କେନ୍ଦୁଝର

‘ଗୋନାସିକା’ ମହୋତ୍ସବରେ ବିକାଶର ବାର୍ତ୍ତା: ଉଦ୍‌ଯାପନ ମହୋତ୍ସବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ, ୨୬ ପର୍ଯ୍ୟନ୍ତ ଚାଲିବ ପଲ୍ଲୀଶ୍ରୀ ମେଳା

କେନ୍ଦୁଝର, ୨୫ା୧୨(ଡି.ଏନ୍‌.ଏ.)-କେନ୍ଦୁଝର କାଳୀପଡିଆଠାରେ ‘ଗୋନାସିକା କେନ୍ଦୁଝର ମହୋତ୍ସବ’ ମଙ୍ଗଳବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଛି। ମେଳା ପରିସରରେ ଅନୁଷ୍ଠିତ ‘ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୧୯’ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଭିନ୍ନ ଅଞ୍ଚଳରୁ ଆସିଥିବା ଶିଳ୍ପୀ ଓ କଳାକାରଙ୍କ ମଧ୍ୟରେ ଭାବ ବିନିମୟ…

ପରିଣତ ବୟସରେ ଆବାସ ଯୋଜନାରୁ ବଞ୍ଚିତ କଳାକାର, ଘର ଖଣ୍ଡିଏ ପାଇଁ ଗୁହାରି ସତ୍ତ୍ୱେ ପ୍ରଶାସନର ନିଦ ଭାଙ୍ଗୁନି

କେନ୍ଦୁଝର,୨୪।୧୨(ସ୍ବ.ପ୍ର.): ସରକାର ଗରିବମାନଙ୍କୁ ପକ୍କା ଘର ଯୋଗାଇ ଦେବା ଲାଗି ଆବାସ ଯୋଜନା କରିଛନ୍ତି। ହେଲେ ଆଜି ବି ରାଜ୍ୟର ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ରହୁଛନ୍ତି। ଫଳରେ ବିପଦପୂର୍ଣ୍ଣ ଅବସ୍ଥାରେ ସେମାନଙ୍କୁ ଝାଟିମାଟି ଚାଳଛପର ଘରେ ଜୀବନ ବିତାଇବାକୁ…

ଅଜଣା ଗାଡ଼ି ଧକ୍କାରେ ଡ୍ରାଇଭରଙ୍କ ଜୀବନ ଗଲା

ଯୋଡ଼ା,୨୩।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ସିଆଳିଯୋଡ଼ାଠାରେ ରବିବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ମୟୂରଭଞ୍ଜ ଜିଲା କରଞ୍ଜିଆ ଅଞ୍ଚଳର ରଣଧୀର କୁମାର ରାଏ(୫୧)।…

ଟ୍ରକ୍‌ରୁ ଡିଜେଲ ଚୋରି: ଅଭିଯୁକ୍ତଙ୍କୁ ପୋଲିସରେ ଜିମାଦେଲେ ଗ୍ରାମବାସୀ

ଯୋଡ଼ା,୨୩।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଆନ୍ତ୍ରାମାନ୍ତ୍ରା ଛକ ନିକଟରେ ରବିବାର ସନ୍ଧ୍ୟାରେ ଛିଡ଼ା ହୋଇଥିବା ଟ୍ରକଗୁଡିକରୁ ଡିଜେଲ ଓ ଅନ୍ୟ ଯନ୍ତ୍ରାଂଶ ଚୋରି କରୁଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ଗ୍ରାମବାସୀ ଧରି ପୋଲିସରେ ଜିମା ଦେଇଥିବା ଜଣାପଡ଼ିଛି। ବାମେବାରୀ…

ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ମହିଳା

କେନ୍ଦୁଝର,୨୩।୧୨(ସ୍ବ.ପ୍ର.): ମଦ କାରବାରକୁ ବନ୍ଦ କରିବା ଓ ନଗ୍ନତା ଉପରେ କଟକଣା ଲଗାଇବା ଦାବିରେ ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଦାବିପତ୍ର ପ୍ରଦାନ କରାଯାଇଛି। ସଂଗଠନର ଜିଲା ଆବାହକ ସଂଯୁକ୍ତା…

ଅନାଥ ତ୍ରିଲୋଚନ ଏବେ ଅସହାୟ

ତେଲକୋଇ, ୨୨।୧୨(ଡି.ଏନ.ଏ.)-ତେଲକୋଇ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ବ୍ଲକ ଅଧ୍ୟକ୍ଷ ପଦବୀ ଆଦିବାସୀ ସଂରକ୍ଷିତ ହୋଇଥିଲେ ମଧ୍ୟ ଏହି ବ୍ଲକରେ ଆଦିବାସୀ ସବୁଠୁ ବେଶୀ ଅବହେଳିତ। ବିଗତ ଦିନରେ ଏହାର ବହୁ ଉଦାହରଣ ସାମ୍ନାକୁ ଆସିଥିବା ବେଳେ ଖୋଦ୍‌ ବ୍ଲକ…

ଏକା ସାଙ୍ଗରେ ଆକ୍ରମଣ କଲେ ୪ ଭାଲୁ, ବୃଦ୍ଧ ଗୁରୁତର

ପାଟଣା,୨୨।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ତଣ୍ଡ ଗ୍ରାମର ଜଣେ ବୃଦ୍ଧଙ୍କୁ ରବିବାର ଅପରାହ୍ନରେ ଏକା ସାଙ୍ଗରେ ୪ଟି ଭାଲୁ ଆକ୍ରମଣ କରିବାରୁ ସେ ଗୁରୁତର ହୋଇଛନ୍ତି। ଗୁରୁତର ବୃଦ୍ଧ ଜଣକ ହେଉଛନ୍ତି ବୁକା ନାଏକ(୬୦)। ସୂଚନାଯୋଗ୍ୟ, ଆଜି ଅପରାହ୍ନରେ…

ପିକ୍‌ଅପ୍‌ ଭ୍ୟାନ୍‌କୁ ପଛରୁ ଧକ୍କା ଦେଲା ଟ୍ରେଲର

ପାଟଣା,୨୨।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ୪୯ ନଂ. ରାଜପଥ ଖିରେଇଟାଙ୍ଗିରି ନିକଟ ଜହ୍ନେଇ ନାଳର ଡାଇଭର୍ସନ ପୋଲ ଉପରେ ରବିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ପିକ୍‌ଅପ୍‌ ଭ୍ୟାନ୍‌ ପଛରୁ ଟ୍ରେଲର ଧକ୍କା ଦେବା ଫଳରେ ପୋଲ ଉପରେ…

ପର୍ଯ୍ୟଟକଙ୍କ ମନ ମୋହୁଛି ଗୁରୁବେଡା ପିକନିକ୍‌ ସ୍ପଟ

ଯୋଡ଼ା,୨୧।୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ବ୍ଲକର ଜଜାଙ୍ଗ ପଞ୍ଚାୟତର ବୈତରଣୀ ନଦୀ ଅବବାହିକାରେ ଅବସ୍ଥିତ ଗୁରୁବେଡା ପିକ୍‌ନିକ୍‌ ସ୍ପଟ। ଜଙ୍ଗଲ ଓ ପାହାଡଘେରା ପରିବେଷ୍ଟିତ ଏହି ପିକ୍‌ନିକ୍‌ ସ୍ପଟର ପ୍ରାକୃତିକ ସୌନ୍ଦର୍ଯ୍ୟ ଅନେକକଙ୍କୁ ଆକର୍ଷିତ କରିଥାଏ। ପ୍ରତ୍ୟେକ ବର୍ଷ ଅନେକ ସମୟରେ…

ଲକ୍ଷ୍ମୀପଶି ହୁଡିରେ ତହସିଲଦାରଙ୍କ ଚଢ଼ାଉ: ପଥର ସହ ୨ ଟ୍ରାକ୍ଟର ଜବତ

ଚମ୍ପୁଆ,୨୧ା୧୨(ଡି.ଏନ.ଏ): ବାରମ୍ବାର ରାଜସ୍ବ ବିଭାଗ ଆଖିରେ ଧୂଳି ଦେଇ ପଥର ଓ ବାଲି ଚୋରା କାରବାର ବଢୁଥିବା ବେଳେ ରାଜସ୍ବ ବିଭାଗ ପକ୍ଷରୁ ରୁକ୍ଷ ମନୋଭାବ ପୋଷଣ କରାଯାଇଛି। କିଛିଦିନ ପୂର୍ବରୁ ଏହି ପଥର ହୁଡି ଉପରେ ତହସିଲଦାର ଆଲୋକ ପଟେଲ…

କୂଅରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର,୨୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଜାମଜୋଡି ପଞ୍ଚାୟତ ଅନ୍ତର୍ଗତ ମାନପୁର ଗ୍ରାମର ଏକ କୂଅରୁ ଶନିବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃ୍‌ତକ ଜଣକ ହେଲେ ମାନପୁର ଗ୍ରାମର ଲକ୍ଷ୍ମଣ ନାଏକ(୫୫)। ସୂଚନାଯୋଗ୍ୟ, ଲକ୍ଷ୍ମଣ ବୁଧବାରଠାରୁ ନିଖୋଜ ଥିଲେ।…

ବନବିଭାଗର ଚଢ଼ାଉ: କାଠ ବୋଝେଇ ମିନିଟ୍ରକ୍‌ ଜବତ

କେନ୍ଦୁଝର,୨୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବନବିଭାଗ ପକ୍ଷରୁ ଶୁକ୍ରବାର ରାତିରେ ଚଢ଼ାଉ କରାଯାଇ ଯୋଡ଼ା ବ୍ଲକ ରୁଗୁଡି ଅଞ୍ଚଳରୁ ଏକ ଚୋରା କାଠ ବୋଝେଇ ମିନିଟ୍ରକ୍‌ ଜବତ ହୋଇଛି। ଉକ୍ତ ଗାଡ଼ିରେ ୧୦୦ ସିଫ୍ଟରୁ ଊର୍ଦ୍ଧ୍ୱ ମୂଲ୍ୟବାନ କାଠ ଥିବା ଜଣାପଡିଛି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri