କେନ୍ଦୁଝର

ସୌନ୍ଦର୍ଯ୍ୟକରଣ ହେବ ବଳଦେବଜୀଉ ବଡ଼ଦାଣ୍ଡ

କେନ୍ଦୁଝର, ୧୬।୧୨(ଡି.ଏନ.ଏ.) କେନ୍ଦୁଝରର ଆରାଧ୍ୟ ଦେବତା ବଳଦେବଜୀଉ ମନ୍ଦିରର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ସହ ବଡଦାଣ୍ଡ ଓ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ସୌନ୍ଦର୍ଯ୍ୟ କରାଯିବ ବୋଲି ଜିଲାପାଳ ଆଶିଷ ଠାକରେ ପ୍ରକାଶ କରିଛନ୍ତି। ଷୋଡଶ ଶତାଦ୍ଦୀରେ ନିର୍ମିତ କେନ୍ଦୁଝରର ବଳଦେବଜୀଉ ମନ୍ଦିର ସମ୍ମୁଖରେ…

ପାଟଣା ରେଞ୍ଜରେ ଗଜରାଜଙ୍କ ଆତଙ୍କରାଜ

ପାଟଣା,୧୪।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଞ୍ଚଳରେ ୫ ଦିନ ହେବ ଗଜରାଜଙ୍କ ଆତଙ୍କରାଜ ଜାରି ରହିଛି। ସୋମବାର ବିଳମ୍ବିତ ରାତିରେ ୨୬ ଟିକିଆ ବଣୁଆ ହାତୀ ପଲ ଗାଁ ଭିତରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଏହି ହାତୀପଲ ୪…

୪ ଘର ଭାଙ୍ଗିଲେ ହାତୀପଲ: ଧାନ ଚାଉଳ ଖାଇଲେ, ନଷ୍ଟ କଲେ ଆଖୁ କ୍ଷେତ

ପାଟଣା,୧୩ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୨୬ ଟିକିଆ ହାତୀପଲ ୪ ଦିନ ହେବ ବିଭିନ୍ନ ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି। ରବିବାର ବିଳମ୍ବିତ ରାତିରେ ହାତୀପଲ ମାଛଗଡ଼ ଓ ତଣ୍ଡବିଟର ଫୁଲପାହାଡ଼ି ଗାଁର ବାବୁନ ମୁଣ୍ଡାଙ୍କ ଖପର ଘର, ବଡ଼…

ଘର ଭାଙ୍ଗି ଧାନ ଖାଇଲେ

ପାଟଣା,୧୩|୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ମାଛଗଡ଼ ବିଟ୍‌କୁ ଶନିବାର ବିଳମ୍ବିତ ରାତିରେ କରଞ୍ଜିଆ ସେକ୍ସନରୁ ୨୬ ଟିକିଆ ବଣୁଆ ହାତୀପଲ ପଶି ଉପଦ୍ରବ ଜାରି ରଖିଛନ୍ତି। ଏହି ହାତୀପଲ ଖଡ଼ିକାପଦା, ଗୋହିରା, ଜୟପୁର ଅଞ୍ଚଳରେ ବ୍ୟାପକ ଧାନ ଫସଲ…

କେନ୍ଦୁଝରରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

କେନ୍ଦୁଝର,୧୨ା୧୨(ସ୍ବ.ପ୍ର.): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ୍‌୍‌ ମୂରଲୀଧର ରବିବାର କେନ୍ଦୁଝର ଜିଲାରେ ଇ ସର୍ଭିସେସ ଫର୍‌ ଆଡ୍‌ଦ୍ଭୋକେଟ ଉପରେ ଆୟୋଜିତ ଏକ ତାଲିମ ଶିବିରରେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ଏହା ପରେ କେନ୍ଦୁଝର ଓକିଲ ସଂଘ ପକ୍ଷରୁ…

ହ୍ୟାଣ୍ଡବଲ ପଡ଼ିଆରେ ଜମୁଛି ପାଣି

କେନ୍ଦୁଝର, ୧୨।୧୨ (ସ୍ବ.ପ୍ର.)  କେନ୍ଦୁଝର ଜିଲା ମୁଖ୍ୟାଳୟରେ ପ୍ରାୟ ସାଢେ ତିନି କୋଟି ଟଙ୍କା ବ୍ୟୟରେ ନିର୍ମିତ ରାଜ୍ୟର ପ୍ରଥମ ସେନ୍ଥେଟିକ ହ୍ୟାଣ୍ଡବଲ ପଡିଆ ନିର୍ମାଣ ହୋଇଛି। ତେବେ ପଡ଼ିଆଟି ସମତଳ ନ ଥିବାରୁ ସାମାନ୍ୟ ବର୍ଷା ହେଲେ ବିଭିନ୍ନ ସ୍ଥାନରେ ପାଣି…

ବିଜେଡିର ହାତ ଧରିଲେ ଧନୁର୍ଜୟ

କେନ୍ଦୁଝର,୧୧।୧୨(ସ୍ବ.ପ୍ର.): ସବୁ କଳ୍ପନା ଜଳ୍ପନା ଅନ୍ତ ଘଟାଇ ଶନିବାର ପୂର୍ବତନ ଚମ୍ପୁଆ ବିଧାୟକ ଧନୁର୍ଜୟ ସିଦ୍ଧୁ ବିଜେଡିର ହାତ ଧରିଛନ୍ତି। ଭୁବନେଶ୍ୱରରେ ଦଳୀୟ ଅଫିସରେ ଏକ କାର୍ଯ୍ୟକ୍ରମରେ ତାଙ୍କ ସହିତ ଭାଜପା ଓବିସି ମୋର୍ଚ୍ଚାର ସଭାପତି ମିତ୍ରଭାନୁ ମହାକୁଡ, ସାଧାରଣ ସମ୍ପାଦକ…

ଓଟି ଛାତରୁ ଗଳୁଛି ପାଣି

ଯୋଡ଼ା, ୯।୧୨(ଡି.ଏନ.ଏ.)  କେନ୍ଦୁଝର ଜିଲା ଯୋଡ଼ା ସହରରେ ଥିବା ସରକାରୀ ଡାକ୍ତରଖାନାର ଅପରେସନ ଥିଏଟର (ଓଟି) ନିର୍ମାଣର ୪ ମାସ ନ ପୂରୁଣୁ ଛାତ ସିଲିଂରୁ ବର୍ଷାପାଣି ପଡ଼ୁଛି। ଗତ ସୋମବାର ଆଶାକର୍ମୀଙ୍କୁ ନେଇ ଡାକ୍ତରମାନେ ଏକ ବୈଠକ କରୁଥିବାବେଳେ ଧୂଆଁ ଦେଖି…

ଡ୍ରପ୍‌ ଆଉଟ୍‌ରେ ରାଜ୍ୟରେ ଦ୍ୱିତୀୟ କେନ୍ଦୁଝର

କେନ୍ଦୁଝର,୮ା୧୨(ସ୍ବ.ପ୍ର.): ଖଣିଖାଦାନ ଭରା କେନ୍ଦୁଝର ଜିଲାରେ ଶିକ୍ଷକ ଅଭାବ ସାଙ୍ଗକୁ ଉତ୍ତମ ଶିକ୍ଷା ବ୍ୟବସ୍ଥାର ଅଭାବ ଯୋଗୁ ଡ୍ରପ୍‌ ଆଉଟ୍‌ ସଂଖ୍ୟା ବଢୁଛି। ୨୦୧୯-୨୦ ତଥ୍ୟ ଅନୁଯାୟୀ, ରାଜ୍ୟରେ ଅଧାରୁ ପାଠ ଛାଡ଼ିଥିବା ପିଲା ସଂଖ୍ୟା ୮୧୬୮ ରହିଥିବା ବେଳେ ସେଥିରୁ…

ଫି’ ବୃଦ୍ଧି ନେଇ ଆନ୍ଦୋଳନରେ ବସିଲେ ଛାତ୍ରୀଛାତ୍ର

କେନ୍ଦୁଝର,୮ା୧୨(ସ୍ବ.ପ୍ର.): କେନ୍ଦୁଝରଠାରେ ଥିବା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସର ପ୍ରଥମ ବର୍ଷର ଛାତ୍ରୀଛାତ୍ର ବିଭିନ୍ନ ଦାବି ନେଇ ବୁଧବାର କ୍ୟାମ୍ପସ୍‌ର ଗେଟ ବନ୍ଦ କରି ଧାରଣା ଦେଇଛନ୍ତି। ଫର୍ମ ଫିଲପ ପାଇଁ ମାତ୍ର ଦୁଇଦିନ ସମୟ ଦିଆଯାଇଛି। ଏଥିସହିତ ଚଳିତବର୍ଷ…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ଜୀବନଗଲା

କେନ୍ଦୁଝର,୮।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ରେଞ୍ଜ ଅନ୍ତର୍ଗତ ନେକଡ଼ାଘର ଗ୍ରାମ ଜଙ୍ଗଲରେ ଏକ ମାଈ ହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଖବରପାଇ ବନ ବିଭାଗ ବୁଧବାର ସକାଳେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ହାତୀଟି ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା…

ବିଷାକ୍ତ ମଦ ନେଲା ମହିଳାଙ୍କ ଜୀବନ

ପାଟଣା,୭।୧୨(ସ୍ବ.ପ୍ର.): ବିଷାକ୍ତ ମଦ ପିଇ କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ କୁଠାଘର କୁଦରସାହିର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେ ହେଲେ ବିରଞ୍ଚି ମୁଣ୍ଡାଙ୍କ ସ୍ତ୍ରୀ ଗୁରୁବାରୀ(୫୦)। ବିରଞ୍ଚିଙ୍କ ଅଭିଯୋଗ ଅନୁଯାୟୀ, ରବିବାର ସାରେ ଘର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri