କନ୍ଧମାଳ

ଝିରିପାଣିରେ ଝାଡ଼ାବାନ୍ତି ଆତଙ୍କ: ୩ ଦିନରେ ୪ ମୃତ, ଶତାଧିକ ଆକ୍ରାନ୍ତ

ବାଲିଗୁଡ଼ା,୨୪।୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅଧୀନ ତୁମୁଡ଼ିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତରେ ପ୍ରାୟ ସପ୍ତାହ ହେଲା ଝାଡାବାନ୍ତି ଲାଗି ରହିଛି। ବର୍ତ୍ତମାନ ଏହା ବ୍ୟାପକ ରୂପ ନେଇ ଅଞ୍ଚଳରେ ଆତଙ୍କ ଦେଖାଦେଇଛି। । ବର୍ତ୍ତମାନ ୩...

ଦଡିବାଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତଙ୍କୁ ସମ୍ବର୍ଦ୍ଧନା, ଭଲ ଛାତ୍ର ଗଢ଼ିବା ନିଶା…

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି କ୍ଲଷ୍ଟର ଦଡିବାଡି ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ସିଂ ମେ’ମାସ ଶେଷରେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି। ଖରାଛୁଟି ରହିଥିବାରୁ ସେହି ସମୟରେ...

ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ ମେଶିନ ଅଚଳ, ରୋଗୀ ହନ୍ତସନ୍ତ

ବାଲିଗୁଡ଼ା,୨୪ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ’ ମେଶିନ ନ ଥିବାରୁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବାଲିଗୁଡ଼ା ବ୍ଲକର ୮ରୁ ଅଧିକ ପଞ୍ଚାୟତବାସୀ ନିର୍ଭର କରନ୍ତି। ଏଠାରେ...

ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ: ସୁରେନ୍ଦ୍ର କୁମାର ଉଦୀୟମାନ ଫଟୋଗ୍ରାଫର ଭାବେ ସମ୍ମାନିତ

ବାଲିଗୁଡା,୨୪।୦୮: (ସଞ୍ଜୟ କୁମାର ପାଣିଗ୍ରାହୀ): ନବୀନ ସୂତ୍ରଧର ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ୱ ଫଟୋଗ୍ରାଫି ଦିବସ ପରିପ୍ରେକ୍ଷୀରେ ଭୁବନେଶ୍ୱର ଜୟଦେବ ଭବନଠାରେ ତୃତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦ୍‌ଯାପିତ ହୋଇ ଯାଇଛି।ଏଥିରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର ଯୋଗଦେଇ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାଜପା ମଣ୍ଡଳ ସଭାପତି, ପର୍ଯ୍ୟଟନର ଉନ୍ନତି ପାଇଁ କଲେ ନିବେଦନ

ଦାରିଙ୍ଗବାଡ଼ି,୨୪ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଭାଜପା ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭେଟିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କୁ ଦାରିଙ୍ଗବାଡ଼ିରେ ବାକି ରହିଥିବା ବିକାଶ କାର୍ଯ୍ୟ କିଭଳି କରାଯାଇପାରିବ ସେ ନେଇ ଆଲୋଚନା କରିଥିଲେ।...

ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଦେଲେ କଲେଜ ଅଧ୍ୟକ୍ଷ: ଛାତ୍ରୀଛାତ୍ର ଆଣିଲେ ସାଙ୍ଘାତିକ ଅଭିଯୋଗ

ବାଲିଗୁଡ଼ା,୨୩।୦୮(ସଞ୍ଜୟ କୁମାର ପାଣିଗ୍ରାହୀ): ଅଧ୍ୟକ୍ଷ ସାଜିଲେ ଲୁଟେରା। କଥାଟା ଟିକେ ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ। କଲେଜ ସଭାପତି ଓ ଛାତ୍ରୀଛାତ୍ର ଆଣିଛନ୍ତି କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ବିରୋଧରେ ଏଭଳି ଅଭିଯୋଗ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା...

ସେବାଶ୍ରମରେ ତାଲା ପକାଇ ଫାଟକ ସାମ୍ନାରେ ଧାରଣାରେ ବସିଲେ ଅଭିଭାବକ, ଦାବି ପୂରଣ ନ ହେଲେ…

ଦାରିଙ୍ଗବାଡ଼ି,୨୩ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ସରକାରୀ ସେବାଶ୍ରମକୁ ତାଲା ପକାଇ ବିକ୍ଷୋଭ କରୁଛନ୍ତି ଅଭିଭାବକ ଓ ପଞ୍ଚାୟତ ଅଞ୍ଚଳବାସୀ। ଶିକ୍ଷକ ଅଭାବକୁ ପୁରଣ କରିବା ସେମାନଙ୍କ ମୁଖ୍ୟ ଦାବି ହୋଇଥିବା ବେଳେ ବିଦ୍ୟାଳୟରେ ରହିଥିବା ବିଭିନ୍ନ...

କନ୍ଧମାଳରେ ମଦ ମୃତ୍ୟୁ ଭୟ: କାର୍ଯ୍ୟନୁଷ୍ଠାନ ନେବାକୁ ମହିଳାଙ୍କ ଦାବି

ବ୍ରାହ୍ମଣୀଗାଁ,୨୨।୮(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଉଛି । ବର୍ଷ ବର୍ଷ ଧରି ଅବାଧରେ ଚୋରା ମଦ କାରବାର ଚାଳିଥିବା ବେଳେ ଅସହାୟ ଗରିବଙ୍କ ଏଥିରେ ଧନ,...

ଦଙ୍ଗା ଗୁଜବଠାରୁ ଦୂରରେ ରହିବାକୁ ନିବେଦନ କଲା ପ୍ରଶାସନ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): ଆସନ୍ତା ଜନ୍ମାଷ୍ଟମୀ ଦିନ ଦଙ୍ଗା ସୃଷ୍ଟି ହେବା ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ କେହି ଦୁର୍ବୃତ୍ତ ଭାଇରାଲ କରିବା ପରେ କନ୍ଧମାଳ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣାଟି...

କଳିଙ୍ଗା ଘାଟିରେ ଟ୍ରକ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ଜି.ଉଦୟଗିରି,୨୨।୮(ଶିଶିର ପଟ୍ଟନାୟକ): କଳିଙ୍ଗା ଘାଟିରେ ଗୁରୁବାର ସକାଳ ଏକ ବାର ଚକିଆ ଟ୍ରକ(ନମ୍ବର-ଏପି-୦୩-ଟିଇ-୭୮୭୯) ଯାନ୍ତ୍ରିକ ତ୍ରୁଟି ଯୋଗୁ ଭାରସାମ୍ୟ ହରାଇ ଓଲଟି ପଡିଛି। ଟ୍ରକଟି ଛତିଶଗଡର ବିଳାସପୁରଠାରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା। ଦୁର୍ଘଟଣାସ୍ଥଳରେ ଟ୍ରକ ହେଲପରର ମୃତ୍ୟୁ ଘଟିଥିବାବେଳେ ଡ୍ରାଇଭର...

ବାଲିଗୁଡ଼ାରେ ସଂରକ୍ଷଣ ରାୟକୁ ବିରୋଧ

ବାଲିଗୁଡ଼ା,୨୧ା୮(ସଞ୍ଜୟ କୁମାର ପାଣିଗ୍ରାହୀ): ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ହୋଇଥିବା ଭାରତ ବନ୍ଦ ଡାକରାର...

ନୂଆ ଆଇଆଇସିଙ୍କୁ ଭେଟିଲେ ଭାଜପା କର୍ମକର୍ତ୍ତା, ଦଙ୍ଗା ଗୁଜବକୁ ନେଇ କଲେ ନିବେଦନ

ଦାରିଙ୍ଗବାଡ଼ି,୨୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନାରେ ସୋମବାର ନୂଆ ଆଇଆଇଆସି ରମେଶ ପ୍ରଧାନ ଯୋଗଦେଇଛନ୍ତି। ବୁଧବାର ଦାରିଙ୍ଗବାଡ଼ି ଭାଜପାର କର୍ମକର୍ତ୍ତା ତଥା ପୂର୍ବତନ ମଣ୍ଡଳୀ ସଭାପତି ଓ ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପ୍ରଧାନ, ପ୍ରଭାକର ସାହୁ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri