କନ୍ଧମାଳ

ବାଘ ଆତଙ୍କ: ଜୀବନ ନେଇ ଦୌଡ଼ିଲେ ପମ୍ପ ହାଉସ କର୍ମଚାରୀ

କୋଟଗଡ଼,୩୦।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡାରେ ବାଘ ଆତଙ୍କ। ସହରର ବଡ଼ଗାଁ ନିକଟ ଖଡଗ ନଦୀ କୂଳରେ ଥିବା ପମ୍ପ ହାଉସ ନକଟରେ ସୋମବାର ରାତିରେ ବାଘ ଗର୍ଜନ କରୁଥିବା କର୍ମଚାରୀ ପ୍ରକାଶ କରିଛନ୍ତି। ଏପରିକି ପମ୍ପ ହାଉସ କର୍ମଚାରୀ ପାଣିପମ୍ପ ଚଳାଇବା…

ଲାଞ୍ଚ ମାମଲା: ପୂର୍ବତନ ଷ୍ଟେନୋଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

ଫୁଲବାଣୀ ଅଫିସ, ୨୯ା୫: ଏକ ଲାଞ୍ଚ ମାମଲାର ବିଚାର କରି ସୋମବାର କନ୍ଧମାଳ ଜିଲା ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ସମର ବିଳାସ ବେହେରା ଘଟଣାରେ ସମ୍ପୃକ୍ତ ଜଣେ ପୂର୍ବତନ ଷ୍ଟେନୋଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୫…

ଶାଳମଞ୍ଜିର ଅଭାବୀ ବିକ୍ରି, ଶସ୍ତାରେ କିଣୁଛନ୍ତି ଦଲାଲ

ଦାରିଙ୍ଗବାଡି,୨୯ା୫(ଡି.ଏନ୍‌.ଏ.): ଜନଜାତି ଅଧ୍ୟୁଷିତ କନ୍ଧମାଳ ଜିଲାରେ ଏବେ ଜଙ୍ଗଲଜାତ ଦ୍ରବ୍ୟ ଶାଳମଞ୍ଜିର ଅଭାବୀ ବିକ୍ରି ଗରିବ ଲୋକଙ୍କୁ କଷ୍ଟରେ ପକାଇଛି । ଏବେ ଅଞ୍ଚଳରେ ଏକାଧିକ ଜଙ୍ଗଲଜାତ ଦ୍ରବ୍ୟ ଲୋକେ ସଂଗ୍ରହ କରୁଥିଲେ ସୁଦ୍ଧା ବଜାରରେ ଉଚିତ ଦର ମିଳୁ ନ…

ବାଲିଗୁଡା ହତ୍ୟାକାଣ୍ଡ ଘଟଣା: ଅଭିଯୋଗର ଚାରିଦିନ ଭିତରେ ୪ ଅଭିଯୁକ୍ତ ଗିରଫ

ବାଲିଗୁଡା,୨୭।୫(ଡି.ଏନ.ଏ): କନ୍ଧମାଳ ଜିଲା ବାଲିଗୁଡା ଥାନା ବୁଡ଼ାଗୁଡା ଅଞ୍ଚଳରେ ଏକ ହତ୍ୟା ଘଟଣାର ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି ବାଲିଗୁଡ଼ା ପୋଲିସ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।…

ଏସ୍‌ଏଚ୍‌ଜିଙ୍କୁ ସ୍ବାବଲମ୍ବୀ କରିଛି ଅଣ୍ଡାଦିଆ କୁକୁଡ଼ା ପାଳନ କେନ୍ଦ୍ର

ଫୁଲବାଣୀ ଅଫିସ,୨୭ା୫: ରାଜ୍ୟ ସରକାର ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାକୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି) ମାଧ୍ୟମରେ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲା ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ୬ଟି ବ୍ଲକରେ…

ଦାରିଙ୍ଗବାଡି ପରିଦର୍ଶନ କଲେ ବିଧାନସଭା ଲାଇବ୍ରେରୀ କମିଟି

ଦାରିଙ୍ଗବାଡି,୨୬।୫(ଡି.ଏନ.ଏ): ଓଡିଶା ବିଧାନସଭା ଲାଇବ୍ରେରୀ କମିଟି ଦାରିଙ୍ଗବାଡି ଦିନିକିଆ ଗସ୍ତ କାର୍ଯ୍ୟକ୍ରମରେ ପର୍ଯ୍ୟଟନ କେନ୍ଦ୍ରଗୁଡିକ ପରିଦର୍ଶନ କରିଛନ୍ତି। ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିର ହିଲ ଭିୟୁ ପାର୍କ ସମେତ କଫି ବଗିଚା, କିସୁବାଡି ଠାରେ ଥିବା ପାଟ୍ଟାବାନ୍ଧା ଜଳ ପ୍ରପାତକୁ କମିଟିର…

ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ି ହେଲା ଆଉ ଗୋଟିଏ ଭିୟୁ ପଏଣ୍ଟ

ଦାରିଙ୍ଗବାଡ଼ି,୨୫ା୫(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସାରା ଦେଶରେ ପର୍ଯ୍ୟଟନ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ରହିଛି। ସେପ୍ଟେମ୍ବରଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲିବାକୁ ପସନ୍ଦ କରନ୍ତି। ତେବେ ପର୍ଯ୍ୟଟନକ୍ଷେତ୍ରର ବିକାଶ ହେଉ…

ଭଉଣୀ ଘରକୁ ଆସି ଭାଇ ନିଖୋଜ

ବାଲିଗୁଡ଼ା,୨୦ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାକୁ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଭଉଣୀ ଘରକୁ ଆସିଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଥିବା ନେଇ ବାଲିଗୁଡ଼ା ଥାନାରେ ଅଭିଯୋଗ ହୋଇଛି। ଘଟଣା ପ୍ରକାଶ ଯେ, ରାଇକିଆ ଥାନା ଅନ୍ତର୍ଗତ ଗୁମାମାହା…

ଦଶମ ପାସ୍‌ କଲେ କଲେ ମହିଳା, ମା’ଙ୍କ ଠାରୁ କମ ମାର୍କ ରଖିଛନ୍ତି ପୁଅ

ଦାରିଙ୍ଗବାଡି,୧୯।୫(ଡି.ଏନ.ଏ): ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଶିକ୍ଷା। ୪୭ ବର୍ଷୀୟ ସୁଜାତା ୬୦୦ ମାର୍କରୁ ୩୪୬ ମାର୍କ ରଖି ବି୨ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିବାହର ୩୦ ବର୍ଷ ପରେ ଅଧାରୁ ଛାଡ଼ିଥିବା ପାଠକୁ ସମ୍ପୂର୍ଣ୍ଣ କରିବାକୁ ମନ ବଳେଇଥିଲେ।…

କାଶିନିପଦର: ହିତାଧିକାରୀଙ୍କ ଚାଉଳ ଲୁଟ୍‌ ଅଭିଯୋଗ

ଫୁଲବାଣୀ ଅଫିସ, ୧୭।୫: କନ୍ଧମାଳ ଜିଲାରେ ହିତାଧିକାରୀଙ୍କ ଚାଉଳ ହେରଫେର ହେଉଥିବା ଅଭିଯୋଗ ହୋଇଛି। ବିଗତ ଦିନରେ କୁଟିଆ କନ୍ଧଙ୍କ ଚାଉଳ ହରିଲୁଟକୁ ନେଇ ଜିଲାରେ ଚର୍ଚ୍ଚା ଜୋର ଧରିଥିଲା। ଘଟଣାକୁ ଚପାଇ ଦେବାକୁ ସେତେବେଳେ ବେଶ ଉଦ୍ୟମ କରାଯାଇଥିଲା। ଆଜି ପର୍ଯ୍ୟନ୍ତ…

୧୨ ଦଫା ଦାବିରେ ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ଡାକରା

ଦାରିଙ୍ଗବାଡ଼ି,୧୫ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ସମେତ ୭ଟି ଜିଲାକୁ ମାଓବାଦୀଙ୍କ ପକ୍ଷରୁ ୧୨ଦଫା ଦାବି ନେଇ ୨୪ ଘଣ୍ଟିଆ ବନ୍ଦ ଡାକରା ପାଳନ କରାଯାଉଛି। ଫଳରେ ଏହାର ପ୍ରଭାବରେ ସିମନବାଡ଼ିରେ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଦାରିଙ୍ଗବାଡ଼ିଠାରୁ ବାଲିଗୁଡା,ବ୍ରହ୍ମପୁର, ଭଞ୍ଜନଗର,…

କୋଟଗଡ଼ ଅଞ୍ଚଳର ଧମକପୂର୍ଣ୍ଣ ମାଓବାଦୀ ପୋଷ୍ଟର : ୭ ଜିଲାରେ ବନ୍ଦ ଡାକରା

କୋଟଗଡ଼,୧୪।୫(ଡି.ଏନ.ଏ.): କନ୍ଧମାଳ ଜିଲା କୋଟଗଡ଼ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ସିପିଆଇ ମାଓବାଦୀ ବାଘୁନା ଡିଭିଜିନାଲ କମିଟି ପକ୍ଷରୁ ଧମକପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଥାନା ଅଞ୍ଚଳର ବଣ୍ଡାପିପିଲି ସ୍କୁଲ ନିକଟ ଗଛରେ ବ୍ୟାନର ପୋଷ୍ଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri