ଆଦର୍ଶ ବିଦ୍ୟାଳୟରେ ଖାଦ୍ୟ ମାନ ଯାଞ୍ଚ
କୋଟଗଡ,୧୭ା୯(ଡି.ଏନ.ଏ.): କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଗୁରୁବାର କୋଟଗଡ଼ ଗସ୍ତ କରି ବ୍ଲକରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। କୋଟଗଡ଼ ବ୍ଲକର ସମସ୍ତ ବିଭାଗ କାର୍ଯ୍ୟକ୍ରମ ସମୀକ୍ଷା ସହ ବିଭିନ୍ନ ନଥିପତ୍ର ଯାଞ୍ଚ କରିବା ଦେଖିବାକୁ ମିଳିଛି।…
ଜମି ବିବାଦ: ଶୁଣିଲାଣି ପ୍ରଶାସନ, ଜବରଦଖଲ ଉଚ୍ଛେଦ କଲା ସ୍ବୟଂ ସହାୟକ ଗୋଷ୍ଠୀ
ଦାରିଙ୍ଗବାଡ଼ି,୧୫ା୯(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଜୋହନପଲି ସାହିର ୫୯ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ଜମିକୁ ନେଇ ବିବାଦ ଦେଖାଦେଇଛି। ଏହି କାରଣରୁ ମାତୃଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ଉକ୍ତ ଜମିରୁ ଜବରଦଖଲ ହଟାଇଛନ୍ତି। ଏଥିପାଇଁ…
ସମିତି ବୈଠକରେ ହଟ୍ଟଗୋଳ, ଉତ୍ତେଜନା
ଦାରିଙ୍ଗବାଡ଼ି,୧୪।୯(ଡି.ଏନ୍.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଚତୁର୍ଥ ପଞ୍ଚାୟତ ସମିତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡିଓ ଗଦାଧର ପାତ୍ର ସଂଯୋଜନା କରିଥିଲେ। ବୈଠକରେ ମୁଖ୍ୟ…
କୋଟଗଡ଼ରେ ପୁଣି ବ୍ୟାନର ଲଗାଇଲେ ମାଓବାଦୀ
କୋଟଗଡ଼,୧୩।୯(ଡି.ଏନ୍.ଏ.): କନ୍ଧମାଳ ଜିଲା କୋଟଗଡ଼ ମାଦାଗୁଡ଼ା ଛକରେ ମଙ୍ଗଳବାର ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। ମାଓବାଦୀମାନେ ଏକ ଗଛରେ ଏହି ବ୍ୟାନନ ମାରି ସେପ୍ଟେମ୍ବର ୧୩ ତାରିଖକୁ ସ୍ବାଧୀନ ସଂଗ୍ରାମୀ ଦିବସ ଓ ରାଜନୈତିକ ବନ୍ଦିମୁକ୍ତି ଦିବସ ଭାବେ ପାଳନ କରନ୍ତୁ…
ଲଗାଣ ବର୍ଷାରେ ଭାଙ୍ଗିଲା ଘର, କାନ୍ଥ ପଡ଼ି ୨ ଗାଈ ମୃତ
ଦାରିଙ୍ଗବାଡ଼ି,୧୧ା୯(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ହେଉଛି। ରବିବାର ଭ୍ରମରବାଡ଼ି ପଞ୍ଚାୟତ ପୁଡ଼ିରାଜଲା ଗ୍ରାମରେ ଏକ ଘର ଭାଙ୍ଗିଯିବାରୁ କାନ୍ଥ ପଡ଼ି ଉକ୍ତ ଗ୍ରାମର ବୁଡୁ ସାହୁଙ୍କ ଦୁଇଟି ଗାଈଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ…
ପ୍ରେମ ପାଇଁ ଅନର କିଲିଂ: ୭ କୋର୍ଟ ଚାଲାଣ
ବାଲିଗୁଡ଼ା,୭ା୯(ଡି.ଏନ୍.ଏ.): ପ୍ରେମ କରିବା ମହଙ୍ଗା ପଡ଼ିଲା। ସମ୍ମାନ ପାଇଁ ପ୍ରେମିକଙ୍କୁ ହତ୍ୟା କରିଥିଲେ ଝିଅର ପରିବାର ଲୋକେ। ଏଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ବାଲିଗୁଡ଼ା ପୋଲିସ ୧୭ ଜଣକୁ ଅଟକରଖି ପଚରାଉଚରା କରୁଥିଲା। ସେଥି ମଧ୍ୟରୁ…
ଗୁରୁଦିବସରେ ସମ୍ବର୍ଦ୍ଧିତ ହେଲେ ଅବସରପ୍ରାପ୍ତ ଶିକ୍ଷକ
ଦାରିଙ୍ଗବାଡ଼ି,୫ା୯(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦାରିଙ୍ଗବାଡି ବ୍ଲକ ସଭାଗୃହଠାରେ ଦାରିଙ୍ଗବାଡ଼ି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା। ସଂଘର…
କନ୍ଧମାଳରେ ବଳରାମ ଯୋଜନା ଦିଗହରା
ଫୁଲବାଣୀ ଅଫିସ, ୫ା୯:ରାଜ୍ୟ ସରକାର ଚାଷ, ଚାଷୀଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେଥିମଧ୍ୟରୁ ‘ବଳରାମ’ ଯୋଜନା ଅନ୍ୟତମ ା ୨୦୨୧ ଆର୍ଥିକ ବର୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହୋଇଆସୁଛି ା ହେଲେ କନ୍ଧମାଳ ଜିଲାରେ ଏହି ଯୋଜନାର…
ବନ୍ଧରେ ଭାସୁଛି ମୃତଦେହ
ବାଲିଗୁଡା,୪।୯: ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପେନୁ ବନ୍ଧରେ ଗୋଟିଏ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା। ଏହାକୁ ଗ୍ରାମବାସୀ ଦେଖି ପୋଲିସରେ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ବନ୍ଧରୁ କାଡିଥିଲେ ଓ ବ୍ୟବଚ୍ଛେଦ ନିମନ୍ତେ ବାଲିଗୁଡା ଉପଖଣ୍ଡ…
ପକ୍କାରାସ୍ତା ନିର୍ମାଣ ପାଇଁ ବିଧାୟକଙ୍କ ପ୍ରତିଶ୍ରୁତି
ଦାରିଙ୍ଗବାଡ଼ି,୩ା୯(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକର ଦୁର୍ଗମ ଗ୍ରାମ ତଜଡ଼ବାଡ଼ିରେ ଶୁକ୍ରବାର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ପହଞ୍ଚି ଲୋକଙ୍କ ଦୁର୍ଦ୍ଦଶା ଅନୁଭବ କରିବା ସହ ଲୋକଙ୍କ ଗୁହାରି ଶୁଣିଛନ୍ତି ା ତଜଡ଼ବାଡ଼ି ଗ୍ରାମକୁ ସବୁଦିନିଆ ରାସ୍ତାଟିଏ ନଥିବା ବେଳେ କରୋନା…
ହୋଇପାରୁନି ଅସ୍ତ୍ରୋପଚାର, ଯାଇପାରୁନି ସ୍କୁଲ
ଫୁଲବାଣୀ ଅଫିସ, ୩ା୯: ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ମିଳିବ। ଚିକିତ୍ସାରେ କାହାରିକୁ ଅବହେଳା କରାଯିବ ନାହିଁ। ମେଡିକାଲରେ ମାଗଣା ଚିକିତ୍ସା ସହ ଅସ୍ତ୍ରୋପଚାର କରାଯିବ। ଏଥିପାଇଁ ବିଜୁ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରିଛନ୍ତି ସରକାର। ହେଲେ ସବୁଥିଲେ ବି ଏହି…
ଗଛରେ ପୋଷ୍ଟର ଲଗାଇଲେ ମାଓବାଦୀ, ଦେଲେ ଏମିତି ଚେତାବନୀ
କୋଟଗଡ଼,୨ା୯(ଡି.ଏନ୍.ଏ.): କନ୍ଧମାଳ ଜିଲା କୋଟଗଡ଼ର ଜାମଝୋରରେ ମାଓବାଦୀମାନେ ଶୁକ୍ରବାର ଏକ ଗଛରେ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି। ଏମ୍ପି ପ୍ରତିନିଧି ମନୋଜ କୁମାର ସାବତ, କୋଟଗଡ଼ ବ୍ଲକର ପୂର୍ବତନ ବିଡିଓ କୈଳାସ ଚନ୍ଦ୍ର ମୁର୍ମୁ ଏବଂ ବର୍ତ୍ତମାନର ବ୍ଲକ କ୍ୟାଶିୟର ଛବି…
Archives


