କେନ୍ଦୁଝର

ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଯୁବକ

ପାଟଣା,୫ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରୀ ପଞ୍ଚାୟତ ବଡ଼ଧନୁର୍ଜୟପୁର ଗ୍ରାମ ପୋଖରୀରେ ଗାଧୋଉଥିବା ସମୟରେ ଗୁରୁବାର ଜଣେ ୨୪ ବର୍ଷୀୟ ଯୁବକ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ଆନ ମହାରଣାଙ୍କ ପୁଅ ଉମାକାନ୍ତ।…

ବ୍ୟାଘ୍ର ଗଣନା ପାଇଁ ବନ କର୍ମଚାରୀଙ୍କ ତାଲିମ ଶିବିର

କେନ୍ଦୁଝର,୫।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ବ୍ୟାଘ୍ର ଗଣନା ଅକ୍ଟୋବର ୧୫ ତାରିଖରୁ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ହେବ। ବନ କର୍ମଚାରୀଙ୍କୁ ନେଇ କିପରି ବ୍ୟାଘ୍ର ଗଣନା କରାଯିବ ସେ ନେଇ ଗୁରୁବାର କେନ୍ଦୁଝର ବନଖଣ୍ଡ ପକ୍ଷରୁ ପଦ୍ମପୁର ମେଗା…

ସରକାରୀ ବିଦେଶୀମଦ ଦୋକାନରୁ ଗାଁକୁ ମଦ ଯୋଗାଉଥିବା ବେଳେ ଅଟକ ରଖିଲେ ଗ୍ରାମବାସୀ, ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସ ନିରବ

କେନ୍ଦୁଝର,୫।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଏକ ଆସିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ନୟାକୋଟ ଥାନା ଅନ୍ତର୍ଗତ ବାଂଶପାଳ ଠାରେ ରହିଛି ଏକ ସରକାରୀ ମଦ ଦୋକାନ। ଏହି ମଦ ଦୋକାନର କର୍ମଚାରୀ ଦିନ ଦ୍ୱି ପହରେ…

ଅଧିକାରୀଙ୍କୁ ବଡ଼ବିଲ ମୋହ ଛାଡୁନି

ବଡ଼ବିଲ,୫।୧୦(ଦେବପ୍ରିୟ ରଣା)ସରକାରୀ ଅଧିକାରୀଙ୍କ ୩ ବର୍ଷରେ ଅନ୍ୟତ୍ର ବଦଳି ନିୟମ ରହିଥିବା ବେଳେ କେନ୍ଦୁଝର ଜିଲା ବଡ଼ବିଲ ଓ ଯୋଡ଼ା ପୌରପାଳିକା ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜଣେ ଅଧିକାରୀ ୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ବଡ଼ବିଲରେ ଅତିରିକ୍ତ ତହସିଲଦାର…

ନର୍ଦ୍ଦମାପାଣିରେ ମୂର୍ତ୍ତି ବିସର୍ଜନ

ଯୋଡା,୪ା୧୦(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା ସହରର ବିଭିନ୍ନ ସ୍ଥାନରେ ହେଉଥିବା ମୃଣ୍ମୟୀ ମୂର୍ତ୍ତିର ବିସର୍ଜନ ପାଇଁ ସୁନା ନଦୀ ଅବବାହିକା ଆମ୍‌ ବାଗାନଠାରେ ଏକ କୃତ୍ରିମ ପୋଖରୀ କରାଯାଇଛି। ଏହି ପୋଖରୀରେ ପ୍ରତିବର୍ଷ ଠାକୁରଙ୍କ ମୂର୍ତ୍ତି ବିସର୍ଜନ କରାଯାଇଥାଏ। ତେବେ ଏହି…

ହାତୀ ଘଉଡାଇବା ସମୟରେ ପାଟଣା ବନ ବିଭାଗ ଓ ମୟୂରଭଞ୍ଜବାସୀ ମୁହାଁମୁହିଁ: ବନ ବିଭାଗ କର୍ମଚାରୀ ଆହତ

କେନ୍ଦୁଝର,୩।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ହାତୀ ଘଉଡାଇବାକୁ ନେଇ ଉଭୟ କେନ୍ଦୁଝର ଓ ମୟୂରଭଞ୍ଜ ଜିଲା ମଧ୍ୟରେ ତିକ୍ତତା ଚରମ ସୀମାରେ ପହଁଞ୍ଚିଛି। ବିଳମ୍ବିତ ରାତିରେ ୧୮ ଟିକିଆ ହାତୀପଲ ମୟୂରଭଞ୍ଜ ଜିଲାରୁ କେନ୍ଦୁଝର ଜିଲାର ପାଟଣା ରେଞ୍ଜର କେନ୍ଦୁଯୋଡ଼ା ନିକଟରେ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ବଣ୍ଟନରେ ଅନିୟମିତତା

କେନ୍ଦୁଝର,୩।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ) : ସଦର ବ୍ଲକ ଅନ୍ତର୍ଗତ ଡୁମୁରିଆ ଗ୍ରାମ ୱାର୍ଡ ନମ୍ବର ୩ ଓ ୪ର ଅଧିବାସୀମାନେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗପତ୍ର ଦେଇଛନ୍ତି। ୨୦୨୩-୨୪ ବର୍ଷର…

ଜିଲା ମୁଖ୍ୟ ଡାକ୍ତରଖାନା ରାସ୍ତାରେ ବେଧଡକ ବାଜୁଛି ଲାଉଡସ୍ପିକର ଓ ଡିଜେ ସାଉଣ୍ଡ, ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି

କେନ୍ଦୁଝର,୩।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଶ୍ରୁତିକଟୁ ଶଦ୍ଦ ସୃଷ୍ଟି କରୁଥିବା ଲାଉଡସ୍କିକର, ଡିଜେ ଉପରେ କଟକଣା କରାଯାଇଛି। ଏହା ସତ୍ୱେ କେନ୍ଦୁଝର ସହରରେ ବେଧଡକ ଡିଜେ ଓ ଲାଉଡସ୍ପିକର ବାଜୁଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ବିଶେଷ କରି…

ଲକ୍ଷ୍ମୀମନ୍ଦିରରୁ ହୁଣ୍ଡି ତାଡି ଚୋରି

କେନ୍ଦୁଝର,୩।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର କାଶିପୁର ନିକଟ ଲକ୍ଷ୍ମୀମନ୍ଦିରରୁ ଗତକାଲି ଦୁବୃର୍ତ୍ତମାନେ ହୁଣ୍ଡିତାଡି ଟଙ୍କା ଓ ସୁନା ଚୋରି କରି ନେଇଛନ୍ତି। ଦୁବୃର୍ତ୍ତମାନେ ମନ୍ଦିର ପରିସରରେ ଥିବା ହୁଣ୍ଡି ବାହାରକୁ ଘୋଷାରି ନେଇଥିଲେ। ପରେ ଏହାକୁ ତଳେ ପକାଇ ଭାଙ୍ଗି…

ସୀତା ନଦୀ ପୋଲ ଉପରେ ୪ ଫୁଟ ପାଣି

ପାଟଣା,୩।୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ-ଘଟଗାଁ ବ୍ଲକ ଢେଙ୍କିକୋଟକୁ ସଂଯୋଗ କରୁଥିବା ରାସ୍ତାର ଚିନାମଳି ପଶି ପଞ୍ଚାୟତ ନୂଆପଡ଼ା ସୀତା ନଦୀ ପୋଲ ଉପରେ ମଙ୍ଗଳବାର ୪ ଫୁଟ ବର୍ଷା ପାଣି ପ୍ରବାହିତ ହେଉଛି। ଫଳରେ ରାସ୍ତାରେ ଯାତାୟାତ…

ଶୁଦ୍ଧକ୍ରିୟାରେ ଯୋଗଦେବାକୁ ଆସିଥିଲେ: ଦୁର୍ଘଟଣାରେ ଚାଲିଗଲା ଜୀବନ

ପାଟଣା,୩।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ୪୯ ନମ୍ବର ମୁମ୍ବାଇ-କୋଲକାତା ଜାତୀୟ ରାଜପଥ ତୁରୁମୁଙ୍ଗା ଥାନା ନିକଟରେ ସୋମବାର ବିଳମ୍ବିତ ରାତ୍ରିରେ ଏକ ବାଇକ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି l ମୃତକ ହେଲେ ସଦର ଥାନା…

ଟ୍ରକରେ ଲାଗିଲା ନିଆଁ

ବଡ଼ବିଲ,୨।୧୦(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ଭଦ୍ରାସାହି ଛକ ନିକଟରେ ସୋମବାର ଏକ ଲୁହାପଥର ବୋଝେଇ ଟ୍ରକ(ନଂ.ଡବ୍ଲ୍ୟୁବି୨୯ସି-୩୬୭୩)ରେ ନିଆଁ ଲାଗି ଯାଇଥିଲା। ଫଳରେ ଟ୍ରକ୍‌ର ସମ୍ମୁଖ ଭାଗ ପୋଡି ନଷ୍ଟ ହୋଇଯାଇଛି। ଖବରପାଇ ବଡ଼ବିଲ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri