କନ୍ଧମାଳ

ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧ ଦିବସ:କନ୍ଧମାଳରେ କଡ଼ାସୁରକ୍ଷା

ଫୁଲବାଣୀ/ତୁମୁଡିବନ୍ଧ,୨୬ା୮(ରାକେଶ କୁମାର ରାଉତ/ ଦୀପକ ପରାସେଠ):କନ୍ଧମାଳ ଜିଲା ତୁମୁଡ଼ିବନ୍ଧସ୍ଥିତ ଜଲେଶପେଟା ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମଠାରେ ସୋମବାର ପାଳନ ହେବ ଜନ୍ମାଷ୍ଟମୀ ଓ ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଷୋଡ଼ଶତମ ଶ୍ରାଦ୍ଧ ବାର୍ଷିକୀ। ଏଥିପାଇଁ ତୁମୁଡିବନ୍ଧର ଜଲେଶପେଟା ଆଶ୍ରମରେ ସମସ୍ତ ପ୍ରସ୍ତୁତି…

ଗାଁ ଭୋଜିରେ ମାଂସ ଖାଇ ଦେଶୀମଦ ପିଇଥିବାରୁ ବ୍ୟାପିଛି ଝାଡ଼ାବାନ୍ତି: ଡାକ୍ତରୀ ଟିମ୍‌

ତୁମୁଡିବନ୍ଧ,୨୫ା୮(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତରେ ପ୍ରାୟ ସପ୍ତାହେ ହେଲା ଝାଡ଼ାବାନ୍ତିରେ ଶତାଧିକ ଲୋକ ଆକ୍ରାନ୍ତ ହୋଇଥିବା ୪ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିଲା। ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଜିଲା…

ଜନ୍ମାଷ୍ଟମୀ ପାଇଁ ଦାରିଙ୍ଗବାଡ଼ିରେ ପୋଲିସର ପଇଁତରା, ସମ୍ବେଦନଶୀଳ ଅଞ୍ଚଳରେ ସଶସ୍ତ୍ର ବାହିନୀ ନିୟୋଜିତ

ଦାରିଙ୍ଗବାଡ଼ି,୨୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଜନ୍ମାଷ୍ଟମୀ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଭିନ୍ନ ଗ୍ରାମରେ ରହିଥିବା ଚର୍ଚ୍ଚ ସମ୍ମୁଖରେ ପୋଲିସ ପଇଁତରା ମାରୁଥିବା ବେଳେ ସମ୍ବେଦନଶୀଳ ଅଞ୍ଚଳରେ ସଶସ୍ତ୍ର ବାହିନୀ ପକ୍ଷରୁ ଫ୍ଲାଗମାର୍ଚ୍ଚ…

ଭାଜପା ଭୁଆଁବୁଲାଇ ନିର୍ବାଚନ ଜିତିଛି କାହିଁକି ଏମିତି କହିଲେ ପୂର୍ବତନ ଉପବାଚସ୍ପତି

ଦାରିଙ୍ଗବାଡି,୨୫।୮ (ଅରୁଣ ସାହୁ): ଚଳିତ ସାଧାରଣ ନିର୍ବାଚନରେ ଭାଜପା ଲୋକଙ୍କୁ ଭୁଆଁ ବୁଲାଇ ଜିତିଥିବା ବିଜେଡି ଆୟୋଜିତ ଜନଜାଗରଣ ସଭାରେ ଅଭିଯୋଗ କରିଛି। ନିଜ ନିର୍ବାଚନ ଇସ୍ତାହାରରେ ଭାଜପା ଜନସାଧାରଣଙ୍କୁ ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲା ସରକାର ଗଠନ ପରେ ତାହା ପାଳନ କରୁନାହିଁ…

ଝିରିପାଣିରେ ଝାଡ଼ାବାନ୍ତି ଆତଙ୍କ: ୩ ଦିନରେ ୪ ମୃତ, ଶତାଧିକ ଆକ୍ରାନ୍ତ

ବାଲିଗୁଡ଼ା,୨୪।୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅଧୀନ ତୁମୁଡ଼ିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତରେ ପ୍ରାୟ ସପ୍ତାହ ହେଲା ଝାଡାବାନ୍ତି ଲାଗି ରହିଛି। ବର୍ତ୍ତମାନ ଏହା ବ୍ୟାପକ ରୂପ ନେଇ ଅଞ୍ଚଳରେ ଆତଙ୍କ ଦେଖାଦେଇଛି। । ବର୍ତ୍ତମାନ ୩ ଦିନ…

ଦଡିବାଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତଙ୍କୁ ସମ୍ବର୍ଦ୍ଧନା, ଭଲ ଛାତ୍ର ଗଢ଼ିବା ନିଶା…

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି କ୍ଲଷ୍ଟର ଦଡିବାଡି ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ସିଂ ମେ’ମାସ ଶେଷରେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି। ଖରାଛୁଟି ରହିଥିବାରୁ ସେହି ସମୟରେ ତାଙ୍କୁ…

ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ ମେଶିନ ଅଚଳ, ରୋଗୀ ହନ୍ତସନ୍ତ

ବାଲିଗୁଡ଼ା,୨୪ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ’ ମେଶିନ ନ ଥିବାରୁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବାଲିଗୁଡ଼ା ବ୍ଲକର ୮ରୁ ଅଧିକ ପଞ୍ଚାୟତବାସୀ ନିର୍ଭର କରନ୍ତି। ଏଠାରେ ଏକ୍ସ-ରେ’…

ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ: ସୁରେନ୍ଦ୍ର କୁମାର ଉଦୀୟମାନ ଫଟୋଗ୍ରାଫର ଭାବେ ସମ୍ମାନିତ

ବାଲିଗୁଡା,୨୪।୦୮: (ସଞ୍ଜୟ କୁମାର ପାଣିଗ୍ରାହୀ): ନବୀନ ସୂତ୍ରଧର ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ୱ ଫଟୋଗ୍ରାଫି ଦିବସ ପରିପ୍ରେକ୍ଷୀରେ ଭୁବନେଶ୍ୱର ଜୟଦେବ ଭବନଠାରେ ତୃତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦ୍‌ଯାପିତ ହୋଇ ଯାଇଛି।ଏଥିରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର ଯୋଗଦେଇ ଚିରାଚରିତ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାଜପା ମଣ୍ଡଳ ସଭାପତି, ପର୍ଯ୍ୟଟନର ଉନ୍ନତି ପାଇଁ କଲେ ନିବେଦନ

ଦାରିଙ୍ଗବାଡ଼ି,୨୪ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଭାଜପା ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭେଟିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କୁ ଦାରିଙ୍ଗବାଡ଼ିରେ ବାକି ରହିଥିବା ବିକାଶ କାର୍ଯ୍ୟ କିଭଳି କରାଯାଇପାରିବ ସେ ନେଇ ଆଲୋଚନା କରିଥିଲେ। ବିଶେଷକରି…

ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଦେଲେ କଲେଜ ଅଧ୍ୟକ୍ଷ: ଛାତ୍ରୀଛାତ୍ର ଆଣିଲେ ସାଙ୍ଘାତିକ ଅଭିଯୋଗ

ବାଲିଗୁଡ଼ା,୨୩।୦୮(ସଞ୍ଜୟ କୁମାର ପାଣିଗ୍ରାହୀ): ଅଧ୍ୟକ୍ଷ ସାଜିଲେ ଲୁଟେରା। କଥାଟା ଟିକେ ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ। କଲେଜ ସଭାପତି ଓ ଛାତ୍ରୀଛାତ୍ର ଆଣିଛନ୍ତି କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ବିରୋଧରେ ଏଭଳି ଅଭିଯୋଗ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡା…

ସେବାଶ୍ରମରେ ତାଲା ପକାଇ ଫାଟକ ସାମ୍ନାରେ ଧାରଣାରେ ବସିଲେ ଅଭିଭାବକ, ଦାବି ପୂରଣ ନ ହେଲେ…

ଦାରିଙ୍ଗବାଡ଼ି,୨୩ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ସରକାରୀ ସେବାଶ୍ରମକୁ ତାଲା ପକାଇ ବିକ୍ଷୋଭ କରୁଛନ୍ତି ଅଭିଭାବକ ଓ ପଞ୍ଚାୟତ ଅଞ୍ଚଳବାସୀ। ଶିକ୍ଷକ ଅଭାବକୁ ପୁରଣ କରିବା ସେମାନଙ୍କ ମୁଖ୍ୟ ଦାବି ହୋଇଥିବା ବେଳେ ବିଦ୍ୟାଳୟରେ ରହିଥିବା ବିଭିନ୍ନ ସମସ୍ୟାର…

କନ୍ଧମାଳରେ ମଦ ମୃତ୍ୟୁ ଭୟ: କାର୍ଯ୍ୟନୁଷ୍ଠାନ ନେବାକୁ ମହିଳାଙ୍କ ଦାବି

ବ୍ରାହ୍ମଣୀଗାଁ,୨୨।୮(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଉଛି । ବର୍ଷ ବର୍ଷ ଧରି ଅବାଧରେ ଚୋରା ମଦ କାରବାର ଚାଳିଥିବା ବେଳେ ଅସହାୟ ଗରିବଙ୍କ ଏଥିରେ ଧନ, ଜୀବନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri