ସାଧାରଣତନ୍ତ୍ର ଦିବସରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ
ଫୁଲବାଣୀ ଅଫିସ,୨୬ା୧- ସାଧାରଣତନ୍ତ୍ର ଦିବସ ଅବସରରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ସ୍ଥାନୀୟ କରୋନେସନ ପଡିଆରେ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ ପ୍ରଶାସନ ଏକାଦଶ ଓ ପୋଲିସ ଏକାଦଶ ମଧ୍ୟରେ ଖେଳ ଆରମ୍ଭ ହୋଇଛି। ଦ୍ୱିତୀୟ ମ୍ୟାଚ ପ୍ରେସ ଏକାଦଶ ଏବଂ…
କନ୍ଧମାଳ ଜିଲାସ୍ତରୀୟ ସାଧାରଣତଦନ୍ତ୍ର ଦିବସ, ପତାକା ଉତ୍ତୋଳନ କଲେ ଜିଲାପାଳ
ଫୁଲବାଣୀ ଅଫିସ,୨୬ା୧- ଫୁଲବାଣୀ ଷ୍ଟାଡିୟମରେ କନ୍ଧମାଳ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଜିଲାପାଳ ଡ. ବୃନ୍ଦା ଡି ଯୋଗଦେଇ ମିଳିତ ପରେଡରେ ଅଭିଭାବଦନ ଗ୍ରହଣ କରିଥିଲେ। ଏହାପରେ ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମାଧ୍ୟମରେ…
ଦାରିଙ୍ଗବାଡ଼ିରେ ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ : ପତାକା ଉତ୍ତୋଳନ କଲେ ବିଡିଓ
ଦାରିଙ୍ଗବାଡ଼ି,୨୬।୧(ଡି.ଏନ୍.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ବ୍ଲକସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଯାଇଛି । ଏଥିରେ ଜାତୀୟ ଦିବସ ପାଳନ କମିଟି ଅଧ୍ୟକ୍ଷ ତଥା ବିଡିଓ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି। ଏଥିସହ…
ଫୁଲବାଣୀ ଟାଉନ ପ୍ଲାନିଂ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ
ଫୁଲବାଣୀ ଅଫିସ, ୨୬।୧-ଫୁଳବାଣୀ ସହର ଉନ୍ନତୀକରଣ ହେବ। ପୁରୁଣାକାଳିଆ ସହରକୁ ନୂତନ ରୁପ ଦିଆଯିବ। ସହରର ରୁପରେଖ ସମ୍ପୂର୍ଣ ବଦଳିବ। ଆସନ୍ତା ୨୦ ବର୍ଷର ଜନସଂଖ୍ୟ ବୃଦ୍ଧିକୁ ଆକଳନ କରି ୨୦୪୦ରେ ଫୁଲବାଣୀ ସହରର ରୁପରେଖ ପାଇଁ ମାଷ୍ଟର ପ୍ଲାନ ଶେଷ…
ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, ମାଲିକ ଗିରଫ
ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୬ା୧- କନ୍ଧମାଳ ଜିଲାରେ ଗଞ୍ଜେଇ ଚୋରା ଚାଲାଣ କାରବାର ବେଧଡକ ଚାଲିଛି। ପୋଲିସକୁ ଚକ୍ମା ଦେଖାଇବାକୁ ଚାଲାଣକାରୀମାନେ ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି। ଗଞ୍ଜେଇ ଗାଡିକୁ ପାର କରିବା ପାଇଁ ବାଇକ ପାଇଲଟିଂ ବ୍ୟବସ୍ଥା ହେଉଛି। ସାଧାରଣ ଗାଡିରେ ଗଞ୍ଜେଇ…
ମନ୍ଦିର ପୂଜାରୀଙ୍କୁ ବନ୍ଧୁକ ଦେଖାଇ ୩୬ ହଜାର ଲୁଟିନେଲେ ଦୁର୍ବୃତ୍ତ
ରାଇକିଆ,୨୫।୧(ଡି.ଏନ୍.ଏ.) : କନ୍ଧମାଳ ଜିଲା ରାଇକିଆ ବ୍ଲକ କରଡ଼ା ଗ୍ରାମରେ ଥିବା ହନୁମାନ ମନ୍ଦିରର ପୂଜାରୀଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ୩୬ ହଜାର ଟଙ୍କା ଲୁଟି ନେଇଥିବା ରାଇକିଆ ଥାନାରେ ଅଭିଯୋଗ ହୋଇଛି। ମନ୍ଦିର ପୂଜକ ଅଙ୍ଗିରା…
ବାଟ ହୁଡୁଛି ଆଇଟିଡିଏ ଉନ୍ନୟନ କାର୍ଯ୍ୟ
ଦାରିଙ୍ଗବାଡ଼ି,୨୫।୧(ଡି.ଏନ୍.ଏ.) – ଦାରିଙ୍ଗବାଡ଼ି ବ୍ଲକ ଦୁର୍ଗମ ଅଞ୍ଚଳ କାଟିଙ୍ଗିଆ ପଞ୍ଚାୟତର ତିଆରିଗାଁ ଛାତ୍ରାବାସ ଏବଂ ସରାମୁଳି ପଞ୍ଚାୟତର ପାକଲମାହା ଛାତ୍ରାବାସରେ ବହୁ ଅବ୍ୟବସ୍ଥା ଦେଖାଯାଇଛି । ହଷ୍ଟେଲରେ ରହୁଥିବା ଛାତ୍ରଙ୍କ ପାଇଁ ଲକ୍ଷାଧିକ ଟଙ୍କା ବିନିମୟରେ ପାଇଖାନା ନିର୍ମାଣ କରାଯାଇଥିଲେ ସୁଦ୍ଧା…
ଦୁଇ ଗାଁକୁ ଯୋଡ଼ିଛି କାଠପୋଲ
ଫୁଲବାଣୀ ଅଫିସ, ୨୫ା୧ – କନ୍ଧମାଳ ଜିଲା କୋଟଗଡ ବ୍ଲକ ପାରିଗଡ ପଞ୍ଚାୟତର ଦୁଇ ଗ୍ରାମ ହଦଗାଁ ଓ ପିଲିମାହା ଦୁର୍ଗମ ଅଞ୍ଚଳ ଭାବେ ପରିିଚିତ। ଏହି ଗ୍ରାମକୁ ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼େ ନାହିଁ। କେବଳ ଭୋଟ ବେଳେ ନେତାମାନେ…
ଜବରଦଖଲ ହାଟ ଜମି ମାପଚୁପ ଆରମ୍ଭ
ଫୁଲବାଣୀ ଅଫିସ, ୨୪ା୧-ଫୁଲବାଣୀ ହାଟପଦାସ୍ଥିତ ହାଟ ଜମି ଜବରଦଖଲରେ ଥିଲା। ଜବରଦଖଲ ଉଚ୍ଛେଦ ପାଇଁ ବହୁଦିନରୁ ଦାବି ହୋଇ ଆସୁଥିବା ବେଳେ ହାଟ ଜମିର ମାପଚୁପ କାର୍ଯ୍ୟ ଗୁରୁବାର ଆରମ୍ଭ ହୋଇଛି ା ତେବେ ପ୍ରାୟ ୩୩ ଜଣ ବ୍ୟକ୍ତି ଏହି…
୨ ବର୍ଷ ପରେ ବି ମିଳିଲାନି ପାରିଶ୍ରମିକ
ଫିରିଙ୍ଗିଆ, ୨୪ା୧ – ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)ରେ କାମ କରି ଦୁଇ ବର୍ଷ ହେଲା ଶ୍ରମିକମାନେ ପାରିଶ୍ରମିକ ପାଇ ନାହାନ୍ତି। ସେମାନେ ଏ ନେଇ ଫିରିଙ୍ଗିଆ ବିଡିଓ ରଶ୍ମିରଞ୍ଜନ ମହନ୍ତଙ୍କୁ ଭେଟିଛନ୍ତି। ତୁରନ୍ତ ପାରିଶ୍ରମିକ…
କନ୍ଧମାଳ ଜିଲା: ପ୍ରଥମ ପର୍ଯ୍ୟାୟରେ ୬୦୦ ଆଦର୍ଶ ଅଙ୍ଗନୱାଡ଼ି ଲକ୍ଷ୍ୟ
ଫୁଲବାଣୀ ଅଫିସ, ୨୨ା୧-ଆଜିକାଲିର ପ୍ରତିଯୋଗୀଭାବ ସମ୍ପନ୍ନ ସମାଜରେ ପିଲାକୁ ପଢ଼ାଇବା ପାଇଁ ଅଭିଭାବକମାନେ ପ୍ରଥମେ ପ୍ଲେ ସ୍କୁଲ ପରଖୁଛନ୍ତି। ଯେଉଁଠି ପିଲା ପ୍ରିନର୍ସରୀ ସାରି ନର୍ସରୀ ପଢ଼ିବା ପାଇଁ ପ୍ରସ୍ତୁତ ହୋଇପାରିବ। ସାଧାରଣତଃ ସହରାଞ୍ଚଳରେ ଏହି ସୁବିଧା ଥାଏ। ଗ୍ରାମାଞ୍ଚଳର ଶିଶୁମାନଙ୍କୁ…
ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲା: ୨ ଜଣଙ୍କୁ ୨୦ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡ
ଫୁଲବାଣୀ ଅଫିସ, ୨୨ା୧-ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ପୋକ୍ସୋ କୋର୍ଟ ସ୍ବତନ୍ତ୍ର ବିଚାରପତି ତଥା ଅତିରିକ୍ତ ଜିଲା ଦୌରାଜଜ୍ ସମର ବିଳାସ ବେହେରା ମଙ୍ଗଳବାର ୨ ଦୋଷୀଙ୍କୁ ୨୦ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡରେ ଦଣ୍ଡିତ…
Archives


