କନ୍ଧମାଳ

ଲଗାଣ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି, କାମ କରୁନି ନେଟ୍‌ଓ୍ବାର୍କ

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳର ସିମନବାଡ଼ିରେ ଦୁଇ ଦିନ ହେଲା ବିଦ୍ୟୁତ୍‌ ସେବା ଅଚଳ ହେବା ସହ ମୋବାଇଲ ନେଟଓ୍ବାର୍କ ଫେଲ୍‌ ମାରିଛି। ଏବେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ…

ହିଲଭିୟ୍ୟୁ ଘାଟିରେ ଭୂସ୍ଖଳନ: ଲଗାଣ ବର୍ଷାରେ ବିପଦ ସାଜିଛି ଘାଟି

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ଫଳରେ ଅଞ୍ଚଳରେ ଅନେକ ସ୍ଥାନରେ ନାଳ, ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ଦୁର୍ଗମ ରାସ୍ତାଗୁଡିକରେ ଜଳ ଜମାହେବା ସହ ଅନେକ ସ୍ଥାନରେ କାଦୁଅ ହୋଇଛି…

ଲଗାଣ ବର୍ଷାରେ ବେହାଲ କନ୍ଧମାଳ

ଫୁଲବାଣୀ,୨।୮(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ବିଗତ ତିନି ଦିନ ହେବ ବର୍ଷା ଲାଗି ରହିଛି ା ମଙ୍ଗଳବାର ଅପରାହ୍ନରୁ ଜିଲାରେ ଲଗାଣ ବର୍ଷା ଜାରି ରହିଛି ା ପ୍ରବଳ ବର୍ଷା ହେତୁ ସମ୍ପୂର୍ଣ୍ଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲୋକେ ଘରୁ…

ଗଛପଡ଼ି ଏକାଧିକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା, ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଅନ୍ଧାରରେ

ଦାରିଙ୍ଗବାଡି,୧।୮(ଅରୁଣ ସାହୁ): ଲଘୁଚାପ ଜନିତ ଲଗାଣ ବର୍ଷାରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଅଞ୍ଚଳରେ ବହୁ ୟୁକାଲ ପଟାସ ଗଛ ପଡି ଏକାଧିକ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି। ତାର ଛିଣ୍ଡି ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ ହୋଇଛି। ସିମନବାଡି ସମେତ…

ଭୁଶୁଡ଼ିଲା ସ୍କୁଲ ପାଚେରୀ

ଦାରିଙ୍ଗବାଡି,୧।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ୪୦ରୁ ୫୦ ଫୁଟର ଏକ ପାଚେରୀ ଭୁଶୁଡ଼ି ପଡ଼ିଛି। ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ଉଚ୍ଚ ବିଦ୍ୟାଳୟ ଗୁଡିକୁ ସ୍ମାର୍ଟ ସ୍କୁଲରେ ପରିଣତ କରୁଛନ୍ତି…

‘ସୁଯୋଗ ମିଳିଲେ କନ୍ଧମାଳରେ ଶିିକ୍ଷାର ଉନ୍ନତି କରିବି’

ଫୁଲବାଣୀ, ୧ା୮ (ରାକେଶ କୁମାର ରାଉତ):କନ୍ଧମାଳ ଜିଲା ଟିକାବାଲି ବ୍ଲକର ଶୁଚିସ୍ମିତା ପାଣିଗ୍ରାହୀ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ୨ନଂ ର଼୍ୟାଙ୍କରେ ରହିଛନ୍ତି। ଟିକାବାଲିସ୍ଥିତ ଆଖଣ୍ଡଳମଣି ସାହିର ପ୍ରଫୁଲ ଚନ୍ଦ୍ର ପାଣିଗ୍ରାହୀଙ୍କ ଝିଅ ଶୁଚିସ୍ମିତା ଓଡିଶା ଶିକ୍ଷା…

୧୩ ବର୍ଷ ପରେ ବଢ଼ିଲା କନ୍ଧମାଳ ହଳଦୀ ଦର

ଦାରିଙ୍ଗବାଡି,୧ା୮ (ଅରୁଣ ସାହୁ): ବିଶ୍ୱ ବିଖ୍ୟାତ କନ୍ଧମାଳ ହଳଦୀର ଦର ୧୩ବର୍ଷ ପରେ ବୃଦ୍ଧି ପାଇଛି। ଶୁଖିଲା ହଳଦୀ କେଜି ପ୍ରତି ଦର ସୋମବାର ସୁଦ୍ଧା ୧୦୦ଟଙ୍କାରେ ପହଞ୍ଚିଛି। ଆଗକୁ ଆହୁରି ଦର ବୃଦ୍ଧି ହେବା ବ୍ୟବସାୟୀ ମହଲରେ ଆଶଙ୍କା କରାଯାଇଛି।…

ଓଏଏସ୍‌ ରେଜଲ୍ଟ: କନ୍ଧମାଳରୁ ୨ କୃତକାର୍ଯ୍ୟ

ଫୁଲବାଣୀ/ଟିକାବାଲି, ୩୧ା୭(ରାକେଶ କୁମାର ରାଉତ/ଗଗନ ବିହାରୀ ପଟ୍ଟନାୟକ)-କନ୍ଧମାଳ ଜିଲା ଟିକାବାଲି ବ୍ଲକର ୨ ଜଣ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଶୁଚିସ୍ମିତା ପାଣିଗ୍ରାହୀ ୨ ନଂ. ର଼୍ୟାଙ୍କରେ ରହିଥିବା ବେଳେ ଆକାଶ ଦିଗାଳ ୩୧୯ ନଂ. ର଼୍ୟାଙ୍କରେ ଅଛନ୍ତି।…

ଦିବ୍ୟାଙ୍ଗ ଝିଅକୁ ଅସଦାଚରଣ: ଅଭିଯୁକ୍ତଙ୍କୁ ପିଟି ପିଟି ମାରିଦେଲେ ଦୁଇ ଭାଇ

ରାଇକିଆ,୩୦ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ମାଣିକେଶ୍ୱର ପଞ୍ଚାୟତ ସିକବାଡି ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ଦିବ୍ୟାଙ୍ଗ ଝିଅକୁ ଅସଦାଚରଣ କରିଥିବା ଜଣେ ଅଣଓଡ଼ିଆ ଯୁବକଙ୍କୁ ବାପା ଓ ଦାଦା ପିଟି ପିଟି ହତ୍ୟା କରିଛନ୍ତି। ମୃତକ ହେଲେ ଝାଡ଼ଖଣ୍ଡ…

୩ ବାଇକ୍‌ ଆରୋହୀଙ୍କୁ ଘୋଷାଡ଼ି ନେଲା ଟ୍ରକ୍‌

ବାଲିଗୁଡ଼ା,୨୯ା୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ କୋଟଗଡ଼ ଥାନା ଅନ୍ତର୍ଗତ ଖାରିନାଳ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି। ଜୁଡ଼ାବାଲିରୁ କୋଟଗଡ଼ ଆଡ଼କୁ ମନ୍ଦିର ଯିବା ରାସ୍ତାରେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ପଡ଼ିରହିଛି ନଡ଼ିଆ, ପୂଜା…

କାର୍‌-ବାଇକ୍‌ ମୁହାଁମୁହିଁ: ୨ ମୃତ, ଦୁଇ ଗୁରୁତର

ବାଲିଗୁଡ଼ା,୨୯ା୭(ସଞ୍ଜୟ କୁମାର ପାଣିଗ୍ରାହୀ): ଗୋପାଳପୁରଠାରୁ ରାୟପୁରକୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥ କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ତଗାକିଆ ନିକଟରେ କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର…

ଛତୁ ଖାଇ ୭ ଅସୁସ୍ଥ

ବାଲିଗୁଡ଼ା,୨୯ା୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଏନ୍‌ଏସି ୭ନଂ ଓ୍ବାର୍ଡ ନୂଆସାହିର ହରିଜନ ବସ୍ତିର ମଳିକ ନାୟକଙ୍କ ପରିବାର ଜଙ୍ଗଲୀ ଛତୁ ଖାଇ ୭ ଜଣ ଅସୁସ୍ଥ ହୋଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଅସୁସ୍ଥମାନଙ୍କ ମଧ୍ୟରେ ମଳିକ ନାୟକ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri