି ଅବହେଳିତ

କେନ୍ଦୁଝର, ୨୧।୧୨(ସ୍ବ.ପ୍ର.)-ବଣପାହାଡ ଘେରା ପ୍ରାକୃତିକ ସାୈନ୍ଦର୍ଯ୍ୟ ପରିପୂର୍ଣ୍ଣ କେନ୍ଦୁଝର ଜିଲାରେ ଅନେକ ପର୍ଯ୍ୟଟନ ବିଭବ ଭରି ରହିଛି। ଗମନାଗମନ ଓ ଅନ୍ୟ ଆନୁସଙ୍ଗିକ ସୁବିଧା ଭଳି ଭିତ୍ତିଭୂମିର ବିକାଶ ହୋଇ ପାରୁ ନ ଥିବାରୁ ବହିରାଗତ ପର୍ଯ୍ୟଟକ ଆସି ହଇରାଣ ହୋଇ…

ବିଚାରାଧୀନ କଏଦୀ ମୃତ

କେନ୍ଦୁଝର,୨୦।୧୨(ସ୍ବ.ପ୍ର.): କେନ୍ଦୁଝର ଜେଲରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ଜିଲା ଡାକ୍ତରଖାନାରେ ଶୁକ୍ରବାର ପୂର୍ବାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ହେଲେ ହରିଚନ୍ଦନପୁର ବ୍ଲକ ମିଶ୍ର ମାଳ ଗ୍ରାମର ଟୁରୀ ମୁଣ୍ଡା(୫୭)। ସେ ପୋକ୍ସୋ ଆକ୍ଟରେ ଗିରଫ ହୋଇ ହାଜତରେ…

ହାତୀପଲଙ୍କ ଉପଦ୍ରବ: ଭାଙ୍ଗିଲେ ଘର

ଆନନ୍ଦପୁର,୨୦।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କାଠକଟା ପଞ୍ଚାୟତ କୁଶବଣିଆ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିର ହାତୀପଲ ପଶି ଉପଦ୍ରବ କରିଛନ୍ତି। ହାତୀପଲ ଗ୍ରାମର ମାଳତୀ ମହାକୁଡ଼ଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ତାଙ୍କ ପରିବାରକୁ ବେସାହାରା କରିବା ସହିତ ଫସଲ ନଷ୍ଟ…

କୁକୁଡ଼ା ବୋଝେଇ ପିକ୍‌ଅପ୍‌ ଦୁର୍ଘଟଣାଗ୍ରସ୍ତ: କୁକୁଡ଼ା ବୋହିନେଲେ ଲୋକେ

ପାଟଣା,୨୦।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରେଙ୍ଗାଳବେଡ଼ା ୪୯ ନଂ ଜାତୀୟ ରାଜପଥ ନିକଟ ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ବ୍ରଏଲର କୁକୁଡ଼ା ବୋଝେଇ ପିକ୍‌ଅପ ଭ୍ୟାନକୁ ଶୁକ୍ରବାର ସକାଳୁ ପଛପଟୁ ଏକ ଟ୍ରକ ଧକ୍କା ଦେଇଛି। ଫଳରେ କୁକୁଡ଼ା ବୋଝେଇ…

କାଟୁ କଲାନି ପ୍ରଶାସନର କଟକଣା: ଏନ୍‌ଏଚ୍‌ରେ ପୁଣି ଖୋଲିଲା ଗ୍ୟାରେଜ

ଘସିପୁରା,୨୦।୧୨(ଡି.ଏନ.ଏ.)-୨୦ନମ୍ବର ଜାତୀୟ ରାଜପଥ ଶାଳପଡ଼ା ଘସିପୁରା ଓ ଶୈଲଙ୍ଗ ରାସ୍ତା ଉପରେ ପୁଣିଥରେ ଗ୍ୟାରେଜ ଖୋଲିବାକୁ କେନ୍ଦ୍ରକରି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଜାତୀୟ ରାଜପଥରେ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଅକାଳରେ ଯାଉଛି ଅନେକଙ୍କ ଜୀବନ।…

ହାତୀ ଖାଇଗଲେ ପରିବା ଫସଲ

ପାଟଣା,୨୦।୧୨(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ରେଞ୍ଜ କେନ୍ଦେଇପଶି ବିଟ୍‌ ଅନ୍ତର୍ଗତ ସାନ ଗମ୍ଭାରିଆ ଗ୍ରାମରେ ବୁଧବାର ରାତିରେ ୧୩ଟିକିଆ ବଣୁଆ ହାତୀ ଚାଷୀଙ୍କ ବାଡ଼ିରେ ପଶି ବ୍ୟାପକ ପନିପରିବା ଖାଇଯାଇଛନ୍ତି। ଉକ୍ତଗ୍ରାମର ପ୍ରଦୀପ ମହାନ୍ତ, ଶରତ ମହାନ୍ତ ଓ କୈଳାସ ମହାନ୍ତଙ୍କ ବାଡ଼ିରେ…

ବଢ଼ି ଚାଲିଛି ରାସ୍ତାପାର୍ଶ୍ୱ ଜବରଦଖଲ ସମସ୍ୟା: ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ

ଝୁମ୍ପୁରା, ୨୦।୧୨ (ଡି.ଏନ.ଏ.)-ଝୁମ୍ପୁରା ତହସିଲ ଅନ୍ତର୍ଗତ ସମସ୍ତ ୬ଟି ଯାକ ରାଜସ୍ବ ସର୍କଲରେ ଜବରଦଖଲ ସମସ୍ୟା ବଢିଚାଲିଛି। ସରକାରୀ ଜାଗା ଜବରଦଖଲ, ରାସ୍ତାପାର୍ଶ୍ୱ ଜବରଦଖଲ, କେନାଲ ହୁଡ଼ା ଜବରଦଖଲ ସମସ୍ୟା ନେଇ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହେଉଥିଲେ ହେଁ, ତହସିଲ…

ସାଢେ ତିନିବର୍ଷ ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା: ଅଭିଯୁକ୍ତ ଯୁବକଙ୍କୁ ଫାଶୀ ଦଣ୍ଡାଦେଶ

କେନ୍ଦୁଝର,୧୯।୧୨(ସ୍ବ.ପ୍ର): ସାଢ଼େ ତିନିବର୍ଷର ଶିଶୁକନ୍ୟାକୁ ବଳାତ୍କାର ଓ ହତ୍ୟା ମାମଲାରେ ଗୁରୁବାର ସ୍ଥାନୀୟ ଜିଲା ଦୌରାଜଜ୍‌ କୋର୍ଟ ଜଣେ ଅଭିଯୁକ୍ତ ଯୁବକଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଯୁବକ ହେଲେ ଚମ୍ପୁଆ ଥାନାର ସସାଙ୍ଗ ଗ୍ରାମର ସୁନୀଲ ନାୟକ। ୨୦୧୭ ଜାନୁୟାରୀ ୧୩…

ମୁଖ୍ୟ ଶାସନ ସଚିବଙ୍କ ବଡବିଲ ଗସ୍ତ, ଉଦଘାଟନ କଲେ ଉସୁ ଇଣ୍ଡୋର ଷ୍ଟାଡିୟମ

ବଡବିଲ, ୧୯।୧୨(ସ୍ବ.ପ୍ର.): ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ବଡବିଲ ଗସ୍ତରେ ଯାଇଛନ୍ତି। ସେଠାରେ ଉସୁ ଇଣ୍ଡୋର ଷ୍ଟାଡିୟମ ଉଦଘାଟନ କରିବା ସହ ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅସିତ କୁମାର…

ଲୁହା ଆଙ୍ଗେଲ ଚୋରି ଘଟଣା: ଦୁଇ ଗିରଫ

ଯୋଡ଼ା,୧୮।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ପୂର୍ବ ଯୋଡ଼ାସ୍ଥିତ ଟିସ୍କୋ କଲୋନୀରେ ଘର କାମ ପାଇଁ ରଖାଯାଇଥିବା ୩୪ଟି ଲୁହା ଆଙ୍ଗେଲ ଚୋରି କରିଥିବା ଅଭିଯୋଗରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୋଲିସ ୧୮ଟି ଚୋରା ଲୁହା ଆଙ୍ଗେଲ ଜବତ କରିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri