ଏମିତି ବି ମାଡ଼ିଆସେ ମୃତ୍ୟୁ
କେନ୍ଦୁଝର,୨ା୬: ଘର ଅଗଣାରେ ବସିଥିବା ବେଳେ ଟ୍ରକ ମାଡ଼ି ଯିବାରୁ ଜେଜେମା’ ଓ ନାତିଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ସଦର ଥାନା ଅଧୀନ ୨୦ନମ୍ବର ଜାତୀୟ ରାଜପଥର ବାଙ୍କମାରୁଣୀ ସାହି ନିକଟରେ ବୁଧବାର ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ…
ବିଲରେ ହଳ କରୁଥିଲେ, ପାଓ୍ବାରଟିଲରରେ ପଶିଗଲା ଗୋଡ଼; ଚାଷୀ ଗୁରୁତର
ପାଟଣା,୩୦ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତର ରଥପଡ଼ା ଗ୍ରାମରେ ରବିବାର ସକାଳେ ପାଓ୍ବାର ଟିଲର ଯୋଗେ ବାଡ଼ି ପଛରେ ହଳ କରୁଥିବା ବେଳେ ପାୱ୍ବାରଟିଲରର ଲଙ୍ଗଳରେ ବାମ ଗୋଡ଼ ପଶି ଜଣେ ଚାଷୀ ଗୁରୁତର ହୋଇଛନ୍ତି। ସେ ହେଉଛନ୍ତି…
ମଦ ଦୋକାନ ସିଲ୍ କଲା ପୋଲିସ
କେନ୍ଦୁଝର,୨୯ା୫(ସ୍ବ.ପ୍ର./ଡି.ଏନ.ଏ.): କୋଭିଡ୍ ଗାଇଡ୍ଲାଇନ୍ ଉଲ୍ଲଂଘନ କରି ମଦ ବିକ୍ରି କରୁଥିବା ଅଭିଯୋଗରେ ନରଣପୁର ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନକୁ ଟାଉନ ପୋଲିସ ଶନିବାର ସିଲ୍ କରି ଦେଇଛି। ସୂଚନା ଯୋଗ୍ୟ, ସରକାର ମଦ ବିକ୍ରି ପାଇଁ କଟକଣା ଲାଗୁ…
ବାତ୍ୟା ଧୋଇନେଲା କଲଭର୍ଟ: ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକ ହଇରାଣ
ପାଟଣା,୨୯।୫(ସ୍ବ.ପ୍ର.): ବାତ୍ୟା ୟାସ୍ ପ୍ରଭାବରେ କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ସାହାରପଡା ରାସ୍ତା ମଧ୍ୟରେ ଥିବା ଜହ୍ନଇନାଳ କଲଭର୍ଟ ଧୋଇ ହୋଇଯାଇଛି। ଏ ନେଇ ଗମନାଗମନ ବାଧାପ୍ରାପ୍ତ ହୋଇଛି। ୟାସ୍ ଯିବାର ୩ ଦିନ ବିତି ଯାଇଥିଲେ ହେଁ ଘାଇ…
ବୈତରଣୀ ନଦୀ ପୋଲ ଉପରେ ବନ୍ୟାଜଳ ପ୍ରବାହିତ
ପାଟଣା,୨୭।୫(ସ୍ବ.ପ୍ର.): ବାତ୍ୟା ୟାସ ପ୍ରଭାବରେ କେନ୍ଦୁଝର ଜିଲାରେ ପ୍ରବଳ ବୃଷ୍ଟିପାତ ହୋଇଛି। ଫଳରେ ବୈତରଣୀ ନଦୀ ଓ ତାର ଶାଖା ନଦୀଗୁଡିକରେ ବନ୍ୟାଜଳ ପ୍ରବାହିତ ହେଉଛି। ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ପ୍ରବାହିତ ହୋଇଥିବା ବୈତରଣୀ ନଦୀ ପୋଲ ଉପରେ ବୁଧବାର…
ୟାସ୍ ପ୍ରଭାବ: ଭାଙ୍ଗିଲା ଗଛ, ଜନଜୀବନ ଅସ୍ତବ୍ୟସ୍ତ
ହାଟଡିହୀ,୨୬।୫(ଡିି.ଏନ୍.ଏ.): ବାତ୍ୟା ୟାସ୍ର ପ୍ରଭାବ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି । ବଡ଼ ଧରଣର କୌଣସି କ୍ଷୟକ୍ଷତି ହୋଇ ନ ଥିଲେ ହେଁ ପ୍ରବଳ ବର୍ଷା ପବନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । କେତେକ ସ୍ଥାନରେ ରାସ୍ତା…
କେନ୍ଦୁଝରରେ ୟାସ୍ର ପ୍ରଭାବ: ୧୪୯୬୨ଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର
କେନ୍ଦୁଝର,୨୬।୫(ସ୍ବ.ପ୍ର.): ବାତ୍ୟା ୟାସ୍ର ଭୟାବହକୁ ଦେଖି କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସକାଳ ୮ଟା ସୁଦ୍ଧା ୧୪,୯୬୨ ଜଣ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ନିଆଯାଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି। ବାତ୍ୟା ପାଇଁ ରାଜ୍ୟ…
ଗଛ ପଡ଼ି ଜଣଙ୍କ ଜୀବନ ଗଲା
କେନ୍ଦୁଝର,୨୬ା୫(ସ୍ବ.ପ୍ର.): ଘଷିପୁରା ଥାନା ଅନ୍ତର୍ଗତ ପଞ୍ଚୁପଲୀ ଗ୍ରାମରେ ବୁଧବାର ସକାଳେ ୟାସ ପ୍ରଭାବରେ ଏକ ବରଗଛ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭଯୋଗ ହୋଇଛି। ସେ ଦୋକାନ ଯାଉଥିବା ସମୟରେ ଏଭଳି ଅଘଟଣ ଘଟଥିବା କୁହାଯାଇଛି। ତାଙ୍କ ନାମ ପୂର୍ଣ୍ଣଚନ୍ଦ୍ର…
କରୋନାରେ ଆଖି ବୁଜିଲେ ସହକାରୀ ବ୍ରାଞ୍ଚ ପୋଷ୍ଟ ମାଷ୍ଟର
ପାଟଣା,୨୪ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତ ଯମୁନା ଗାଁ ପୋଷ୍ଟ ଅଫିସରେ ସହକାରୀ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟ କରୁଥିବା ଗୁରୁ ଚରଣ ମହାପାତ୍ର(୫୫)ଙ୍କର ରବିବାର ରାତିରେ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗୁରୁ ଚରଣଙ୍କ ଗତ ସୋମବାର କରୋନା…
ବଜ୍ରପାତ ନେଲା ଗୋଟିଏ ପରିବାରର ୩ ଜୀବନ
କେନ୍ଦୁଝର,୨୧।୫: କେନ୍ଦୁଝର ଜିଲା ଘଟଗାଁ ଥାନା ଅଞ୍ଚଳରେ ଶୁକ୍ରବାର ଏକ ଅଘଟଣ ଘଟିଛି। ବଜ୍ରପାତରେ ମା’ ଓ ତାଙ୍କର ୩ ବର୍ଷର ଝିଅ ଏବଂ ସମ୍ପର୍କୀୟ ଭାଉଜଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ଯାଯାବର ବୋଲି ଜଣାପଡିଛି। ଝାଡଖଣ୍ଡ ରାଞ୍ଚି ଅଞ୍ଚଳର…
୧୪ ଦିନର ଶିଶୁକନ୍ୟାର ମୃତ୍ୟୁ ପରେ ବିଷ ପିଇଲେ ମା’ବାପା
କେନ୍ଦୁଝର, ୨୦ା୫(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅଧୀନ ଗୁମୁରା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ୧୪ଦିନର ଶିଶୁକନ୍ୟାଙ୍କ ମୃତ୍ୟୁରେ ମର୍ମାହତ ହୋଇ ମା’ ବାପା ବିଷ ପିଇ ଦେଇଥିଲେ। ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସ୍ବାମୀଙ୍କ…
କାଳବୈଶାଖୀର ତାଣ୍ଡବ: ଉପୁଡ଼ିଲା ବିଦ୍ୟୁତ୍ଖୁଣ୍ଟ, ଭାଙ୍ଗିଲା ବଡ଼ବଡ଼ ଗଛ
ପାଟଣା,୨୦ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ବର୍ଷା ପବନ ସାଙ୍ଗକୁ ତୁହାକୁ ତୁହା ପବନ ଏବଂ ଘଡ଼ଘଡ଼ି ଯୋଗୁ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡ଼ିବା ସହ ଅନେକ ଘରଦ୍ୱାର ଭାଙ୍ଗିପଡ଼ିଛି। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ…
Archives


