କଳାହାଣ୍ଡି

ସରପଞ୍ଚରୁ ଆଇଟିଆଇର ସହକାରୀ ଟ୍ରେନିଂ ଅଫିସର: ରାଜନୀତି ଛାଡ଼ି ଶିକ୍ଷାନୀତିରେ ସାମିଲ ହେଲେ ପ୍ରିୟଙ୍କା

ଭବାନୀପାଟଣା,୧।୧୦(ଉତ୍ତମ କୁମାର ଦାଶ):ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଗୁଡି଼ଆଳିପଦର ପଞ୍ଚାୟତର ସରପଞ୍ଚ ପ୍ରିୟଙ୍କା ମହାଖୁଡ଼ ନିଜ ପଦବୀରୁ ଇସ୍ତଫା ଦେଇ ସରକାରୀ ଚାକିରୀରେ ଯୋଗ ଦେଇଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ଜନସାଧାରଣଙ୍କ ସହଯୋଗରେ ସେ ସରପଞ୍ଚ ହୋଇ ପଞ୍ଚାୟତର ବିଭିନ୍ନ...

ମାଣିକେଶ୍ୱରୀଙ୍କ ଛତରଯାତ୍ରା: ଭକ୍ତଙ୍କ ପ୍ରବଳ ଭିଡ଼

ଥୁଆମୂଳ ରାମପୁର,୧।୧୦ (ଦୁର୍ଗା କୀର୍ତ୍ତି)- ମା’ ମଣିକେଶ୍ବରୀଙ୍କ ତନ୍ତ୍ରମନ୍ତ୍ରର ମୂଳପୀଠ ଥୁଆମୂଳ ରାମପୁରଠାରେ ପବିତ୍ର ଦଶହରା ପର୍ବ ଓ ଛତର ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମହାଷ୍ଟମୀ ମଧ୍ୟ ରାତ୍ରିରେ ମା’ ଦକ୍ଷିଣକାଳୀଙ୍କ ପାଖରେ ମହାପଶୁ ବଳି ହେବା ପରେ...

ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା: ଶ୍ରଦ୍ଧାଳୁଙ୍କ ଭିନ୍ନ ରୂପ କିଏ ଭୂତ ତ କିଏ…

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ମଙ୍ଗଳବାର ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରାରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁଙ୍କ ଭିନ୍ନ ରୂପ।  ଭୂତ ପ୍ରେତଙ୍କ ବେଶ ଧରି ନାଚିଲେ ଶ୍ରଦ୍ଧାଳୁ। ମହାସମାରୋହରେ ଜେନାଖାଳରେ...

ଆରମ୍ଭ ହେଲା ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା: ମନ୍ଦିର ଅଭିମୁଖେ ମା’

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ)-ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଭବାନୀପାଟଣା ସହରରେ ମହାସମାରୋହରେ ଆରମ୍ଭ ହୋଇଛି। ଜେନାଖାଳରେ ସ୍ବତନ୍ତ୍ର ଗୁପ୍ତ ରୀତିନୀତି ରେ ପୂଜାର୍ଚ୍ଚନା ଓ ବଳୀ ପରେ ଭୋର ୪ଟା ୧୫ରେ ସ୍ଥିରକତ ଲଗ୍ନାନୁଯାୟୀ ମା’ଙ୍କ ଛତର ମନ୍ଦିର...

୬୬ ବର୍ଷରେ ରିଷିଡ଼ା ସାର୍ବଜନନୀ ଦୁର୍ଗାପୂଜା

ରିଷିଡ଼ା,୨୯ା୯ (ସୁଶାନ୍ତ ମଲ୍ଲିକ: କର୍ଲାମୁଣ୍ଡା ବ୍ଲକ୍‌ର ରିଷିଡ଼ାଠାରେ ସାର୍ବଜନନୀ ଶାରଦୀୟ ଦୁର୍ଗାପୂଜା ଏଥର ୬୬ବର୍ଷରେ ପଦାର୍ପଣ କରିଛି। ୧୯୬୦ରେ ତତ୍କାଳୀନ ରିଷିଡ଼ା ଫାଣ୍ଡି ଅଧିକାରୀ ମାଧବ ଚୌଧୁରୀଙ୍କ ପ୍ରୋତ୍ସାହନରେ ଗ୍ରାମର ଗୌନ୍ତିଆ ଓ ଗାଁ ମୁଖିଆମାନେ ଦୁର୍ଗାପୂଜା ଆରମ୍ଭ କରିଥିଲେ।...

ରାତି ପାହିଲେ ମା’ ମାଣିକେଶ୍ୱରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା: ଭବାନୀପାଟଣା ସହର ଚଳ ଚଞ୍ଚଳ

 ଭବାନୀପାଟଣା,୨୯।୯(ଉତ୍ତମ କୁମାର ଦାଶ): ରାତି ପାହିଲେ ଅର୍ଥାତ ମଙ୍ଗଳବାର ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଭବାନୀପାଟଣା ସହରରେ ମହାସମାରୋହରେ ପାଳନ ହେବ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି  ଭବାନୀପାଟଣା ସମେତ ସମଗ୍ର କଳାହାଣ୍ଡି ଜିଲା। ଏଥିରେ ଲକ୍ଷାଧିକ ଭକ୍ତ...

ତେରେସିଂହାର ମା’ ବସ୍ତ୍ରେନ ମନ୍ଦିର ପ୍ରତିଷ୍ଠା

କର୍ଲାମୁଣ୍ଡା,୨୯।୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ମା’ ବସ୍ତ୍ରେନ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ସୋମବାର ହୋଇ ଯାଇଛି । ଏଥିରେ ସହଦେବ ନାଗ ଓ ତାଙ୍କ ପତ୍ନୀ ଉର୍ମିଳା ନାଗ କର୍ତ୍ତା ଦାୟିତ୍ୱରେ ରହିଥିବା...

ଅଞ୍ଚଳ ପାଇଁ ଗୌରବ ଆଣିଲେ ଶାଶ୍ୱତ ସୌମ୍ୟକାନ୍ତ : ଓଏଏସ ପରୀକ୍ଷାରେ ସଫଳତା

କର୍ଲାମୁଣ୍ଡା,୨୯/୯(ପ୍ରଦୀପ କୁମାର ସାହୁ): ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁର୍ଶୁଲା ଗ୍ରାମର ଶାଶ୍ୱତ ସୌମ୍ୟକାନ୍ତ। ତାଙ୍କର ର଼୍ୟାଙ୍କ ରହିଛି ୨୩୫। ଶାଶ୍ୱତ ସୋନପୁର ଜିଲ୍ଲାପାଳ ଡଃ ନୃପରାଜ ସାହୁ ଓ ଶୁଭ୍ରା...

ବ୍ୟବସାୟୀଙ୍କ ଘରୁ ଜବତ ହେଲା ବିପୁଳ ପରିମାଣର ବିସ୍ଫୋରକ ବାଣ

ରିଷିଡ଼ା,୨୮ା୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ପୋଲିସର ମିଳିତ ଅପରେଶନରେ ମିଳିଛି ବଡ଼ ସଫଳତା। ତେରେସିଂହା ପଞ୍ଚାୟତ ବେଲପଡ଼ାର ଜନୈକ ବ୍ୟବସାୟୀ ରାକେଶ କେଡିଆଙ୍କ କଲୋନୀପଡ଼ାସ୍ଥିତ ଦୋକାନ ଗୋଦାମ ଘରୁ ପୁଳାପୁଳା ବାଣ ଜବତ କରାଯାଇଛି।...

ନବରାତ୍ରିରେ ମା’ଙ୍କୁ ବି ଛାଡିଲେନି: ଡୋକରି ବୁଡିଙ୍କ ଦାନବାକ୍ସ ଭାଙ୍ଗି ନେଇଗଲେ..

ଜୟପାଟଣା,୨୮।୯(ଓମ ପ୍ରକାଶ ବୈଠାରୁ): ଭଗବାନଙ୍କଙ୍କୁ ବି ଛାଡୁ ନାହାନ୍ତି ଦର୍ବୃତ୍ତ। କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ତାଲଗୁଡ ମା’ ଡୋକରି ବୁଡିଙ୍କ ପୀଠରୁ ଶନିବାର ବିଳମ୍ବିତ ରାତିରେ କେହି ଦୃର୍ବୁତ୍ତ ଦାନବାକ୍ସ ଭାଙ୍ଗି ବାକ୍ସରେ ଥିବା ଟଙ୍କା ଏବଂ ସମସ୍ତ...

ମା’ ପାଟଖଣ୍ତାଙ୍କ ବଳିଯାତ୍ରାରେ ପଡ଼ିଲା ବଳି

ରିଷିଡ଼ା,୨୭ା୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ତେରେସିଂହାଠାରେ ମା’ ପାଟଖଣ୍ତାଙ୍କ ବଳିଯାତ୍ରା ଶନିବାର ସମ୍ପନ୍ନ ହୋଇଛି। ଭକ୍ତଙ୍କ ମାନସିକ ପୂରଣ ହୋଇଥିବାରୁ ଏଠାରେ ବୋଦା, କୁକୁଡ଼ା ଆଦି ବଳି ପଡ଼ିଥିଲା। ଏହି ଯାତ୍ରା ପୂର୍ବ ପାର୍ଶ୍ୱରେ ତେରେସିଂହା ଓ...

ରେତ ଡ୍ୟାମ୍‌ରେ ଘାଇ: ଚାଷ ଜମି ଜଳମଗ୍ନ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଦେପୁର ନିକଟିସ୍ଥ ରେତ ଜଳ ସେଚନ ପ୍ରକଳ୍ପର ବାମ ମୁଖ୍ୟ କେନାଲରେ ଶନିବାର ସକାଳୁ ଘାଇ ସୃଷ୍ଟି ହୋଇଛି। ଯାହାଫଳରେ କେନାଲର ପାଣି ନିକଟିସ୍ଥ ଚାଷ ଜମିକୁ ମାଡି ଯାଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri