ଶ୍ୱଶୁର ଘରୁ ଫେରୁଥିଲେ ଘଟିଲା ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର
ପାଟଣା,୨୯।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ରାଞ୍ଚି ବିଜୟୱାଡା ଜାତୀୟ ରାଜପଥର ସାହାରପଡ଼ା ଦେଓନଦୀ ପୋଲ ନିକଟରେରେ ଏକ ଗ୍ଲାମର ବାଇକ୍ ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ରାସ୍ତା କଡ଼କୁ ଛିଟିକି ପଡିଥିଲା…
ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲରୁ ମୋରମ ବୋଝେଇ ଟ୍ରାକ୍ଟର ଜବତ
କେନ୍ଦୁଝର,୨୯।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ରେଞ୍ଜ ପକ୍ଷରୁ ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲରୁ ବେଆଇନ ମୋରମ ଖୋଳି ଚାଲାଣ ହେଉଛି। ମଙ୍ଗଳବାର ଚଢାଉ କରାଯାଇ ଏକ ଟ୍ରାକ୍ଟରକୁ ଜବତ କରାଯାଇଛ। ଜବତ ଟ୍ରାକ୍ଟର ନଂ. (ଓଡ଼ି-୦ ୯ଡବ୍ଲ୍ୟୁ ୦୫୭୨) । ଡ୍ରାଇଭର…
ଦିନ ମଜୁରିଆରୁ ଅନ୍ତର୍ଜାତୀୟ କ୍ରିକେଟର
କଟକ,୨୯ା୮(ସୁପ୍ରିୟା ପ୍ରିୟଦର୍ଶିନୀ):କେନ୍ଦୁଝର ହାଟଡିହି ବ୍ଲକର ଜଞ୍ଜଣା ଗ୍ରାମର ଝିଲି ବିରୂଆ। ପିଲାଟିବେଳୁ ପରିବାରର ଦୁଃଖ, କଷଣ ସହି ଆସୁଥିବା ଝିଲ୍ଲୀ ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ ଦଳର ଅନ୍ୟତମ ପ୍ରମୁଖ ସଦସ୍ୟ ରହିଛନ୍ତି। ସେ ଇଂଲଣ୍ଡରୁ ଆଇବିଏସଏ ୱାଲର୍ଡ ଟୁର୍ଣ୍ଣମେଣ୍ଟର ଖେଳି…
କଫି ଚାଷ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ
କେନ୍ଦୁଝର,୨୯ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗପୀଢ଼ ବନାଞ୍ଚଳ ତଥା ବାଂଶପାଳ ବ୍ଲକ୍ ଅନ୍ତର୍ଗତ ଆମ୍ବଡ଼ହରା ଗ୍ରାମ ନିକଟରେ କଫି ଚାଷ ପାଇଁ ବହୁ ପରିମାଣରେ ଜଙ୍ଗଲ ଓ ପରିବେଶ ନଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି। ସରକାରୀ ସଂସ୍ଥା ପକ୍ଷରୁ ବିନା…
ତଦନ୍ତ ପୂର୍ବରୁ ଦୋଷ ଲୁଚାଇବାକୁ ଉଦ୍ୟମ
କେନ୍ଦୁଝର,୨୯ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ଯମୁନାପଶି ବିଟ୍ ଭାଲୁପାହାଡ଼ି ଲଣ୍ଡାପାହାଡ଼ରେ କାମ୍ପା ଅନୁଦାନରେ ହୋଇଥିବା ବନୀକରଣର ଯାଞ୍ଚ କରିବେ ବନ ବିଭାଗର ସମ୍ବଲପୁର ଭିଜିଲାନ୍ସ କମିଟି। ବନୀକରଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ପରେ…
ସ୍ବାମୀଙ୍କ ଆଗରେ ଚାଳିଗଲା ସ୍ତ୍ରୀଙ୍କ ଜୀବନ
କେନ୍ଦୁଝର,୨୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅଧୀନ ଡଙ୍ଗାପାଣି ନିକଟ ୪୯ ନମ୍ବର ରାଜପଥରେ ଏକ ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ମହିଳାଙ୍କ ସ୍ବାମୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ସ୍ବାମୀ,…
ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ମହିଳାଙ୍କ ଜୀବନ
ପାଟଣା,୨୮ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମେଦିନୀପୁର ଗାଁର ଜଣେ ୫୫ ବର୍ଷୀୟା ମହିଳା ରବିବାର ରାତିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। ମୃତ ମହିଳା ହେଉଛନ୍ତି ଟିକାୟତ ନାଏକଙ୍କ ସ୍ତ୍ରୀ କୁନ୍ତୀ। ସୂଚନାନୁଯାୟୀ ଘରକୁ ଆସିଥିବା ସର୍ଭିସ…
ସାପକାମୁଡ଼ାରେ ଜୁଆଙ୍ଗ ଶିଶୁ ମୃତ, ମହାପ୍ରୟାଣ ଗାଡ଼ି ନ ମିଳିବାରୁ ଅଟୋରେ ନେଲେ ପୁଅର ମୃତଦେହ
କେନ୍ଦୁଝର,୨୭ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ସାପକାମୁଡ଼ାରେ ମୃତ ପୁଅର ମୃତଦେହ ନେବା ପାଇଁ ମହାପ୍ରୟାଣ ଗାଡ଼ି ନ ମିଳିବାରୁ ତାଙ୍କ ଗରିବ ଅସହାୟ ବାପା କିଭଳି ଏକ ଅଟୋରେ ଘରକୁ ନେବାକୁ ବାଧ୍ୟ ହୋଇଛନ୍ତି ସେଭଳି ଫଟୋ ଜିଲାରେ ସ୍ବାସ୍ଥ୍ୟ ବିଭାଗର ଅପରିଣାମଦର୍ଶିତାକୁ…
ବାଉଁଶ ଢିରାରେ ଚେକ୍ଡ୍ୟାମ୍
କଣ୍ଟିପାଳ,୨୭ା୮ (ସୁଶାନ୍ତ କୁମାର ସାହୁ )ଢିପଜମିଗୁଡ଼ିକୁ ଚାଷ ଉପଯୋଗୀ କରିବା ପାଇଁ ସରକାରୀସ୍ତରରେ ଚେକ୍ଡ୍ୟାମ୍ ନିର୍ମାଣ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ବର୍ଷା ସମୟରେ ନାଳଗୁଡ଼ିକରେ ପ୍ରବାହିତ ଜଳକୁ ଗଚ୍ଛିତ ରଖାଯାଇ ଜମିକୁ ଜଳସେଚନ କରାଯାଇଥାଏ। ମାତ୍ର କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍…
ଆରମ୍ଭରୁ ଶୀତଳ ଭଣ୍ଡାର ଅଚଳ
ଘଟଗଁା,୨୭ା୮(ରାଜେନ୍ଦ୍ର କୁମାର ପଟ୍ଟନାୟକ)କେନ୍ଦୁଝର ଜିଲା ଘଟଗଁା ବ୍ଲକ୍ ବଡ଼ଜାମପୋଷି ପଞ୍ଚାୟତର ଯାମାପସୀ ଗ୍ରାମରେ ଗତବର୍ଷ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ତରଫରୁ ସ୍ଥାପନ ହୋଇଥିବା ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ପଡ଼ିଛି। ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହା ନିର୍ମାଣ…
‘ମାମଲା ଦୁର୍ବଳ କରିବାକୁ ସମୟ ଗଡ଼ାଅ’
କେନ୍ଦୁଝର,୨୭ା୮(ନରେଶ ଚନ୍ଦ୍ର ପଟ୍ଟନାୟକ)ବିଚାରପତି ବଦଳିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କେସ୍କୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରିବା ଏବଂ ପିପିଙ୍କୁ କିଛି ଦେଇ ସମୟ ବଢାଇବାକୁ ପଡ଼ିବ। ଏହି ବାର୍ତ୍ତାଳପ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପବ୍ଲିକ ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟରେ…
ଅଭିଯୁକ୍ତଙ୍କ ସହ ଭିଜିଲାନ୍ସ ବିଭାଗ ମହିଳା କର୍ମଚାରୀଙ୍କ ଅଡିଓ ଭାଇରାଲ
କେନ୍ଦୁଝର,୨୬ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପବ୍ଲିକ ପ୍ରୋସିକ୍ୟୁଟର କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ଜଣେ ଅଭିଯୁକ୍ତଙ୍କ କେସ୍କୁ କୋହଳ କରିବା ପାଇଁ ତଥ୍ୟ ଯୋଗାଇବା ଏବଂ ସେ ବାବଦକୁ ଲାଞ୍ଚ ମାଗିବା କଥାବାର୍ତ୍ତାର ଏକ ଅଡିଓ…
Archives


