ମୋ ସରକାର କକ୍ଷ ଉଦ୍ଘାଟିତ
ଜି.ଉଦୟଗିରି,୨୧ା୧୨(ଡି.ଏନ.ଏ.)-ଜି.ଉଦୟଗିରି ଏନ୍ଏସି କାର୍ଯ୍ୟାଳୟ ପରିସରରେ ବୁଧବାର ମୋ ସରକାର କକ୍ଷ ଉଦ୍ଘାଟିତ ହୋଇଯାଇଛି। ଏହାକୁ ଜି.ଉଦୟଗିରି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବ୍ୟବସାୟିକ ଅନୁମତି ପତ୍ର, ପାନୀୟ ଜଳ…
ଶିକ୍ଷକ ଅଭାବ, ପାଠ ପଢ଼ାଇଲେ ମଙ୍ଗଳ ଅଧିକାରୀ: ୧୫ ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ପ୍ରତିଶ୍ରୁତି
ଫିରିଙ୍ଗିଆ,୨୧ା୧୨-ସେବାଶ୍ରମରେ ଶିକ୍ଷକ ନିଯୁକ୍ତି ପାଇଁ ଅନେକ ଦିନରୁ ଦାବି ଜଣାଇ ଆସୁଛନ୍ତି ଗ୍ରାମବାସୀ। ତଥାପି ଶିକ୍ଷକ ନିଯୁକ୍ତି କରୁନାହିଁ ପ୍ରଶାସନ। ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ପଞ୍ଚାୟତର କାଙ୍ଗାପଡା ସେବାଶ୍ରମରେ ଦେଖିବାକୁ ମିଳିଛି ଏପରି ଘଟଣା। ଅନେକ ଦିନ ଧରି ଶିକ୍ଷକ ଅଭାବ…
ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ବର୍ତ୍ତିଲେ ୪୦ ରୋଗୀ
ଖଜୁରିପଡ଼ା (ଡି.ଏନ୍.ଏ.)/ବଲସକୁମ୍ପା,୨୦ା୧୨- ଖଜୁରିପଡ଼ା ଥାନା ଗାଡ଼ିଆପଡ଼ା ଘାଟିରେ ମହାନଦୀ ନେତ୍ର ଚିକିତ୍ସାଳୟ ଆମ୍ବୁଲାନ୍ସ (ନଂ.ଓଡି୩୧ଡି-୯୧୦୧) ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ୪୦ ଜଣ ଚକ୍ଷୁରୋଗୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପ୍ରକାଶ ଯେ, ଗୁରୁବାର ଫୁଲବାଣୀର ବିଭିନ୍ନ ଅଞ୍ଚଳରୁ ୪୦ ଜଣ ଚକ୍ଷୁରୋଗୀଙ୍କୁ ଚିକିତ୍ସା…
ଦାରିଙ୍ଗବାଡ଼ିରେ କୋହଲା ପାଗ ସାଙ୍ଗକୁ ଫେରିଲା ଶୀତ: ୧୦ଡିଗ୍ରୀକୁ ଖସିଲା ତାପମାତ୍ରା
ଦାରିଙ୍ଗବାଡ଼ି,୧୯।୧୨(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ କିଛିଦିନ ହେଲା ଶୀତ କମିଥିବାବେଳେ ଗୁରୁବାରଠାରୁ ପୁଣି ବୃଦ୍ଧି ପାଇଛି। ଗୁରୁବାର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀକୁ ପୁଣି ଖସି ଆସିଥିବା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଯାହାକି ଚଳିତ ସପ୍ତାହର ସବୁଠାରୁ…
ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ
ଦାରିଙ୍ଗବାଡି,୧୯ା୧୨(ଡି.ଏନ୍.ଏ.)-କନ୍ଧମାଳ ଜିଲାର ବିଭିନ୍ନ ବ୍ଲକରେ ପଞ୍ଚାୟତିରାଜ, ପାନୀୟଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ବହୁ ପ୍ରକଳ୍ପ ଉଦ୍ଘାଟିତ ହୋଇଯାଇଛି। ବୁଧବାର ଦାରିଙ୍ଗବାଡି ବ୍ଲକ ପ୍ଲିହେରୀ ପଞ୍ଚାୟତର ୩୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ କୋଠା…
ଫୁଲବାଣୀରେ ଆରମ୍ଭ ହେଲା କଳିଙ୍ଗ ହର୍ବାଲ ମେଳା
ଫୁଲବାଣୀ ଅଫିସ,୧୯ା୧୨-କନ୍ଧମାଳ ଜିଲା ଫୁଲବାଣୀସ୍ଥିତ କରୋନେସନ ପଡିଆରେ ମଙ୍ଗଳବାର ସନ୍ଧ୍ୟାରେ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଉଦ୍ଘାଟିତ ହୋଇଯାଇଛି। ରାଜ୍ୟ ମେଡିଶିନାଲ ପ୍ଲାଣ୍ଟ ବୋର୍ଡ ପକ୍ଷରୁ ଏବଂ ଫୁଲବାଣୀ ବନଖଣ୍ଡ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ମେଳାକୁ ଅତିରିକ୍ତ ପିସିସିଏଫ ତଥା ରାଜ୍ୟ…
ଜୁଡ଼ାବାଲି ପଞ୍ଚାୟତରେ ମାଓବାଦୀ ପୋଷ୍ଟର: ଜେଏମ୍ଆଇ ଛାତ୍ରୀଛାତ୍ରଙ୍କୁ ଆକ୍ରମଣର ନିନ୍ଦା
ବାଲିଗୁଡା/କୋଟଗଡ,୧୯ା୧୨(ଡି.ଏନ୍.ଏ.)- ୮ ମାସର ନୀରବତା ପରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ କୋଟଗଡରେ ମାଓବାଦୀମାନେ ପୁଣି ନିଜର ସ୍ଥିତି ଜାହିର କରିଛନ୍ତି। ବୁଧବାର କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ଏହା ପୂର୍ବରୁ…
ପଞ୍ଚାୟତିରାଜ ମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ : ବିଭିନ୍ନ ପ୍ରକଳ୍ପ କଲେ ଉଦ୍ଘାଟନ
ଦାରିଙ୍ଗବାଡ଼ି,୧୮।୧୨(ଡି.ଏନ୍.ଏ.): କନ୍ଧମାଳ ଜିଲାକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ସନ୍ଧ୍ୟାରେ ଗସ୍ତ କରି ବୁଧବାର ବିଭିନ୍ନ ବ୍ଲକରେ ଏକାଧିକ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ସେ ପୂର୍ବାହ୍ନରେ ଦାରିଙ୍ଗବାଡ଼ି ବ୍ଲକର ପ୍ଲିହେରୀ ପଞ୍ଚାୟତର ୩୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ନୂତନ…
କୋଟଗଡ ବ୍ଲକରେ ଲାଗିଲା ମାଓବାଦୀ ପୋଷ୍ଟର
କୋଟଗଡ,୧୮।୧୨(ଡି.ଏନ.ଏ): କନ୍ଧମାଳ ଜିଲା କୋଟଗଡ ମୁନିଗୁଡା ଏନଏଚ୍-୫ ରାସ୍ତାଜୁଡାବାଲି ଗ୍ରାମପଞ୍ଚାୟତ ଗେଟାବାଲି ଛକ ନିକଟ ତେନ୍ତୁଲି ଗଛ ନିକଟରେ ବୁଧବାର ଦିନ ମାଓ ବେନର ଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କୁ ଉପରେ…
ବୈଠକକୁ ଯାଇଥିବା ପିଇଓ, ଜିଆର୍ଏସ୍ଙ୍କୁ ତାଲା
କୋଟଗଡ,୧୮ା୧୨(ଡି.ଏନ.ଏ.): କୋଟଗଡ ବ୍ଲକ ପାରିଗଡ ଗ୍ରାମ ପଞ୍ଚାୟତରେ ସୋମବାର ମାସିକ ବୈଠକ ଥିଲା। ପାରିଗଡ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ବିନାୟକ ନାୟକ ଓ ଗ୍ରାମ ରୋଜଗାର ସେବକ (ଜିଆର୍ଏସ୍) ସୋମ୍ୟ ରଞ୍ଜନ ନନ୍ଦ ପାରିଗଡ ଯାଇଥିଲେ। ମାତ୍ର ସରପଞ୍ଚଙ୍କ ବିରୋଧୀ…
ରାସ୍ତା, ପାନୀୟ ଜଳ, ପାଣ୍ଠି ବିନିଯୋଗ ଉପରେ ଗୁରୁତ୍ୱ
ଫୁଲବାଣୀ ଅଫିସ,୧୮ା୧୨- ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସିଛନ୍ତିି। ପ୍ରଥମ ଦିନରେ ବିଭିନ୍ନ ଯୋଜନାରେ ହୋଇଥିବା ପ୍ରକଳ୍ପ ଉଦ୍ଘାଟନ କରିବା ସହ…
ସେବାଶ୍ରମ ଛାତ୍ରୀଙ୍କୁ ପଢ଼ାଇଲେ ମନ୍ତ୍ରୀ
ଦାରିଙ୍ଗବାଡି,୧୭ା୧୨(ଡି.ଏନ୍.ଏ.)-ଆଇଟି ଏବଂ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଦାରିଙ୍ଗବାଡି ବ୍ଲକ ଗସ୍ତରେ ଆସିଥିଲେ। ସୋମବାର ପୂର୍ବାହ୍ନରେ ସ୍ଥାନୀୟ କନ୍ୟାଶ୍ରମକୁ ଯାଇଥିବା ବେଳେ ସେଠାରେ ପ୍ରଧାନସେବକ ଅନୁପସ୍ଥିତ ଥିବା ଦେଖି ଉଦ୍ବେଗ ପ୍ରକାଶ କରିଥିଲେ। ସେବାଶ୍ରମ ଛାତ୍ରୀଙ୍କୁ ମନ୍ତ୍ରୀ କିଛି…
Archives


