କେନ୍ଦୁଝର

ଡମ୍ପର ଚାପାରେ ଜୀବନ ଗଲା

ଯୋଡ଼ା, ୨।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ବଳଦା ପଞ୍ଚାୟତ ତଥା ବାମେବାରୀ ଥାନା ଅଧୀନ ଏକ ଖଣିରେ ମଙ୍ଗଳବାର ଅପରାହ୍ନ ଏକ ଡମ୍ପର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ନେବାରୁ ଜଣାପଡିଛି ଯେ, ଅପରାହ୍ନରେ ଖଣିଜ ପରିବହନ କରି…

ପାଟଣା ବ୍ଲକରୁ ୨ ନୂଆ କରୋନା ପଜିଟିଭ ଚିହ୍ନଟ

ପାଟଣା,୨।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତରୁ ମଙ୍ଗଳବାର ୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ଟୁଇଟ୍‌କରି ସୂଚନା ଦିଆଯାଇଛି। ଏମାନଙ୍କୁ ମିଶାଇ ବ୍ଲକରେ ପଜିଟିଭ ସଂଖ୍ୟା ୩ରେ ପହଞ୍ଚିଛି। ତେବେ…

କେନ୍ଦୁଝରରୁ ଆଉ ୪ କରୋନା ପଜିଟିଭ ଚିହ୍ନଟ, ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଛୁଇଁଲା

କେନ୍ଦୁଝର, ୨।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ମଙ୍ଗଳବାର ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ପଟଣା ବ୍ଲକରୁ ଦୁଇ ଜଣ ଚିହ୍ନଟ ହୋଇଥିବା ବେଳେ ଚମ୍ପୁଆ…

କଣ୍ଟେନମେଣ୍ଟ ଉଠାଇବା ଦାବି: ଘରୁ ବାହାରି ଜାତୀୟ ରାଜପଥ ଅବରୋଧ କଲେ ଅଞ୍ଚଳବାସୀ

କେନ୍ଦୁଝର, ୨।୬(ସ୍ବ.ପ୍ର.): କେନ୍ଦୁଝର ସହର ନିହାଲସିଂ ଛକ ନିକଟ କିମିରିଡୋଲି ସାହିରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଉକ୍ତ ସାହିକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ସେଠାରେ ପୋଲିସ ମୂତୟନ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି।…

କାଳବୈଶାଖୀର ତାଣ୍ଡବରେ ଗଛଭାଙ୍ଗି ରାସ୍ତା ଅବରୋଧ : ବିଧାୟକ ଅଗ୍ନିଶମ କର୍ମଚାରୀଙ୍କୁ ଡକାଇ କଲେ ସଫା

ପାଟଣା,୨।୬(ସ୍ବ.ପ୍ର.): କାଳବୈଶାଖୀ ତାଣ୍ଡବରେ ସୋମବାର ଅପରାହ୍ନରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ବହୁ କ୍ଷତି ଘଟିଛି। ଏଠାରେ ଘଡ଼ଘଡ଼ି ସାଙ୍ଗୁ ବର୍ଷା ପବନରେ ବଡ଼ ବଡ଼ ଗଛ ଭାଙ୍ଗିଯାଇ ବିଦ୍ୟୁତ ସରବରାହ ମଧ୍ୟ ବ୍ୟାହତ ହୋଇଛି। ଗଛ ଭାଙ୍ଗି ରାସ୍ତା ଅବରୋଧ…

ମହାରାଷ୍ଟ୍ରରୁ ବାଇକ୍‌ରେ ଆସିଲେ ପ୍ରବାସୀ: ଏରଣ୍ଡେଇ ଗାଁକୁ ୩୬ ଘଣ୍ଟା ପର୍ଯ୍ୟନ୍ତ ଶର୍ଟଡାଉନ୍‌ ଘୋଷଣା କଲେ ସରପଞ୍ଚ

ପାଟଣା,୨।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରଣ୍ଡେଇ ପଞ୍ଚାୟତର ଏରଣ୍ଡେଇ ଗ୍ରାମକୁ ସରପଞ୍ଚ ପାର୍ବତୀ ଦେହୁରୀ ଜିଲାପାଳଙ୍କ କ୍ଷମତା ଉପଯୋଗ କରି ସୋମବାରଠାରୁ ୩୬ ଘଣ୍ଟା ପର୍ଯ୍ୟନ୍ତ ଶର୍ଟଡାଉନ୍‌ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଶ୍ରମିକ ଭାବେ କାମ କରୁଥିବା ଜଣେ…

ପ୍ରବାସୀ ଶ୍ରମିକଙ୍କୁ ଦିଆଗଲା ଚାଉଳ

ଚମ୍ପୁଆ,୨ା୬(ଡି.ଏନ.ଏ.)- କରୋନା ମହାମାରୀରେ ପ୍ରଭାବିତ ହୋଇଛନ୍ତି ଶ୍ରମିକ। ଶ୍ରମ ହରାଇବା ସହିତ ବହୁ କଷ୍ଟରେ ନିଜ ପୈତୃକ ଘରକୁ ଫେରୁଛନ୍ତି। କେତେକ ଶହ ଶହ କି.ମି ଚାଲି ଚାଲି ଫେରୁଛନ୍ତି ତ କେତେକ ସାଇକେଲ ଯୋଗେ ମଧ୍ୟ ନିଜ ଘରକୁ ଫେରୁଥିବା…

ସ୍ଥଗିତ ହେଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ଧାରଣା

ଯୋଡା, ୧।୬ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରବାସୀ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ବିଭିନ୍ନ ସମୟରେ ଦାବି କରୁଥିଲେ ହେଁ, ପ୍ରଶାସନର ଅଣଦେଖା ହେତୁ ଦାବି ପୁରଣ ହେଉନଥିବାରୁ ଅତିଷ୍ଟ ହୋଇ ଯୋଡାବାସୀ ଧାରଣାକୁ ଓହ୍ଲାଇଥିଲେ। ଯୋଡା ବରିଷ୍ଠ ନାଗରିକ…

କାଳ ବୈଶାଖୀ ପ୍ରଭାବ : କାନ୍ଥ ପଡି ଘର ଭାଙ୍ଗିଲା, ୩ ଆହତ

ପାଟଣା,୧।୬(ସ୍ବ.ପ୍ର.)-କାଳବୈଶାଖୀ ପ୍ରଭାବରେ ସୋମବାର ଅପରାହ୍ନରେ କେନ୍ଦୁଝର ଜିଲ ପାଟଣା ଅଞ୍ଚଳରେ କୁଆପଥର ବର୍ଷା, ଘଡଘଡି ସାଙ୍ଗକୁ ବହୁତ ଜୋର୍‌ସେ ପବନରେ ବିଦ୍ୟୁତ ସରବରାହ ବ୍ୟାହତ ହେବା ସହ ୩ଜଣ ଆହତ ହୋଇଛନ୍ତି। ପୂର୍ବାହ୍ନରୁ ସା ମଧ୍ୟରେ ପାଟଣା ଅଞ୍ଚଳରେ ୪୧.୪ ମିଲି…

ମାଟି ତଳୁ ମିଳିଲା ପୁରାତନ ଦୀପଷ୍ଟାଣ୍ଡ

ଚମ୍ପୁଆ/ଝୁମ୍ପୁରା/ପାଟଣା,୧।୬(ଡି.ଏନ.ଏ/ସ୍ବ.ପ୍ର.)-ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ଝୁମ୍ପୁରା ବ୍ଲକ ଟୁକୁଡିହା ପଞ୍ଚାୟତ ଅଧୀନ ରସବନ୍ତଳା ଗ୍ରାମରୁ ପୁରାତନ କାଳରେ ବ୍ୟବହାର ହେଉଥିବା ସୌଖୀନଯୁକ୍ତ କାରୁକାର୍ଯ୍ୟ ସମ୍ପନ୍ନ ଏକ ଦୀପଷ୍ଟାଣ୍ଡ ମାଟି ତଳୁ ଉଦ୍ଧାର କରାଯାଇଛି। ଏହା ରାଜା ରାଜରାଜୁଡ଼ା ସମୟରେ ବ୍ୟବହାର କରାଯାଉଥିଲା ବୋଲି…

ଖାତା ମୂଲ୍ୟାଙ୍କନକାରୀଙ୍କୁ ଭତ୍ତା ପ୍ରଦାନ ପାଇଁ ଦାବିପତ୍ର

କେନ୍ଦୁଝର, ୧ା୬ (ସ୍ବ.ପ୍ର.)-ଚଳିତବର୍ଷ କରୋନା ମହାମାରୀ ସତ୍ତ୍ୱେ ମାଧ୍ୟମିକ ଶିକ୍ଷା ପରିଷଦ, କଟକ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଖାତା ମୂଲ୍ୟାୟନ ଗତ ୨୬ ତାରିଖଠାରୁ ଆରମ୍ଭ ହୋଇଛି। କେନ୍ଦୁଝର ଜିଲାରେ ନରସିଂହସ୍ବାଇଁ ପୋଲିସ ଉଚ୍ଚ ବିଦ୍ୟାଳୟ ଏବଂ ଆନନ୍ଦପୁର…

ଗାଧୁଆତୁଠରୁ ବାଲି ଉତ୍ତୋଳନକୁ ବିରୋଧ: ଉପଜିଲାପାଳଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ

ଆନନ୍ଦପୁର,୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ତହସିଲ ଅନ୍ତର୍ଗତ ଗୋହିରା ପଞ୍ଚାୟତ ତାଳଗାଁ ନିକଟ କଲରାଗଡ଼ିଆ ଅଞ୍ଚଳରେ ଥିବା ବୈତରଣୀ ନଦୀର ଗାଧୁଆତୁଠରୁ ବାଲି ଚାଲାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏ ନେଇ ସେମାନେ ସୋମବାର ମଧ୍ୟାହ୍ନରେ ଆନନ୍ଦପୁର ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?