କନ୍ଧମାଳ

ପିଲା ଚୋର ସନ୍ଦେହରେ ଯୁବକଙ୍କୁ ଖୁଣ୍ଟିରେ ବାନ୍ଧି ପୋଲିସ ଜିମା ଦେଲେ

ଖଜୁରିପଡ଼ା,୪।୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଆଡ଼ାସିପଡ଼ା ପଞ୍ଚାୟତର କୁରୁପାଡି ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ପିଲାଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ଅଜଣା ବ୍ୟକ୍ତି ଜଣକ ଗ୍ରାମରେ ଏଣେ ତେଣେ ବୁଲୁଥିବା ଦେଖି ଲୋକମାନେ…

ଡିଜିଟାଲ ଆର୍ଟ କରି ଅଞ୍ଚଳରେ ପ୍ରଶଂସା ସାଉଁଟୁଛନ୍ତି ନିହାର

ଦାରିଙ୍ଗବାଡ଼ି,୪ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବଜାରର ନିହାର ରଞ୍ଜନ ସାହୁ ନିଜ ମୋବାଇଲରେ ଡିଜିଟାଲ ଆର୍ଟ କରି ଏବେ ଦାରିଙ୍ଗବାଡ଼ି ସମେତ ବିଭିନ୍ନ ସ୍ଥାନରେ ପରିଚୟ ସୃଷ୍ଟି କରିଛନ୍ତି। ପଲିଟେକ୍ନିକାଲରେ ଡିପ୍ଲୋମା କରିବା ପରେ ସେ ରାଜ୍ୟ ବାହାରେ କାର୍ଯ୍ୟ…

ଇସ୍ତଫା ଦେଲେ କିରିକୁଟି ସରପଞ୍ଚ

ଦାରିଙ୍ଗବାଡ଼ି,୩୦ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତର ସରପଞ୍ଚ ଅଶୋକ ପ୍ରଧାନ ସରପଞ୍ଚ ପଦରୁ ଶନିବାର ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫାପତ୍ର ସ୍ଥାନୀୟ ବିଡିଓ ଗଦାଧର ପାତ୍ରଙ୍କୁ ଦେଇଛନ୍ତି। ପ୍ରକାଶ ଯେ, ଅଶୋକ ଜଣେ ଉଚ୍ଚ ଶିକ୍ଷିତ…

୨୨ ଏକର ଜମିରେ ହୋଇଥିଲା ଗଞ୍ଜେଇ ଚାଷ: ଜାଳିଦେଲା ପୋଲିସ

ଦାରିଙ୍ଗବାଡି,୨୯।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ପୋଲିସ ପୁଣି ଗଞ୍ଜେଇ ଗଛ ନଷ୍ଟ କରିଛି। ଦାରିଙ୍ଗବାଡ଼ି ଥାନା ଅଧୀନ କିରିକୁଟି ପଞ୍ଚାୟତ ଆଦିବାସୀ ନାହୁ ଏବଂ କିରିକୁଟି ଅଞ୍ଚଳରେ ପ୍ରାୟ ୨୨ ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିବା ପୋଲିସକୁ…

ବାପ, ପୁଅଙ୍କୁ ଏସିଡ୍‌ ମାଡ଼

ଫୁଲବାଣୀ,୨୮ା୧୨(ରାକେଶ କୁମାର ରାଉତ): ଫୁଲବାଣୀ ସହରରେ ବାପ, ପୁଅଙ୍କୁ ଏସଡ୍‌ ମାଡ଼ ହୋଇଛି। ବାପ, ପୁଅ ଗୁରୁତର ଥିବାବେଳେ ଜଣେ ସାଙ୍ଗ ଆହତ ହୋଇଛନ୍ତି। ସମସ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକେ ଆକ୍ରମଣକାରୀଙ୍କୁ ଧରି ନିସ୍ତୁକ ମାଡ଼…

ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ : ଓଲଟିଲା ବସ୍‌

କନ୍ଧମାଳ,୨୭।୧୨: କନ୍ଧମାଳ ଜିଲା ବାଲିଗୁଡ଼ା ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ମହାଗୁଡ଼ି ନିକଟ ବୁଲାଣି ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍‌ ଓଲଟି ୨୫ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଆହତ ହୋଇଛନ୍ତି। ଆହତଙ୍କୁ ବ୍ରାହ୍ମଣୀଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେତେ…

୬ଷ୍ଠ ଥର ହାତେଇବାକୁ ଶାସକ ଦଳର ରଣନୀତି

ଫୁଲବାଣୀ,୨୭।୧୨(ରାକେଶ କୁମାର ରାଉତ): ଶାସକ ବିଜୁ ଜନତା ଦଳ(ବିଜେଡି) ୨୦୦୦ ମସିହାରୁ କନ୍ଧମାଳ ଜିଲା ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀକୁ ହାତରେ ରଖିଆସିଛି।ଏଥର ୬ଷ୍ଠ ପାଳିରେ ମଧ୍ୟ ବିଜେଡି ଏହି ସିଟ୍‌କୁ ହାସଲ କରିବାକୁ ରଣନୀତି ପ୍ରସ୍ତୁତ କରିଚାଲିଛି। କିନ୍ତୁ ଦଳ ପୁଣି…

ରାତି ପାହିଲେ ବଡ଼ଦିନ: କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବାଲିଗୁଡା:୨୪।୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ରାତି ପାହିଲେ ବଡ଼ ଦିନ। ବଡ଼ ଦିନ ଧୁମ୍‌ଧାମରେ ପାଳନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏନେଇ କନ୍ଧମାଳ ଜିଲାର ପ୍ରତ୍ୟେକ ଚର୍ଚ୍ଚ ଆଗରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଭିଡ଼କୁ ଦୃଷ୍ଟିରେ…

ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ: ଦୁଇ ଯବାନ ଗୁରୁତର

କୋଟଗଡ଼,୨୪ା୧୨(ସରୋଜ ବଳିୟାରସିଂ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅଞ୍ଚଳ ସିର୍ଲା ଜଙ୍ଗଲରେ ରବିବାର ଏସ୍‌ଓଜି ଯବାନ କମ୍ବିଂ ଅପରେଶନ ସମୟରେ ହଠାତ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ କରିଥିଲେ। ଫଳରେ ଦୁଇ ଯବାନ ଗୁରୁତର ହୋଇଛନ୍ତି। ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ସୂଚନା…

ରାତିରେ ଖସୁଛି ପାରଦ, ଜି ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର

ଜି ଉଦୟଗିରି, ୨୧।୧୨(ଶିଶିର ପଟ୍ଟନାୟକ ) ରାଜ୍ୟରେ ଦିନକୁ ଦିନ ଶୀତ ବୃଦ୍ଧି ପାଇବାରେ ଲାଗିଛି। ଜି ଉଦୟଗିରି ଲଗାତାର ଭାବେ ରାଜ୍ୟର ସବୁଠାରୁ ଥଣ୍ଡା ସହର ହୋଇଛି । ଗୁରୁବାର ସକାଳ ୮ ଘଣ୍ଟା ସୁଦ୍ଧା ଜି ଉଦୟଗିରି ସହରର…

ଶାଗ ୩୦ ପଇସାରୁ ୧୦ ଟଙ୍କା

ଦାରିଙ୍ଗବାଡି,୨୧ା୧୨(ଅରୁଣ ସାହୁ)ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମୁଖ୍ୟ ଚାଷ ହଳଦୀରୁ ଚାଷୀ ମୁହଁ ଫେରାଇ ନେଲେଣି। ଉଦ୍ୟାନ ଚାଷ କରି ଏବେ ଚାଷୀ ଲାଭବାନ ହେଉଥିବା ବେଳେ ନିଜ ପରିବାର ପ୍ରତିପୋଷଣ କରିପାରୁଛନ୍ତି। ଏଭଳି ଜଣେ ଉଦ୍ୟାନ ଚାଷରେ କେବଳ ଶାଗ ଚାଷ…

ଆଞ୍ଚଳିକ ପରିବହନ ବିଭାଗର ଗାଡ଼ିମୋଟର ଯାଞ୍ଚ, ୨ ଲକ୍ଷ ଟଙ୍କା ଜରିମାନା ଆଦାୟ

ଦାରିଙ୍ଗବାଡ଼ି,୨୦ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଦାରିଙ୍ଗବାଡ଼ିଠାରେ ଗାଡ଼ିମୋଟର ଯାଞ୍ଚ କରାଯାଇଛି। ବାଇକ୍‌ ଚାଳକଙ୍କ ହେଲମେଟ, ଗାଡ଼ିକାଗଜପତ୍ର ଯାଞ୍ଚ ସହ ବସ୍‌, ଟ୍ରାକ୍ଟର, ଟ୍ରକ୍‌, ଅଟୋ ଆଦିର କାଗଜପତ୍ର ଯାଞ୍ଚ କରାଯାଇଛି। ମୋଟ୍‌ ୩୮ଟି ଚାଲାଣ କଟାଯାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri